1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, 2 ତମେ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ସମାଗମ୍ ତୁମ୍ ତିଆର୍ କର୍ସା 3 ଆରି ତେଇ ସାକିପେଡି ସଙ୍ଗଇ ବସ୍ତର୍ ଅଚାଇ ସେ ପେଡିକେ ଡାବାଇସା । 4 ତାର୍ପଚେ ଟେବୁଲ୍ ବିତ୍ରେ ଆନି, ତାର୍ ଉପ୍ରେ ଦାଡି ଦାଡି କରି ତେଇର୍ ଜିନିସ୍ ସଙ୍ଗଇସା; ଆରି ଦିପ୍କୁଟ୍ ବିତର୍କେ ଆନି ତେଇର୍ ସରାଇ ବତି ଡସାଇଲାଇ । 5 ସାକି ପେଡିର୍ ମୁଆଟେ ସୁନାର୍ ଦୁପ୍ବେଦି ସଙ୍ଗଇଲାଇ, ଆରି ସମାଗମ୍ ତୁମ୍ ଦୁଆରର୍ ଡାବାଇବା ବସ୍ତର୍ ଡାବାଇଲାଇ । 6 ସମାଗମ୍ ତୁମ୍ ମୁଆଟେ ଅମ୍ ବେଦି ସଙ୍ଗଇଲାଇ । 7 ସମାଗମ୍ ତୁମ୍ ଆରି ବେଦି ପୁର୍ବା ଆଗ୍ତୁ ଆତ୍ ଗଡ୍ ଦଇବା କୁଣ୍ଡେ ପାନି ସଙ୍ଗଇସା । 8 ଆରି ଚାରିବେଟ୍ତି ପାଚୁରି ତିଆର୍ କରା, ଆରି ପାଚୁରିର୍ ବାଟେ ଡାବ୍ବା ବସ୍ତର୍ ଅଲାଇସା । 9 ତାର୍ପଚେ ଅବିସେକ୍ କର୍ବା ଚିକନ୍ ନେଇ ସମାଗମ୍ ତୁମ୍ ଆରି ସର୍ତେ ଜିନିସ୍କେ ଅବିସେକ୍ କରି ସୁକଲ୍ କରା, ସେଟା ସୁକଲ୍ ଅଇସି । 10 ଆରି, ତମେ ଅମ୍ ବେଦି ଆରି ତେଇର୍ ସର୍ତେ ଜିନିସ୍କେ ଅବିସେକ୍ କରି ସୁକଲ୍ କର୍ସା; ସେଟା ଅଦିକ୍ ସୁକଲ୍ ଅଇସି । 11 ଆରି ତମେ ଦଇବା କୁଣ୍ଡିକେ ଆରି ବାଉନିକେ ଅବିସେକ୍ କରି ସୁକଲ୍ କର୍ସା ।
12 ତାର୍ପଚେ ତମେ ଆରଣକେ ଆରି ତାର୍ ପିଲାମନ୍କେ ସମାଗମ୍ ତୁମ୍ ଦୁଆରେ ଆନି ପାନି ତେଇ ଗାଦୁଆଇସା । 13 ଆରି, ଆରଣକେ ମର୍ ନାଅଁରେ ଜାଜକ୍ କାମ୍ କର୍ବାକେ ସୁକଲ୍ ବସ୍ତର୍ ପିନ୍ଦାଇ ଅବିସେକ୍ କରି ଟିଆ କର୍ସା 14 ଆରି ତାର୍ ପିଲାମନ୍କେ ଆନି ବସ୍ତର୍ ପିନ୍ଦାଇସା । 15 ଆରି ତାକର୍ ବାବାକେ ଜେନ୍ତାର୍ ଅବିସେକ୍ କଲାସ୍, ସେନ୍ତାରି ସେମନ୍କେ ଅବିସେକ୍ କର୍ସା; ତାର୍ପଚେ ସେମନ୍କେ ଜାଜକ୍ କାମ୍ କର୍ବାକେ ଅବିସକ୍ କର୍ସା, ସେ ଅବିସେକ୍ କଲାଟା ତାକର୍ ଜାତିର୍ ଅନନ୍ତ୍ କାଲ୍ ଜାକ ଜାଜକ୍ ପଦର୍ ମୁଲ୍ ରଇସି । 