12 ଜନ୍ ଲକ୍ମନ୍ ପରିକା ଆଇଲେ ମିସା ମୁର୍ଚି କରି ରଇବାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ । କାଇକେବଇଲେ ସେ ସବୁ ପରିକାଇ ସେମନ୍ ଡାଁଟ୍ ସଙ୍ଗ୍ ଟିଆଅଇଲାପଚେ, ପୁରୁସ୍କାର୍ ପାଇବାଇ । ପର୍ମେସର୍ ତାର୍ ନିଜର୍ ଲକ୍ମନ୍କେ ଜନ୍ ଜିବନର୍ ମୁକୁଟ୍ ଦେବାକେ ସପତ୍ କଲାଆଚେ, ସେମନ୍ ସେଟା ପୁରୁସ୍କାର୍ ଇସାବେ ମିଲାଇବାଇ । 13 କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ । 14 ମାତର୍ ଗଟେକ୍ ଲକର୍ କରାପ୍ ଗୁନ୍ଚଲନ୍ ତାକେ ପରିକା କରାଇ ଅଇବାକେ ଡାକିନେଇସି । 15 ତାର୍ପଚେ ତାର୍ କାରାପ୍ ଗୁନ୍ଚଲନେଅନି ପାପ୍ ବାରଇସି । ଆରି ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ମରନ୍ ଆଇସି ।
Publicidade
Publicidade