1 ସବୁବେଲର୍ ମାପ୍ରୁ ମସାକେ କଇଲା, ଆମେ ପାର ରାଜା ଆରି ମିସର୍ ଦେସ୍ ଉପ୍ରେ ଆରି ଗଟେକ୍ ଡଣ୍ଡ୍ ଦେବୁ ତାର୍ପଚେ ଆମର୍ ଲକ ମନ୍କେ ଚାଡି ଦେଇସି, ମାତର୍ ଚାଡ୍ବା ଆଗତୁ ତକେ କେଦ୍ସିନ । 2 ଏବେ ଲକ୍ମନ୍କେ କାନେ କଅ, ସର୍ତେ ଲକ୍ମନ୍ ନିଜର୍ ନିଜର୍ ଲକର୍ ତେଇ ଅନି ଆରି ସର୍ତେ ମାଇଜିଟକି ନିଜର୍ ନିଜର୍ ଲକର୍ ତେଇ ଅନି ରୁପାକି ସୁନା କାଇଟା ଆଚେ ମାଗତ୍ । 3 ଆରି ସବୁବେଲର୍ ମାପ୍ରୁ ମିସର୍ ଦେସର୍ ଲକ୍ର ମୁଆଟେ ଇସ୍ରାଏଲ୍ ଦେସ୍ର ଲକ୍କେ ଆସିର୍ବାଦ୍ କଲା ଆରି ମିସର୍ ଦେସର୍ ପାର ରାଜାର୍ ଦାଙ୍ଗ୍ଡାମନର୍ ତେଇ ଅନି ମସା ଅଦିକ୍ ବପୁ ଅଇଲା । 4 ତାର୍ପଚେ ମସା ଲକ୍ମନ୍କେ କଇଲା, ସବୁବେଲର୍ ମାପ୍ରୁ ଏ କାତା କଇଲାନି, ଆମେ ମଜା ରାତି ମିସର୍ ଦେସେ ଉଟି ବାରଇ ଜିବାର୍ ଅଇସି । 5 ତାର୍ପଚେ ରାଜ୍ଗାଦି ବସି ରଇବା ପାର ରାଜାର୍ ପର ଆରି ତାର୍ ଦାଙ୍ଗ୍ଡାମନର୍ ତେଇ ଅନି ଆରାମ୍ ଅଇ ମିସର୍ ଦେସେ ବାସା ଅଇଲା ଲକର୍ ପରତୁମ୍ ଜନମ୍ ଅଇଲା ପିଲା ଆରି ପସୁର୍ ପର୍ତୁମ୍ ଜନମ୍ ଅଇଲାଟା ମର୍ବାଇ । 6 ଆରି ସବୁ ମିସର୍ ଦେସେ, ଜେମ୍ତାର୍ କେବେ ମିସା ଅଏ ନାଇ, କି ନ ଅଏ, ଏ ପାରା ବେସି ରଦନ୍ ଅଇସି । 7 ମାତର୍ ସବୁବେର୍ ମାପ୍ରୁ ମିସ୍ରିଅ ଲକର୍ ତେଇ ଅନି ଇସ୍ରାଏଲ୍ ଲକ୍ମନ୍କେ ଅଲ୍ଗା କର୍ସି, ଏଟା ତମେ ଜାନ୍ସା, ସେଟାର୍ପାଇଁ ଇସ୍ରାଏଲ୍ ଦେସର୍ ଲକ୍ମନର୍ ବିତ୍ରେ ଅନି କନ୍ ଲକ୍କେ କି ପସୁକେ କି ଗଟେକ୍ କୁକୁର୍କେ ମିସା ବେଗ୍ଲାଇ ନାପାରେ । 8 ତମର୍ ଲକ୍ ଆରି ଦାଙ୍ଗ୍ଡାମନ୍ ଆସି ତକେ କଇବାଇ, ଇସ୍ରାଏଲ୍ ଦେସର୍ ଲକ୍କେ ଚାଡି ଦେସ୍, ସେ ଲକ୍ ଜାଅତ୍ । ତାର୍ପଚେ ମୁଇ ବାରଇ ଜିବି, ତାର୍ପଚେ ମସା ରିସାଅଇ ପାର ରାଜାର୍ ଲଗେଅନି ବାରଇ ଗାଲା । 9 ସବୁବେଲର୍ ମାପ୍ରୁ ମସାକେ କଇଲା, ମୁଇଁ ମିସର୍ ଦେସେ ମର୍ କାବା ଅଇଜିବାଟା ବେସି ଦେକାଇବି ଆରି ଦୁକ୍ ଦେଲେ ମିସା ପାର ରାଜା ତମର୍ କାତାକେ ମନ୍ ଦେଏ ନାଇ । 10 ଆରି, ମସା ଆରି ଆରଣ ପାରରାଜାର୍ ମୁଆଟେ ବେସି ଡଣ୍ଡ୍ ଆରି କାବାଅଇଜିବା କାମ୍ କଲାକେ ମିସା ଚାଡେ ନାଇ, ଇସ୍ରାଏଲ୍ ଦେସ୍ର ଲକ୍କେ ନ ଚାଡ୍ବାକେ ବଲି ସବୁବେଲର୍ ମାପ୍ରୁ ପାରରାଜାର୍ ମନ୍କେ ଡାଟ୍ କରାଇତେ ରଇଲା ।
Publicidade
Êxodo 11
ଦସ୍ ନମର୍ ପନୁଆ ପିଲାର୍ ମରନ୍
Veja também
Publicidade