1 ତାରପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ଜାଇକରି ପାର ରାଜାକେ କଅ, ସବୁବେଲର୍ ମାପ୍ରୁ କଇଲାନି ଆମର୍ ଲକ୍ମନ୍କେ ସେବା କର୍ବାକେ ଚାଡିଦେସ୍ ।
2 ଜଦି ତୁଇ ଆମର୍ ଲକ୍ମନ୍କେ ଜିବାକେ ନ ଚାଡୁସ୍ ବଇଲେ ଦେକ୍, ଆମେ ତମର୍ ଦେସ୍ ଜାକ ବେଙ୍ଗ୍ କରି ଡଣ୍ଡ୍ ଦେବୁ । 3 ନିଲିଆ ଗାଡେ ବେଙ୍ଗ୍ ବର୍ତି ଅଇଜିବାଇ, ଆରି ସର୍ତେ ବେଙ୍ଗ୍ ଆସି ତମର୍ ସଇବା ଗରର୍ ଅଚ୍ନା ମନ୍କେ ଆରି ତମର୍ ଦାଙ୍ଗ୍ଡା ମନର୍ ଗର୍ ମନ୍କେ ଆରି ତମର୍ ଲକ୍ବାକର୍ ସବୁର୍ ଗରର୍ ପେଜ୍ ବାତ୍ ଆରି ଅଚ୍ନାମନ୍କେ ଆରି ଚୁଲିତେଇ ଆଣ୍ଡିମନର୍ ବିତ୍ରେ ପୁର୍ବାଇ। 4 ଆରି ବେଙ୍ଗ୍ମନ୍ତମର୍ ଆରି ତମର୍ ଲକ୍ମନର୍ ଆରି ତମର୍ ଦାଙ୍ଗଡାମନର ଉପରେ ଡେଗଇବାଇ । 5 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଆରଣକେ କଅ, ମିସର୍ ଦେସର୍ ସରତେ ଗାଡ, ନାଲ୍, ଆରି ବନ୍ଦ୍ ତେଇ ଡାଙ୍ଗ୍ ଚିଆଇ ବେଙ୍ଗ୍ ପାଟାଅ । 6 ଆରନ୍ ସବୁବେଲର୍ ମାପ୍ରୁର୍ କାତା ଇସାବେ ମିସର୍ ଦେସର୍ ପାନି ଉପରେ ଆତ୍ ଚିଆଇଲାକେ ଦେସ୍ଜାକର ପାନିତେଇ ବେଙ୍ଗ୍ ବର୍ତି ଅଇଗାଲାଇ । 7 ଏଟା ଦେକି ମିସର୍ ଦେସର୍ ଦିସାରି ମନ୍ ନିଜର୍ ମାଆଁରେ ସେ ରକାମ୍ କରି ମିସର୍ ଦେଦ୍ ଉପ୍ରେ ମିସା ବେଙ୍ଗ୍ କଲାଇ । 8 ସେଟାର୍ପାଇଁ ପାରରାଜା ଏଟା ଦେକି ଆରନ୍ ଆରି ମସାକେ ଡାକିକରି କଇଲା, ତମର ସବୁବେଲର ମାପ୍ରୁକେ ପାରତନା କରା ଆମର୍ ତେଇଅନି ଆରି ଆମର୍ ଲକମନର ତେଇଅନି ବେଙ୍ଗ୍ ବାରଇ ଜାଅତ୍, ତାର୍ପଚେ ଆମେ ତମର୍ ଲକ୍ମନ୍କେ ଅମ୍ବଲି ଦେବାକେ ଚାଡି ଦେବୁ ।
9 ସେଟାର୍ପାଇଁ ମସା ପାର ରାଜାକେ କଇଲା, ତୁଇ କଅ, କେବ୍କେ ଚାଡ୍ସୁ, ମୁଇ ସବୁବେଲର୍ ମାପ୍ରୁର୍ ଲଗେ ପାର୍ତନା କରବି, ତମର୍ ଲଗେ ଅନି ଆରି ତମର୍ ଦାଙ୍ଗଡା ମନର୍ ଲଗେ ଅନି ଆରି ତମର୍ ଲକ୍ମନର୍ ତେଇଅନି ବେଙ୍ଗ୍ ବାରଇ ଜାଇ ଗାଡେ ରଇବାଇ । 10 ତେବର୍ ପାର ରାଜା କଇଲା, କାଲିକେ ପାରତନା କର୍ । ତେବେ ମସା କଇଲା, ଆମର୍ ସବୁବେଲର୍ ମାପ୍ରୁ ପର୍ମେସର୍କେ ଚାଡି ଦେଲାଇ ଆରି କନ୍ ମାପ୍ରୁ ମିସା ତାର୍ପାରା ନାଇ, ତୁଇ କଇବା ଇସାବେ ମୁଇ ପାରତନା କରବି । 