ବିସ୍ବାସ୍ ଆରି କାମ୍
14 ଏ ମର୍ ବାଇବଇନିମନ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି ବଲି କଇସି । ମାତର୍ ତାର୍ କାମ୍ କଲାଟାନେ ସେଟା ନ ଡିସେ ବଇଲେ, ତାର୍ ପାଇ କାଇ ମୁଲିଅ ନାଇ । ଏନ୍ତାରି ବିସ୍ବାସ୍ ତାକେ କାଇ ମୁକ୍ତି ଦେଇ ନାପାରେ । 15 ଜଦି ଗଟେକ୍ ବିସ୍ବାସି ବାଇ କି ବଇନିକେ, ସେ ଦିନର୍ ପାଇ କାଇବାକେ କି ପିନ୍ଦ୍ବାକେ ନ ରଇଲେ, 16 ତମର୍ ବିତ୍ରେ କେଆଲେ ଗଟେକ୍ ଲକ୍ ତାର୍ ଲଗେ ଜାଇ, ତକେ ପେଟ୍କେ କାଦି ଆରି ଗାଗଡ୍କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍ ? 17 ସେନ୍ତାରିସେ ଗଟେକ୍ ବିସ୍ବାସ୍ କର୍ବା ଲକ୍ ତାର୍ ବିସ୍ବାସ୍ ସଙ୍ଗ୍ ନିକ କାମ୍ ମିସା ନ ଡିସ୍ଲେ ତାର୍ ବିସ୍ବାସ୍ ମରିଗାଲା ଆଚେ ।