16 ମସା ଏମତି କଲାସି, ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ମସା କଲା । 17 ତାର୍ପାଚେ ମସାକେ ସବୁବଲର୍ ମାପୁରୁର୍ ଆଦେସ୍ ଇସାବେ ଦୁତିଅ ବର୍ସର୍ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ମାପ୍ରୁର୍ ସମାଗମ୍ ତୁମ୍ ବାନ୍ଦ୍ଲାଇ । 18 ଆରି, ମସାକେ ସମାଗମ୍ ତୁମ୍ ତିଆର୍ କରି ତେଇ କୁଟି ଦେଇ ପାଟା ବସାଇ ଗାଡା ଚିଙ୍ଗ୍ଲା ତେଇର୍ କୁଟ୍ ଟିଆ କଲାଇ । 19 ଆରି ମସା ସମାଗମ୍ ତୁମ୍ ତିଆର୍ କଲାଇ ଆରି ତାର୍ ଉପ୍ରେ ଚାତ୍ ପାକାଇଲା। 20 ତାର୍ପଚେ ମସା ସବୁବଲର୍ ମାପ୍ରୁର୍ ଆଦେସ୍ ଇସାବେ ସାକିଅ ପାଟା ପେଡି ବିତ୍ରେ ସଙ୍ଗ୍ଇଲା ଆରି ପେଡିର୍ କୁଟି ଲାଗାଇ ପେଡି ଉପ୍ରେ ପାପ୍ ଡାବ୍ନା ସଙ୍ଗଇଲାଇ। 21 ଆରି ସମାଗମ୍ ତୁମ୍ ବିତ୍ରେ ପେଡି ଆନ୍ଲାଇ ଆରି ଡାବ୍ବା ବସ୍ତର୍ ନେଇ ସାକି ପେଡିକେ ଡାବ୍ଲାଇ। 22 ତାର୍ପଚେ ମସାର୍ ଲଗେ ସବୁବଲର୍ ମାପ୍ରୁର୍ ଆଦେସ୍ ଇସାବେ ସମାଗମ୍ ତୁମ୍ ବିତ୍ରେ ପେଡି ଆନ୍ଲାଇ ଆରି ଡାବାଇଅଚାଇବା ବସ୍ତର୍ ଅଚାଇଲାଇ ଆରି ସାକିପେଡି ଡାବ୍ଲାଇ । 23 ଆରି ସେ ସବୁବେଲର୍ ମାପ୍ରୁର୍ ମୁଆଟେ ଦାରା ଅନୁସାରେ ଟେବୁଲ୍ ତେଇ ରୁଟି ସଙ୍ଗଇଲାଇ । 24 ମସାକେ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ଗରର୍ ଟେବୁଲ୍ ସଙ୍ଗଇଲା ମୁଆଟେ ଦକିନ୍ ତାଡେ ଦିପ୍ ଲାଗାଇବା କୁଟ୍ ସଙ୍ଗଇଲାଇ । 25 ଆରି ସବୁବେଲର୍ ମାପ୍ରୁର୍ ପାଇ ସରାଇ ବତି ଡସାଇଲାଇ । 26 ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ସମାଗମ୍ ତୁମ୍ ଡାବ୍ବା ବସ୍ତର୍ ଅଚାଇଲା ମୁଆଟେ ସୁନାର୍ ବେଦି ସଙ୍ଗଇଲାଇ । 27 ଆରି ତାର୍ ଉପ୍ରେ ବାସ୍ନା ଦୁପ୍ ପଡାଇଲାଇ । 28 ଆରି ସେ ସମାଗମ୍ ତୁମ୍ ବାଟ୍ଡିଆଗଡି ଆଡୁକା କର୍ବାକେ ପର୍ଦା ଅଲାଇଲାଇ । 29 ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ସମାଗମ୍ ତୁମ୍ର୍ ବାଟ୍ଡିଆଗଡି ଲଗେ ଅମ୍ ବେଦି ସଙ୍ଗଇ, ତାର୍ ଉପ୍ରେ ଅମ୍ପୁଜା ଆରି ନଇବେଦ୍ ସରପ୍ଲାଇ । 30 ମସାକେ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ସମାଗମ୍ ତୁମ୍ର୍ ବେଦିର୍ ଲଗେ ଆତ୍ ଗଡ୍ ଦଇବା କୁଣ୍ଡି ତିଆର୍ କରି ପାନି ସଙ୍ଗଇଲାଇ । 31 ତାର୍ପଚେ ମସା, ଆରଣକେ ଆରି ତାର୍ ପିଲାମନ୍ ଆତ୍ ଗଡ୍ ଦଇଲାଇ । 32 ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ, ଜେଡେବଲ୍ ସମାଗମ୍ ତୁମ୍ ବିତ୍ରେ ପୁର୍ବାଇ, ଆରି ବେଦିର୍ ପାକେ ଆଇଲେ, ସେଡ୍କିବେଲ ସେମନ୍ ନିଜର୍ ନିଜର୍ ଆତ୍ ଗଡ୍ ଦଇ ପୁର୍ବାଇ । 33 ଆରି ସମାଗମ୍ ତୁମ୍ ଚାରିବେଟ୍ତି ପାଚୁରି ତିଆର୍ କଲାଇ, ଆରି ସମାଗମ୍ ତୁମ୍ ପୁର୍ବାକେ ବାଟ୍ ଚାଡ୍ଲାଇ ପାଚୁରିବାଟେ ପର୍ଦା ଅଲାଇଲାଇ , ଏ ଇସାବେ ମସା କାମ୍ ସାରାଇଲା ।
34 ତାର୍ପଚେ ସବୁବେଲର୍ ମାପ୍ରୁର୍ ଉଜଲ୍ ବାଦଲ୍ ପାରା ଅଇ ଆସି ମାସ ମାଗମ୍ ତୁମ୍ ଚାରିବେଟ୍ତି ଡାବି ଦେଲା ଆରି ମାପ୍ରୁର୍ ଉଜଲ୍ ସମାଗମ୍ ତୁମ୍ଲଗେ ପୁରୁନ୍ ଅଇଲା। 35 ତାର୍ପଚେ ମସା ସମାଗମ୍ ତୁମ୍ ତେଇ ପୁରି ନାପାର୍ଲା, କାଇକେବଇଲେ ସବୁବେଲର୍ ମାପ୍ରୁର୍ ଉଜଲର୍ ବାଦଲ୍ ଆସି ଗର୍କେ ଡାବିଦେଲା ଆରି ମାପ୍ରୁର୍ ଉଜଲ୍ ସମାଗମ୍ ତୁମ୍ଲଗେ ପୁରୁନ୍ ଅଇଲା । 36 ଆରି ଜେଡେବଲ୍ ସମାଗମ୍ ତୁମ୍ ଉପ୍ରର୍ ଉଜଲର୍ ବାଦଲ୍ ଜିବାର୍ ଦାର୍ଲା, ସେଡ୍କିବେଲେ ଇସ୍ରାଏଲର୍ ଲକ୍ ଇଣ୍ଡ୍ବାକେ ଦାର୍ଲାଇ । 37 ମାତର୍ ଜେଡେବଲ୍ ଜାକ ଉଜଲର୍ ବାଦଲ୍ ଗୁଚି ଉପ୍ରେ ଜାଏ ନାଇ, ସେ ଲକ୍ ଇଣ୍ଡ୍ତେ ସେ ରଇଲାଇ । 38 କାଇକେବଇଲେ ଇସ୍ରାଏଲର୍ ଲକର୍ ବଁସର୍ ଆଁକି ତେଇ ସେମନର୍ ସବୁ ଇଣ୍ଡ୍ବା ବାଟେ ସବୁବେଲର୍ ମାପ୍ରୁ ଦିନ୍ ବେଲାଇ ସିତ୍ଲି ବାଦଲ୍ ଆରି ରାତିଆଇ ଉଜଲର୍ ବାଦଲ୍ ଦେଇତେ ରଇଲା ।