11 ବେଙ୍ଗ୍ମନ୍ ତମର୍ ଆରି ତମର୍ ଦାଙ୍ଗଡା ମନର୍ ଆରି ତମର୍ ଲକ୍ମନର୍ ଗରେ ଅନି ସର୍ତେଜାକ ବେଙ୍ଗ୍ ବାରଇ କରି ଗାଡେ ଜିବାଇ । 12 ତାରପଚେ ପାର ରାଜାର୍ ବିରଦେ ପାରତନା କର୍ବାକେ ରାଜାର୍ ତେଇଅନି ମସା ଆରି ଆରନ୍ ବାରଇ ଗାଲାଇ ଆରି, ମସା ପାରର୍ ବିରଦେ ଆନ୍ଲା ବେଙ୍ଗ୍ ବିସଇରେ ସବୁବେଲର୍ ମାପ୍ରୁର୍ ଲଗେ ପାର୍ତନା କଲାଇ। 13 ତାର୍ପଚେ ସବୁବେଲର୍ ମାପ୍ରୁ ମସାର୍ ପାର୍ତନା ସୁନଲା ଆରି ଗରେ, ଦୁଆରେ, ଜମିବାଡି ଲଗେ ରଇଲା ସବୁଜାକ ବେଙ୍ଗ୍ମନ୍ ମରିଗାଲାଇ। 14 ତାର୍ପଚେ ଲକ୍ମନ୍ ସର୍ତେ ବେଙ୍ଗ୍ମନ୍କେ ଗଟେକ୍ ଟାନେ ଟୁଲିଆଇଲାକେ, ଗନ୍ଦିକରି ଦେସ୍ଜାକ ସାଉଁଟି ଗାଲା। 15 ମାତର୍ ପାରରାଜା ଦୁକ୍କସ୍ଟ ସାରିଗାଲାଟା ଦେକିକରି ସବୁବେଲର୍ ମାପ୍ରୁକେ ନ ମାନିକରି ମନ୍କେ ଡାଟ୍ କଲା ଆରି ତାର୍ ବାକିକେ ମନ୍ଦିଆନ୍ ଦେଏ ନାଇ।
16 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଆରଣକେ କଅ, ମିସର୍ ଦେସ୍ ସାରା ଉକ୍ନି ଅଇ ଜାଅତ୍, ତାର୍ପଚେ ତମେ ନିଜର୍ ଡାଙ୍ଗ୍ ଉଟାଇ ବୁଏଁ ଦୁଲିତେଇ ମାରା। 17 ତାର୍ପଚେ ସବୁବେଲର୍ ମାପ୍ରୁ କଇଲା ଇସାବ୍ରେ କଲାଇ, ଆରଣର୍ ଆତେ ରଇଲା ଡାଙ୍ଗ୍ ବୁଏଁ ମାର୍ଲାକେ , ମିସର୍ ଦେସର୍ ସବୁଜାକ ବୁଇଁର୍ ଦୁଲି ଉକ୍ନି ଅଇ କରି ଲକ୍ମନ୍କେ ଆରି ଗରୁ ସବୁକେ ଜାକ ଡସ୍ଲାଇ । 18 ଏଟା ଦେକି ସେଡକିବେଲେ ଗୁନିଆଁ ମନ୍ ମିସା ଜଲ୍କା ସଙ୍ଗ୍ ଉକ୍ନି କର୍ବାକେ ଚେସ୍ଟା କଲାଇ, ମାତର୍ ନାପାର୍ ଲାଇ; ତାର୍ପଚେ ଲକ୍କେ ଆରି ଗରୁ, ଚେଲି ମନ୍କେ ସର୍ତେକେ ଉକ୍ନି ବାସା ଅଇଲାଇ । 19 ଏଟା ଦେକି ସର୍ତେ ଦିସାରିମନ୍ ଜାଇ ପାର ରାଜାକେ କଇଲାଇ,ଏଟାତା ପର୍ମେସରର୍ ଗଟେକ୍ ଆଙ୍ଗ୍ଟିର୍ କାମ୍, ଏଲେମିସା ସବୁବେଲର୍ ମାପ୍ରୁର୍ ବାକିଅ ଇସାବେ ପାରରାଜାର୍ ମନ୍ ଡାଟ୍ ଅଇଲା ଆରି ତାକର୍ କାତାକେ ମନ୍ଦିଆନ୍ ଦେଏ ନାଇ ।
20 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତମେ ସାକାଲେ ଉଟି ପାରରାଜା ଗାଡ୍ବାଟେ ଜାଇ ରଇସି, ତମେ ଜାଇ ତାକେ ବେଟ୍ ଉଆ ଆରି କୁଆ, ସବୁବେଲର୍ ମାପ୍ରୁ କଇଲାନି ତାର୍ ଲକ୍ମନ୍ ତାର୍ ସେବା କର୍ବାର୍ ଜିବାକେ ଚାଡି ଦେସ୍ । 