1 ସେଡ୍କିବେଲେ ଦାରିଆବସ୍ ରାଜା ଆଦେସ୍ କଲାକେ, ବାବିଲର୍ ଜନ୍ ଜାଗା ଲଗେ ସଁପତି ବିସଇରେ ଲେକା ଅଇ ରଇଲା ବଇ ସଙ୍ଗଇ ରଇଲାଇ, ସେଟା ଜାଇକରି କଜ୍ଲାଇ । 2 ଆରି, ମାଦିଅ ପର୍ଦେସେ ଅକ୍ମତା ନାଉଁର୍ ରାଜାର୍ ଗରେ ଗଟେକ୍ ପୁସ୍ତକ୍ ମିଲାଇଲା, ସେଟା ଜାନ୍ବାକେ ଏନ୍ତାରି ଲେକା ଅଇରଇଲା । 3 କରସ୍ ରାଜାର୍ ସାସନ୍ କର୍ବା ପର୍ତୁମ୍ ବର୍ସେ କରସ୍ ରାଜା ଜିରୁସାଲାମର୍ ପର୍ମେସରର୍ ପାର୍ତନା ଗର୍ ବିସଇରେ ଏ ଆଦେସ୍ କଲା, ଲକ୍ମନର୍ ବଲିଦେବା ଜାଗା ସେ ଗର୍ ତିଆର୍ ଅ ଆରି ତେଇର୍ କୁନାଦି ମଜ୍ବୁତ୍ ପାରା ତିଆର୍ ଅ, ତେଇର୍ ଉଚା ସାଟେ ଆତ୍, ଅସାର୍ ସାଟେ ଆତ୍; 4 ସେଟା ତିନ୍ ଦାଡି ବଡ୍ ବଡ୍ ପାକ୍ନା ସଙ୍ଗେ ଆରି ଗଟେକ୍ ଦାଡି ନୁଆ ଦୁଲାମ୍ ସଙ୍ଗେ ଜଡି, ଆରି, ରାଜାର୍ ଗରେଅନି ତେଇର୍ କୁଲି ଦିଆଜାଅ, 5 ଆରି, ପର୍ମେସରର୍ ଗରର୍ ଜାଇଟା ସବୁ ସୁନା ଆରି ରୁପାର୍ ମୁତା ନବୁକଦ୍ନିତ୍ସର୍ ଜିରୁସାଲାମର୍ ଗରେ ବେଟି ନେଇ ବାବିଲେ ଆନି ରଇଲା, ସେଟା ସବୁ ବାଉଡାଇ ଦେଅତ୍, ଆରି ସବୁ ମୁତା ଆରି ତରେକ୍ ଜିରୁସାଲାମର୍ ଗରେ ନିମାନ୍ ଜାଗାଇ ସଙ୍ଗ୍ଅତ୍, ଆରି ତମେ ପର୍ମେସରର୍ ପାର୍ତନା ଗରେ ସେଟା ସବୁ ସଙ୍ଗଆ ।
6 ସେଟାର୍ପାଇଁ ଏ ତତନଇ, ଗାଡ୍ ସେପାଟର୍ ଦେସର୍ ମୁକିଅ, ଏ ସତର୍ବସନିଅ, ତମେ ଆରି ତମର୍ ସଙ୍ଗ୍ ସେପାଟର୍ ଅପସର୍କିଅମନ୍, ସେ ଲଗେ ଅନି ଦୁର୍କେ ରୁଆ; 7 ପର୍ମେସରର୍ ପାର୍ତନା ଗରର୍ କାମ୍ କର୍ବାକେ ଆତ୍ ଦିଆସ୍ନାଇଁ, ଜିଉଦିମନର୍ ମୁକିଅ ଆରି ଜିଉଦିମନର୍ ପାରଚିନ୍ମନ୍ ପର୍ମେସରର୍ ପାର୍ତନା ଗର୍ ସେ ନିମାନ୍ ଜାଗାଇ ତିଆର୍ କରତ୍ । 8 ଆରି,ପର୍ମେସରର୍ ପାର୍ତନା ଗର୍ ତିଆର୍ କର୍ବାକେ ତମର୍ ଏ ଜିଉଦି ପାର୍ଚିନ୍ ମନର୍ ଲଗେ ଜାଇଟା କର୍ବାଟା, ସେଟା ଆମେ ଆଦେସ୍ କଲୁନି, ସେମନର୍ ବାଦା ଜେନ୍ତାରି କି ନ ଅଏ, ସେଟାର୍ପାଇଁ ସେ ଲକ୍ମନ୍କେ ରାଜାର୍ ସଁପତି ଅନି, ଆରି, ଗାଡ୍ ସେପାଟର୍ ରାଜାର୍ ଗରେଅନି ନିକ ସଙ୍ଗ୍ କୁଲି ଦେଅତ୍ । 