1 ଆମର୍ ନାଅଁରେ ଜାଜକ୍ କାମ୍ କର୍ବାକେ ଇସ୍ରାଏଲର୍ ଲକର୍ ବିତରେ ଅନି ଆରଣକେ ଆରି ତାର୍ ପିଲାମନ୍ ନାଦବ୍, ଅବିଉ, ଇଲିଆଜର୍ ଆରି ଇତାମର୍ କେ ଆମର୍ ଲଗେ ଆନା । 2 ତମର୍ ବାଇ ଆରଣକେ ସନ୍ମାନ୍ ଆରି ସୁନ୍ଦର୍ କର୍ବାକେ ସୁକଲ୍ ବସ୍ତର୍ ତିଆର୍ କରା ଆନ୍ । 3 ଆରି ଆମେ ଜେତେଲକ୍କେ ବୁଦି ଦେଇ ଆତ୍ମାଇ ପୁରୁନ୍ କରି ଆଚି, ସେ ବୁଦି ପାଇଲା ଲକ୍ମନ୍କେ ଆଦେସ୍ କର୍, ସେମନ୍ ମର୍ ଜାଜକ୍ କାମ୍ କର୍ବା ଆରଣକେ ସୁକଲ୍ କର୍ବାକେ କାମିଜ୍ ତିଆର୍ କରତ୍ । 4 କଇବାକେ ଗାଲେ ବୁକୁପଟା, ଏପଦ୍, ଚଗା, ବୁଟାଦାର୍, ଜାମା, ପାଗ୍ବାନ୍ଦ୍ନା ଆରି ଆଟା ବେଡା, ଏମ୍ତି ଆକା ସେମନ୍ ଉପ୍ରର୍ କାମିଜ୍ ତିଆର୍ କର୍ବାଇ, ଆରଣକେ ଆରି ତାର୍ ପିଲାମନ୍କେ ମାପ୍ରୁର୍ ନାଅଁରେ ଜାଜକ୍ କାମ୍ କର୍ବାକେ ସୁକଲ୍ ବସ୍ତର୍ ତିଆର୍ କର୍ସା । 5 ଆରି ସୁନା, ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍ ଆରି ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ସୁତାର୍ ପଚିଆ ଆନ୍ସା ।
6 ସୁନା, ନିଲିଆ, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ସୁତା ସଙ୍ଗେ ନିଜର୍ ଆତେ ଏପଦ୍ ବସ୍ତର୍ ତିଆର୍ କର୍ବାଇ । 7 ସେଟା ଦୁଇ ମୁଣ୍ଡର୍ ଦୁଇଟା ତେଇ ମିସି ଦୁଇ କନେ ଜଡି ଅଇ ରଇସି, ଏପାରା ସେଟା ମିସ୍ସି । 8 ଆରି ଏପଦର୍ ବୁକୁପଟା ଉପ୍ରେ କାବ୍ରାଚିତ୍ରା ବାନା ରଇସି, ତେଇ ଚିତ୍ରା କାବ୍ରା କାମ୍ ଅନି ବସ୍ତର୍ ଅଇସି, ସେ ବସ୍ତର୍ ଲଗେ ସୁନା, ନିଲିଆରଙ୍ଗ୍, ବାଇଗନ୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା ସଙ୍ଗେ ତିଆର୍ କରା । 9 ତାର୍ପଚେ ଦୁଇଟା ଦବ୍ଲା ମଣି ଆନି, ତାର୍ ଉପ୍ରେ ଜାକୁବର୍ ବାରଟା ପିଲାମନର୍ ନାଅ ଲେକା । 