1 ଏ ସବୁ ଗଟ୍ନା ଗଟ୍ଲା ପଚେ ପାରସିଅ ରାଜା ଅର୍ତକସତର୍ ସାସନ୍କର୍ବା ବେଲେ ସରଇଅର୍ ପିଲା ଏଜ୍ରା ବାବିଲେ ଅନି ଗାଲା, ଏ ସରାଇଅ ଅସରିଅର୍ ପିଲା , ଅସରିଅ ଇଲ୍କିଅର୍ ପିଲା, 2 ଇଲ୍କିଅ ସଲୁମର୍ ପିଲା, ସଲୁମ୍ ସାଦକର୍ ପିଲା, ସାଦକ ଅଇଟୁବର୍ ପିଲା, 3 ଅଇଟୁବ୍ ଅମରିଅର୍ ପିଲା, ଅମରିଅ ଅସ୍ରିଅର୍ ପିଲା, ଅସ୍ରିଅ ମରାଇଅତର୍ ପିଲା, 4 ମରଅତ୍ ଜରାଇଅର୍ ପିଲା, ସରଇଅ ଉସିର୍ ପିଲା, ଉସି ବୁକିର୍ ପିଲା, 5 ବୁକ୍କି ଅବିସୁଅର୍ ପିଲା, ଅବିସୁଅ ପିନଅସର୍ ପିଲା, ପିନଅସ୍ ଇଲିଆସରର୍ ପିଲା, ଇଲିଆସର୍ ମୁକିଅ ଜାଜକ୍ ଆରଣର୍ ପିଲା,
6 ଏଜ୍ରା ବାବିଲ୍ ରାଇଜେ ଅନି ବାଉଡି ଆଇଲା, ଇସ୍ରାଏଲର୍ ପର୍ମେସର୍ ସବୁବେଲର୍ ମାପ୍ରୁ ମସାର୍ ନିଅମେ ଇସାବେ ସିକିତ୍ ଲକ୍ ରଇଲା, ଆରି ତାର୍ ଲଗେ ପର୍ମେସରର୍ ସବୁବେଲର୍ ମାପ୍ରୁର୍ ଆସିର୍ବାଦ୍ ସାଇଜରେ ରାଜା ଲଗେ ଅନି ସବୁ ବିସଇରେ କାମ୍ କର୍ବାକେ ତାକେ ମିଲ୍ଲା । 7 ଆରି ଅର୍ତକସତ୍ ରାଜାର୍ ସାତ୍ ବରସ୍ ଅଇଲାକେ ଇସ୍ରାଏଲ୍ ପିଲାମନର୍ ଆରି ଜାଜକ୍ମନର୍ ଆରି ଲେବିଅମନର୍ କେତେକ୍ଲକ୍, ଆରି ଗିତ୍ ଗାଉମନ୍ ଆରି ଦୁଆର୍ ଜାଗୁମନ୍ ଆରି ସେବା କାମ୍ କର୍ବା ଲକ୍ ଜିରୁସାଲାମେ ଗାଲାଇ । 8 ଆରି, ଏଜ୍ରା ପାଞ୍ଚ୍ ଲମର୍ ମାସ୍ ଆଇଲାକେ, ଆରି ରାଜାର୍ ସେ ସାତ୍ ଲମର୍ ବର୍ସେ ଜିରୁସାଲାମେ କେଟ୍ଲା । 9 କାଇକେବଇଲେ, ସେ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ବାବିଲେ ଅନି ଆଇବାର୍ ଆରାମ୍ କଲା, ଆରି ତାର୍ ଲଗେ ପର୍ମେସରର୍ ଆତର୍ ଆସିର୍ବାଦ୍ ଅଇଲାକେ ସେ ପାଞ୍ଚ୍ ମାସର୍ ପର୍ତୁମ୍ ଦିନେ ଜିରୁସାଲାମେ କେଟ୍ଲା । 10 ସେଟାର୍ ପାଇଁ ଏଜ୍ରା ସବୁବେଲର୍ ମାପ୍ରୁର୍ ନିଅମ୍ ଦେକ୍ଲା ଆରି ପାଲନ୍ କର୍ବାକେ, ଇସ୍ରାଏଲ୍ ଲଗେ ବିଦି ଆରି ସାସନ୍ ସିକିଆ ଦେବାକେ ନିଜର୍ ମନ ଦେଇ ରଇଲା ।
