6 କାଇକେବଇଲେ ପରମେସର୍ ସେ ଦିନେ ତାର୍ କରମ୍ ଇସାବେ ସବୁକେ ପୁରୁସ୍କାର୍ ଦେଇସି । 7 ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି । 8 ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି ।
Publicidade
Publicidade