1 ତାର୍ପଚେ ଆଗଇ ବବିସତ୍ବକ୍ତା ଆରି ଇଦର୍ ପିଲା ଜିକରିଅ ଏ ବବିସତ୍ ବକ୍ତାମନ୍ର୍ ଲଗେ ଆତ୍ମା ଜାନାଇଲାକେ ଜିଉଦା ଆରି ଜିରୁସାଲାମର୍ ଜିଉଦିଲକ୍ମନର୍ ଲଗେ ବବିସତ୍ ବାକିଅ ପର୍ଚାର୍ କଲାଇ, ସେମନ୍ ଇସ୍ରାଏଲର୍ ପର୍ମେସରର୍ ନାଉଁରେ ସେମନର୍ ଲଗେ ବବିସତ୍ ବାକିଅ ପର୍ଚାର୍ କଲାଇ । 2 ତାର୍ପଚେ ସଲ୍ଟିଏଲର୍ ପିଲା ଜିରୁବାବିଲ୍ ଆରି ଜସାଦକର୍ ପିଲା ଜେସୁଅ ବାରଇ କରି ଜିରୁସାଲାମ୍ ତେଇ ପର୍ମେସରର୍ ପାଇଁ ପାର୍ତନା ଗର୍ ତିଆର୍ କର୍ବାକେ ଆରାମ୍ କଲାଇ, ଆରି ପର୍ମେସରର୍ ବବିସତ୍ ବକ୍ତାମନ୍ ସେମନର୍ ସଙ୍ଗେ ରଇ ସେମନ୍କେ ସାଇଜ କଲାଇ । 3 ସେବେଲେ ତତନଇ, ଗାଡ୍ ସେପାଟର୍ ଦେସ୍ ସାସନ୍ କାରିଆ ଆରି ସତର ବସନିଅ, ଆରି ସେମନର୍ ସାଙ୍ଗମନ୍ ଆସି ସେମନ୍କେ ପାଚାର୍ଲାଇ, ଏ ପାର୍ତନା ଗର୍ ତିଆର୍ କର୍ବାକେ ଆରି ଏ ପାଚୁରି ସାରାଇବାକେ କେ ତମ୍କେ ଆଗିଆଁ ଦେଲା ? 4 ସେଡ୍କିବେଲେ ଆମେ ସେମନ୍କେ ସେ ଇସାବେ ଉତର୍ ଦେଲୁ, ସେମନ୍ ପାଚାର୍ଲାଇ, ପାର୍ତନା ଗର୍ ତିଆର୍ କର୍ବା ଲକ୍ମନର୍ ନାଉଁ କାଇ ନାଉଁ ? 5 ମାତର୍ ଜିଉଦିଅ ପାର୍ଚିନ୍ମନ୍ ତେଇ ସେମନର୍ ପର୍ମେସରର୍ ଆଁକି ରଇଲାକେ ଦାରିଆବସର୍ ଲଗେ ଏ କାତା ନ କେଟ୍ଲା ଆରି ଚିଟିର୍ ଲାଗି ସେ ବିସଇର୍ ଉତର୍ ଆରି ତରେକ୍ ନ ଆଇବା ଜାକ ସତ୍ରୁମନ୍ ସେମନ୍କେ ଚାଡତ୍ ନାଇ ।
6 ତତନଇ, ଗାଡ୍ ସେପାଟ୍ ଦେସର୍ ମୁକିଅ ଆରି ସତରବସନିଅ ଆରି ଗାଡ୍ ସେପାଟର୍ ତାର୍ ସାଙ୍ଗରି ଅପରସକିଅମନର୍ ଦାରିଆବସ୍ ରାଜାର୍ ଲଗେ ପାଟାଇଲା ଚିଟି, 7 ସେମନ୍ ତାର୍ ଲଗେ ଜନ୍ ଚିଟି ପାଟାଇଲାଇ, ତେଇ ଏନ୍ତାରି ଲେକା ଅଇରଇଲା, ମଆ ରାଜା ଦାରିଆବସର୍ ସବୁ ମଙ୍ଗଲ୍ ଅ । 8 ମଆ ରାଜାର୍ ଲଗେ ଜାନାଇଲାଟା ଏଟା ଜେ, ଆମେ ଜିଉଦା ପର୍ଦେସେ ମଆନ୍ ପର୍ମେସରର୍ ପାର୍ତନା ଗରେ ଜାଇରଇଲୁ, ସେଟା ବଡ୍ ବଡ୍ ପାକ୍ନା ସଙ୍ଗେ ତିଆର୍ ଅଇଲାନି ଆରି କୁଡେ ଦୁଲାମ୍ ବସାଅଇଲାନି, ଆରି ଏ କାମ୍ ଜତନ୍ ସଙ୍ଗ୍ ଅଇଲାନି ଆରି ସେମନର୍ ଆତେ ସପଲ୍ ଅଇଲାନି । 9 ତାର୍ପଚେ ଆମେ ସେ ପାର୍ଚିନ୍ମନ୍କେ ପାଚାରି କଇଲୁ, ଏ ପାର୍ତନା ଗର୍ ତିଆର୍ କର୍ବାକେ ଆରି ଏ ପାଚୁରିର କାମ୍ ସାରାଇବାକେ କେ ତମ୍କେ ଆଦେସ୍ ଦେଲା ? 