1 ଜିରିମିଅର୍ ଟଣ୍ଡେ ଅନି ଏ ସବୁବେଲର୍ ମାପ୍ରୁର୍ ବାକିଅ ସପଲ୍ ଅଇଲାକେ ପାରସର୍ ରାଜା କରସର୍ ଅଦିକାରର୍ ପର୍ତୁମ୍ ବର୍ସେ ସବୁବେଲର୍ ମାପ୍ରୁରର୍ ପାରସର୍ ରାଜା କରସର୍ ମନେ କାତା କଇଲାକେ ସେ ନିଜର୍ ରାଇଜର୍ ସବୁବାଟେ କବର୍ ଦେଇମିସା ଲେକାଇ ଏ କାତା ପଚାର୍ କରାଇଲା, ଆରି, 2 ପାରସର୍ ରାଜା କରସ୍ ଏନ୍ତାରି କଇସି, ସବୁବେଲର୍ ମାପ୍ରୁର୍ ସର୍ଗର୍ ପର୍ମେସର୍ ପୁର୍ତିବିର୍ ସବୁ ରାଇଜ୍ ଆମ୍କେ ଦେଇଆଚେ, ଆରି, ସେ ଜିଉଦା ଦେସର୍ ଜିରୁସାଲାମ୍ ତେଇ ତାର୍ ପାଇଁ ଗଟେକ୍ ପାର୍ତନା ଗର୍ ତିଆର୍ କର୍ବାକେ ଆଦେସ୍ କରିଆଚେ । 3 ତାକର୍ ସବୁଲକର୍ ବିତ୍ରେ ଅନି ତମର୍ ଜେ ମିସା ଅ, ତାର୍ ପର୍ମେସର୍ ତାର୍ ସଙ୍ଗେ ଅ, ଆରି ସେ ଜିଉଦା ଦେସର୍ ଜିରୁସାଲାମେ ଜାଇକରି ସବୁବେଲର୍ ମାପ୍ରୁ ଇସ୍ରାଏଲର୍ ପର୍ମେସର୍ ଜିରୁସାଲାମେ ପାର୍ତନା ଗର୍ ତିଆର୍ କର୍, ସେ ସତ୍ ପର୍ମେସର୍ ଅଇସି । 4 ଆରି, ଜେକି ଜନ୍ ଜାଗାଇ ମିସା ଗଟେଲଗେ ରଇ ବାସା ଅଇଲାନି, ତାର୍ ସେ ଜାଗାର୍ ଲକ୍ମନ୍ ପର୍ମେସରର୍ ଜିରୁସାଲାମର୍ ପାର୍ତନା ଗରର୍ପାଇଁ ନିଜର୍ ଇଚାରେ ନଇଁବେଦିଅକେ ଚାଡି ରୁପା ଆରି ସୁନା, ମନ୍କଲା ଦିନ୍ସୁ ଆରି ପସୁଦେଇ ତାର୍ ସାଇଜ କରତ୍ । 5 ଜେଡ୍କିବେଲେ ଜିଉଦାର୍ ଆରି ବିନିଆମିନର୍ ବାବାର୍ ବଁସର୍ ମୁକିଅ ଲକ୍ମନ୍, ଆରି ପୁଜାରିମନ୍ ଆରି ଲେବିଅମନ୍, ଆରି, ସବୁବେଲର୍ ମାପ୍ରୁର୍ ଜିରୁସାଲାମର୍ ପାର୍ତନା ଗର୍ ତିଆର୍ କର୍କେ ଆଇଲାବେଲେ ପର୍ମେସର୍ ଜନ୍ ଜନ୍ ସବୁ ଲକ୍ ମନର୍ ମନେ ଜାନାଇଲା, ସେମନ୍ ଉଟ୍ଲାଇ । 6 ଆରି, ନିଜର୍ ଇଚାରେ ଜିନିସ୍କେ ଚାଡି ସେମନର୍ ଚାରିବେଟ୍ତିର୍ ଲକ୍ମନ୍ ରୁପାର୍ ତାଲି, ସୁନା ମନ୍କଲା ଜିନିସ୍ ଆରି ପସୁ ଆରି ବେସି ଦାମର୍ ଜିନିସ୍ ଦେଇ ସେମନର୍ ଆତ୍ ବପୁ କଲା । 7 ଆରି, ନବ୍କଦ୍ନିସ୍ଚର୍ ସବୁବେଲର୍ ମାପ୍ରୁର୍ ଗର୍ର୍ ସବୁ କଣ୍ଡି ଜିରୁସାଲାମେ ଅନି ଆନି ନିଜର୍ ଦେବ ମନ୍ଦିରେ ସଙ୍ଗଇ ରଇଲା, କରସ୍ ରାଜା ସେଟା ସର୍ତେ ବେଟି କରି ଆନ୍ଲା । 8 ପାର୍ସର୍ ରାଜା କରସ୍ କସାଦକିଅ ମିତର୍ଦତର୍ ଆତ୍ ସଙ୍ଗ୍ ସେଟା ସବୁ ବାର୍ କରାଇ ଆନି ଜିଉଦାର୍ ମୁକିଆ ସେସବସର୍କେ ଏଜି କରି ଦେଲା । 9 ସେ ଜିନିସ୍ ଏଜ୍ଲାଟା ସର୍ତେ ମିସିକରି ଅଇଲାନି , ତିରିସ୍ଟା ସୁନା ତାଲି, ଅଜାର୍ଟା ରୁପା ତାଲା ଆରି କଡେ ନଅଟା କାଟ୍ରା:
10 ତିରିସ୍ଟା ସୁନାର୍ କଣ୍ଡିମନ୍, ଚାର୍ସ ଦସ୍ଟା ରୁପାର୍ ସେ ରକାମର୍ କଣ୍ଡିମନ୍, ଆରି ଅଜାର୍ଟା ବିନ୍ ବିନ୍ ରକାମର୍ କଣ୍ଡିମନ୍, 11 ସବୁମିସି ପାଞ୍ଚ୍ ଅଜାର୍ ଚାର୍ସ ସୁନା ଆରି ରୁପାର୍ କଣ୍ଡି ରଇଲା, ବନ୍ଦିଲକ୍ମନ୍ ବାବିଲେଅନି ଜିରୁସାଲାମେ ଆନ୍ବାବେଲେ ସେସବସର୍ ଏ ସବୁ ଜିନିସମନ୍ ଆନ୍ଲା ।