1 ଅର୍ତକସତ୍ ରାଜାର୍ ସାସନ୍ କର୍ବା ବେଲେ ନିଜର୍ ନିଜର୍ ବାବାର୍ କୁଲର୍ ତେଇଅନି ଜନ୍ ମୁକିଆ ଲକ୍ମନ୍ ଆମର୍ ସଙ୍ଗ୍ ବାବିଲେ ଅନି ଗାଲାଇ, ସେମନର୍ ବଁସର୍ ତାଲିକା ଅଇଲାନି, 2 ପିନଅସର୍ ପିଲାମନର୍ ଲଗେ ଅନି ଗେର୍ସମ୍; ଇତାମରର୍ ପିଲାମନର୍ ଲଗେଅନି ଦାନିଏଲ୍; ଦାଉଦର୍ ପିଲାମନର୍ ବିତ୍ରେ ଅନି ଅଟୁସ୍ । 3 ସକନିଅର୍ ପିଲାମନର୍ ଲଗେଅନି, ପରିଅସର୍ ପିଲାମନର୍ ଲଗେଅନି ଜିକରିଅ ଆରି ମୁନୁସ୍ ପିଲାର୍ ତାଲିକା ଇସାବେ ସେଟା ସଙ୍ଗେ ଏଜ୍ଲାକେ ସଏ ପଚାସ୍ ଲକ୍ । 4 ପଅତ୍ମଆବର୍ ପିଲାମନର୍ ଲଗେଅନି ସରଇଅର୍ ପିଲା ଇଲିଅଏନଇଅ ଆରି ତାର୍ ସଙ୍ଗେ ଦୁଇସ ଲକ୍ ମୁନୁସ୍ପିଲା । 5 ସକନିଅର୍ ପିଲା ମନର୍ ଲଗେଅନି ଜଅସିଅଲର୍ ପିଲା, ତାର୍ ସଙ୍ଗେ ତିନ୍ ସ ଲକ୍ ମୁନୁସ୍ ପିଲା । 6 ଆରି ଆଦିନର୍ ପିଲାମନର୍ ଲଗେଅନି ଜନାତନର୍ ପିଲା ଏବଦ୍ ଆରି ତାର୍ ସଙ୍ଗେ ପଚାସ୍ ଲକ୍ ମୁନୁସ୍ପିଲା । 7 ଆରି, ଏଲମର୍ ପିଲାମନର୍ ଲଗେଅନି ଅତଲିଅର୍ ପିଲା ଜିସାଆଅ ଆରି ତାର୍ ସଙ୍ଗେ ସତୁରି ଲକ ମୁନୁସ୍ ପିଲା । 8 ଆରି, ସପଟିଅର୍ ପିଲା ମନର୍ ଲଗେଅନି ମିକାଏଲର୍ ପିଲା ସବ୍ଦିଅ ଆରି ତାର୍ ସଙ୍ଗେ ଅସେ ଲକ୍ ମୁନୁସ୍ ପିଲା । 9 ଜଆବର୍ ପିଲାମନର୍ ଲଗେଅନି ଜିଇଏଲର୍ ପିଲା ଅବଦିଅ ଆରି ତାର୍ ସଙ୍ଗେ ଦୁଇସ ଅଟ୍ର ଲକ୍ ମୁନୁସ୍ ପିଲା । 10 ଆରି ସଲମିତର୍ ପିଲାମନର୍ ଲଗେଅନି ଜସିପିଅର୍ ପିଲା ଆରି ତାର୍ ସଙ୍ଗ ସଏ ସାଟେ ଲକ୍ ମୁନୁସ୍ ପିଲା । 11 ଆରି ବେବଅର୍ ପିଲା ମନର୍ ଲଗେ ଅନି ବେବଅର୍ ପିଲା ଜିକରିଅ ଆରି ତାର୍ ସଙ୍ଗେ କଡେ ଆଟ୍ ଲକ୍ ମୁନୁସ୍ ପିଲା, 12 ଅସ୍ଗଦର୍ ପିଲାମନର୍ ଲଗେଅନି ଅକାଟନର୍ ପିଲା ଜଆନନ୍ ଆରି ତାର୍ ସଙ୍ଗେ ସଏ ଦସ୍ ଲକ୍ ମୁନୁସ୍ ପିଲା । 13 ଆରି, ଅଦ୍ନିକାମର୍ ପିଲାମନର୍ ଲଗେଅନି ସାନ୍ ଲକ୍ମନ୍ ଆରି ସେମନର୍ ନାଉଁ ଏଟା, ଇଲିପେଲଟ୍, ଜିଇଏଲ୍ ଆରି ସମଅଇଅ, ସେମନର୍ ସଙ୍ଗେ ସାଟେ ଲକ୍ ମୁନୁସ୍ ପିଲା । 14 ଆରି ବିଗ୍ବଇର୍ ପିଲାମନର୍ ବିତ୍ରେ ଅନି ଉତଇ ଆରି ସକୁର୍ ଆରି ସେମନର୍ ସଙ୍ଗେ ସତୁରି ଲକ୍ ।
