1 ଏ ସବୁ କାମ୍ ସାର୍ଲାପଚେ ସାସନ୍ କାରିଆମନ୍ ଆମର୍ ଲଗେ ଆସି କଇଲାଇ, ଇସ୍ରାଏଲର୍ ଲକ୍ମନ୍ ଆରି ଜାଜକ୍ମନ୍ ଆରି ଲେବିଅମନ୍ ଅଲ୍ଗା ଦେସର୍ କୁଲ୍ ଲଗେଅନି ନିଜ୍କେ ଅଲ୍ଗା ନ କରି ସେମନର୍, ଆରି, କିଣାନ୍ ଦେସର୍ ଲକ୍ମନ୍, ଇତିଅ, ପରିସିଅ, ଜିବୁସିଅ, ଅମନିଅ, ମଆବିଅ, ମିସରିଅ ଆରି ଇମରିଅମନର୍ ଗିନ୍ କର୍ବା ଇସାବେ କଲାଇନି, 2 କାଇକେବଇଲେ ସେମନ୍ ନିଜ୍କେ ଆରି ନିଜର୍ ପିଲାମନର୍ ପାଇ ସେମନର୍ ଟକିମନ୍କେ ଇଚା କଲାଇ ଆଚତ୍, ଏ ରକାମ୍ ସୁକଲ୍ କୁଲ୍ ଅଲ୍ଗା ଦେସର୍ କୁଲ୍ ସଙ୍ଗ ନିଜ୍କେ ମିସାଇ ଆଚତ୍, ଆରି ଅପ୍ରାଦେ ମୁକିଆ ଆରି ସାସନ୍ କର୍ବା ଲକ୍ମନର୍ ଆତ୍ ବଡ୍ ଅଇଆଚେ । 3 ତାର୍ପଚେ ମୁଇ ଏକାତା ସୁନ୍ଲି, ନିଜର୍ ଲୁଗା ଆରି ଚକା ଚିରି ନିଜର୍ ମୁଣ୍ଡ୍ ଆରି ଚଡ୍ମେସର୍ ଚେଣ୍ଡି ଜିକିଅଇ କରି କାବା ଅଇ ବସ୍ଲି । 4 ସେଡ୍କିବେଲେ ଦେସ୍ ଚାଡିଜାଇ ରଇଲା ଲକ୍ମନର୍ ଅପ୍ରାଦର୍ ପାଇଁ ଇସ୍ରାଏଲର୍ ପର୍ମେସରର୍ ବାକିଅ ତେଇ ଡର୍ବାଲକ୍ ସବୁ ମର୍ ଲଗେ ରୁଣ୍ଡ୍ଲାଇ, ଆରି ମୁଇ ସଞ୍ଜ୍ବେଲର୍ ବଲିଦାନ୍ ବେଲା ଜାକ କାବା ଅଇ ବସ୍ଲି । 5 ତାର୍ପଚେ ସଞ୍ଜ୍ବେଲର୍ ବଲିଦାନ୍ ସମୟରେ ମୁଇ ନିଜେ ମନ୍ଦୁକ୍ରେ ଉଟ୍ଲି ମର୍ ଗାଗ୍ଡେ ମର୍ ଚିରିଅଇଲା ଲୁଗା ଆରି ଚକା ରଇଲା, ଆରି, ମୁଇ, ନିଜେ ମାଣ୍ଡିକୁଟା ଦେଇ ସବୁବେଲର୍ ମାପ୍ରୁ ମର୍ ପର୍ମେସରର୍ ବାଟେ ଆତ୍ଟେକି କଇଲି, 6 ଏ ମର୍ ପର୍ମେସର, ମୁଇ ଲାଜ୍ ଅଇଲିନି, ଏ ମର୍ ପର୍ମେସର୍ ମୁଇ ତମର୍ ବାଟେ ମୁ ଟେକି ଦେକ୍ବାକେ ସାସ୍ କରି ନାପାର୍ଲିନି, କାଇକେବଇଲେ ମର୍ ଲକ୍ମନର୍ ପାପ୍ ମର୍ ମୁଣ୍ଡ୍ ଉପ୍ରେ ବଡି ଉଟ୍ଲା ଆଚେ, ଆରି ମର୍ ଦସ୍ ଜବର୍ ବଡି ଆଚେ । 