9 ଆରି ସର୍ଗର୍ ପର୍ମେସରର୍ ଅମ୍ବଲିର୍ ପାଇଁ ଜିରୁସାଲାମର୍ ଜାଜକ୍ମନର୍ ବାକିଅ ଅନୁସାରେ ବେଣ୍ଡିଆ ପସୁ ଆରି ମେଣ୍ଡା ଆରି ମେଣ୍ଡାପିଲା ଆରି ଗମ୍, ନୁନ୍, ଅଙ୍ଗୁର୍ ରସ୍ ଆରି ଚିକନ୍ , ଜାଇ ଜାଇଟା ସେମନର୍ ଦର୍କାର୍, ସେଟା ସବୁ ଦିନ୍କେ ଦିନ୍ ବାଦା ନଇତେ ସେମନ୍କେ ଦିଆସ୍, 10 ତାର୍ପଚେ ସେମନ୍ ସରଗର୍ ପର୍ମେସରର୍ ଉଦେସେ ନିମାନ ଲାଗ୍ଲା ପାରାଟା ବଲି ଚଗାଇବାଇ, ଆରି ରାଜାର୍ ଆରି ତାର୍ ପିଲାମନର୍ ଜିବନ୍ ପାଇଁ ପାର୍ତନା କର୍ବାଇ । 11 ଆରି ମୁଇଁ ଆଦେସ୍ କଲିନି ଜେ, କେ ଜଦି ଏ ବାକିଅ ନ ସୁନେ, ତାର୍ ଗରେଅନି ଗଟେକ୍ ପାଟିଆ ବାର୍କରାଇ ସେ ପାଟିଆ ସଙ୍ଗ୍ ବାନ୍ଦି ଜୁଲାଇ, ତାର୍ପଚେ, ତାର୍ ଗର୍କେ କତ୍ଗାଦି ପାରା କରତ୍ । 12 ଆରି, ଜେ ଜେ ରାଜା ଆରି କୁଲର୍ ଲକ୍ମନ୍ ପର୍ମେସରର୍ ଜିରୁସାଲାମର୍ ପାର୍ତନା ଗର୍ ବିନାସ୍ କରି ଏ ବାକିଅ ଅଲ୍ଗା କର୍ବାକେ ବାଦା କର୍ବାଇ, ସେମନ୍କେ ଜିରୁସାଲାମେ ନିଜର୍ ନାଉଁରେ ତିଆର୍ କଲା ପର୍ମେସରର୍ ଦସି କରଅ । ମୁଇଁ ଦାରିଆବସ୍ ଏ ଆଦେସ୍ ଦେଇଆଚି, ଏଟା ବେସି ଜତନ୍ ସଙ୍ଗ୍ କରା ।
13 ତାର୍ପଚେ ଦାରିଆବସ୍ ରାଜାଏ ଆଗିଆଁ ପାଟାଇଲାକେ ତତନଇ, ଗାଡ୍ ସେପାଟର୍ ଦେସର୍ ମୁକିଅ ଆରି ସତର୍ବସନିଅ ଆରି ସେମନର୍ ସାଙ୍ଗମନ୍ ବେସି ଜତନ୍ସଙ୍ଗ୍ ସେ ଇସାବେ କାମ୍ କଲାଇ । 14 ତାର୍ପଚେ ଆଗଇ ବବିସ୍ତବକତାର ଇଦର୍ ପିଲା ଜିକରିଅର୍ ବବିସତ୍ ବାକିଅସଙ୍ଗ୍ ଜିଉଦିଅ ପାର୍ଚିନ୍ ମନ୍ ପାର୍ତନା ଗର୍ ତିଆର୍ କଲାଇ ଆରି କଲାକାମ୍ ବଲବାବେ ଅଇଲା । ଆରି, ସେମନ୍ ଇସ୍ରାଏଲର୍ ପର୍ମେସରର୍ ଆଗିଆଁ ଇସାବେ ଆରି ପାରସ୍ ରାଜା କରସ୍ ଆରି ଦାରିଆବସ୍ ଆରି ଅର୍ତକିଅସତର୍ ଆଗିଆଁ ଇସାବେ ତିଆର୍ କରିସାରାଇଲାଇ । 15 ଦାରିଆବସ୍ ରାଜାର୍ ଅଦିକାରର୍ ଚଅ ବରସେ ଅଦର୍ ନାଅର୍ ମାସର୍ ତିନ୍ଦିନ୍ ଗାଲାପଚେ ଏଗରର୍ କାମ୍ ସାର୍ଲା । 