6 ମାତର୍ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍ବାସର୍ ସଙ୍ଗ୍ ପାର୍ତନା କର୍ବାର୍ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍ସି, ସେ ପବନ୍ସଙ୍ଗ୍ ଇଣ୍ଡ୍ତେ ରଇବା ସମ୍ଦୁରର୍ ଉଲ୍କା ପାନି ପାରା ଗଟେକ୍ ଲକ୍ । 7 ସେ ରକାମ୍ ଲକ୍ ମାପ୍ରୁର୍ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର ।