10 Milagres de Jesus na Bíblia: Lista com versículos e explicação
Os milagres de Jesus são muito mais do que demonstrações de poder sobrenatural; eles são sinais que confirmam sua divindade e missão. Ao longo dos Evangelhos, vemos Cristo curando enfermos, dominando a natureza e vencendo a morte.
Neste guia, selecionamos 10 milagres de Jesus na Bíblia, organizados com referências e uma breve explicação sobre o impacto espiritual de cada um deles.
Os principais milagres de Jesus nos Evangelhos
1. Transformação da Água em Vinho
Referência: João 2:1-11
Explicação: Ocorreu nas Bodas de Caná. Sendo o seu primeiro milagre público, Jesus demonstrou autoridade sobre a matéria e a natureza, revelando sua glória aos discípulos e abençoando a instituição da família.
କାନା ଗଡେ ବିବା
ଦୁଇ ଦିନ୍ ପଚେ ଗାଲିଲି ଦେସର୍ କାନା ନାଉଁର୍ ଗଡେ ଗଟେକ୍ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍ ମାଆ ମରିୟମ୍ ରଇଲା । ଜିସୁ ଆରି ତାର୍ ସିସ୍ମନ୍କେ ମିସା ସେ ବିବାତେଇ ଡାକି ରଇଲାଇ । ବଜି ନ ସାର୍ତେ ଅଙ୍ଗୁର୍ ରସ୍ ସାରିଗାଲାକେ ଜିସୁର୍ ମାଆ ଆସି ତାକେ କଇଲା, "ସେମନର୍ ଅଙ୍ଗୁର୍ ରସ୍ ସାରିଗାଲାବେ ।" ଜିସୁ ତାକେ କଇଲା, "ଏ ମାଆ, ମର୍ଟାନେ ତର୍ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।"
ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, "ଜିସୁ ତମ୍କେ ଜାଇଟା କଇସି ସେଟା କରା ।"
ସେ ଜାଗାଇ ବଡ୍ ବଡ୍ ପାକ୍ନା ସଙ୍ଗ୍ ତିଆର୍ କଲା ଚଅଟା କୁଣ୍ଡ୍ ରଇଲା । ଜିଉଦି ଲକ୍ମନ୍ ସୁକଲ୍ ଅଇବାକେ ସେମନର୍ ରିତିନିତି ଇସାବେ ଏ କୁଣ୍ଡର୍ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍ ଗଟେକ୍ କୁଣ୍ଡେ ସଏ ଲିଟର୍ ଲାକା ପାନି ଦାର୍ତେ ରଇଲା । ଜିସୁ ବାଣ୍ଡାର୍ଗରିଆମନ୍କେ "ସେ କୁଣ୍ଡ୍ମନ୍କେ ପାନି ବର୍ତି କରା" ବଲି କଇଲା ଆରି ସେମନ୍ ସେ ସବୁ କୁଣ୍ଡେ ପାନି ବର୍ତି କଲାଇ । ତାର୍ ପଚେ ଜିସୁ ସେମନ୍କେ ତେଇର୍ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍କେ ଦିଆସ୍ ବଲି କଇଲା । ସେମନ୍ ତେଇର୍ ପାନି ଡୁମି ନେଇ ତାକେ ଦେଲାଇ । ମାତର୍ ସେ ସବୁ ପାନି ଅଙ୍ଗୁର୍ ରସ୍ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍ ଅଙ୍ଗୁର୍ ରସ୍ କନ୍ତିଅନି ବଲି ଜାନି ନ ରଇଲା । ମାତର୍ ସେ ପାନି ଡୁମି ନେଲା ଲକ୍ମନ୍ ଜାନି ରଇଲାଇ, ପଚେ ସେ ଲକ୍ ଚାକି କରି ଏ ରସ୍ କନ୍ତିଅନି ଆନ୍ଲାଇ ବଲି ବିବା ଅଇବା ଦାଙ୍ଗ୍ଡାକେ ଡାକି ପାଚାର୍ଲା, "ଲକ୍ମନ୍ ସବୁ ବେଲା ପର୍ତୁମ୍ ପର୍ତୁମ୍ କାଇବାକେ ନିମାନ୍ ଅଙ୍ଗୁର୍ ରସ୍ ଦେବାଇ । ଆରି ଗତିଆ ଲକ୍ମନ୍ କାଇ ପୁରୁନ୍ ଅଇଲା ପଚେ ଚପ୍ରାଟା ଦେବାଇ । ମାତର୍ ତମେ ଏବେ ସାରାସାରି ଜାକ ନିମାନ୍ ଅଙ୍ଗୁର୍ ରସ୍ କନ୍ତି ସଙ୍ଗଇ ରଇଲାସ୍ ?"
ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।
2. Cura do cego de nascença
Referência: João 9:1-12
Explicação: Jesus usa lodo para curar um homem que nunca havia enxergado. Este milagre prova que Ele é a Luz do Mundo e tem poder para restaurar o que nasceu com defeito.
ଜିସୁ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ନିମାନ୍ କଲା
ଦିନେକ୍ ଜିସୁ ଜିବାବେଲେ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ଦେକ୍ଲା । ଆରି ତାର୍ ସିସ୍ମନ୍ ତାକେ ପାଚାର୍ଲାଇ, "ଏ ଗୁରୁ କେ ପାପ୍ କଲାଇଜେ ଏ ଲକ୍ କାଣାଅଇ ଜନମ୍ ଅଇଲା ? ସେ ନିଜେ କି ତାର୍ ବାବା ମାଆର୍ ପାପର୍ ଲାଗି ?"
ଜିସୁ କଇଲା, "ତାର୍ କି ତାର୍ ବାବା ମାଆର୍ କାଇ ପାପ୍ଦସ୍ ନାଇ । ପର୍ମେସରର୍ ବପୁ ତାର୍ଟାନେ ଜାନାପଡ୍ସି ବଲି, ସେ କାଣା ଅଇ ଜନମ୍ ଅଇଲା ଆଚେ । ବେଲ୍ ରଇତେସେ ମକେ ପାଟାଇରଇବା ପର୍ମେସରର୍ କାମ୍ ଆମେ କର୍ବାର୍ ଆଚେ । ଏନ୍ତି ଆନ୍ଦାର୍ ଆଇଲାନି ସେ ବେଲାଇ କେ ମିସା କାଇ କାମ୍ କରି ନାପାରତ୍ । ମୁଇ ଜେତେ ଦିନ୍ ଜାକ ଏ ଦୁନିଆଇ ରଇବି ସେତ୍କି ଦିନ୍ ଜାକ ଏ ଦୁନିଆର୍ ଉଜଲ୍ ।"
ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍ ସଙ୍ଗ୍ କାଦ ଚକଟ୍ଲା । ଆରି ସେ କାଦ ନେଇକରି କାଣାର୍ ଦୁଇଟା ଆଁକିତେଇ ଲିପିଦେଲା । ଆରି ତାକେ କଇଲା, "ତୁଇ ଜା ଆରି ସିଲଅ ନାଉଁର୍ ବନ୍ଦେ ଜାଇକରି ମୁ ଦଇ ଆଉ ।" ସିଲଅର୍ ଅରତ୍ ଅଇଲାନି ପାଟାଇଲାଟା । ତାର୍ ପଚେ ସେ ଲକ୍ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍ଲା ଆରି ଆଇଲା ।
କେତେକ୍ ଲକ୍ମନ୍ ଏ ଲକ୍କେ ଆଗ୍ତୁ ବିକ୍ ମାଙ୍ଗ୍ବାଟା ଦେକି ରଇଲାଇ । ସେଟାର୍ ପାଇ ଏ ଲକ୍ମନ୍ ଆରି କାଣାର୍ ଗର୍ ଲଗର୍ ଲକ୍ମନ୍ ତାକେ ଦେକି କଇଲାଇ, "ଜନ୍ ଲକ୍କି ସବୁବେଲା ବସିକରି ବିକ୍ ମାଙ୍ଗ୍ତେ ରଇଲା ସେ କାଇ ଏ ଲକ୍ ନଏଁ କି ?"
କେତେ ଲକ୍ମନ୍ କଇଲାଇ, "ଉଁ ଏତାଉ ସେ ଲକ୍ସେ ।" ମାତର୍ ଆରି ଅଦେକ୍ ଲକ୍ କଇଲାଇ, "ନାଇ ଏ ସେ ଲକ୍ ନଏଁ ମାତର୍ ତାର୍ ପାରା ଡିସ୍ଲାନି ।" ମାତର୍ କାଣା କଇଲା, "ମୁଇସେ ଆଗ୍ତୁ କାଣା ଅଇରଇଲି ।"
ଲକ୍ମନ୍ ତାକେ ପାଚାର୍ଲାଇ, "ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍ଲୁସ୍ନି ?"
କାଣା ସେମନ୍କେ କଇଲା, "ଲକ୍ମନ୍ ଜନ୍ ଲକ୍କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍ ଆଁକିତେଇ ଲିପିଦେଲା । ତାର୍ପଚେ ସେ ମକେ ‘ସିଲଅ ନାଉଁର୍ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍ରେ ଦେକି ପାର୍ଲି ।"
ଆରି ଲକ୍ମନ୍ ତାକେ କଇଲାଇ, "ସେ କନ୍ତି ଆଚେ ?" ସେ "ମୁଇ ନାଜାନି" ବଲି କଇଲା ।
3. Multiplicação dos pães e peixes
Referência: Mateus 14:13-21
Explicação: Com apenas cinco pães e dois peixes, Jesus alimentou mais de 5 mil homens. Este sinal revela Cristo como o Pão da Vida, aquele que supre todas as nossas necessidades.
ଜିସୁ ପାଁଚ୍ଅଜାର୍ ଲକ୍କେ କୁଆଇବାଟା
ଜିସୁ ଜଅନର୍ କବର୍ ସୁନ୍ଲା ଦାପ୍ରେ ଡଙ୍ଗାଇ ଚଗ୍ଲା ଆରି ଗଟେକ୍ କିନରା ଜାଗାଇ ଗାଲା । ତେଇ ସେ ଜିବାଟା ଜାନିକରି ଲଗର୍ ପାକର୍ ସଅରେ ଅନି କେତେକ୍ କେତେକ୍ ଲକ୍ମନ୍ ଗାଡ୍ କଣ୍ଡିକଣ୍ଡି ଇଣ୍ଡି ଜିସୁର୍ ପଚେ ପଚେ ଗାଲାଇ । ଜେଡେବେଲେ ଜିସୁ ଡଙ୍ଗାଇଅନି ଉତ୍ରି ଏତେକ୍ମାଣ୍ଡ୍ ଲକ୍ମନ୍କେ ଦେକ୍ଲା, ସେ ଦୟା କଲା । ତେଇ ଜେତ୍କି ରଗିମନ୍ ରଇଲାଇ, ସବୁକେ ନିକ କଲା ।
ସେଦିନେ ସଞ୍ଜ୍ବେଲାଇ, ସିସ୍ମନ୍ ଆସି ତାକେ କଇଲାଇ, "ବେସି ଅଲ୍ସମ୍ ଅଇଗାଲାନି । ଆରି ଏଟା ଗଟେକ୍ କିନରା ଜାଗା, ଲକ୍ମନ୍କେ କଇଦିଆସ୍, ସେମନ୍ ଗାଉଁମନ୍କେ ଜାଇ କାଦି ମିଲାଇବାଇ ।"
ମାତର୍ ଜିସୁ ସେମନ୍କେ କଇଲା, "ସେମନ୍ ଇତିଅନି ନ ଜାଅତ୍ । ତମେ ସେମନ୍କେ କାଇଟାଆଲେ କାଇବାକେ ଦିଆସ୍ ।"
ସିସ୍ମନ୍ କଇଲାଇ, "ଆମର୍ ଟାନେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ସେ ଆଚେ ।"
ଜିସୁ କଇଲା, "ସେଟା ମର୍ଟାନେ ଦାରିଆସା ।" ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ । ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ । ତେଇ ମାଇଜିମନ୍ ଆରି ପିଲାମନ୍କେ ଚାଡି, ସେ କାଦି ପାଁଚ୍ ଅଜାର୍ ଲକ୍ କାଇରଇଲାଇ ।
4. Jesus acalma a tempestade
Referência: Marcos 4:35-41
Explicação: Com uma ordem, o vento e o mar se aquietam. O milagre ensina sobre a paz que excede o entendimento e a autoridade do Messias sobre a criação.
ଜିସୁ ପବନ୍କେ ତବିର୍ କଲା
ସେଦିନେ ସଞ୍ଜ୍ ଅଇଲାକେ ଜିସୁ ସେମନ୍କେ କଇଲା, "ଆସା, ଗାଡ୍ ସେପାଟେ ଜୁ ।" ସେଡ୍କିବେଲେ ସେମନ୍ ଲକ୍ ଗଅଲି ଚାଡିକରି, ଜିସୁ ବସି ରଇଲା, ଗଟେକ୍ ଡଙ୍ଗାଇ ଜାଇ ବସ୍ଲାଇ । ଆରି ବିନ୍ ବିନ୍ ଡଙ୍ଗା ମିସା ତାକର୍ ସଙ୍ଗ୍ ରଇଲା । ପଚେ ଅଟାତ୍ ବେସି ବାଉପବନ୍ ଆଇଲା, ଆରି ଲଅଡିର୍ ମାଡ୍କେ ଡଙ୍ଗାଇ ପାନି ପୁରୁନ୍ ଅଇବାର୍ ଦାର୍ଲା । ସେଡ୍କିବେଲେ ଜିସୁ ଡଙ୍ଗାର୍ ପଚ୍ ଚଟୁ ମାର୍ବା ଲଗେ ମଚ୍ଲା ମୁଣ୍ଡିସାକରି ସଇଦେଇ ରଇଲା । ସିସ୍ମନ୍ ତାକେ ଉଟାଇ କଇଲାଇ, "ଏ ଗୁରୁ, ଆମେ ବୁଡିଜିବୁବେ, ତମ୍କେ କାଇ ଚେତ୍ନା ନାଇ ?"
ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, "ତବିର୍ ଅଇ ଚୁପ୍ ର ।" ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା । ଆରି ସେ ସିସ୍ମନ୍କେ କଇଲା, "କାଇକେ ଏତେକ୍ ଡର୍ଲାସ୍ନି ? ତମ୍କେ ଏବେଜାକ ମର୍ଲଗେ ବିସ୍ବାସ୍ ନାଇ କି ?"
ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, "ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି ?"
5. Cura da mulher com fluxo de sangue
Referência: Marcos 5:25-34
Explicação: Uma cura que aconteceu pelo toque da fé. Jesus mostra que está atento ao sofrimento individual e que a fé é o canal para receber o milagre.
ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା । ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା । ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା, "କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।"
ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା । ସେ ଦାପ୍ରେ ଜିସୁ ନିଜର୍ ଟାନେଅନି ସକ୍ତି ବାରଇବାଟା ଜାନିକରି ଲକ୍ମନର୍ ବାଟେ ବୁଲି ଦେକି କଇଲା, "କେ ମର୍ ଲୁଗା ଚିଇଲା ?"
ତାର୍ ସିସ୍ମନ୍ ତାକେ କଇଲାଇ, "ତମେତା ଦେକ୍ଲାସ୍ନି, ଲକ୍ମନ୍ ତମର୍ ଉପ୍ରେ ଡାବା ଡାବି ଅଇଗାଲାଇନି ଆରି ତମେ କେନ୍ତି କଇଲାସ୍ନି, କେ ମକେ ଚିଇଲା ବଲି ?"
ମାତର୍ ଜେ ଏଟା କରିରଇଲା, ତାକେ ଦେକ୍ବାକେ ସେ ଚାରିବେଡ୍ତି ଆଁକି ବୁଲାଇବାର୍ ଦାର୍ଲା । ସେଡ୍କି ବେଲେ ସେ ମାଇଜିଟକି ତାକେ ଜନ୍ ଜନ୍ଟା ଗଟିଆଚେ, ସେଟା ଜାନି, ଡରିକରି ତର୍ତରି ତର୍ତରି ଆସି ଜିସୁର୍ ଗଡ୍ତଲେ ଅଦ୍ରି ସବୁ ସତ୍କାତା କଇଲା । ଜିସୁ ତାକେ କଇଲା, "ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।"
6. Libertação do endemoninhado Gadareno
Referência: Marcos 5:1-20
Explicação: Jesus liberta um homem dominado por uma legião de espíritos. É a prova clara de sua autoridade absoluta sobre o reino das trevas.
ଡୁମାଦାର୍ଲା ଲକ୍କେ ଜିସୁ ନିମାନ୍ କଲା
ଜିସୁ ଆରି ତାର୍ ସିସ୍ମନ୍ ସମ୍ଦୁର୍ ସେପାଟେ ରଇବା ଗରାସିୟମନର୍ ଜାଗାଇ କେଟ୍ଲାଇ । ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ ଗଟେକ୍ ଡୁମା ଦାରିରଇବା ଲକ୍ ମସ୍ନେ ଅନି ବାରଇ ତାକେ ବେଟ୍ଅଇବାକେ ଆଇଲା । ସେ ଲକ୍ ମସ୍ନେ ବାସାଅଇରଇଲା, ଆରି କେ ମିସା ତାକେ ସିକିଲି ସଙ୍ଗ୍ ବାନ୍ଦି ନାପାର୍ତେ ରଇଲାଇ । ତାକେ କେତେକ୍ ତର୍ ଗଡେ କଡୁ ଆରି ଆତେ ସିକିଲି ସଙ୍ଗ୍ ବାନ୍ଦ୍ଲେ ମିସା, ସେ ସିକିଲି ସବୁ ଚିଡାଇ ଦେଇ, କଡୁ ସବୁ ବାଙ୍ଗାଇ ପାକାଇତେ ରଇଲା । ତାକେ ବାନ୍ଦି ସଙ୍ଗଇବାକେ କାର୍ ମିସା ବପୁ ନ ରଇଲା । ସେ ଦିନ୍ ରାତି ସବୁବେଲେ ମସ୍ନେ ଆରି କୁପ୍ଲିତେଇ ରଇ କିର୍କିର୍ତେ ରଇଲା, ଆରି ପାକ୍ନା ସଙ୍ଗ୍ ଗାଗ୍ଡେ ମୁଣ୍ଡେ ମାରିଅଇ କଣ୍ଡିଆ ବଣ୍ଡିଆ ଅଇଜାଇତେରଇଲା ।
ସେ ଜିସୁକେ ଦୁରିକେ ଅନି ଦେକି ପାଲାଇ ଆସି ତାର୍ ମୁଆଟେ ଅଦର୍ଲା । ଆରି ଆଉଲି ଅଇ କିର୍କିରି କରି କଇଲା, "ଏ ସବୁର୍ ଟାନେଅନି ବଡ୍ ପର୍ମେସରର୍ ପ ଜିସୁ, ମର୍ ଟାନେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ପର୍ମେସରର୍ ନାଉଁ ଦାରି ଗୁଆରି କରି କଇଲିନି, ମକେ କସ୍ଟ ଦିଆନାଇ ।" କାଇକେବଇଲେ ଜିସୁ ତାକେ ଆଗ୍ତୁ କଇତେରଇଲା, "ଏରେ ଡୁମା, ଏ ଲକର୍ଟାନେଅନି ବାରଇ ଜା ।"
ଆରି, ଜିସୁ ତାକେ ପାଚାର୍ଲା, "ତର୍ ନାଉଁ କାଇ ନାଉଁ ?" ସେ ତାକେ କଇଲା, "ମର୍ ନାଉଁ ବାଇନି ଡୁମା, ଏନ୍ତି ଆମେ ଜବର୍ ଆଚୁ ।"
ଆରି, ସେ ଲକ୍ ଜେନ୍ତିକି ସେମନ୍କେ ସେ ଜାଗାଇ ଅନି ବାଇରେ ନ ପାଟାଅ ବଲି, ଜିସୁକେ ତର୍କେ ତର୍ ଜୁଆର୍ ବିଆର୍ କଲା ।
ସେ ଲଗର୍ କୁପ୍ଲି ପାଲିକେ ବେସି ଗୁସ୍ରି ମାନ୍ଦା ଚାର୍ତେରଇଲାଇ । ଆରି ଡୁମାମନ୍ ଜିସୁକେ ଜୁଆର୍ ବିଆର୍ କରି କଇଲାଇ, "ସେ ଗୁସ୍ରିମନର୍ ବିତ୍ରେ ପୁର୍ବାକେ ଆମ୍କେ ପାଟାଆ ।" ଜିସୁ ସେମନ୍କେ ଆଦେସ୍ ଦେଲାଦାପ୍ରେ, ସେ ଲକର୍ ଲଗେଅନି ଡୁମାମନ୍ ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ସେଡ୍କିବେଲେ, ସେ ଆଡାର୍ ବିଡ୍କିକରି ପାଲାଇଲାଇ ଆରି କୁପ୍ଲି ଅନି ଗସ୍ରିକରି ସମ୍ଦୁରେ ଜାଇ ବୁଡି ମରିଗାଲାଇ । ଆଡାରେ ଗୁସ୍ରି ମାନ୍ଦା ପାକାପାକି ଦୁଇଅଜାର୍ଟା ରଇଲାଇ ।
ଗୁସ୍ରିମନ୍କେ ଚାରାଇତେରଇବା ଲକ୍ମନ୍ ପାଲାଇ ଜାଇ ଗାଉଁ ଆରି ଗୁଡାମନ୍କେ ସେଟା ଜାନାଇଲାଇ । ଜାନାଇଲାଟା ସୁନି ଲକ୍ମନ୍ "ତେଇ କାଇଟା ଅଇଲାଆଚେ ?" ବଲି ଦେକ୍ବାର୍ ଆଇଲାଇ । ଆରି ଲକ୍ମନ୍ ଜିସୁର୍ ଲଗେ ଆସିକରି ସେ ଡୁମା ଦାରି ରଇଲା ଜନ୍ଲକ୍କେ କି ଆଗ୍ତୁ ବାଇନି ଡୁମା ଦାରିରଇଲା, ସେ ଲକ୍ ନିମାନ୍ ଲୁଗା ପିନ୍ଦିକରି ନିକ ଲକର୍ପାରା ବସିରଇବାଟା ଦେକି ଡରିଗାଲାଇ । ଆରି ଜନ୍ ଲକ୍ମନ୍ ଦେକିରଇଲାଇ, ସେମନ୍ ସେ ଡୁମା ଦାରିରଇବା ଲକ୍କେ କାଇଟା ଅଇରଇଲା, ସେଟା ଆରି ଗୁସ୍ରିମନ୍କେ ଅଇଲା ବିସଇ ସେମନ୍କେ କଇଦେଲାଇ ।
ତେଇ ଲକ୍ମନ୍ ଜିସୁକେ ସେମନର୍ ସନ୍ଦିଅନି ଚାଡି ଜିବାକେ ବାବୁଜିଆ କଲାଇ ।
ପଚେ ଜିସୁ ଡଙ୍ଗାଇ ଚଗ୍ବା ବେଲେ ଜନ୍ଲକ୍କେ ଆଗ୍ତୁ ଡୁମା ଦାରିରଇଲା, ସେ ଲକ୍ ତାର୍ ସଙ୍ଗ୍ ରଇବାକେ ବାବୁଜିଆ କଲା ।
ମାତର୍ ଜିସୁ ତାକେ ତେବାଇକରି କଇଲା, "ତମର୍ ଗରେ, ତମର୍ ନିଜର୍ ଲକ୍ମନର୍ ଟାନେ ଜା, ଆରି ପର୍ମେସର୍ ତର୍ପାଇ ଜନ୍ ବଡ୍ କାମ୍ କଲା ଆଚେ ଆରି ତକେ ଜନ୍ ଦୟା ଦେକାଇ ଆଚେ, ସେଟା ସବୁ ସେମନ୍କେ ଜାନାଇଦେସ୍ ।"
ତେଇଅନି ସେ ଲକ୍ ଜାଇକରି, ଜିସୁ ତାର୍ପାଇ ଜନ୍ ବଡ୍ କାମ୍ କରିରଇଲା, ସେ ସବୁ ଦେକାପଲି ନଅରେ, ଗାଉଁମନ୍କେ କଇବୁଲ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
7. Ressurreição da filha de Jairo
Referência: Marcos 5:21-43
Explicação: Jesus demonstra que a morte para Ele é como o sono. Ele restaura a vida de uma criança, trazendo esperança para uma família desesperada.
ଜିସୁ ଗଟେକ୍ ମଲା ଟକିକେ ଜିବନ୍ ଦେଲା ଆରି ଗଟେକ୍ ରଗି ମାଇଜିକେ ନିମାନ୍ କଲା
ଜିସୁ ଡଙ୍ଗା ଲଙ୍ଗି ଜାଇ ଆରିତରେକ୍ ବାଉଡି ଆଇଲାଦାପ୍ରେ, ଜବର୍ଲକ୍ ତାର୍ ଲଗେ ରୁଣ୍ଡ୍ଲାଇ, ଆରି ସେ ସମ୍ଦୁର୍ କଣ୍ଡି ରଇଲା । ସେଡ୍କିବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଅ, ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆସି ଜିସୁକେ ଦେକି ତାର୍ ଗଡ୍ତଲେ ଅଦର୍ଲା । ଆରି ବେସି ବାବୁଜିଆ କରି କଇଲା, "ମର୍ ଟକି ମର୍ବା ଉପ୍ରେ ଆଚେ, ସେ ଜେନ୍ତି ନିକ ଅଇ ବଁଚ୍ସି, ତେବର୍ ପାଇ ତମେ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଦିଆସ୍ ।"
ଜିସୁ ତାକର୍ ସଙ୍ଗ୍ ଗାଲା, ଆରି ଗାଦିଲକ୍ ତାର୍ ପଚେ ପଚେ ଜିବାର୍ ଦାର୍ଲାଇ, ଆରି ଲକ୍ମନ୍ ତାକେ ଡାବାଡାବି ଅଇତେ ରଇଲାଇ ।
ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା । ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା । ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା, "କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।"
ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା । ସେ ଦାପ୍ରେ ଜିସୁ ନିଜର୍ ଟାନେଅନି ସକ୍ତି ବାରଇବାଟା ଜାନିକରି ଲକ୍ମନର୍ ବାଟେ ବୁଲି ଦେକି କଇଲା, "କେ ମର୍ ଲୁଗା ଚିଇଲା ?"
ତାର୍ ସିସ୍ମନ୍ ତାକେ କଇଲାଇ, "ତମେତା ଦେକ୍ଲାସ୍ନି, ଲକ୍ମନ୍ ତମର୍ ଉପ୍ରେ ଡାବା ଡାବି ଅଇଗାଲାଇନି ଆରି ତମେ କେନ୍ତି କଇଲାସ୍ନି, କେ ମକେ ଚିଇଲା ବଲି ?"
ମାତର୍ ଜେ ଏଟା କରିରଇଲା, ତାକେ ଦେକ୍ବାକେ ସେ ଚାରିବେଡ୍ତି ଆଁକି ବୁଲାଇବାର୍ ଦାର୍ଲା । ସେଡ୍କି ବେଲେ ସେ ମାଇଜିଟକି ତାକେ ଜନ୍ ଜନ୍ଟା ଗଟିଆଚେ, ସେଟା ଜାନି, ଡରିକରି ତର୍ତରି ତର୍ତରି ଆସି ଜିସୁର୍ ଗଡ୍ତଲେ ଅଦ୍ରି ସବୁ ସତ୍କାତା କଇଲା । ଜିସୁ ତାକେ କଇଲା, "ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।"
ସେ ଏ କାତା କଇଲା ବେଲେ ଜିଉଦି ମନର୍ ପାର୍ତନା ଚାଲାଉ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, "ତମର୍ ନୁନି ମରିଗାଲାବେ, କାଇକେ ଗୁରୁକେ ଆରି କସ୍ଟ ଦେଲାସ୍ନି ?"