21 ଜଦି, ଆମର୍ ଲକ୍ମନ୍କେ ନ ଚାଡେ ବଇଲେ ମିସର୍ ଦେସର୍ ଲକ୍ମନର୍ ଉପରେ ଆରି ଦାଙ୍ଗ୍ଡାମନର୍ ଉପ୍ରେ ଗର୍ ବିତ୍ରେ ଆରି ତମର୍ ଉପ୍ରେ ଚାବ୍ରା ମଚି ପାଟାଇବୁ । 22 ଆରି ପୁର୍ତିବିତେଇ ମୁଇଁ ଆକା ସବୁବେଲର୍ ମାପ୍ରୁ, ଏ ବିସୟ୍ ମୁଇଁ ତମ୍କେ ଜାନାଇବାକେ ସେ ଦିନେ ଗସନ୍ ଦେସ୍ ବିନେବିନେ କର୍ବାକେ ସେ ଚାବ୍ରା ମଚି ନ ରଅତ୍ । 23 ଆରି ତର୍ ଲକ୍ମନର୍ ତେଇଅନି ମର୍ ଲକ୍ମନ୍କେ ବିନେ କର୍ବି; ମୁଇଁ ଏ ଚିନ୍ କାଲିକେ କର୍ବି । 24 ତାର୍ପଚେ ସବୁବେଲର୍ ମାପ୍ରୁ ଏନ୍ତାର୍ କଲା, ପାର ରାଜାର୍ ଆରି ତାର୍ ଦାଙ୍ଗ୍ଡା ମନର୍ ଗରେ ଚାବ୍ରା ମଚି କେଟ୍ଲାଇ ଆରି ମିସର୍ ଦେସ୍ ସାରାର୍ ନସ୍ଟ କରି ଦେଲାଇ ।
25 ସେଡ୍କିବେଲେ ପାର ରାଜା ମସାକେ ଆରି ଆରଣକେ ଡାକିକରି କଇଲା, ତମେ ଏ ଦେସର୍ କନ୍ତେଇ ଆଲେ ଜାଇକରି ପର୍ମେସରର୍ ଉଦେସ୍ରେ ବଲି ଦିଆସ୍ । 26 ତାର୍ପଚେ ମସା କଇଲା, ଏ କାମ୍ କର୍ବାଟା ଟିକ୍ ନାଇଁ, କାଇକେବଇଲେ, ସବୁବେଲର୍ ମାପ୍ରୁର୍ ନାଉଁରେ ମିସରିଅ ଲକ୍ମନର୍ ବଲି କର୍ବାଟା ଗିନର୍ ବଲିଦାନ୍, ଆମେ ଜଦି ଗିନ୍ କର୍ବା ବଲିଦାନ୍ ଦେଲେ, ମିସରର୍ ଲକ୍ ପାକନା ସଙ୍ଗ୍ ନ ମାରତ୍ କି ? 27 ଏଟାର୍ ପାଇ ତିନ୍ ଦିନର୍ ବାଟର୍ ବିତରେ ଜାଇ, ଆମର୍ ସବୁବେଲର୍ ମାପ୍ରୁ କାଇଟା ଆଦେସ୍ ଦେଲେ, ସେ ଇସାବେ ଆମେ ବଲି କର୍ବୁ ।
28 ପାର ରାଜା କଇଲା, ମୁଇ ତମ୍କେ ସର୍ତେ ଲକ୍କେ ଚାଡିଦେବି, ତମେ ଜାଇ ସବୁବେଲର୍ ମାପ୍ରୁର୍ ପର୍ମେସରର୍ ଉଦେସ୍ରେ ବଲିଦାନ୍ କରା, ମାତର୍ ବେସି ଦୁରକେ ଜାଆ ନାଇ, ଆରି ମର୍ ପାଇ ମିସା ପାରତନା କରା । 29 ମସା କଇଲା, ଦେକ୍, ମୁଇ ମର୍ ସବୁବେଲର୍ ମାପ୍ରୁକେ ଜାଇ ପାରତନା କରବି, ତମର୍ ଲକମନର୍, ତମର୍ ଆରି ତମର୍ ଦଙ୍ଗଡା ମନର୍ ତେଇଅନି ଚାବ୍ରି ମଚି ଉଟି ଜିବାଇ ମାତର୍ ତୁଇ ଆରିତରେକ୍ ନ କଇବାର୍ ଆଚେ ଜେ ତମର୍ ଲକ୍ମନ୍କେ ନ ଚାଡି ବଲି । 30 ତାର୍ପଚେ ମସା ଜାଇ ସବୁବେଲର୍ ମାପ୍ରୁ ତେଇ ଜାଇ ପାର୍ତନା କଲା । 31 ତାରପଚେ ସବୁବେଲର୍ ମାପ୍ରୁ ମସାର୍ ପାରତନା ସୁନଲା ଆରି ପାର ରାଜାର୍ ଲକ୍ମନର୍ ଆରି ଦାଙ୍ଗ୍ଡାମନର୍ ତେଇ ଅନି ସର୍ତେ ଚାବ୍ରା ମଚି ଉଟି ଗାଲାଇ, ଗଟେକ୍ ମିସା ରଅତ୍ ନାଇ । 32 ଏବେ ମିସା ପାର ରାଜାର୍ ମନ୍ ଡାଟ୍ କଲା, ଆରି ସେ ଲକ୍ମନ୍କେ ଜିବାକେ ଚାଡେ ନାଇ ।