20 ତମେ ପାପର୍ ଗତିଦାଙ୍ଗ୍ଡା ରଇଲାବେଲେ, ଦରମ୍ ଜିବନ୍ ଜିଇବାକେ ମୁର୍ମୁରା ଅଇରଇଲାସ୍ । 22 ମାତର୍ ତମେ ଏବେ ପାପେଅନି ମୁକ୍ଲିକରି ପରମେସରର୍ ଗତିଦାଙ୍ଗ୍ଡା ଅଇଆଚାସ୍ । ଏଟାର୍ ଲାବ୍ ଅଇଲାନି, ପରମେସରର୍ତେଇ ପୁରାପୁରୁନ୍ ସଲଦ୍ । ଆରି ଇତିଅନି ମିଲ୍ବାଟା ଅଇଲାନି ନ ସାର୍ବା ଜିବନ୍ ।