ଲକ୍ ଦେକି କର୍ବା କାମେ ଜାଗ୍ରତ୍
1 ଏ ବାଇବଇନିମନ୍ ଆମର୍ ଡାକ୍ପୁଟା ମାପ୍ରୁ ଜିସୁ କିରିସ୍ଟକେ ବିସ୍ବାସ୍ କଲାର୍ଲାଗି, ଲକ୍ମନର୍ ଅଲ୍ଗା ପିନ୍ଦାଅଡା ଦେକିକରି, ନିଜର୍ ଚଲାଚଲ୍ତି ବାଦ୍ଲାଇବାଟା ଟିକ୍ ନାଇ । 2 ଜଦି ସବାଇ ଗଟେକ୍ ଲକ୍ ସୁନାର୍ ମୁନ୍ଦି ଆରି ଜକ୍ମକି ଜାଇତେରଇବା ବସ୍ତର୍ ପିନ୍ଦିକରି ତମର୍ଲଗେ ଆଇସି, ଆରି ଗଟେକ୍ ଲକ୍ ମୁର୍କି ରଇ ଚିର୍ବୁର୍ଅଇରଇବା ବସ୍ତର୍ ପିନ୍ଦିକରି ଆଇସି । 3 ଆରି ତମେ ସୁନ୍ଦର୍ ବସ୍ତର୍ ପିନ୍ଦିଆସି ରଇବା ଲକ୍କେ ଅଦିକ୍ ସନ୍ମାନ୍ ଦେଇକରି କଇସା, "ଆସା ଏ ନିକ କୁର୍ଚି ଉପ୍ରେ ବସା ।" ମାତର୍ ଅର୍କିତ୍ ଲକ୍କେ କଇସା "ତେଇ ଜାଇ ଟିଆ ଅ ।" ନଇଲେ "ତଲେ ବସ୍ ।" ବଲିକରି କଇସୁ । 4 ସେନ୍ତାର୍ ଆଲେତା ତମେ ନିଜର୍ ନିଜର୍ ବିତ୍ରେ ବଡ୍ସାନ୍ ବଲିକରି ଅଲ୍ଗା ଇସାବେ ଦେକ୍ଲାସ୍ନି । ଆରି କାରାପ୍ ଇସାବେ ମୁ ଦେକି, ବିଚାର୍ କଲାସ୍ନି ।
5 ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି ? 6 ମାତର୍ ତମେ ଅର୍କିତ୍ ଲକ୍ମନ୍କେ ସନ୍ମାନ୍ ଦିଆସ୍ ନାଇ । ସାଉକାର୍ ଲକ୍ମନ୍ସେ ତମ୍କେ କସ୍ଟ ଦେଲାଇନି । ସେମନ୍ସେ ତମ୍କେ ବିଚାର୍ନା ଜାଗାଇ ଜିକି ନେଲାଇନି । 7 ତମ୍କେ ଜନ୍ ନାଉଁ ଜିସୁ କିରିସ୍ଟ ଦିଆଅଇଆଚେ, ସେ ନାଉଁ ନେଇକରି ନିନ୍ଦା କଲାଇନି ।
8 ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ସାସ୍ତରେ ଲେକା ଅଇରଇଲାପାରା ପର୍ମେସରର୍ ରାଇଜର୍ ଏ ନିୟମ୍ ଜଦି ତମେ ମାନ୍ସା, ସେନ୍ତାର୍ ଆଲେ ଟିକ୍ କଲାସ୍ନି । 9 ମାତର୍ ତମେ ଜଦି ବଡ୍ ସାନ୍ ଦେକ୍ଲାସ୍ନି, ପାପ୍ କଲାସ୍ନି । ଆରି ସେ ରିତିନିତିର୍ ଲାଗି ଦସି ବଲାଇ ଅଇଲାସ୍ନି ।