11 ଅର୍ତକସତ୍ ରାଜା ସିକିତ ଏଜ୍ରା, ଜାଜକ୍, ଆରି ସବୁବେଲର୍ ମାପ୍ରୁର୍ ଆଦେସ୍ ବାକିଅର୍ ଆରି ଇସ୍ରାଏଲ୍ ଲଗେ ତାର୍ ନିଅମର୍ ସିକିତ୍ ଲକ୍କେ ଜନ୍ ଚିଟି ଦେଇ ରଇଲା, ତେଇର୍ ଚିଟି ଅଇଲାନି ଏଟା, ଆରି 12 ରାଜାମନର୍ ରାଜା ଅର୍ତକିଅସତ ସର୍ଗର୍ ପର୍ମେସରର୍ ବେବସ୍ତାସିକାଉ, ସିଦ୍, ଏଜ୍ରା ଜାଜକର୍ ପାଇ, 13 ମୁଇ ଆଦେସ୍ କଲିନିଜେ, ମର୍ ରାଇଜ ଲଗର୍ ଇସ୍ରାଏଲ୍ ବିତ୍ରେ ଅନି ଜେତେଲକ୍, ଆରି ସେମନର୍ ଜାଜକ ଆରି ଲେବିଅମନ୍ ଜିରୁସାଲାମ୍କେ ନିଜର୍ ଇଚାରେ ଜିବାକେ ମନ୍ କଲାଇନି, ସେମନ୍ ତମର୍ ସଙ୍ଗ୍ ଜାଅତ୍ । 14 କାଇକେବଇଲେ ତମର୍ ଆତେ ରଇଲା ତମର୍ ପର୍ମେସରର୍ ବେବସ୍ତା ଇସାବେ ଜିଉଦା ଆରି ଜିରୁସାଲାମର୍ ସବୁ ବୁଲି କଜ୍ବାକେ, 15 ଆରି ଜିରୁସାଲାମେ ଜାର୍ ବାସା ଅଇବା ଗର୍ ଆଚେ, ଇସ୍ରାଏଲର୍ ସେ ପର୍ମେସରର୍ ନାଉଁରେ ରାଜା ଆରି ତାର୍ ମନ୍ତ୍ରିମନ୍ ନିଜର୍ ନିଜର୍ ଇଚାରେ ଦେଲା ସୁନା ଆରି ରୁପା, 16 ଆରି ବାବିଲର୍ ଗୁଲାଇ ଦେସେ ତମେ ଜନ୍ ସବୁ ରୁପା ଆରି ସୁନା ପାଇସା, ଆରି ଲକ୍ମନ୍ ଆରି ଜାଜକ୍ମନ୍ ସେମନର୍ ପର୍ମେସରର୍ ଜିରୁସାଲାମ୍ ଲଗର୍ ଗରର୍ ପାଇଁ ନିଜର୍ ଇଚାରେ ଜାଇଟା ଦେବାଇ, ସେ ସବୁ ଇଚା ଅନୁସାରେ ପୁରୁସ୍କାର୍ ନେବାକେ ତମେ ରାଜା ଆରି ତାକର୍ ସାତ୍ଟା ମନ୍ତ୍ରି ଲାଗି ପାଟାଇ ଅଇ ଆଚାସ୍, 17 ଏଟାର୍ ପାଇଁ ଏ ମୁଦ୍ରାର୍ ପାଇଁ ଜତନ୍ ସଙ୍ଗ୍ ବେଣ୍ଡିଆ ପସୁ, ମେଣ୍ଡା, ମେଣ୍ଡାପିଲାମନ୍ ଆରି ତାର୍ ସଙ୍ଗ୍ ସମାନ୍ କାଦି ବେଅନଇଁବେଦିଅ ଦାରି କରି ତମର୍ ପର୍ମେସରର୍ ଜିରୁସାଲାମ୍ ଲଗର୍ ଗରର୍ ଜଗିଅବେଦି ଉପ୍ରେ ବଲି କର୍ସା । 18 ଆରି ଉବ୍ରି ରଇଲା ରୁପା ଆରି ସୁନା ସଙ୍ଗ୍ ତମ୍କେ ଆରି ତମର୍ ବାଇମନ୍କେ ଜାଇଟା କର୍ବାକେ ନିକ ଡିସ୍ସି, ସେଟା ତମେ ତମର୍ ପର୍ମେସରର୍ ଇଚା ଇସାବେ କର୍ସା । 19 ଆରି ତମର୍ ପର୍ମେସରର୍ ଗରର୍ ସେବା କର୍ବାକେ ଜନ୍ ସବୁ କଣ୍ଡି ତମ୍କେ ଦିଆଅଇଲା ଆଚେ, ସେଟାସବୁ ତମେ ଜିରୁସାଲାମର୍ ପର୍ମେସରର୍ ମୁଆଟେ ସର୍ପିଦିଆସ୍ । 20 ଆରି, ତମର୍ ପର୍ମେସରର୍ ଗରର୍ ପାଇ ଲଡା ରଇଲା ଆରି ଜାଇଟା ସବୁ ତମ୍କେ ଦେବାକେ ଅଇସି, ସେଟା ରାଜାର୍ ଗୁଦାମ୍ ଗରେଅନି ଆନି ଦିଆସ୍ । 