7 ଆମର୍ ଆନିଦାଦିର୍ ସମୟ୍ ବେଲେଅନି ଆଜି ଜାକ ଆମେ ବେସି ଦସି ଅଇଆଚୁ, ନିଜର୍ ପାପ୍ ପାଇ ଆଜିର୍ ନିଆଇ ଆମେ, ଆମର୍ ରାଜାମନ୍ ଆରି ଆମର୍ ଜାଜକ୍ମନ୍ ସବୁ ବିନ୍ ଦେସର୍ ରାଜାମନର୍ ଆତେ, କାଣ୍ଡା ସଙ୍ଗ୍, ବନ୍ଦିଅଇ ଆରି ଚରି ଅଇ ଆରି ମୁସୁକାଇ ସର୍ପି ଅଇଆଚୁ । 8 ଆରି ଆମର୍ ପର୍ମେସର୍ ଜେନ୍ତିକି ଆମର୍ ଆଁକି ଉଗାଡି ଦେଇସି, ଆରି ଆମ୍କେ ବନ୍ଦି ଅବସ୍ତା ଲଗେଅନି ଅଲପ୍ ସୁସ୍ତା ଦେଇସି, ସେଟାର୍ପାଇଁ ରକିଆ କର୍ବାକେ ଆମ୍କେ ବଁଚବାକେ ଚାଡଲା ଆଚେ ଆରି ନିଜର୍ ସୁକଲ୍ ଜାଗାଇ ଆମ୍କେ ଗଟେକ୍ କୁଟ୍ପାରା ରଇବାକେ ଏବେ ସବୁବେଲର୍ ମାପ୍ରୁ ଆମର୍ ପର୍ମେସରର୍ ଲଗେଅନି ଅଲପ୍ ସମଇ ଦୟା ଆସିଆଚେ । 9 କାଇକେବଇଲେ ଆମେ ବନ୍ଦିଲକ୍ ଆଚୁ, ଏଲେ ମିସା ଆମେ ବନ୍ଦି ଅଇଲା ବେଲେ ଆମର୍ ପର୍ମେସର୍ ଆମ୍କେ କେଦି ଦେଏ ନାଇଁ, ମାତର୍ ଆମ୍କେ ଆସିର୍ବାଦ୍ ଦେବାକେ, ଆମର୍ ପର୍ମେସରର୍ ଗର୍ ତିଆର୍ କର୍ବାକେ ଆରି ତେଇର୍ ବାଙ୍ଗ୍ଲା ଗର୍ ଆରିତରେକ୍ ତିଆର୍ କର୍ବାକେ, ଆରି ଜିଉଦା ଆରି ଜିରୁସାଲମେ ଆମ୍କେ ଗଟେକ୍ ପାଚୁରି ଦେବାକେ ସେ ପାରସ୍ ରାଜାମନର୍ ମୁଆଟେ ଆମ୍କେ ଦୟା ଦେକାଇ ଆଚେ ।
10 ଏ ଆମର୍ ପର୍ମେସର, ଏ ସର୍ତେ ବିସଇ ସାର୍ଲେ ଆମେ ଆରି କାଇଟା କରୁ ? 