1 ସେଟାର୍ପାଇଁ ସବୁବେଲର୍ ମାପ୍ରୁ ସର୍ତେ ଆଦେସ୍ ଇସାବେ ସୁକଲ୍ ଜାଗାର୍ କାମ୍ କର୍ବାକେ ବସ୍ଚଲେଲ୍ ଆରି ଅଅଲିଆବ୍ ଆରି ଜନ୍ ଲକ୍ମନ୍କେ ବୁଦି ଆରି ଗିଆନ୍ ଦେଲାଆଚେ, ସେ ଗିଆନ୍ ପାଇଲା ଲକ୍ମନ୍ କର୍ବାଇ ।
2 ତାର୍ପଚେ ମସା ବସ୍ଚଲେଲ୍ ଆରି ଅଅଲିଆବ୍କେ ଆରି ସବୁବେଲର୍ ମାପ୍ରୁର୍ ଲଗେ ଗିଆନ୍ ପାଇଲା ଲକ୍ମନ୍କେ ଆରି କାମ୍ କର୍ବାକେ ମନ୍ ରଇଲା ଲକ୍ମନ୍କେ କଇଲା । 3 ତାର୍ପଚେ ସୁକଲ୍ ଜାଗାର୍ କାମ୍ କର୍ବାକେ ଇସ୍ରାଏଲର୍ ଲକର୍ ଲଗେ ଅନି ଦାନ୍ ଦେବାଟା ମସାର୍ ଲଗେ ଅନି ନେଲାଇ, ଅଇଲେ ମିସା ଲକ୍ମନ୍ ତାକର୍ ଇଚା ଇସାବେ ସାକ୍ଲିଆ ଉପଆର୍ ଦେଲାଇ । 4 ତାର୍ପଚେ ସୁକଲ୍ ଜାଗାଇ କାମ୍ କର୍ବା ଲକ୍ ଆରି ଗିଆନ୍ ଲକ୍ମନ୍ ନିଜର୍ ନିଜର୍ କାମେଅନି ଆସି ମସାକେ କଇଲାଇ । 5 ସବୁ ବେଲର୍ ମାପ୍ରୁ ମସାକେ ଜାଇ ଜାଇଟା ତିଆର୍ କର୍ବାକେ ଆଦେସ୍ ଦେଇ ରଇଲା, ଲକ୍ମନ୍ ସେ କାମର୍ ପାଇ ଜାଇଟା ଦର୍କାର୍ ତାର୍ ତାର୍ତେଇ ଅଦିକ୍ ଜିନିସ୍ ମନ୍ ଆନ୍ଲାଇ ।
6 ତାର୍ପଚେ ମସା ତୁମ୍ ଲଗେ ସର୍ତେ ଲକ୍କେ ଡାକି କଇଲା, ମୁନୁସ୍ପିଲା କି ମାଇଜିଟକି ସୁକଲ୍ ଜାଗାର୍ ପାଇ କେ ମିସା ଦାନ୍ ଦିଆ ନାଇ, ତାର୍ପଚେ କେ ଆନତ୍ ନାଇ । 7 କାଇକେବଇଲେ ସେ କାମ୍ କର୍ବାକେ ଜିନିସ୍ ବେସି ରଇଲା ।
8 ତାର୍ପଚେ କାମ୍ କର୍ବା ଲକର୍ ବିତ୍ରେ ଅନି ଗିଆନର୍ ଲକ୍ ସୁକଲ୍ ଦବ୍ଲା ସୁତା, ନିଲିଆ ସୁତା, ବାଇଗନ୍ ରଙ୍ଗ୍ ଆରି ସିନ୍ଦୁର୍ ରଙ୍ଗର୍ ସୁତା ସଙ୍ଗେ ଦସ୍ ଆତର୍ କିରୁବ୍ ପାରା ପାର୍ଦା ତିଆର୍ ଆରି ତାର୍ ବିତ୍ରେ ଗଦ୍ବା କାମ୍ କରି ଦୁତ୍ ପାରା ତିଆର୍ କଲା । 9 ଗଟେକ୍ ଗଟେକ୍ ପର୍ଦା କଡେଆଟ୍ ଆତ୍ ଲମ୍, ଆରି ଚାରିଆତ୍ ଅସାର୍, ଏନ୍ତାର୍ ସର୍ତେ ପର୍ଦା ସମାନ୍ ରଇଲା । 10 ଆରି ପାଞ୍ଚ୍ଟା ପର୍ଦା ଗଟେକ୍ ଲଗେ ଜଡ୍ଲାଇ ଆରି ପାଞ୍ଚ୍ଟା ପର୍ଦା ଆରିଗଟେକ୍ ଲଗେ ଜଡ୍ଲାଇ । 