ମାତର୍ ଜିସୁ ସେମନ୍ କାତା ଅଇଲାଟା ନ ସୁନ୍ଲାପାରାଅଇ ପାର୍ତନା ଚାଲାଉକେ କଇଲା, "ଡରାନାଇ, ଆବ୍କା ବିସ୍ବାସ୍ କରା ।" ଆରି ପିତର୍, ଜାକୁବ ଆରି ତାର୍ ବାଇ ଜଅନକେ ଚାଡି ଆରି କାକେ ନିଜର୍ ସଙ୍ଗ୍ ଜିବାକେ ଦେଏ ନାଇ । ସେମନ୍ ପାର୍ତନା ଚାଲାଉର୍ ଗରେ ଆଇଲା ଦାପ୍ରେ, ଜିସୁ, ଆଉଲି ଅଇବାଟା ଆରି ବେସି ମାର୍ଚପ୍ ଅଇ କାନ୍ଦ୍ବାଟା ଦେକ୍ଲା । ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, "କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି ? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।" ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
ମାତର୍ ସେ ସବୁକେ ବାର୍କରି ଟକିର୍ ଆୟାବାବାକେ ଆରି ନିଜର୍ ସିସ୍ମନର୍ ସଙ୍ଗ୍, ତାକେ ଜନ୍ ଲଗେ ଡୁଲାଇ ରଇଲାଇ, ସେ ଜାଗାଇ ଗାଲା । ଆରି ଟକିର୍ ଆତେଦାରି ତାକେ କଇଲା, "ଟଲିତାକୁମ୍ !" ବଇଲେ "ଏ ନୁନି ମୁଇଁ ତକେ କଇଲିନି ଉଟ୍ !"
ଏତ୍କି କଇଲା ଦାପ୍ରେ ଟକି ଉଟି ବୁଲ୍ବାର୍ ଦାର୍ଲା, ତାକେ ବାର ବରସ୍ ଅଇରଇଲା । ସେଡ୍କିବେଲେ ସବୁଲକ୍ମନ୍ ଦେକି ଅଦିକ୍ କାବାଅଇଗାଲାଇ । ଜେନ୍ତି ଆରି, କେ ମିସା ଟକିକେ ଗଟ୍ଲା ବିସଇ ନାଜାନତ୍, ତେବର୍ ପାଇ ସେ ଟକିର୍ ଆୟାବାବାକେ ଅଦିକ୍ ଡାଟ୍ ସଙ୍ଗ୍ ଆଦେସ୍ ଦେଲା, ଆରି "ଟକିକେ କାଇଟା ଆଲେ କାଇବାକେ ଦିଆସ୍ ।" ବଲି କଇଲା ।
8. Jesus anda sobre as águas
Referência: Mateus 14:22-33
Explicação: Ao caminhar sobre o Mar da Galileia, Jesus mostra que não está sujeito às leis da física. O episódio também serve para tratar a fé e a dúvida no coração de Pedro.
ଜିସୁ ପାନି ଉପ୍ରେ ଇଣ୍ଡ୍ଲା
ତାର୍ପଚେ ଜିସୁ ସିସ୍ମନ୍କେ ଡଙ୍ଗାଇ ବସାଇ ଗାଡ୍ ସେପାଟେ ଜିବାକେ କଇଲା । ସେ ନିଜେ ପଚେ ରଇଜାଇକରି ଲକ୍ମନ୍କେ ପାଟାଇତେ ରଇଲା । ସେ ଏକ୍ଲାସେ ପାର୍ତନା କର୍ବାକେ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲା ଆରି ସଞ୍ଜ୍ ଅଇବା ଜାକ ଜିସୁ ଗଟେକ୍ ଲକ୍ସେ ତେଇ ରଇଲା । ସେଡ୍କି ବେଲେ ଡଙ୍ଗା କଣ୍ଡିଅନି ବେସି ଦୁର୍ ଗାଡ୍ ବିତ୍ରେ ଉଟିଜାଇରଇଲା । ଆରି ଜବର୍ ପବନ୍ କଲାଜେ, ଲଅଡି ଟଲ୍ମଲି ଜାଇତେରଇଲା ।
କୁକ୍ଡା ଡାକେ, ଏଦେ ଦେକା ! ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ସିସ୍ମନର୍ ଲଗେ ଆଇଲା । ସିସ୍ମନ୍ ତାକେ ଦେକି କିଲ୍ବିଲ୍ ଅଇଗାଲାଇ । ଡରର୍ମାଡେ ଡୁମା ବଲି କିର୍କିର୍ଲାଇ ।
ସେ ଦାପ୍ରେସେ ଜିସୁ ସେମନ୍କେ ସାଆସ୍ ଦେଇ କଇଲା, "ମୁଇ କାଇକି, ଡରାନାଇ ।"
ଜିସୁର୍ ଏ କାତା ସୁନି ପିତର୍ କଇଲା, "ମାପ୍ରୁ ଜଦି ସତଇସେ ତମେ ଅଇରଇସା ବଇଲେ, ମକେ ପାନି ଉପ୍ରେ ଇଣ୍ଡି ଇଣ୍ଡି ତମର୍ ଲଗେ ଆଇବାକେ ଆଦେସ୍ ଦିଆ ।"
ଜିସୁ କଇଲା, "ଇଣ୍ଡି ଇଣ୍ଡି ଆଉ ।" ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା । ମାତର୍ ପବନ୍ ଜବର୍ ଆଇବାଟା ଦେକିକରି ଡରିଗାଲା ଆରି ପାନିଟାନେ ବୁଡିଜିବାର୍ ଦାର୍ଲା । ତେବେ ଆକ୍ମାରି କରି ଡାକ୍ଲା ଏ ମାପ୍ରୁ ମକେ ରକିଆ କର୍ !
ଜିସୁ ସେ ଦାପ୍ରେ, ଆତ୍ ଲାମାଇକରି ତାକେ ଦାରିକରି କଇଲା, "ଏ ଅଲପ୍ ବିସ୍ବାସ୍ କରୁ, କାଇକେ ଦୁଇମନିଆ ଅଇଲୁସ୍ନି ?"
ମାତର୍ ସେମନ୍ ଡଙ୍ଗାଇ ଚଗ୍ଲାକେ ପବନ୍ ବନ୍ଦ୍ଅଇ ଗାଲା । ଡଙ୍ଗାଇ ରଇଲା ଲକ୍ମନ୍ ଜିସୁକେ ଜୁଆର୍ କରି କଇଲାଇ, "ତମେ ସତ୍ସେ ମାପ୍ରୁର୍ ପିଲା ।"
9. Cura do paralítico
Referência: Marcos 2:1-12
Explicação: Jesus cura o corpo, mas primeiro perdoa os pecados. Este milagre estabelece que sua missão principal é a reconciliação espiritual do homem com Deus.
