1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତମେ ପାର ରାଜାର୍ ଲଗେ ଜାଆ; କାଇକେବଇଲେ ଆମେ ଲକ୍ମନର୍ ବିତ୍ରେ ଏ ସବୁ ଚିନ୍ ଦେକାଇବୁ, 2 ଆରି ଆମେ ମିସର୍ ଦେସର୍ ଲକ୍ମନର୍ ଉପ୍ରେ ଜାଇଜାଇ କାମ୍ କରି ଆଚି, ଆରି ସେମନର୍ ଲଗେ ଆମର୍ ଚିନ୍ ବାବ୍ଏରେ ଜନ୍ଜନ୍ କାମ୍ କରିଆଚୁ ସେଟା ସବୁ ତମର୍ ପିଲା ଆରି ନାତିନୁତର୍କେ କଅ, ତେବେ ଜାନବାଇ ଜେ, ମୁଇ ସବୁବେଲର୍ ମାପ୍ରୁ, ସେଟାର୍ପାଇଁ ମୁଇ ପାର ରାଜା ଆରି ତାର୍ ଦାଙ୍ଗ୍ଡାମନର୍ ମନ୍କେ ଡାଟ୍ କରାଇଲି । 3 ସେଡ୍କିବେଲେ ମସା ଆରି ଆରନ୍ ପାର ରାଜାର୍ ଲଗେ ଜାଇ କଇଲାଇ, ଏବ୍ରିଅ ଲକର୍ ସବୁବେଲର୍ ମାପ୍ରୁ କଇଲାନି ତୁଇ ଆମର୍ ଲକ୍ମନ୍କେ ଚାଡ୍ବାକେ କେତେ ଦିନ୍ ନାଡାଇତେ ରଇସୁ ଆମର୍ ଲକ୍ମନ୍କେ ସେବା କର୍ବାକେ ଚାଡିଦେସ୍ । 4 ମାତର୍ ଜେବେ ଚାଡ୍ବାକେ ମନ୍ ନ କରାଉସ୍, ତେବେ ଦେକ୍, ଆମେ କାଲିକେ ତମର୍ ଏରିଆଇ ଚିଟ୍କା ଆନ୍ବୁ । 5 ସେମନ୍ ମାଟିତେଇ ଏନ୍ତାରି ଲୁଚ୍ବାଇ ଜେ, କେ ମିସା ଦେକି ନାପାରତ୍, ଜେତ୍କି କାରାପାକନା ଅଦର୍ଲା ବେଲର୍ ଜିଇରଇଲା ଚାସ୍ ସେଟା ସର୍ତେ କାଇବାଇ ଆରି ଜାଇଟା ରପ୍ଲେ ମିସା କାଇ କୁଟ୍କୁଟା କର୍ବାଇ । 6 ଆରି ତମର୍ ଗର୍, ତମର୍ ଦାଙ୍ଗ୍ଡାମନର୍ ଗର ଆରି ସବୁ ମିସର୍ ଗର୍ ଦୁଆର୍ ବର୍ତି ଅଇବାଇ, ତମର୍ କି ତମର୍ ଆନିଦାଦି ଆମାର୍ ଲକ୍ ପୁରୁବ୍ ପାଟର୍ ଲକ୍ ମିସା ଦେକି ନ ରଅତ୍, ଏକାତା କଇ ପାର ରାଜାର୍ ଲଗେ ଅନି ମସା ବାରଇ ଉଟିଗାଲା । 7 ତାର୍ପଚେ ପାର ରାଜାର ଦାଙ୍ଗ୍ଡାମନ୍ ତାକେ କଇଲାଇ, ଏ ଲକ୍ କେତେ ଦିନ୍ ଆମର୍ ସଙ୍ଗ୍ ପାନ୍ଦ୍ ଆକା ଅଇ ରଇସି ? ଆକର୍ ସବୁବେଲର୍ ମାପ୍ରୁ ପରମେସର୍ ସେବା କର୍ବାକେ ଚାଡି ଦେଉଁ, ଏନ୍ତାର୍ ଅଇ ଆମର୍ ଦେସ୍ ବୁଡି ଗାଲାନି ମିସା ବୁଜୁସ୍ ନାଇ । 8 ଏ କାତା ସୁନି ପାର ରାଜା ମସାକେ ଆରି ଆରଣକେ ଡାକାଇ ପାଟାଇ କଇଲା, ଜାଆ, ତମର୍ ଲକମନକେ ଡାକି ନିଆ ସବୁବେଲର୍ ମାପ୍ରୁର୍ ସେବା କର୍ବାକେ, ମାତର୍ କେ କେ ଜାଇସା କୁଆ ? 