10 ସେମନର୍ ବଁସ୍ ଇସାବେ ଚଅ ଲକ୍ର ନାଅ ମଣି ତେଇ ନାଅ ଲେକ୍ସା ଆରି ବିନ୍ ଲକର୍ ଚଅଟା ନାଅ ମଣି ତେଇ ଲେକ୍ସା । 11 ପାକ୍ନା ଉପ୍ରେ ନାଉଁ ଲେକି ଦୁଇଟା ମଣି ଉପ୍ରେ ଇସ୍ରାଏଲର୍ ପିଲା ମନର୍ ନାଉଁ ଲେକା, ଆରି ଦୁଇ ପାଲିକେ ସୁନା ସଙ୍ଗ୍ ଡସାଇସା । 12 ଆରି ଇସ୍ରାଏଲର୍ ପିଲାମନ୍କେ ଏତାଇବାକେ ଏପଦର୍ ଦୁଇ ମୁଣ୍ଡେ ଦୁଇଟା ମଣି ଲଗାଇସା ଆରି ଆରଣ ସବୁବେଲର୍ ମାପ୍ରୁକେ ଏତାଇବାକେ ଦୁଇ ମୁଣ୍ଡେ ସେମନର୍ ନାଅ ଲେକ୍ସା । 13 ଆରି ତମେ ଦୁଇଟା ସୁନାର୍ ସିକ୍ଲି ପାରା କନ୍ ତିଆର୍ କରା , 14 ଆରି ନିକ ସୁନା ସଙ୍ଗେ ଦୁଇଟା ମଡି ଅଇଲା ସିକ୍ଲି ତିଆର୍ କରି, ସେ ସୁନାର୍ ସିକ୍ଲି ଦୁଇ ପାଲିକେ ଲାଗାଇସା ।
15 ଆରି ପାକ୍ନା ସଙ୍ଗେ ବୁକର୍ ବୁକୁପାଟା କର୍ସା, ଆରି ଏପଦର୍ କାମ୍ ଇସାବେ ସୁନା, ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍ ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା ସଙ୍ଗେ ତିଆର୍ କର୍ସା । 16 ସେଟା ଚାର୍ଟା କନ୍ ଅଇ ଆରି ଦୁଇ ତର୍ ଗୁଡିଆଇ ଅଇ ରଇସି, ଲମା ବିତେକ୍ ଆରି, ଅସାର୍ ବିତେକ୍ ଅଇସି । 17 ସେଟାକେ ଚାର୍ ଦାଡିକରି ମଣି ଡସାଇସା, ତେଇର୍ ପର୍ତୁମ୍ ଦାଡି ଚୁଣି, ପିତମଣି, ଆରି ମର୍କତ୍, 18 ଦୁଇ ନମର୍ ଦାଡି ପଦମ୍ ରାଗ୍, ନିଲ ମଣି, ଆରି ଇରା, 19 ତିନ୍ ନମର୍ ଦାଡି ପେରଜ୍, ଜିସ୍ମ ଆରି ଇନ୍ଦ୍ର ନିଲମଣି, 20 ଚାର୍ ନମର୍ ଦାଡି ବଇଦୁର୍ଜ, ଗମେଦ୍କ ଆରି ସୁର୍ଜକାନ୍ତ ମଣି; ଏଟା ସରତେ ସୁନା ନିଜ୍ର ନିଜର୍ ଦାଡିରେ ବସାଇସା । 21 ଏ ମଣି ଇସ୍ରାଏଲର୍ ପିଲାମନର୍ ନାଉଁ ଅନୁସାରେ ବାର୍ଟା ପିଲାମନର୍ ନାଉଁ ଲେକା ଅଇ ରଇସି, ବାର୍ଟା ମଣି ଲଗେ ବାର୍ଟା କୁଟୁମର୍ ପିଲାର୍ ନାଉଁ ଲେକା ଅଇ ରଇସି । 