16 ତାର୍ପଚେ ଇସ୍ରାଏଲର୍ ପିଲାମନ୍ ଜାଜକ୍ମନ୍ ଆରି ଲେବିଅମନ୍ ଆରି ବନ୍ଦି ଅଇରଇଲା ପିଲାମନ୍ ସାର୍ଦା ସଙ୍ଗେ ପର୍ମେସରର୍ ପାର୍ତନା ଗର୍ ପର୍ତିସ୍ଟା ପାଲନ୍ କଲାଇ । 17 ଆରି, ପର୍ମେସରର୍ ପାର୍ତନା ଗରର୍ ପର୍ତିସ୍ଟା କଲାବେଲେ ସେମନ୍ ସଏଟା ପସୁ, ଦୁଇସଟା ମେଣ୍ଡା, ଚାର୍ସଟା ମେଣ୍ଡାପିଲାମନ୍ ବଲି ଦେଲାଇ , ଆରି ସବୁ ଇସ୍ରାଏଲର୍ ପାପ୍ ବଲିଦାନର୍ ପାଇଁ ଇସ୍ରାଏଲିଅ ଗସ୍ଟିର୍ ଏଜ୍ବା ଅନୁସାରେ ବାର୍ଟା ଚେଲି ବଲି ଦେଲାଇ। 18 ଆରି, ସେମନ୍ ମସାର୍ ପୁସ୍ତକର୍ ଲେକା ଅନୁସାରେ ଜିରୁସାଲାମେ ପର୍ମେସରର୍ ସେବାକର୍ବାକେ ଜାଜକ୍ମନ୍କେ ସେମନର୍ ପାଲି ଇସାବେ ଆରି ଲେବିଅ ମନ୍କେ ସେମନର୍ ପାଲି ଇସାବେ ଟିଆ କଲାଇ ।
19 ତାର୍ ପଚେ ପର୍ତୁମ୍ ମାସର୍ ଉଦଚଦିନ୍ ଅଇଲାକେ ଜଇଲ୍ ବିତ୍ରେ ବନ୍ଦି ଅଇରଇଲା ପିଲାମନ୍ ନିସ୍ତାର୍ ପରବ୍ ପାଲନ୍ କଲାଇ । 20 କାଇକେବଇଲେ ଜାଜକ୍ମନ୍ ଆରି ଲେବିଅମନ୍ ଗଟେକ୍ ଲଗେ ତମ୍କେ ସୁଚି କଲାଇ, ସେ ସବୁଲକ୍ ସୁଚି ଅଇ ରଇଲାଇ, ସେଟାର୍ ପାଇଁ ସେମନ୍ ବନ୍ଦି ଅଇଲା ସବୁ ପିଲାମନର୍ ପାଇଁ, ନିଜର୍ ଜାଜକ୍ ବାଇମନର୍ ପାଇଁ ଆରି ତମର୍ ପାଇଁ ନିସ୍ତାର୍ ପରବ୍ର ବଲି ମାର୍ଲାଇ । 21 ଆରି, ବନ୍ଦି ଗରେ ଅନି ଇସ୍ରାଏଲର୍ ପିଲାମନ୍ ଆରି ଜନ୍ ଲକ୍ମନ୍ ସେମନର୍ ବାଟେ ଅଇ ଇସ୍ରାଏଲର୍ ପର୍ମେସରର୍ ସବୁବେଲର୍ ମାପ୍ରୁକେ କଜ୍ବାକେ ଦେସର୍ ଲକ୍ମନ୍ ବିନ୍ ଦେସର୍ ଲକ୍ମନର୍ ଅସୁଚି ଲକର୍ ତେଇଅନି ନିଜ୍କେ ବିନେ ଅଇ କରି ରଇଲାଇ, ସେ ସବୁ ଲକ୍ ମିସିକରି କାଇଲାଇ । 22 ଆରି, ସାତ୍ଦିନ୍ ସାର୍ଦା ସଙ୍ଗେ ସଡା ନ ମିସ୍ଲା ରୁଟିର୍ ପରବ୍ ପାଲନ୍ କଲାଇ, କାଇକେବଇଲେ ସବୁବେଲର୍ ମାପ୍ରୁ ସେମନ୍କେ ସାର୍ଦାକରାଇ ରଇଲାଇ ଆରି ଇସ୍ରାଏଲର୍ ପର୍ମେସର୍ ପର୍ମେସରର୍ ଗରର୍ କାମ୍ କର୍ବାକେ ସେମନର୍ ଆତ୍ ଡାଟ୍ କରି ସେମନର୍ ବାଟେ ଅସୁରିଅର୍ ରାଜାର୍ ମନ୍ ବାଉଡାଇ ରଇଲାଇ ।