35 ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ । 36 ସାସ୍ତରେ ଲେକାଆଚେ,
"ତମର୍ଲାଗି ସବୁ ଦିନ୍ ଆମେ ମରନର୍ ମୁଆଟେ ଗାଲୁନି,
ପୁଜ୍ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।"
37 ଜେ ଆମ୍କେ ଆଲାଦ୍ କଲାଇନି, ତାର୍ ସାଇଜ ସଙ୍ଗ୍ ଆମେ ଏ ସବୁର୍ ଉପ୍ରେ ଜିତି ଆଚୁ ।