12 ସେବେଲେ ଆମେ ସବୁ ଲକ୍ ପରମେସରର୍ ଲଗେ ଟିଆଅଇ ଆମେ କରିରଇବା କାମର୍ ଇସାବ୍ ଦେବାକେ ପଡ୍ସି ।
ବାଇକେ ନସ୍ଟ ଅଇବାକେ ନ ଦିଆସ୍
13 ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ । 14 ଜିସୁ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ପର୍ମେସର୍ ଦେକ୍ବା ଇସାବେ କାଇ କାଦି ମିସା ନିଚ୍ବାଟା ନାଇ ବଲି ମୁଇ ଜାନି । ମାତର୍ କାଇମିସା ଗଟେକ୍ କାଦି ପର୍ମେସର୍ ନିଚ୍ଲା ଆଚେ ବଲି ଗଟେକ୍ ଲକ୍ ବିସ୍ବାସ୍ କଲେ, ସେଟା ସେ ନ କାଇଲେ ତାର୍ପାଇ ନିକ ।