1 ତାର୍ପଚେ ଲକ୍ମନ୍ ମସାକେ ପର୍ମେସରର୍ ଆଦେସ୍ ଇସାବେ ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ଆରି ସିନ୍ଦୁର୍ ରଙ୍ଗର୍ ସୁନା ସଙ୍ଗେ ସୁକଲ୍ ଜାଗାର୍ ସେବା କର୍ବାକେ ସୁନ୍ଦର୍ ବସ୍ତର୍ ତିଆର୍ କଲାଇ, ଆରି ଆରଣର୍ ପାଇ ମିସା ସୁକଲ୍ ବସ୍ତର୍ ତିଆର୍ କଲାଇ ।
2 ଆରି ସେ ସୁନା ସଙ୍ଗେ ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା ସଙ୍ଗେ ଏପଦ୍ ବସ୍ତର୍ ତିଆର୍ କଲାଇ । 3 ଜନ୍ଟା କି, ସେମନ୍ ସୁନାକେ ପାକ୍ନା ଲଗେ ଚପି ପାତଲ୍ କରି ତସ୍ରି ତିଆର୍ କଲାଇ ଆରି ତସ୍ରିକେ ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା ସଙ୍ଗେ ବାନ୍ଦ୍ବାକେ ପାତଲ୍ କଲାଇ । 4 ଏପଦ୍କେ ଜଡ୍ବାକେ ଦୁଇଟା କନ୍ଦର୍ ପାଇ ବାନ୍ଦ୍ବାଟା ବନାଇଲାଇ, ସେଟା ଦୁଇଟା ମୁଣ୍ଡେ ଜଡି ରଇଲାଇ । 5 ମସାକେ ସବୁବେଲର୍ ମାପ୍ରୁର୍ ଆଦେସ୍ ଅନୁସାରେ ଏପଦର୍ ଉପ୍ରର୍ ବାନା ରଇଲା, ସେଟା କର୍ବା ଇସାବେ ସୁନା ରଙ୍ଗ୍, ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା ସଙ୍ଗେ ତିଆର୍ କଲାଇ । 6 ଆରି ସେମନ୍ ଇସ୍ରାଏଲର୍ ଲକର୍ ନାଅ ଇସାବେ ମୁଦ୍ରା ଗଦ୍ବାଟା ତିଆର୍ କଲାଇ ଆରି ସୁନା ସଙ୍ଗେ ବନାଇଲା, ଦୁଇଟା ଗମେସଦକ ମଣି ତିଆର୍ କଲାଇ । 7 ଆରି ମସା ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ଏପଦର୍ ଦୁଇଟା କନ୍ଦ୍ ଉପ୍ରେ ଇସ୍ରାଏଲର୍ ପିଲାମନ୍କେ ଏତାଇବାକେ ସେଟା ମଣି ପାରା ଡସାଇଲାଇ ।
