ବିସ୍ବାସ୍ ଆରି ଗିଆନ୍
2 ଏ ମର୍ ବାଇବଇନିମନ୍ ଜିବନ୍ ବିତାଇଲାବେଲେ ତମର୍ ବିସ୍ବାସ୍ ଡାଁଟ୍ ଆଚେ କି ନାଇ ବଲି, ଜେତ୍କି ଦୁକ୍ କସ୍ଟର୍ ପରିକା ଆଇଲେ, ଏଟା ଗଟେକ୍ ନିକ କରମର୍ ବିସଇ ବଲି ଏତାଆ । 3 କାଇକେବଇଲେ, ଏନ୍ତାରି ଦୁକ୍ କସ୍ଟ ଆଇଲେ ତମର୍ ବିସ୍ବାସ୍ ପରିକାକରି ଡାଁଟ୍ ଆଚେବଲି ଦେକାଇସି । ଆରି ମୁରଚ୍ବାଟା ଅଦିକ୍ ଅଦିକ୍ ଅଇସି ବଲି ତମେ ଜାନିଆଚାସ୍ ।