15 ୮:୧୫ ଗାଲାତିୟ ୪:୫-୭୮:୧୫ ମାର୍କ ୧୪:୩୬; ଗାଲାତିୟ ୪:୬କାଇକେବଇଲେ ପରମେସର୍ ଦେଲା ଆତ୍ମା, ତମ୍କେ ଗତିଦାଙ୍ଗ୍ଡା ଅଇବା ତେଇଅନି ମୁକ୍ଲାଇଲା ଆଚେ । ତମେ ଆରି ଡର୍ବାର୍ ଲଡା ନାଇ । ମାତର୍ ସୁକଲ୍ଆତ୍ମା ତମ୍କେ ପରମେସରର୍ ପିଲାଟକି କରିଆଚେ । ତାର୍ ବପୁ ଏତାଇକରି ଏବେ ଆମେ ପରମେସର୍କେ "ବାବା, ମର୍ ବାବା !" ବଲି ଡାକ୍ଲୁନି । 16 ପରମେସରର୍ ଆତ୍ମା ଆମର୍ ବିତ୍ରର୍ ଆତ୍ମା ସଙ୍ଗ୍ କଁଟ୍ ମିସାଇ ଆମ୍କେ ତାର୍ ପିଲାଟକି ବଲି ଜାନାଇଲାନି । 17 କାଇକେବଇଲେ ଆମେ ପରମେସରର୍ ପିଲାଟକି । ତାର୍ ଲକ୍ମନ୍କେ କାତା ଦେଇରଇବା ଆସିର୍ବାଦେ ଆମେ ମିସ୍ବୁ । ଆରି କିରିସ୍ଟର୍ ପାଇ ପରମେସର୍ ଜନ୍ଟା ଟୁଲାଇ ସଙ୍ଗଇଲା ଆଚେ, ତେଇ ମିସା ଆମର୍ ପାଇ ବାଟା ଆଚେ । ଜଦି ଆମେ ଜିସୁର୍ ଦୁକ୍ପାଇବାତେଇ ମିସ୍ଲୁ ଆଚୁ, ତେବେ ତାର୍ ଡାକ୍ପୁଟା ପାଇବାତେଇ ମିସା ମିସ୍ବୁ ।