9 ମସା କଇଲା, ଆମର୍ ପିଲାଟକି ମନ୍, ବେଣ୍ଡିଆ ପିଲା, ଡକ୍ରା ଡକ୍ରି ଲକ୍ ଆରି ତାକର୍ ବୁଆରି ମନ୍ ଆରି ସର୍ତେ ଗରୁ, ଚେଲି, ମେଣ୍ଡା ଆରି ଗଡା କେଦି ନେବୁ, କାଇକେବଇଲେ ସବୁବେଲର୍ ମାପ୍ରୁର୍ ନାଅଁରେ ଆମେ ସର୍ତେ ଲକ୍ ପୁଜା କର୍ବାର୍ ଆଚେ । 10 ତେବେ ପାର ରାଜା ସେମନ୍କେ କଇଲା, ଜାଆ, ତମର୍ ସର୍ତେଲକ୍କେ ଚାଡି ଦେଲୁନି, ତମର୍ ଇଣ୍ଡ୍ବା ବାଟେ ସବୁବେଲର୍ ମାପ୍ରୁ ସଙ୍ଗ୍ ସଙ୍ଗ୍ ରଅ, ଦେକା, ତେନ୍କେ ବିପଦ୍ ଆଚେ । 11 ନାଇ, ଏନ୍ତାର୍ ନ ଅଅ, ତମେ ଏନ୍ତାର୍ ଇଚା କଲାସ୍ନି, ସର୍ତେ ଲକ୍ ଜାଇ ସବୁବେଲର୍ ମାପ୍ରୁର୍ ସେବା କରା, ତାର୍ପଚେ ପାର ରାଜା ସେମନ୍କେ ବାରକରାଇ ଦେଲା । 12 ତାର୍ପଚେ ସବୁବଲର୍ ମାପ୍ରୁ ମସାକେ କଇଲା, ତର୍ ଆତ୍ ଟେକି କଅ, ମିସର୍ ଦେସେ ଚିଟ୍କା ସବୁବାଟେ ଆସି, ତାର୍ପଚେ ସେମନ୍ ମିରସର୍ ଦେସେ ଆସି କାରାପାକ୍ନା ମାରାଇ ବାକି ରଇଲା ଜାଗା ଲଗେ ଆସି ଗଚ୍ ପତର୍ ସାଗ୍ ଡାଲ୍ କାଇଦେଲାଇ । 13 ତାର୍ପଚେ ମସା ମିସର୍ ଦେସ୍ବାଟେ ମୁକରି ଡାଙ୍ଗ୍ ଟେକି କଇଲାକେ, ସବୁବେଲର୍ ମାପ୍ରୁ ସେ ରାତି ସାରା ପୁରୁବ୍ ଦିଗର୍ କାକର୍ ପବନ୍ ବୁଆଇଲା, ସାକାଲ୍ ପାଇବାକେ ପୁରୁବ୍ ଦିଗର୍ କାକର୍ ପବନ୍ ଲଗେ ଚିଟ୍କା ଅଇଲାଇ । 14 ଆରି ମିସର୍ ଦେସ୍ ଜାକ ଚିଟ୍କା ବରତି ଅଇ ଗାଲାଇ, ମିସ୍ରର୍ ସବୁ ବାଟେ ରଇଲାଇ, ସେମନ୍ ବେସି ବଏଁକାର୍ ରଇଲାଇ; ଏନ୍ତାରି ଚିଟ୍କା କେବେ ମିସା ଅଇ ନ ରଇଲାଇ, କି କେବେ ମିସା ନ ଅଅତ୍ । 15 ସେମନ୍ ଦେସ୍ ସାରା ଅଇଗାଲାଇ ଆରି ଦେସ୍ ଆନ୍ଦାର୍ ଅଇଲା, ମିସର୍ ଦେସେ ଜେତେକ୍ ଚାସ୍ କରି ରଇଲାଇ ପଦାର୍ ବାଟାର୍ ସରତେ ଚାସ୍ କାଇଲାଇ । 16 ତାର୍ପଚେ ପାର ରାଜା ଦାପ୍ରେ ମସାକେ ଆରି ଆରଣକେ ଡାକାଇ କଇଲା, ଆମେ ତମର୍ ସବୁବେଲର୍ ମାପ୍ରୁ ଆରି ତମର୍ ବିରୁଦେ ପାପ୍ କଲୁ । 17 ତମ୍କେ ମୁଇ ଗୁଆରି କଲିନି, ଗଟେତର୍ ପାପ୍ କେମା କରି ଏ ଚିଟ୍କା ଜିବାକେ ତମର୍ ସବୁବେଲର୍ ମାପ୍ରୁକେ ପାରତନା କରା । 18 ତାର୍ପଚେ ମସା ପାର ରାଜାର୍ ତେଇଅନି ଜାଇ ସବୁବେଲର୍ ମାପ୍ରୁର୍ ଲଗେ ପାର୍ତନା କଲା । 