17 ଏଲିଅର୍ ବିସଇ ବାବିଦେକା, ସେ ମିସା ଆମର୍ ପାରାସେ ରଇଲା । ପୁର୍ବେ ଇସ୍ରାଏଲ୍ ଦେସେ ପାନି ନ ମାର ବଲି ସେ ମନ୍ଦିଆନ୍ ଦେଇ ପାର୍ତନା କର୍ତେରଇଲା । ସେଟାର୍ପାଇଁ ସେ ଦେସେ ତିନ୍ ବରସ୍ ଚ ମାସ୍ ଜାକ ପାନି ମାରେ ନାଇ । 18 ଆରି ତରେକ୍ ପାନି ମାର ବଲି ପାର୍ତନା କଲାକେ ବାଦ୍ଲେଅନି ପାନି ମାର୍ଲା । ତେବର୍ପାଇ ଜମିଟାନେ ତାସ୍ ଅଇଲା ।