9 ଆମେ ଜିବ୍ ସଙ୍ଗ୍ ମାପ୍ରୁକେ ଆରି ବାବା ପରମେସର୍କେ ଦନିଅବାଦ୍ ଦେଲୁନି ଆରି ଏ ଜିବ୍ସଙ୍ଗ୍ ପର୍ମେସର୍ ତାର୍ପାରା ତିଆର୍ କରିରଇବା ମୁନୁସ୍କେ ସାଇପ୍ ଦେଲୁନି । 10 ଗଟେକ୍ ଟଣ୍ଡେଅନିସେ ଦନିଅବାଦ୍ ଦେବାଟା ଆରି ସାଇପ୍ ଦେବାଟା ବାରଇସି । ମର୍ ବାଇବଇନିମନ୍, ଏନ୍ତାରି ଅଇବାଟା ଟିକ୍ ନଏଁ । 11 ଗଟେକ୍ ଚୁଆବିଲେଅନି, ଗଲାପାନି ଆରି ନିର୍ମଲ୍ପାନି ବାରଇସି କି ? ନାଇ, ନ ବାରଏ । 12 ଏ ମର୍ ବାଇବଇନିମନ୍, ଡୁମ୍ରିଗଚେ ଜିତ୍ପଲ୍ ନ ପଲେ କି କାଇ ଅଙ୍ଗୁର୍ ମାଲେ ଡୁମ୍ରି ନ ପଲେ । ସେନ୍ତାରିସେ ଗଟେକ୍ ଗଲାପାନି ବାରଇବା ଚୁଆଇ ଅନି ନିର୍ମଲ୍ ପାନି ନ ବାରଏ ।
Publicidade