8 ତାର୍ପଚେ ଏପଦର୍ କାମର୍ ପାଇ ସୁନା ରଙ୍ଗ୍, ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା ସଙ୍ଗେ ବୁକୁପଟା ତିଆର୍ କଲାଇ । 9 ସେଟା ଚାର୍ କନିଆ ରଇଲା, ସେମନ୍ ସେ ବୁକୁପଟାକେ ଅସାର୍ କରି ତିଆର୍ କଲାଇ, ଗଟେ ବିତା ଲମ୍ ଆରି ଗଟେ ବିତା ଅସାର୍ କଲାଇ । 10 ଆରି ସେଟା ଚାର୍ ଦାଡିର୍ ମଣି ସଙ୍ଗେ ତିଆର୍ କଲାଇ, ପର୍ତୁମ୍ ପର୍ତୁମ୍ ଦାଡି ଚୁଣି, ପିତମଣି, ଆରି ମରକତ୍, 11 ଦୁତିଅ ଦାଡି ପଦମ୍ରାଗ୍, ନିଲକାନ୍ତ୍ ମଣି, ଇରା, 12 ତିନ୍ ନମର୍ ଦାଡି ପେରଜ୍, ଜିସ୍ମ, କଟାଏଲା, 13 ଆରି ଚତୁର୍ତ ଦାଡି ବଇଦୁରୁଜ୍, ଗମେଦକ, ସୁରଜ୍ କାନ୍ତ ମଣି ରଇଲା ଏ ସବୁ ମଣି ସୁନା ସଙ୍ଗ୍ଇ ବସାଇଲାଇ, 14 ଆରି ଇସ୍ରାଏଲର୍ ବଁସ୍ ଏଜ୍ବା ଇସାବେ ଗଟେ ଗଟେ ମଣି ଗଟେ ଗଟେ ବଁସ୍ କେ ଇସାବ୍ ଅଇଲା, ଏନ୍ତାର୍ ବାର୍ଟା ବଁସ୍କେ ବାର୍ଟା ମଣି ଡସାଇଲାଇ । 15 ତାର୍ପଚେ ସେମନ୍ ବୁକୁପଟା ତେଇ ନିର୍ମଲ୍ ସୁନା ସଙ୍ଗେ ମାଲା ପାରା ଗୁତି ସିକ୍ଲି ତିଆର୍ କଲାଇ । 16 ଦୁଇଟା ସୁନାଦାର୍ ଆରି ଦୁଇଟା ସୁନାର୍ କଡୁ ତିଆର୍ କରି ବୁକୁପଟାର୍ ଦୁଇ ପାଲିକେ ସେ ଦୁଇଟା କଡୁ ଲାଗାଇଲାଇ । 17 ଦୁଇଟା ସୁନାଦାର୍ ପୁଲ୍ ଆରି ଦୁଇଟା ସୁନାର୍ ନାଙ୍ଗୁଲ୍ ତିଆର୍ କରି ବୁକୁପଟାର୍ ଦୁଇ ପାଲିକେ ସେ ଦୁଇଟା କଡୁ ଲାଗାଇଲାଇ । 18 ଦୁଇମୁଣ୍ଡର୍ ଦୁଇପାଲିକେ ଡାବିକରି ଏପଦ୍ ବସ୍ତର୍ ଦୁଇଟା କନ୍ଦ୍ ଉପ୍ରେ ସଙ୍ଗଇଲାଇ । 19 ଆରି ସେମନ୍ ଦୁଇଟା ସୁନା ମୁଦି ସଙ୍ଗେ ତିଆର୍ କରି ବୁକୁପଟାର ବିତର୍ ବାଟର୍ ଦୁଇ ପାଲିକେ ଏପଦ୍ ପଚିଆ ତେଇ ଲାଗାଇଲାଇ । 20 ସେମନ୍ ବୁକୁପଟା ଉପ୍ରେ ଏପଦର୍ ବାନାପଚିଆ ନ ଅଦର ବଲି ବୁକୁପଟାର୍ କଡୁ ନିଲିଆ ସୁତାସେ ମନ୍ ଆର୍ ଦୁଇଟା କଡୁ କରି ଏପଦର୍ ଦୁଇ କନ୍ଦେ ମୁଆଟ୍ ବାଟେ ଜଡି ଏପଦର୍ ବାନା ଉପ୍ରେ ସଙ୍ଗଇଲାଇ 21 ଆରି ବୁକୁପଟା ଜେମ୍ନ୍ତା ଏପଦର୍ ଚିତ୍ରା କାବ୍ରା ପଟ୍କା ଉପ୍ରେ ରଇ ଏପଦ୍ଲଗେ ଅନି କସ୍ରି ନ ଜାଏ, ସେଟାର୍ ପାଇ ସେମନ୍ ବୁକୁ ପଟାକେ ନିଜର୍ କଡୁତେଇ ନିଲିଆ ସୁତା ସଙ୍ଗ୍ ଏପଦର୍ କଡୁ ସଙ୍ଗ୍ ଡାବି କରି ସଙ୍ଗଇଲାଇ; ମସାର୍ ଲଗେ ସବୁବେଲର୍ ମାପ୍ରୁର୍ ଆଦେସ୍ ଅନୁସାରେ ଏଟା କଲାଇ ।