10 ଆରି ଆମେ ତମ୍କେ ଜାନାଇବାକେ ସେମନର୍ ମୁକିଅ ଲକ୍ମନର୍ ନାଉଁ ଲେକି ନେବାକେ ସେମନର୍ ନାଉଁ ପାଚାର୍ଲୁ । 11 ତାର୍ପଚେ ସେମନ୍ ଆମ୍କେ ଏନ୍ତାରି ଉତର୍ ଦେଲାଇ, ଆମେ ସରଗ୍ ଆରି ପୁର୍ତିବିର୍ ପର୍ମେସରର୍ ଦାସ୍ମନ୍, ଆରି ଏ ଜନ୍ ପାର୍ତନା ଗର୍ ତିଆର୍ କଲୁନି, ଏଟା ବେସି ବରସ୍ ଆଗେ ତିଆର୍ ଅଇରଇଲା, ଇସ୍ରାଏଲର୍ ଗଟେ ମଆ ରାଜା ଏଟା ତିଆର୍ କରି ସାରାଇ ରଇଲା । 12 ମାତର୍ ଆମର୍ ଆନିଦାଦିମନ୍ ସର୍ଗର୍ ପର୍ମେସର୍କେ ରିସା କଲାକେ ସେ ସେମନ୍କେ ବାବିଲ୍ ରାଜା କଲ୍ଦିଅ ନବୁକଦ୍ନିସ୍ଚର୍ ଆତେ ସର୍ପି ଦେଲାକେ, ସେ ଏ ପାର୍ତନା ଗର୍ ବିନାସ୍ କରି ଲକ୍ମନ୍କେ ବାବିଲ୍ ଦେସେ ଦାରିଗାଲା । 13 ମାତର୍ ବାବିଲର୍ ରାଜା କରସର୍ ସାସନ୍ କଲା ପର୍ତୁମ୍ ବର୍ସେ ପର୍ମେସରର୍ ଏ ପାର୍ତନା ଗର୍ ତିଆର୍ କର୍ବାକେ କରସ୍ ରାଜା ଆଦେସ୍ କଲା । 14 ଆରି, ରାଜା ନବୁକଦ୍ନିସ୍ଚର୍ ପର୍ମେସରର୍ ପାର୍ତନା ଗରର୍ ଜନ୍ ସବୁ ସୁନାର୍ଟା ଆରି ରୁପାର୍ଟା ମୁତା ଜିରୁସାଲାମର୍ ମନ୍ଦିରେ ଅନି ନେଇଁ ବାବିଲର୍ ମନ୍ଦିରେ ଆନି ରଇଲା, ସେଟା ସବୁ କରସ୍ ରାଜା ବାବିଲର୍ ମନ୍ଦିରେ ଅନି ବାର୍କରାଇ ଦେଲା, ଆରି ସେଟା ସବୁ ସେସବସର୍ ନାଉଁର୍ ସେ ବାଚି ରଇଲା ସାସନ୍ କାରିଆର୍ ଆତେ ସରପ୍ମାନ୍ କଲା, 15 ଆରି ରାଜା ତାକେ କଇଲା, ଏ ସବୁ ଜିନିସ୍ ନେଇଁ କରି ଜିରୁସାଲାମର୍ ପର୍ମେସରର୍ ଗରେ ସଙ୍ଗୁଆ ତାର୍ପଚେ ପର୍ମେସରର୍ ପାର୍ତନା ଗର୍ ନିମାନ୍ ଜାଗାଇ ତିଆର୍ କରା । 16 ତାର୍ପଚେ ସେ ସେସବସର୍ ଜିରୁସାଲାମେ ବାଉଡି ଆସି ପର୍ମେସରର୍ ଗରର୍ କୁନାଦି କରି ପାର୍ତନା ଗର୍ ଆରାମ୍ କଲା, ଆରି ସେବେଲେ ଅନି ଏବେ ଜାକ ସେଟା ତିଆର୍ ଅଇଲାନି, ଏଲେ ମିସା ସେଟା ପୁରାପୁରୁନ୍ ଅଏନାଇଁ ।
17 ସେଟାର୍ପାଇଁ କେବେ ଜଦି ମଆରାଜାକେ ନିମାନ୍ ଦେକା ଜାଇସି, ତେବେ କରସ୍ ରାଜା ଜିରୁସାଲାମେ ପର୍ମେସରର୍ ପାର୍ତନା ଗର୍ ତିଆର୍ କର୍ବାକେ ଆଦେସ୍ ଦେଇ ରଇଲା କି ନାଇଁ, ସେଟା ବାବିଲର୍ ମଆରାଜାର୍ ଗୁଦାମ୍ ଗରେ କଜି ଦେକତ୍, ଆରି ଏ ବିସଇରେ ମଆରାଜା ଆମର୍ ଲଗେ ନିଜର୍ ଇସାବେ ଜାନାଉଁ ।