11 ଆରି ସେ ପର୍ଦାର୍ ମୁଣ୍ଡର୍ ଜଡ୍ବାତେଇ ନିଲିଆ ସୁତାର୍ ଗୁଣ୍ଡି ତିଆର୍ କଲାଇ, ଆରି ଗଟେକ୍ ପର୍ଦାକେ ମିସା ସେନ୍ତାର୍ ସିଲାଇଲାଇ 12 ସେ ପର୍ତୁମ୍ ପର୍ଦା ତେଇ ପଚାସ୍ଟା ଗୁଣ୍ଡି ଆରି କାଣା ତିଆର୍ କଲାଇ, ଆରିଗଟେକ୍ ପର୍ଦା ତେଇ ମିସା ପଚାସ୍ଟା ଗୁଣ୍ଡି ଆରି କାଣା ତିଆର୍ କଲାଇ, ସେଟା ଦୁଇଟା ମୁଆ ମୁଇ ରଇଲାଇ । 13 ଆରି ସେ ପଚାସ୍ଟା ସୁନାର୍ ଗୁଣ୍ଡି ଆରି ଆକ୍ଡା କରି ଦୁଟା ପର୍ଦାକେ ମିସାଇ ଜଡ୍ଲାଇ, ସେଟା ଗଟେକ୍ ସୁକଲ୍ ତୁମ୍ ଅଇଲା ।
14 ତାର୍ପଚେ ସେ ତୁମ୍ ଡାବାଇବାକେ ଚେଲିର୍ ଚାଲ୍ ସଙ୍ଗେ ଏଗାର୍ଟା ପର୍ଦା ତିଆର୍ କଲାଇ 15 ଏଗାର୍ଟା ପର୍ଦା ଗଟେକ୍ ଗଟେକ୍ ତିରିସ୍ ଆତ୍ ଲାକାର୍ ଲମ୍ ଆରି ଚାରି ଆତ୍ ଅସାର୍ ରଇଲା । 16 ଆରି ସେ ପାଞ୍ଚ୍ଟା ପର୍ଦା ଡସାଇ କରି ଅଲ୍ଗା ଆରି ଚଅଟା ପର୍ଦା ଜଡ୍ଲାଇ ଆରି ବିନେବିନେ କରି ସଙ୍ଗଇଲା। 17 ପର୍ଦାର୍ ମୁଣ୍ଡେ ପଚାସ୍ଟା ଗୁଣ୍ଡି କାଣା ତିଆର୍ କଲାଇ, ଆରିଗଟେକ୍ ପର୍ଦାକେ ମିସା ପଚାସ୍ଟା ଗୁଣ୍ଡି କାଣା ତିଆର୍ କଲାଇ । 18 ଆରି ସେଟା ଜଡ୍ଲା ପଚେ ଗଟେକ୍ ତୁମ୍ କର୍ବା ପାଇ ପିତଲର୍ ପଚାସ୍ଟା ଆକୁଡା ତିଆର୍ କଲାଇ । 19 ବନି ଲାଗ୍ଲା ଗଟେକ୍ ମେଣ୍ଡାର୍ ଚାମର୍ ଚାଉନି ଆରି ପିଲା ମେଣ୍ଡାର୍ ଗଟେକ୍ ଚାମ୍ ସଙ୍ଗେ ଡାବ୍ନା ତିଆର୍ କଲାଇ ।
20 ତାର୍ପଚେ ସେ ତୁମ୍ ଡାଣ୍ଟ୍ ରଇବାକେ ଆକାସିଆ ପାଟାକେ ଟିଆ କରି ରଇଲାଇ । 21 ଗଟେ ଗଟେ ପାଟା ଦସ୍ ଆତ୍ ଲମ୍ ଆରି ଗଟେ ଆତ୍ ଅଦା ଅସାର୍ ରଇଲା । 22 ସର୍ତେ ପାଟା ଦୁଇ ଦୁଇ ମୁଣ୍ଡେ ଜଡି ତେଇ ପାଦ୍କେ ଗଟେକ୍ ଗଟେକ୍ କାଣା ରଇଲାଇ, ଏନ୍ତାର୍ ସର୍ତେ ପାଟାକେ ତିଆର୍ କଲାଇ । 23 ସେ ସମାଗମ୍ ତୁମ୍ର ଦକିନ୍ ଦିଗର୍ ଦକିନ୍ ତାଡର୍ ପାଇ କଡେଟା ପାଟା ତିଆର୍ କଲାଇ । 24 ଆରି ସେ କଡେଟା ପାଟା ତଲେ ଚାଲିସ୍ଟା ରୁପାର୍ କୁଟି ତିଆର୍ କଲାଇ, ଗଟେକ୍ ପାଟାତଲେ ଦୁଇପାଦ୍କେ ଦୁଇଟା ଇସାବେ କୁଟି ତିଆର୍ କଲାଇ । 25 ଆରି ଗରର୍ ବିନ୍ ତାଡର୍ ପାଇ ଉତର୍ ଦିଗେ କଡେଟା ପାଟା ତିଆର୍ କଲାଇ । 