ଚେରେଙ୍ଗ୍ବାତ୍ ରଗି ନିମାନ୍ ଅଇଲା
କେତେଦିନ୍ ଗାଲା ପଚେ ଜିସୁ ଆରି ତରେକ୍ କପର୍ନାଉମେ ବାଅଡ୍ଲାକେ, ସେ ଗରେ ଆଚେ ବଲି ଆଲା ଅଇଗାଲା । ସେ ଗରେ ଏତେମାଣ୍ଡ୍ ଲକ୍ ଜମ୍ଲାଇ ଜେ, ଦୁଆରେ ମିସା ଟାନ୍ ଦାରିନାପାର୍ଲା, ଆରି ଜିସୁ ସେମନର୍ ଲଗେ ପର୍ମେସରର୍ ବାକିଅ ସୁନାଇବାର୍ ଦାର୍ଲା । ସେଡ୍କି ବେଲେ କେତେକ୍ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଦାରିଆଇଲାଇ । ତାକର୍ ବିତ୍ରେ ଅନି ଚାର୍ଲକ୍ ରଗିକେ ବଇରଇଲାଇ । ମାତର୍ ଲକ୍ମନ୍ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍ ଲଗେ ନେଇ ନାପାର୍ଲାଇ । ନାପାରିକରି, ଜିସୁ ଜନ୍ଟାନେ ରଇଲା, ତେଇର୍ ଚାନି ବଡ୍ଟା କାଣାକରି, ରଗିକେ କଟ୍ ମିସ୍ତେ ତାର୍ ମୁଆଟେ ସିଦା ଉତ୍ରାଇଦେଲାଇ । ଜିସୁ ସେମନର୍ ବିସ୍ବାସ୍ ଦେକି ଚେରେଙ୍ଗ୍ ରଗିକେ କଇଲା, "ବାବୁରେ ମୁଇ ତର୍ ପାପ୍ କେମା କରିଦେଲି ।"
ମାତର୍ ସେ ଗର୍ ବିତ୍ରେ କେତେଟା ସାସ୍ତର୍ ସିକାଇବା ଲକ୍ମନ୍ ବସି ନିଜର୍ ନିଜର୍ ମନ୍ ବିତ୍ରେ ବାବିଅଇତେରଇଲାଇ, "ଏ ଲକ୍ ଚେରେଙ୍ଗ୍ ରଗିକେ ‘ତର୍ ପାପ୍ କେମା କରିଦେଲି ।’ ବଲି କେନ୍ତି କଇପାର୍ଲା ? ଏ ପର୍ମେସର୍କେ ନିନ୍ଦା କର୍ସିଆଚେ, ସେ ଗଟେକ୍ ମାପ୍ରୁକେ ଚାଡିଦେଲେ, ଆରି କେ ମିସା ପାପ୍ କେମା କରି ପାରତ୍ କି ?"
ସେଦାପ୍ରେ ଜିସୁ ସେମନ୍ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍ ଆତ୍ମାଇ ଜାନି ସେମନ୍କେ କଇଲା, "ତମେ କାଇକେ ନିଜର୍ ନିଜର୍ ମନେ ଏ ସବୁଜାକ ବାବିଅଇଲାସ୍ନି ? କନ୍ଟା କର୍ବାଟା ସଅଜ୍ ଅଇଲାନି ? ବାବୁରେ ‘ମୁଇ ତର୍ ପାପ୍ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍ ତର୍ କଟ୍ ବଇ ଇଣ୍ଡିଜା ।’ ବଲ୍ବାଟା ? ମାତର୍ ଗୁଲାଇ ଜଗତର୍ ପାପ୍ କେମା କର୍ବାକେ ପର୍ମେସର୍ ପାଟାଇଲା ନର୍ପିଲା ମର୍ ଅଦିକାର୍ ଆଚେ ବଲି ଏବେ ମୁଇ, ଏ ଲକ୍କେ ନିକ କରି ଦେକାଇବି ।" ସେ ଚେରେଙ୍ଗ୍ ରଗିକେ କଇଲା, "ମୁଇ ତକେ କଇଲିନି ଉଟ୍, ତର୍ କଟ୍ ବଇ, ନିଜର୍ ଗରେ ବାରିଜା ।"
ସେଦାପ୍ରେ ସେ ରଗି ଉଟି କଟ୍ ବଇକରି ସବୁ ଲକର୍ ଦେକ୍ତେ ବାରଇ ଗାଲା । ସେବେଲାଇ ସବୁଲକ୍ କାବା ଅଇ ପର୍ମେସରର୍ ମଇମା କରି କରି କଇଲାଇ, "ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।"
10. Ressurreição de Lázaro
Referência: João 11:1-44
Explicação: O milagre mais impactante antes da crucificação. Ao ressuscitar alguém morto há quatro dias, Jesus declara: "Eu sou a ressurreição e a vida".
ଲାଜାରର୍ ମରନ୍
ବେତ୍ନିଆ ଗଡେ ଲାଜାର୍ ନାଉଁର୍ ଗଟେକ୍ ଲକ୍କେ ଜର୍ ଅଇରଇଲା । ମରିୟମ୍ ଆରି ତାର୍ ବଇନି ମାର୍ତା ସେ ଗାଏଁ ରଇଲାଇ । ଏ ମରିୟମ୍ ଅଇଲାନି, ଜନ୍ ମାଇଜି କି ବେସି ଦାମ୍ଦେବା ବାସ୍ନା ଚିକନ୍ ଜିସୁର୍ ପାଦେ ରକଇକରି ତାର୍ ଚେଣ୍ଡିସଙ୍ଗ୍ ପୁଚିଦେଇରଇଲା । ତାର୍ ବାଇ ଲାଜାର୍କେ ଆକା ଜର୍ ଅଇରଇଲା । ସେଟାର୍ପାଇଁ ତାର୍ ବଇନିମନ୍ ଜିସୁର୍ ଲଗେ କବର୍ ପାଟାଇଲାଇ, "ମାପ୍ରୁ ତମେ ଜାକେ ଆଲାଦ୍ କଲାସ୍ନି, ସେ ବେସି ଜର୍ ଅଇଲାଆଚେ ।"
ମାତର୍ ଜିସୁ ଏ କାତା ସୁନିକରି କଇଲା, "ଏ ଜର୍ ମର୍ବାପାଇ ଅଏ ନାଇ, ମାତର୍ ପର୍ମେସରର୍ ମଇମାର୍ ପାଇ । ସେଟାର୍ ଲାଗି, ତାର୍ ପଅ, ମୁଇ ମିସା ମଇମା ପାଇବି ।"
ଜିସୁ, ମାର୍ତା, ତାର୍ ବଇନି ଆରି ଲାଜାର୍କେ ବେସି ଆଲାଦ୍ କର୍ତେରଇଲା । ସେଟାର୍ପାଇଁ ଲାଜାର୍ ନିକ ନ ରଇବା କବର୍ ପାଇ ଜିସୁ ଜନ୍ ଜାଗାଇ ରଇଲା, ସେ ଜାଗାଇ ଆରି ଦୁଇଦିନ୍ ରଇଲା । ତାର୍ ପଚେ ସେ ସିସ୍ମନ୍କେ କଇଲା, "ଆସା, ଆମେ ଆରିତରେକ୍ ଜିଉଦା ଦେସେ ବାଉଡି ଜୁ ।"
ସିସ୍ମନ୍ ତାକେ କଇଲାଇ, "ଏ ଗୁରୁ, ତମ୍କେତା କେତେ ଦିନ୍ ଆଗେ, ଲକ୍ମନ୍ ପାକ୍ନା ସଙ୍ଗ୍ ମାର୍ବାକେ ଚେସ୍ଟା କର୍ତେରଇଲାଇ, ତମେ ଆରିତରେକ୍ ତେଇ ଜିବାକେ ମନ୍ କଲାସ୍ନି କି ?"
