24 କେଡେ କରମ୍ ନଇଲା ଲକ୍ ମୁଇ ! ମରନର୍ ମୁଏଁ ଜିକିନେବା ଏ ଗାଗଡର୍ ଚଲାଚଲ୍ତି ଅନି କେ ମକେ ମୁକ୍ଲାଇସି ? 25 ପରମେସର୍ ଦନିଅବାଦ୍ ପାଅ ! ମାପ୍ରୁ ଜିସୁ କିରିସ୍ଟର୍ ଲାଗି ମୁଇ ଉଦାର୍ ପାଇଆଚି ।
ତେବେ, ଏଟା ଅଇଲାନି ମର୍ କରମ୍ । ପରମେସରର୍ ନିୟମ୍ କାଲି ମୁଇ ମର୍ ମନେ ନାମି ପାର୍ବି । ମାତର୍ ମର୍ ମୁନୁସ୍ ଇସାବର୍ ଚଲାଚଲ୍ତି ମକେ ପାପର୍ ଗତି ଦାଙ୍ଗ୍ଡା ଅଇବାକେ ବାଦିଅ କଲାନି ।