22 ମସାକେ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ଏପଦ୍ ପଚିଆ ନିଲିଆ ରଙ୍ଗର୍ ସୁତା ସଙ୍ଗେ ବାନ୍ଦ୍ଲାଇ । 23 ଜାମାର୍ ତଲେଅନି ଉପ୍ରର୍ ଗାଲା ଜାକ ମଜାକେନ ଉଗ୍ଡା ରଇଲା, ସେଟା ଜେନ୍ତାର୍ କି ଚିରି ନ ଅଏ, ସେଟର୍ ପାଇ ଗାଲାର୍ ଚାରିବେଟ୍ତି ସିଲାଇ ରଇଲାଇ । 24 ଆରି କାମିଜର୍ ଚାରିବେଟ୍ତି ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ଆରି ସିନ୍ଦୁର୍ ରଙ୍ଗର୍ ସୁତା ସଙ୍ଗେ ଡାଲିମ୍ ତିଆର୍ ବାନାଇ କରି ରଇଲାଇ । 25 ଆରି କାମିଜର୍ ଚାରିବେଟ୍ତି ଡାଲିମ୍ ପଲର୍ ବାନା କରି ମଜାଇମଜାଇ ନିର୍ମଲ୍ ସୁନାର୍ ଗଁଟ୍ କରି ଅଲାଇଲାଇ । 26 ଜେନ୍ତାର୍ କି ଜାଜକ୍ କାମ୍ କର୍ବାକେ ପିନ୍ଦ୍ବା ବସ୍ତର୍ ଚାରିବେଟ୍ତି ଗଟେକ୍ ଗଣ୍ଟି ଲଗେ ଗଟେକ୍ ଡାଲିମ୍ ପଲ୍ ଆରି ଗଟେକ୍ ଗଣ୍ଟି ଲଗେ ଗଟେକ୍ ଡାଲିମ୍ ପଲ୍ । 27 ମସାକେ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ଆରଣକେ ଆରି ତାର୍ ପିଲାମନ୍ର୍ ପାଇ ସୁକଲ୍ ଲାଇଲେନ୍ ସୁତା ସଙ୍ଗେ କାମିଜ୍ ସିଲାଇଲାଇ । 28 ଆରି ନିର୍ମଲ୍ ସୁତା ସଙ୍ଗେ ପଗ୍ଡି, ଆରି ଉଲ୍ ସୁତା ସଙ୍ଗେ ମୁକୁଟ୍ ଆରି ଦବ୍ଲା ବସ୍ତର୍ ତିଆର୍ କଲାଇ । 29 ଆରି ଦବ୍ଲା ସୁତା ନିଲିଆ ରଙ୍ଗ୍ ଆରି ବାଇଗନ୍ ରଙ୍ଗ୍ ଆରି ସିନ୍ଦୁର୍ ରଙ୍ଗର୍ ସୁକଲ୍ ଲାଇଲେନ୍ ସୁତା ସଙ୍ଗେ ଗଟେକ୍ ଆଁଟାଇ ବାନ୍ଦ୍ବାଟା ସିଲାଇଲାଇ । 30 ତାର୍ପଚେ ମସାକେ ସବୁବେର୍ ମାପ୍ରୁର୍ ଆଦେସ୍ ଇସାବେ ସେମନ୍ ସୁକଲ୍ ମୁକୁଟ୍ ତେଇ ପତର୍ ଡସାଇ ଗଦ୍ବା ସିଲ୍ ତାରେ ଉପ୍ରେ ସବୁବେଲର୍ ମାପ୍ରୁ ସୁକଲ୍ ବଲି ଲେକ୍ଲାଇ । 31 ଆରି ପାଗ୍ ଉପ୍ରେ ଲାଗାଇବାକେ ନିଲିଆ ସୁତା ସଙ୍ଗେ ବାନ୍ଦ୍ଲାଇ ।