ଜିସୁ କଇଲା "ଗଟେକ୍ ଦିନେ କାଇ ବାର ଗଁଟା ଉଜଲ୍ ନ ରଏ କି ? ଜନ୍ ଲକ୍ମନ୍ ଦିନ୍ବେଲାର୍ ଉଜ୍ଲେ ରଇବାଇ, ସେମନ୍ ଜଟିଆଇ ନ ଅଅତ୍, କାଇକେବଇଲେ ସେମନ୍କେ ଏ ଜଗତର୍ ଉଜଲ୍ ଡିସ୍ସି । ମାତର୍ ରାତିଆ ଇଣ୍ଡ୍ଲେ ଜଟିଆଇ ଅଇବାଇ । କାଇକେବଇଲେ ସେମନର୍ଟାନେ ଉଜଲ୍ ନ ରଏ ।" ଜିସୁ ଏ ସବୁ କାତା କଇଲା ପଚେ, ସିସ୍ମନ୍କେ କଇଲା, "ଆମର୍ ସବୁଲକର୍ ମଇତର୍ ଲାଜାର୍ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍ ଗାଲିନି ।"
ତେଇ ସିସ୍ମନ୍ ଜିସୁକେ କଇଲାଇ, "ମାପ୍ରୁ, ଜଦି ସେ ସଇଲାଆଚେ ବଇଲେ ନିକ ଅଇସି ।" ଜିସୁ ଲାଜାରର୍ ମରନ୍ ବିସଇ ନେଇକରି କଇରଇଲା, ମାତର୍ ସିସ୍ମନ୍ ଲାଜାର୍କେ ଗୁନର୍ଲାଗି ସଇଲା ବିସଇ କଇଲାନି ବଲି ବାବ୍ଲାଇ । ସେଟାର୍ପାଇଁ ଜିସୁ ସେମନ୍କେ ନିକ ସଙ୍ଗ୍ ବୁଜ୍ଲା ପାରା କଇଲା, "ଲାଜାର୍ ମରିଗାଲାଆଚେ । ଆରି ମୁଇ ତେଇ ନ ରଇଲି, ସେଟାର୍ପାଇଁ ତମର୍ ସଙ୍ଗ୍ ସାର୍ଦା କଲିନି, ଜେନ୍ତାରିକି ତମେ ବିସ୍ବାସ୍ କର୍ସା । ମାତର୍ ଆସା, ଏବେ ଆମେ ତାକେ ଜାଇ ଦେକୁ ।" ତେଇ ତମା ନାଉଁର୍ ଜାକେ କି ବିଦୁମ୍ ବଲି କଇବାଇ, ସେ ତାର୍ ସଙ୍ଗର୍ ସିସ୍ମନ୍କେ କଇଲା, "ଜୁ ଆମେ ମିସା ଗୁରୁର୍ ସଙ୍ଗ୍ ଜାଇ ତାର୍ସଙ୍ଗ୍ ମରୁ ।"
ଜିସୁ ଜିବନ୍ ଆରି ମରନେଅନି ଉଟ୍ବା ଲକ୍
ଜିସୁ ବେତ୍ନିଆଇ କେଟିକରି ସୁନ୍ଲା ଜେ ଲାଜାର୍କେ ସମାଦି ଦେଇ ଚାର୍ଦିନ୍ ଅଇରଇଲା । ଜିରୁସାଲାମ୍ ଅନି ବେତ୍ନିଆ ତିନ୍ କିଲମିଟର୍ ତେଇଅନି ଉନାର୍ ବାଟ୍ । ଆରି ଜିଉଦିମନର୍ ତେଇଅନି କେତେକ୍ କେତେକ୍ ଲକ୍ମନ୍ ମାର୍ତା ଆରି ମରିୟମ୍ ଲଗେ ତାର୍ ମରିଜାଇରଇବା ବାଇର୍ ବିସଇ ସାଁତାଇବାକେ ଆସିରଇଲାଇ ।
ଜିସୁ ଆଇଲାନି ବଲି ସୁନ୍ଲା ଦାପ୍ରେ ମାର୍ତା ତାକେ ବେଟ୍ଅଇବାର୍ ଗାଲା । ମାତର୍ ମରିୟମ୍ ଗରେସେ ବସିରଇଲା । ମାର୍ତା ଜିସୁକେ କଇଲା, "ମାପ୍ରୁ ତମେ ଜଦି ଇତି ରଇତାସ୍ ବଇଲେ, ମର୍ ବାଇ ନ ମର୍ତା । ମାତର୍, ମୁଇ ଜାନି ଆଚି । ଏବେ ମିସା ତମେ ପର୍ମେସର୍କେ ଜାଇଟା ମାଙ୍ଗ୍ଲେ, ସେଟା ଦେଇସି ।"
ଜିସୁ ତାକେ କଇଲା, "ତର୍ ବାଇ ଆରି ଜିବନ୍ ଅଇ ଉଟ୍ସି ।"
ମାର୍ତା ଜିସୁକେ କଇଲା, "ସେ ସାରାସାରି ଦିନେ ଆରିତରେକ୍ ଉଟ୍ବା ବେଲାଇ ଉଟ୍ସି, ଏଟା ମୁଇ ଜାନି ।"
ଜିସୁ ତାକେ କଇଲା, "ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି । ଆରି ଜେ ଜଦି ବଁଚି ରଇକରି ବିସ୍ବାସ୍ କର୍ସି, ସେ କେବେ ମିସା ନ ମରେ । ଏ କାତା ବିସ୍ବାସ୍ କଲାସ୍ନି କି ?"