11 ତୁଇ ନିଜର୍ ଦାସ୍ ବାବବାଦିମନ୍କେ ଆଦେସ୍ କରି କଇ ରଇଲୁସ୍, ତୁମେ ଜନ୍ ଦେସ୍ ବାସା ଅଇବାକେ ଗାଲାସ୍ନି, ସେଟା ବିନ୍ ଦେସର୍ ଗସ୍ଟିର୍ ଲକ୍ମନ୍ ଅସୁଚି ଅଇ ରଇଲା ଦେସ୍, ସେମନର୍ ଗିନ୍କଲା ଦେସେ ଗଟେକ୍ ସନ୍ଦି ଲଗେଅନି ଅଲଗା ସନ୍ଦି ଜାକ ସେମନର୍ ଅସୁକଲ୍ କରି ପୁରାପୁରୁନ୍ କରିଆଚେ । 12 ସେଟାର୍ପାଇଁ ତମେ ନିଜର୍ ଟକିମନ୍କେ ସେମନର୍ ପିଲାମନର୍ ସଙ୍ଗ୍ ବିବା ଅଇବାକେ ଦିଆସ୍ ନାଇ, ଆରି ତମର୍ ପିଲାମନର୍ ପାଇ ସେମନର୍ ଟକିମନ୍କେ ବିବା କରାନାଇ, କି ସେମନର୍ ସାନ୍ତି ନିକ ବିସଇ କେବେ ମିସା ଚେସ୍ଟା କରାନାଇ, ତେବେ ତମେ ବଲ୍ବାନ୍ ଅଇସା ଆରି ଦେସର୍ ନିମାନ୍ କାଦି କାଇସା ଆରି ସବୁବେଲେ ନିଜର୍ ପିଲାମନର୍ ଅଦିକାର୍ କର୍ବାକେ ସେଟା ସଙ୍ଗଇ ଅଇସି, ମାତର୍ ଆମେ ତମର୍ ଏ ଆଦେସ୍ ସବୁ ପାସ୍ରି ଦେଇଆଚୁ । 13 ତେବେ ଏ ଆମର୍ ପର୍ମେସର, ଆମର୍ କାରାପ୍କାମ୍ ଆରି ବଡ୍ ଦସ୍ ପାଇ ଆମର୍ ଲଗେ ଏସବୁ ଗଟ୍ଲେ ମିସା ତମେ ଜେ ଆମର୍ ଅପ୍ରାଦର୍ ସମାନ୍ ଦଣ୍ଡେଅନି ଉନା ଦଣ୍ଡ୍ ଆମ୍କେ ଦେଇଆଚାସ୍ ଆରି ଆମର୍ ଏନ୍ତାରି ବାକି ଲକ୍ ସଙ୍ଗଇଆଚାସ୍, 14 ଏଟା ଦେକି ଆମେ କାଇ ଆରିଗଟେକ୍ ତର୍ ତମର୍ ଆଦେସ୍ ନ ମାନୁ ଆରି ଏ ଗିନ୍ କଲା କାମ୍କରି ଅଲ୍ଗା ଗସ୍ଟିର୍ ଲକ୍ମନର୍ ସଙ୍ଗେ କୁଟୁମ୍ କର୍ବୁ ? କଲେ ତମେ କାଇ ଆମ୍କେ ମାନା କର୍ବା ଜାକ ରିସା ନ ଉଆସ୍ ? ତାର୍ପଚେ କେ ବାକି କେ ସାନ୍ତିରେ ନ ରଅତ୍ । 15 ଏ ସବୁବେଲର୍ ମାପ୍ରୁ, ଇସ୍ରାଏଲର୍ ପର୍ମେସର, ତୁଇ ଦର୍ମ ଆଚୁସ୍, କାଇକେବଇଲେ ଆମେ ଆଜି ଜାକ ରକିଆ ପାଇ ଏବ୍କେ ଜାକ ଉବ୍ରିଆଚୁ, ଦେକା, ଆମେ ତର୍ ମୁଆଟେ ନିଜର୍ ଦସେ ଦସି ଅଇଅଚୁ, କାଇକେବଇଲେ ସେଟାର୍ ପାଇ କେ ତର୍ ଲଗେ ଟିଆ ଅଇ ନାପାରେ ।