15 ଆରି, ମୁଇ ସେମନ୍କେ ଅବାଗାମିନି ଗାଡ୍ ଲଗେ ଗଟେକ୍ ଲଗେ ଟୁଲିଆଇଲି, ଆରି, ତେଇ ଆମେ କୁଡିଆ କରି ତିନ୍ଦିନ୍ ରଇଲୁ, ତାର୍ପଚେ ମୁଇ ଲକ୍ମନ୍କେ ଆରି ଜାଜକ୍ମନ୍କେ ଦେକିକରି ଲେବିର୍ ପିଲାମନର୍ ଲଗେଅନି କେ ମିସା ମିଲତ୍ ନାଇ । 16 ତେବେ ମୁଇ ଇଲିଏଜର୍, ଅରିଏଲ୍, ସମଇଅ ଆରି ଇଲ୍ନାତନ୍ ଆରି ଜାରିବ୍ ଆରି ଇଲ୍ନାତନ୍ ଆରି ନାତନ୍ ଆରି ଜିକରିଅ ଆରି ମସୁଲମ୍, ମୁକିଆ ଲକ୍ମନ୍କେ, ମିସା ଜଇଆରିବ୍ ଆରି ଇଲ୍ନାତନ୍ ସିକାଇବା ଲକ୍ମନ୍କେ ଡାକ୍ବାକେ ଲକ୍ ପାଟାଇଲି । 17 ତାର୍ପଚେ ମୁଇ ସେମନ୍କେ କାସିପିଆ ନାଉଁର୍ ମୁକିଆ ଲକ୍ ଇଦର୍ ଲଗେ ପାଟାଇଲି, ଆମର୍ ପର୍ମେସରର୍ ପାର୍ତନା ଗର୍ ପାଇ ଆମର୍ ଲଗେ ପର୍ଚାର୍ କର୍ବା ଲକ୍ମନ୍କେ ଆନା ବଲି କାପିସିସିଆ ଜାଗାର୍ ଇଦକେ ଆରି ତାର୍ ବାଇମନ୍ ସେବା କରୁମନ୍କେ କଇବାକେ ମୁଇ ସେମନ୍କେ ଆଦେସ୍ ଦେଲି । 18 ତାର୍ପଚେ ଆମର୍ ପାଇ ଆମର୍ ପର୍ମେସରର୍ ମଙ୍ଗଲ୍ମଇ ଆତର୍ ସାଇଜ କଲାକେ ସେମନ୍ ଇସ୍ରାଏଲର୍ ନାତି ଲେବିର୍ ପିଲା ମଅଲିର୍ ପିଲାମନର୍ ଲଗେଅନି ଗଟେକ୍ ଲକ୍ ଗିଆନି ଲକ୍କେ, ସେରେବିଅ ଆରି ତାର୍ ପିଲା ଆରି ବାଇମନର୍ ସଙ୍ଗ୍ ଅଟ୍ର ଲକ୍କେ, 19 ଆରି, ଅସବିଅ ଆରି ତାର୍ ସଙ୍ଗ୍ ମରାରିର୍ ପିଲାମନର୍ ଲଗେଅନି ଜିସାଆଅ, ତାର୍ ବାଇମନ୍ ଆରି ସେମନର୍ ପିଲାମନର୍ ସଙ୍ଗ୍ କଡେ ଲକ୍କେ ପାଟାଇଲାଇ, 20 ଆରି, ଦାଉଦ୍ ଆରି ସାସନ୍ କରୁମନ୍ ଜନ୍ ସେବା କାମ୍ କରୁମନ୍କେ ଲେବିଅମନର୍ ସେବା କାମ୍ କର୍ବାକେ ଦେଇ ରଇଲାଇ, ସେମନର୍ ଲଗେଅନି ଦୁଇସ କଡେ ଲକ୍କେ ସେବାକାମ୍ କରବା ଲକ୍ ଆନ୍ଲାଇ, ଏ ସବୁଲକର୍ ନାଉଁ ଲେକା ଅଇଲା ।