ମାର୍ତା ଜିସୁକେ କଇଲା, "ଉଁ ମାପ୍ରୁ, ମୁଇ ବିସ୍ବାସ୍ କଲିନି । ତମେ ସେ ପର୍ମେସରର୍ ପ । ଜନ୍ ମସିଅ ଏ ଜଗତେ ଆଇବାର୍ ରଇଲା, ତମେ ସେ ଆକା ।"
ଜିସୁ କାନ୍ଦ୍ଲା
ଏ ସବୁ କାତା କଇସାର୍ଲାପଚେ ମାର୍ତା ଜାଇକରି ନିଜର୍ ବଇନିକେ କେ ନ ସୁନ୍ଲାପାରା ଡାକି କଇଲା, "ଆଉ ଗୁରୁ ଆସିଆଚେ ଆରି ତକେ ଡାକ୍ଲାନି ।" ମରିୟମ୍ ଏ କାତା ସୁନିକରି ଦାନ୍ଦା ପାନ୍ଦା ଅଇ ଜିସୁକେ ବେଟ୍ ଅଇବାର୍ ଗାଲା । ଜିସୁ ସେଡ୍କିବେଲା ଗାଉଁ ବିତ୍ରେ ଆସି ନ ରଇଲା, ମାତର୍ ମାର୍ତା ତାକେ ଜନ୍ ଜାଗାଇ ବେଟ୍ ଅଇରଇଲା, ତେଇସେ ରଇଲା । ମରିୟମ୍ ଉଟିକରି ଦାନ୍ଦା ପାନ୍ଦା ଅଇ ବାଇରେ ସାଁତାଇବାକେ ଆସିରଇଲା ଲକ୍ମନ୍ ଦେକ୍ଲାଇ, ସେମନ୍ ମିସା ତାର୍ ପଚେ ପଚେ ଗାଲାଇ । ସେମନ୍ ବାବ୍ଲାଇ, ସେ କବର୍ ଲଗେ କାନ୍ଦ୍ବାର୍ ଗାଲାନି ।
ତେଇ ଜିସୁ ଜନ୍ ଜାଗାଇରଇଲା, ମରିୟମ୍ ସେ ଜାଗାଇ କେଟ୍ଲା ଆରି ଜିସୁକେ ଦେକିକରି ତାର୍ ପାଦେ ଡାଣ୍ଡାସନ୍ ପଡି କଇଲା, "ମାପ୍ରୁ ତମେ ଜଦି ଇତି ରଇତାସ୍ଆଲେ ମର୍ ବାଇ ନ ମର୍ତା ।"
ମରିୟମ୍ ତାକେ ଆରି ତାର୍ ସଙ୍ଗ୍ ରଇବା ଲକ୍ମନ୍ କାନ୍ଦ୍ତେରଇବାଟା ଦେକି ଜିସୁ ଆତ୍ମାଇ ବେସି ମନ୍ଦୁକ୍ ଅଇଗାଲା । ସେ ପାଚାର୍ଲା, "ତାକେ କନ୍ତି କବର୍ ଦେଇଆଚାସ୍ ?"
ସେମନ୍ ତାକେ କଇଲାଇ, "ମାପ୍ରୁ ଆସିଦେକା ।"
ଜିସୁ କାନ୍ଦ୍ଲା । ତେଇ ଜିଉଦି ଲକ୍ମନ୍ କଇଲାଇ, "ଦେକା, ସେ ଲାଜାର୍କେ କେନ୍ତି ଆଲାଦ୍ କର୍ତେରଇଲା ।"
ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକ୍ କଇଲାଇ, "ଏ ଲକ୍ ଜନ୍ କାଣାକେ ଆଁକି ଡିସାଇରଇଲା, ସେ ମନ୍କଲେ କାଇ ଏ ଲାଜାରର୍ ମରନ୍ ମିସା ତେବାଇ ନାପାର୍ତା କି ?"
ଜିସୁ ଲାଜାର୍କେ ମଲାତେଇ ଅନି ଉଟାଇଲା
ତେଇ ଆରିତରେକ୍ ଜିସୁ ମନ୍ ବିତ୍ରେ କିଲ୍ବିଲ୍ ଅଇ ସମାଦି ଲଗେ ଗାଲା । ସମାଦିଟାନେ ଗଟେକ୍ ପାଆର୍ ଆରି ପାଆର୍ ମୁଆଟେ ଗଟେକ୍ ବଡ୍ ପାକ୍ନା ଡାବିଅଇରଇଲା । ଜିସୁ ତିଆର୍ଲା, "ଏ ପାକ୍ନା ଗୁଚାଇଦିଆସ୍ ।" ମରିଜାଉ ଲାଜାରର୍ ବଇନି ମାର୍ତା କଇଲା, "ମାପ୍ରୁ ସେଟା କୁଇକରି ଗନ୍ଦି ଗାଲାବେ, କାଇକେବଇଲେ, ତାକେ କବର୍ଦେଇ ଚାର୍ଦିନ୍ ଅଇଗାଲା ।"
ଜିସୁ ମାର୍ତାକେ କଇଲା, "ତୁଇ ଜଦି ବିସ୍ବାସ୍ କର୍ସୁ ବଇଲେ ପର୍ମେସରର୍ ମଇମା ଦେକ୍ସୁ ବଲି ମୁଇ ତକେ କଇ ନ ରଇଲି କି ?" ତେଇ ସେମନ୍ ପାକ୍ନା ଗୁଚାଇଲାଇ । ଜିସୁ ସରଗ୍ବାଟେ ମୁ କରି କଇଲା, "ବାବା ତମେ ମର୍ ପାର୍ତନା ସୁନ୍ଲାସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି । ତମେ ଜେଡେବେଲେ ମିସା ମର୍ ପାର୍ତନା ସୁନ୍ସା, ଏଟା ମୁଇ ଜାନି, ମାତର୍ ଜନ୍ ଲକ୍ମନ୍ ଏ ଚାରିବେଡ୍ତି ଟିଆଅଇ ଆଚତ୍, ସେମନ୍ ଜେନ୍ତିକି ତମେଆକା ମକେ ପାଟାଇଆଚାସ୍ ବଲି ବିସ୍ବାସ୍ କର୍ବାଇ, ଏଟାର୍ ପାଇ ମୁଇ ଏନ୍ତିବଲି କଇଲି ।" ଏନ୍ତି କଇ ସାରାଇ ଜିସୁ ଆକ୍ମାରି ଡାକ୍ଲା, "ଲାଜାର୍ ତୁଇ ବାରଇ ଆଉ ।" ଡାକ୍ଲା ଦାପ୍ରେ ମଲା ଲାଜାର୍ ବାରଇ ଆଇଲା । ତାର୍ ଆତେ ଗଡେ ମଡା ଲୁଗା ବାନ୍ଦାଅଇରଇଲା । ମୁଏ ମିସା ଗର୍ଣ୍ଡା ଗୁଡିଆଇ ଅଇରଇଲା । ଜିସୁ ସେମନ୍କେ କଇଲା "ତାକେ ବାନ୍ଦ୍ଲାଟା କୁସ୍ଲାଇ କରି, ଜିବାକେ ଦିଆସ୍ ।"
Conclusão
Os milagres de Jesus revelam sua autoridade sobre a natureza, as enfermidades, o mundo espiritual e até a morte. Eles não são apenas demonstrações de poder, mas sinais que apontam para sua identidade e missão.
Ao estudar esses milagres, é possível compreender melhor o papel de Jesus e a mensagem central do Evangelho.
Se este conteúdo ajudou você a entender os milagres de Jesus na Bíblia, compartilhe este artigo para que mais pessoas também conheçam esses ensinamentos.