21 ଆରି ସର୍ଗର୍ ପର୍ମେସରର୍ ବେବସ୍ତା ସିକାଉ ଏଜ୍ରା ଜାଜକ୍ ତମର୍ ଲଗେଅନି ଜାଇ ଜାଇଟା ଇଚା କର୍ସି, 22 ସେଟା ସବୁ ସଏ ତାଲନ୍ତ ରୁପା ଆରି ସଏ ମାନ୍ ଗମ୍ ଆରି ସଏ ମାନ୍ ଅଙ୍ଗୁର୍ ରସ୍ ଆରି ସଏ ମାନ୍ ଚିକନ୍ ଆରି ଇସାବ୍ ନଇଁତେ ନୁନ୍ ଜତନ୍ ସଙ୍ଗ୍ ଦେବାକେ ଆମେ ଅର୍ତକିସତ୍ ରାଜା ଗାଡ୍ ସେପାଟର୍ ସର୍ତେ କସାଦକିଆକେ ଆଦେସ୍ କଲୁନି । 23 ସର୍ଗର୍ ପର୍ମେସରର୍ ଲାଗି ଜାଇ ଜାଇଟା ଆଦେସ୍ କଲାଆଚେ, ସେଟା ସବୁ ସର୍ଗର୍ ପର୍ମେସରର୍ ଗରର୍ ପାଇଁ ନିମାନ୍ ସଙ୍ଗ୍ କରା, କାଇକେବଇଲେ ରାଜା ଆରି ତାର୍ ପିଲାମନର୍ ରାଇଜ ବିରୁଦେ କାଇକେ ରିସା ଅଇସି ? 24 ଆରି ଜାଜକ୍ମନର୍ ଆରି ଲେବିଅମନର୍, ଗିତ୍ ଗାଇବା ଲକ୍ମନର୍, ଦୁଆର୍ ଜାଗୁମନର୍, ସେବା କାମ୍ କର୍ବା ଲକ୍ମନ୍ ଆରି ପର୍ମେସରର୍ ପାର୍ତନା ଗରର୍ ସେବା କରୁମନର୍ କାର୍ ଉପ୍ରେ ସିସ୍ତୁ, ସର୍କାର୍କେ ଦେବାଟା ଆରି ଆସିଲ୍ ବସାଇବା ବେବସ୍ତା ବିରଦ୍ ଅଇସି ବଲି ଆମେ ତମ୍କେ ଜାନାଇଲୁନି । 25 ଆରି, ଏ ଏଜ୍ରା, ତମେ ପର୍ମେସରର୍ ବିସଇର୍ ଜନ୍ ଗିଆନ୍ ତମର୍ ଆତେ ଆଚେ, ସେ ଇସାବେ ଗାଡ୍ ସେପାଟର୍ ସବୁଲକର୍ ବିଚାର୍ କର୍ବାକେ ଜନ୍ ଲକ୍ମନ୍ ତମର୍ ପର୍ମେସରର୍ ବେବସ୍ତା ଜାନ୍ବାଇ, ଏନ୍ତାରି ସାସନ୍ କରୁ, ଆରି ବିଚାର୍ କର୍ବା ଲକ୍ମନ୍କେ ତୁଇ ବାଚ୍, ଆରି, ଜେ ସେଟା ନାଜାନେ, ତାକେ ତମେ ସିକିଆ ଦିଆସ୍ । 26 ଆରି ଜେକି ତମର୍ ପର୍ମେସରର୍ ବେବସ୍ତା ଆରି ରାଜାର୍ ବେବସ୍ତା ମାନ୍ବାକେ ରାଜି ନ ଅଏ, ସେ ମରନ୍ଡଣ୍ଡ୍ କି ନଅରେ ଅନି ବାର୍କରାଇ ଦେବାଟା କି ଡାବୁ ଡଣ୍ଡ କି ଜେଲ୍ଗରର୍ ଦଣ୍ଡର୍ ଜଗିଅ ଆଚେ, ନିକସଙ୍ଗ୍ ତାର୍ ସାସନ୍ କରା ଅଇସି ।
27 ଜନ୍ ସବୁବେଲର୍ ମାପ୍ରୁ ଆମର୍ ଆନିଦାଦିମନର୍ ପର୍ମେସରର୍ ସବୁବେଲର୍ ମାପ୍ରୁର୍ ଜିରୁସାଲାମର୍ ଗର୍ ମଇମା କର୍ବାକେ ରାଜାର୍ ମନେ ଏନ୍ତାରି ବିସଇ ଦେଲାଆଚେ, 28 ଆରି, ରାଜାର୍ ଆରି ତାର୍ ମତ୍ରିମନର୍ ଆରି ରାଜାର୍ ଡାକ୍ପୁଟା ଅଦିପତି ସବୁଲକର୍ ମୁଆଟେ ମକେ ଦୟା ଦେକାଇ ଆଚେ, ତାକେ ଦନିଅବାଦ୍ । ଏନ୍ତାରି ମକେ ସବୁବେଲର୍ ମାପ୍ରୁ ମର୍ ପର୍ମେସରର୍ ଆତର୍ ସାଇଜ ଇସାବେ ମୁଇଁ ବପୁ ଅଇଲି ଆରି ମର୍ ସଙ୍ଗେ ଜିବାକେ ଇସ୍ରାଏଲ୍ ବିତ୍ରେ ଅନି ବଡ୍ ଲକ୍ମନ୍କେ ଗଟେଲଗେ କଲି ।