21 ତାର୍ପଚେ ଆମର୍ ପାଇ ଆରି ଆମର୍ ପିଲାଟକି ଆରି ସବୁ ଦନ୍ସପତି ପାଇ ଗଟେକ୍ ଦରମ୍ ବାଟ୍ ପାର୍ତନା କର୍ବାକେ ସେଟାର୍ ପାଇ ଆମର୍ ପର୍ମେସରର୍ ଲଗେ ନିଜ୍କେ ନିମାନ୍ ଲକ୍ ଅଇବାକେ ଆମେ ଅବା ଗାଡ୍ ଲଗେ ଉପାସ୍ ବିସଇ ପର୍ଚାର୍ କଲୁ । 22 କାଇକେବଇଲେ ବାଟ୍ପାଲି ସତ୍ରୁ ବିରଦେ ଆମର୍ ସାଇଜ କର୍ବାକେ ରାଜାକେ ଗଟେକ୍ ଦଲ୍ ସନିଅ ଆରି ଗଡାମନ୍ ଜାତ୍ଅତ୍ ବଲି ମାର୍ବାକେ ଆମ୍କେ ଲାଜ୍ଲାଗ୍ଲା, ଜେମ୍ତିକି ଜନ୍ଲକ୍ ଆମର୍ ପର୍ମେସର୍କେ କଜ୍ବାଇ, ସେ ସବୁଲକର୍ ମଙ୍ଗଲ୍ ପାଇଁ ସେମନର୍ ପାଇଁ ତାର୍ ଆତର୍ ସାଇଜ ଆଚେ, ମାତର୍ ଜନ୍ଲକ୍ ତାକେ ଚାଡିଦେବାଇ, ସେମନ୍ରପାଇ ତାକର ସେ ସବୁଲକର୍ କାତା ଆମେମିସା ରାଜାକେ କଇରଇଲୁ । 23 ସେଟାର୍ ପାଇ ଆମେ ଉପାସ୍କଲୁ ଆରି ସେଟାର୍ ପାଇ ଆମର୍ ପର୍ମେସରର୍ ଲଗେ ବାବୁଜିଆ କରି ପାର୍ତନା କଲୁ, ତାର୍ପଚେ ସେ ଆମର୍ କାତା ସୁନ୍ଲା ।
24 ତାର୍ପଚେ ମୁଇ ଜାଜକ୍ମନର୍ ଲଗେଅନି ବାର ଲକ୍ ମୁକିଆ ଲକ୍କେ, ଆରି, ସେରେବିଅ, ଅସବିଅ ଆସେମନର୍ ସଙ୍ଗେ ସେମନର୍ ଦସ୍ ଲକ୍ ବାଇମନ୍କେ ଅଲ୍ଗା କଲି, 25 ଆରି ରାଜା ଆରି ତାର୍ ମନ୍ତ୍ରିମନ୍ ଆରି ତାର୍ ମୁକିଆ ଲକ୍ମନ୍ ଆରି ଇତି ରଇଲା ଇସ୍ରାଏଲ୍ ଲକ୍ମନ୍ ସବୁ ଆମର୍ ପର୍ମେସରର୍ ଗରର୍ ପାଇ ଜନ୍ ରୁପା ଆରି ସୁନା ଆରି କଣ୍ଡିମନ୍ ସବୁ ଦାନ୍ ଇସାବ୍ରେ ଦେଇ ରଇଲାଇ, ସେଟା ସେମନ୍କେ ତୁଲି କରି ଦେଲୁ; 26 ମୁଇ ସେମନର୍ ଆତେ ଚସଅ ପଚାସ୍ ତାଲନ୍ତ ରୁପା ଆରି ସଏ ତାଲନ୍ତ ରୁପା କଣ୍ଡିମନ୍ ସଏ ତାଲନ୍ତ ସୁନା , 27 ଅଜାର୍ ଡାରିକ୍ ରେଟର୍ କଡେଟା ସୁନାର୍ କଣ୍ଡିମନ୍, ଆରି ସୁନା ପାରା ବେସି ରେଟ୍ ରଇଲା, ବେସି ଉଜଲ୍ ପିତଲ୍ଟା ଦୁଇଟା କଣ୍ଡିମନ୍ ତୁଲିଦେଲି । 28 ଆରି, ମୁଇ ସେମନ୍କେ କଇଲି, ତମେ ସବୁବେଲର୍ ମାପ୍ରୁର୍ ଉଦେସ୍ରେ ସୁକଲ୍ ଆରି କଣ୍ଡିମନ୍ ସବୁ ସୁକଲ୍, ଆରି ରୁପା ଆରି ସୁନା ତମର୍ ବାବାମନର୍ ପର୍ମେସର୍ ସୁବୁବେଲର୍ ମାପ୍ରୁର୍ ଉଦେସେ ନିଜର୍ ଇଚାରେ ଉପଆର୍ ଦେବାଟା । 