ପରମେସରର୍ ସତ୍ ଦରମର୍ ବିଚାର୍
1 ତେବେ ଏ ମର୍ ମଇତର୍ମନ୍, ତମେ କାଇ ବିନ୍ ଲକର୍ ବିଚାର୍ କଲାସ୍ନି କି ? ତମେ ଜେ ଅଇରଇଲେ ମିସା, ଏନ୍ତି କର୍ବାଟା ଟିକ୍ ନଏଁ । ବିନ୍ ଲକର୍ ଦସ୍ଦାରି ତମେ ଜଦି ନିଜେ ସେ ଦସ୍ କର୍ତେ ରଇସା ବଇଲେ, ତମେ ନିଜେ, ନିଜ୍କେ ଦସି ବଲାଇ ଅଇଲାସ୍ନି । 2 ଆମେ ଜାନୁ, ପରମେସର୍ ଏନ୍ତି କର୍ତେ ରଇବା ଲକ୍ମନ୍କେ ଟିକ୍ ସଙ୍ଗ୍ ବିଚାର୍ କର୍ସି । 3 ଜନ୍ କାରାପ୍ କାମର୍ ଲାଗି ତମେ ବିନ୍ ଲକ୍ମନର୍ ଦସ୍ ଦାର୍ଲାସ୍ନି, ସେଟା ତମେ ନିଜେ କର୍ତେ ରଇସା, ସେଟାର୍ ପାଇ ତମେ ପରମେସରର୍ ବିଚାର୍ ଜାଗାଇ ଟିଆ ନଉଁ ବଲି ବାବ୍ଲାସ୍ନି କି ?