26 ଗଟେକ୍ ପାଟା ତଲେ ଦୁଇଟା କୁଟି, ଆରି ଗଟେକ୍ ପାଟା ତଲେ ଦୁଇଟା କୁଟି, ଏନ୍ତାର୍ ଚାଲିସ୍ଟା ରୁପାର୍ କୁଟି ତିଆର୍ କଲାଇ । 27 ସେ ସମାଗମ୍ ତୁମ୍ ପଚିମ୍ ଦିଗର୍ ସାରାସାରି ପଚର୍ ପାଇ ଚଅ କଣ୍ଡ୍ ପାଟା କଲାଇ । 28 ଆରି ସେ ସମାଗମ୍ ତୁମ୍ ସାରାସାରି ବାଗର୍ ଦୁଇ କନର୍ ଦୁଇ ମୁଣ୍ଡେ ଦୁଇଟା ପାଟା ତିଆର୍ କଲାଇ । 29 ଆରି ତାର୍ ତଲେ ଜଡି ରଇଲାଇ, ଆରି ପର୍ତୁମ୍ କଡୁର୍ ଲଗେ ଜଡି ରଇଲାଇ, ଏନ୍ତାରି ଦୁଇଟା କନର୍ ପାଟା ଜଡି ରଇଲାଇ । 30 ତେଇ ଆଟ୍ଟା ପାଟା, ଗଟେକ୍ ଗଟେକ୍ ପାଟାତଲେ ଦୁଇ ଦୁଇଟା କୁଟି,ଏନ୍ତାରି ସଲ୍ଟା ରୁପାର୍ କୁଟି ତିଆର୍ କଲାଇ ।
31 ଆରି ଆକାସିଆ ପାଟା ସଙ୍ଗେ ଗାଡା ତିଆର୍ କରି ସମାଗମ୍ ତୁମ୍ ଗଟେକ୍ ବାଟର୍ ପାଟାଇ ପାଞ୍ଚ୍ଟା ଗାଡା, 32 ଆରି ବିନ୍ ତାଡର୍ ପାଟାଇ ପାଞ୍ଚ୍ଟା ଗାଡା, ଆରି ସମାଗମ୍ ତୁମ୍ ପଚିମ୍ ଦିଗର୍ ପଚ୍ବାଟର୍ ପାଟାଇ ପାଞ୍ଚ୍ଟା ଗାଡା ତିଆର୍ କଲାଇ । 33 ଆରି ମଜାର୍ ଗାଡା, ଦୁଇଟା ପାଟାର୍ ଦୁଇବାଟେ କେଟାଇ ରଇଲାଇ 34 ଆରି ସର୍ତେ ପାଟାଇ ସୁନା ସଙ୍ଗେ ଡସାଅଇ ରଇଲା, ଗାଡାର୍ ଗାଡା ସୁନା ସଙ୍ଗେ କରି ରଇଲାଇ ଆରି ସବୁ ଗାଡା କେ ସୁନା ସଙ୍ଗେ ଡସାଇଲା।
35 ତାର୍ପଚେ ସେମନ୍, ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା ସଙ୍ଗେ ଦୁତ୍ ଚିତ୍ରର୍ ଗଟେକ୍ ଡାବାଇବା ଗଟେକ୍ ପଚିଆ ତିଆର୍ କଲାଇ । 36 ଆରି ତାର୍ ପାଇ ଆକାସିଆ ଗଚର୍ ଚାର୍ଟା କୁଟ୍ ତିଆର୍ କରି ସୁନା ଡସାଇଲାଇ, ଆରି ସୁନାର୍ ଆକୁଡା କଲାଇ, ଆରି ତାର୍ ପାଇ ଚାର୍ଟା ରୁପାର୍ କୁଟି ତିଆର୍ କଲାଇ । 37 ଗରର୍ ଦୁଆରର୍ ପାଇ ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ସୁତା ସଙ୍ଗେ କାବ୍ରା ଚିତ୍ରା ଗଟେକ୍ ଡାବାଇବା ବସ୍ତର୍ ତିଆର୍ କଲାଇ । 38 ତେଇର୍ ପାଞ୍ଚ୍ଟା କମ୍ ଆରି ସେ ସର୍ତେ ପାଇ ଆକୁଡା ଆରି ତେଇର୍ ସର୍ତେ ଟିପ୍ ତିଆର୍ କରି ତାର୍ ଉପ୍ରେ ବାନ୍ଦାବାକେ ସୁନାର୍ ସୁକିଲି ଡସାଇଲାଇ, ମାତର୍ ସେମନର୍ ପାଞ୍ଚ୍ଟା ପିତଲର୍ କୁଟି ରଇଲା ।