29 ସବୁବେଲର୍ ମାପ୍ରୁର୍ ଜିରୁସାଲାମର୍ ବାକ୍ରାଇ ବଡ୍ ଜାଜକ୍ ଆରି ଲେବିୟମନର୍ ଆରି ଇସ୍ରାଏଲର୍ ବାବାର୍ କୁଲର୍ ଲକ୍ମନର୍ ମୁଆଟେ ଏସବୁ ତୁଲି ନ ଦେବା ଜାକ୍ ତମେ ଜାଗ୍ରତ୍ ଉଆ ଆରି ଏଟା ସବୁ ରକିଆ କରା । 30 ତାର୍ପଚେ ଜାଜକ୍ମନ୍ ଆରି ଲେବିଅମନ୍ ଆମର୍ ପର୍ମେସରର୍ ଜିରୁସାଲାମର୍ ଗରେ ଆନ୍ବାକେ ସେ ତୁଲି ରଇଲାଟା ରୁପା ଆରି ସୁନା ଆରି କଣ୍ଡିମନ୍ ସବୁ ଆନ୍ଲାଇ ।
31 ତାର୍ପଚେ ଆମେ ଜିରୁସାଲାମେ ଜିବାକେ ପର୍ତୁମ୍ ମାସର୍ ବାର ଦିନେ ଅବା ଗାଡ୍ଲଗେ ବାସାଅଇଲୁ, ଆରି, ଆମର୍ ପର୍ମେସରର୍ ଆତ୍ ଆମର୍ ସାଇଜ ଅଇଲା, ଆରି ବାଟ୍ ଲଗେ ସେ ସତ୍ରୁ ଆରି ଜାଗିବସି ରଇଲା ଲକର୍ ଆତେଅନି ଆମ୍କେ ଉଦାର୍ କଲା । 32 ତାର୍ପଚେ ଆମେ ଜିରୁସାଲାମେ କେଟିକରି ତେଇ ତିନ୍ଦିନ୍ ରଇଲୁ ।
33 ତାରପଚେ ଚାର୍ ଦିନେ ସେ ରୁପା ଆରି ସୁନା ଆରି କଣ୍ଡିମନ୍ ସବୁ ଆମର୍ ପର୍ମେସରର୍ ପାର୍ତନା ଗରେ ତୁଲି ଉରିଅ ଜାଜକର୍ ପିଲା ମରେମତର୍ ଆତେ ଦେଲାଇ, ତାର୍ ସଙ୍ଗେ ପିନଆସର୍ ପିଲା ଇଲିଆସର୍ ରଇଲା, ଆରି ସେମନର୍ ସଙ୍ଗେ ଜେସୁଅର୍ ପିଲା ଜସାବଦ୍ ଆରି ବିନୁଇରର୍ ପିଲା ନଅଦିଅ, ଏ ଲେବିଅମନ୍ ରଇଲାଇ । 34 ସବୁ ଜିନିସ୍ ଏଜ୍ବାଟା ଦିଆ ଅଇଲା ଆରି ସେବେଲେ ସେ ସବୁ ଅଜନ୍ ଲେକାଅଇଲା ।
35 ଦେସ୍ ଚାଡି ଜାଇରଇଲା ଲକ୍ମନ୍ ଆଇଲା ପଚେ ବନ୍ଦି ଅଇ ରଇଲା ଲକମ୍ନ ସବୁ ଇସ୍ରାଏଲ୍ ପାଇ ଇସ୍ରାଏଲ୍ ପର୍ମେସରର୍ ନାଉଁରେ ଅମ୍ବଲି ଇସାବେ ବାର୍ଟା ପସୁ, ନବେ ଚଅଟା ମେଣ୍ଡା, ସତୁରି ସାତ୍ଟା ମେଣ୍ଡାପିଲାମନ୍, ପାପ୍ କେମାର୍ ବଲି ଦେଲାଇ ବାର୍ଟା ଚେଲି ବଲି କଲାଇ, ଏ ସବୁ ସବୁବେଲର୍ ମାପ୍ରୁର୍ ଉଦେସେ ଅମ୍ ବଲି କଲାଇ।
36 ତାର୍ପଚେ ସେମନ୍ ଗାଡ୍ ସେପାଟେ ରାଜାର୍ କାମ୍ କରୁମନ୍କେ ଆରି ଦେସ୍ ଅଦିକାରିମନ୍କେ ରାଜାର୍ ଆଦେସର୍ ଚିଟି ଦେଲାଇ, ତାର୍ପଚେ ସେମନ୍ ଲକ୍ମନର୍ ଆରି ପର୍ମେସରର୍ ଗର୍ କାମ୍କେ ସାଇଜ କଲାଇ ।