32 ମସାକେ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ତମୁ ପାରା ଗର୍ ଇସ୍ରାଏଲର୍ ଲକ୍ କରି ସାରାଏଲାଇ 33 ଆରି ସେମନ୍ ମସାର୍ ଲଗେ ସେ ଗର୍ ଆନ୍ଲାଇ, ଜରି ଆରି ତେଇର୍ ସର୍ତେ ଜିନିସ୍ ଗୁଣ୍ଡି, ପାଟା, ଗାଡା, କୁଟି, ଆରି କୁଟ୍; 34 ଆରି ବନି ରଙ୍ଗର୍ ଚେଲିଚାମ୍ ସଙ୍ଗେ ତିଆର୍ କଲା ଡାବ୍ବା ଚାଉନି, ମେଣ୍ଡା ପିଲାର୍ କଉଁଲ୍ ଚାମ୍ ପାପର୍ ଅଚାଇବା ବସ୍ତର୍; 35 ସାକି ପେଡି, ବଇବାକନା, ପାପ୍ଡାବ୍ଲାଟା ଡାବ୍ନା, 36 ଟେବୁଲ୍ ଆରି ତେଇ ସଙ୍ଗଇବା ଜିନିସ୍, ଆରି ଦର୍ସନିଅ ରୁଟି, 37 ନିର୍ମଲ୍ ଦିପ୍କୁଟ୍, ତେଇର୍ ଦିପ୍, ଆରି ଦିପର୍ ଆରି ସବୁ ଗିନା ଆରି ଦିପର୍ ଚିକନ୍ 38 ଆରି ସୁନାର୍ ବେଦି, ଅବିସେକ୍ କର୍ବା ଚିକନ୍, ବାସ୍ନା ଦୁପ୍,ବାଟ୍ ଡିଆଗଡି ଅଚାଇବା ବସ୍ତର୍, 39 ପତଲ୍ବେଦି, ତେଇର୍ ପିତଲ୍ ସିକ୍ଲି, ତେଇର୍ କନା ଆରି ସର୍ତେ ଜିନିସ୍, ପାନି ଦଇବା କୁଣ୍ଡି, ତେଇର୍ ବାଇନି; 40 ପାଚୁରିର୍ ପର୍ଦା, ତେଇର୍ କୁଟ୍, କୁଟି, ପାଚୁରିର୍ ଦୁଆରର ବାଟେ ଅଚାଇବା ପଚିଆ ଆରି ଡର୍ ଆରି କୁଟି ଆରି ସମାଗମ୍ ତୁମ୍ ଲଗେ ରଇବା ସର୍ତେ ଜିନିସ୍; 41 ସୁକଲ୍ ଜାଗାଇ ସେବା କର୍ବାକେ ସୁନ୍ଦର୍ ବସ୍ତର୍, ଆରନର୍ ଜାଜକ୍ ସୁକଲ୍ ବସ୍ତର୍ ଆରି ତାର୍ ପିଲାମନର୍ ଜାଜକ୍ କାମ୍ କର୍ବା ବସ୍ତର୍, 42 ଜନ୍ ଜନ୍ କାମ୍ କର୍ବାକେ ମସାକେ ସବୁବେଲର୍ ମାପ୍ରୁ ଆଦେସ୍ ଦେଇ ରଇଲା, ସେଟା ଇସ୍ରାଲର୍ ଲକ୍ କାମ୍ କରି ସାରାଇଲାଇ । 43 ତାର୍ପଚେ ମସା ସବୁ କାମ୍ କଲଟା ଦେକଲା, ଆରି ଦେକ୍, ସେମନ୍ ସବୁ କାମ୍ କଲାଇ, ସବୁବେଲର୍ ମାପ୍ରୁ ଜେନ୍ତାର୍ ଆଦେସ୍ ଦେଇ ରଇଲା, ସେନ୍ତାର୍ କଲାଇକେ, ସର୍ତେ ଲକ୍କେ ମସା ଆସିର୍ବାଦ୍ କଲା ।