ପରମେସରର୍ ଆଲାଦ୍
31 ଏ ସବୁର୍ତେଇଅନି ଆରି କାଇଟା କଇବାର୍ ଅଇସି ? ଜଦି ପରମେସର୍ ଆମର୍ ବାଟେ ଆଚେ, ତେବେ କେ ଆମର୍ ବିରଦି ଅଇପାର୍ସି ? 32 ପରମେସର୍ କେବେମିସା ଆମର୍ ବିରଦି ନଏଁଁ, କାଇକେବଇଲେ ସେ ନିଜର୍ ପଅକେ ମିସା ରକିଆ ନ କରି ଆମର୍ ପାଇ ଦାନ୍ ଦେଇଆଚେ । ସେନ୍ତିଆଲେ ସେ ଆମର୍ ପାଇ କାଇ ସବୁ ବିସଇ ଦାନ୍ ନ ଦେଏ କି ? 33 ପରମେସର୍ ବାଚ୍ଲା ଲକ୍ମନ୍କେ କେ ଦସିବଲି କଇପାର୍ସି ? ସେମନ୍କେ ସେ ନିଜେ କାଇ ଦସ୍ କରି ନ ରଇବା ଲକ୍ ବଲି ଉଡ୍ରା କଲାଆଚେ । 34 ତେବେ ସେମନ୍କେ ଦସି ବଲି କେ କଇନାପାରତ୍ । କିରିସ୍ଟ ଜିସୁ ତା କେବେ ନ କରେ, କାଇକେବଇଲେ ତାକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଲାଆଚେ । ଏବେ ସେ ପରମେସରର୍ ଉଜାବାଟେ ରଇକରି ଆମର୍ପାଇଁ ଗୁଆରି କରି ପାର୍ତନା କଲାନି । 35 ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ । 36 ସାସ୍ତରେ ଲେକାଆଚେ,
"ତମର୍ଲାଗି ସବୁ ଦିନ୍ ଆମେ ମରନର୍ ମୁଆଟେ ଗାଲୁନି,
ପୁଜ୍ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।"
37 ଜେ ଆମ୍କେ ଆଲାଦ୍ କଲାଇନି, ତାର୍ ସାଇଜ ସଙ୍ଗ୍ ଆମେ ଏ ସବୁର୍ ଉପ୍ରେ ଜିତି ଆଚୁ । 38 ମୁଇ ସତଇସେ ଜାନ୍ଲିନି ଜେ, ପର୍ମେସର୍ ଜନ୍ ବଡ୍ ଆଲାଦ୍ ଆମ୍କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍କେ ବେଗ୍ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍ ରଇଲେ, ସରଗର୍ ଦୁତ୍ ଅଅତ୍ କି ସାସନ୍କାରିଆମନ୍, କି କାଇ ବିନ୍ ବପୁ, କି ଏବେ ଜନ୍ଟା ଅଇଲାନି, ପଚ୍କେ ଜନ୍ଟା ଅଇସି, 39 ଉପ୍ରର୍ ଦୁନିଆ କି ତଲର୍ ଦୁନିଆ, ଏ ଜଗତେ ତିଆର୍ ଅଇରଇବା କାଇ ବିସଇ ମିସା ପର୍ମେସରର୍ ବଡ୍ ଆଲାଦେ ଅନି ଆମ୍କେ ବେଗ୍ଲାଇ ନାପାରେ । ଆମର୍ ମାପ୍ରୁ ଜିସୁକିରିସ୍ଟକେ ଦେଲା ପରମେସରର୍ ସେ ବଡ୍ ଆଲାଦେ ଅନି, ଏ ସବୁ ବିସଇ ଆମ୍କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।