19 ତାର୍ପଚେ ସବୁବେଲର୍ ମାପ୍ରୁ ପସ୍ଚିମ୍ ଦିଗେ ଅନି ଜବର୍ ପବନ୍ ବୁଆଇ ମିସର୍ ଦେସ୍ ରଇଲା ଚିଟ୍କା ଉଡାଇ କରି ସୁପ୍ ସାଗର୍ ସମୁଦୁର୍ ତେଇ ପାକାଇଲା, ସେ ଦେସ୍ ଆରି ଗଟେକ୍ ମିସା ଚିଟ୍କା ରଅତ୍ ନାଇ । 20 ମାତର୍ ସବୁବେଲର୍ ମାପ୍ରୁ ଇସ୍ରାଏଲ୍ ଦେସର୍ ଲକ୍କେ ନ ଚାଡ୍ବାକେ ବଲି ପାର ରାଜାର୍ ମନ୍କେ ଡାଟ୍ କଲା ।
21 ଆରି ସବୁବେଲର୍ ମାପ୍ରୁ ମସାକେ କଇଲା, "ତର୍ ଆତ୍ ବାଦଲ୍ବାଟେ ମୁକରି ଟେକ୍ ଆରି ମିସର୍ ଦେସ୍ ଆନ୍ଦାର୍ ଅଇସି, ଦେସ୍ସାରାର୍ ଲକ୍ ଆନ୍ଦାରେ ଆଣ୍ଡାଲି ଅଇ ବୁଲ୍ବାଇ ।" 22 ତାର୍ପଚେ ମସା ବାଦଲ୍ବାଟେ ମୁକରି ଆତ୍ ଟେକ୍ଲାକେ ଦେସ୍ ଜାକ ତିନ୍ ଦିନ୍ ଜାକ ମିସର୍ ଦେସେ ଆନ୍ଦାର୍ ଅଇଲା, କାକେକେ ଦେକା ଦେକି ଅଇ ନାପାର୍ଲାଇ, ଗୁଲାଇବାଟେ ଆଣ୍ଡାଲି ଅଇ ବୁଲ୍ଲାଇ । 23 ଆରି ମିସର୍ ଦେସ୍ର ଲକ୍ ତିନ୍ ଦିନ୍ ଜାକ କେନେ ଜାଇ ନାପାର୍ଲାଇ, ମାତର୍ ଇସ୍ରାଏଲ୍ ଲକର୍ ଇବା ଜାଗାଇ ଉଜଲ୍ ରଇଲା । 24 ତାର୍ପଚେ ପାର ରାଜା ମସାକେ ଡାକି କଇଲା, ତମେ ସବୁବେଲର୍ ମାପ୍ରୁକେ ସେବା କର୍ବାକେ ସର୍ତେ ଲକ୍ ଜାଆ, ମାତର୍ ଚେଲି, ମେଣ୍ଡା, ଆରି ଗଦ କାଇଟା ନିଆ ନାଇ, ଆରି ତମର୍ ପିଲାମନ୍କେ ମିସା ତମର୍ ସଙ୍ଗେ ଜାଅତ୍ ।
25 ତାର୍ପଚେ ମସା କଇଲା, ଆମେ ଆମର୍ ସବୁବେଲର୍ ମାପ୍ରୁର୍ ଉଦେସ୍ରେ ଜନ୍ ବଲି କର୍ବାକେ ଆରି ଜନ୍ ବଲିଦେବା ସାମାନ୍ ଆମ୍କେ ଆତେ ଦେଇସୁ । 26 ଆମର୍ ପସୁ ଆମେ ଦାରି କରି ଜିବୁ ଗଟେକ୍ କାଇଟା ନ ଚାଡୁ, କାଇକେବଇଲେ ସବୁବେଲର୍ ମାପ୍ରୁ ପର୍ମେସର୍ କେ ଆମେ କାଇଟା ସଙ୍ଗ୍ ପୁଜା କର୍ବୁ? ଆରି ଆମେ କେନ୍ତାର୍ ଜାନବୁ ଗରୁ, ଚେଲି, ମେଣ୍ଡା ନ ନେଲେ । 27 ମାତର୍ ସବୁବେଲର୍ ମାପ୍ରୁ ଇସ୍ରାଏଲ୍ ଦେସର୍ ଲକ୍କେ ନ ଚାଡବାକେ ପାର ରାଜାର୍ ମନ୍କେ ଡାଟ୍ କରାଇଲା । 28 ପାର ରାଜା ମସାକେ କଇଲା, ଆମର୍ ଲଗେ ତୁଇ ଆଅ ନାଇ, ଆମର୍ ଲଗେଅନି ଉଟି ଜାଆ, ନିଜର୍ ବିଇରେ ଜାଗ୍ରତ୍ ରଅ, ଆମର୍ ମୁକ୍ ଦେକ୍ ନାଇ, ଜେବେ ଆମର୍ ମୁକ୍ ଦେକସୁ ସେ ଦିନେ ମର୍ସୁ । 29 ତାର୍ପଚେ ମସା କଇଲା, ତୁଇ ବଲ୍ କଇଆଚୁସ୍, ମୁଇ ଆରି ତର୍ ମୁକ୍ କେବେ ମିସା ନ ଦେକି ।