22 ବୁକୁପାଟା ତେଇ ଲାଗାଇବାକେ ନିକ ସୁନା ସଙ୍ଗେ ମାଲାପାରା ଦୁଇଟା ସୁନାର୍ ସିକ୍ଲି ତିଆର୍ କର୍ସା । 23 ବୁକୁପାଟା ଉପ୍ରେ ଦୁଇଟା ସୁନାର୍ କଡୁ ତିଆର୍ କରା, ଆରି ବୁକୁପାଟାର୍ ଦୁଇ ପାଲିକେ ସେ ଦୁଇଟା କଡୁ ଲାଗାଇସା । 24 ଆରି ବୁକୁପାଟାର୍ ଦୁଇ ପାଲିର୍ ଦୁଇଟା କଡୁ ତେଇ ସୁନାର୍ ସିକ୍ଲି ଲାଗାଇସା । 25 ଆରି କଡୁ ସିକ୍ଲିର୍ ଦୁଇପାଲିର୍ ଦୁଇ ମୁଣ୍ଡେ ଜଡି ଏପଦ୍ ବସ୍ତର୍ ଦୁଇ ମୁଣ୍ଡର୍ ଦୁଇପାଲିକେ ଲାଗାଇସା । 26 ତମେ ସୁନାର୍ ଦୁଇଟା କଡୁ ତିଆର୍ କରି ବୁକୁପଟାର୍ ଦୁଇପାଲିକେ ଏପଦ୍ ପଚିଆର୍ ମୁଆଟର୍ ବିତର୍ ବାଟେ ଅନି ଲାଗାଇସା । 27 ଆରି ସୁନାର୍ ଦୁଇଟା କଡୁ ତିଆର୍ କରି ଏପଦ୍ ପଚିଆର୍ ଦୁଇ ମୁଣ୍ଡର୍ କାବ୍ରା ଚିତ୍ରା ବାନା କଲାଲଗେ ଲାଗାଇସା । 28 ଆରି ବୁକୁପାଟା ଜେନ୍ତାର୍ କି ଉପରେ ରଇ କାବ୍ରା ଚିତ୍ରା ଏପଦ୍ ତେଇ ନ ଅଦ୍ରେ, ସେଟାର୍ ପାଇ ବୁକୁପାଟାର୍ କଡୁକେ ଆରି ଏପଦ୍ ପଚିଆଇ ଲାଗ୍ଲା କଡୁକେ ମିସାଇ କରି ନିଲିଆ ସୁତା ସଙ୍ଗେ ବାନ୍ଦ୍ସା । 29 ଜେଡେବଲ୍ ଆରଣ ସୁକଲ୍ ଗରେ ପୁର୍ସି, ସେଡ୍କିବେଲେ ସବୁବେଲର୍ ମାପ୍ରୁର୍ ଲଗେ ବିଚାର୍ ବୁକୁପଟା ତେଇ ଇସ୍ରାଏଲର୍ ପିଲାମ୍ନର୍ ନାଅ ନିଜର୍ ମନେ ବିତ୍ରେ ଟେକି ଦାରି ର୍ଇସି । 30 ସେ ବିଚାରର୍ ବୁକୁପାଟା ତେଇ ତମେ ଉରିମ୍ ଆରି ତୁମିମ୍ ଉଜଲ୍ ଆରି ସିଦି ନାଅ ସଙ୍ଗଇସା, ଆରି ଆରଣ ଜେଡେବଲ୍ ସବୁବେଲର୍ ମାପ୍ରୁର୍ ଲଗେ ଜାଇସି, ସେଡ୍କିବେଲେ ସେଟା ଆରଣର୍ ବୁକେ ରଇସି, ଆରଣ ସବୁବେଲର୍ ମାପ୍ରୁର୍ ମୁଆଟେ ସବୁବେଲର୍ ପାଇ ଇସ୍ରାଏଲ୍ ପିଲାମନର୍ ବିଚାର୍ ନିଜର୍ ବୁକ୍ ଉପ୍ରେ ନେଇସି ।
31 ତମେ ଏପଦର୍ ବସ୍ତର୍ ପୁରାପୁର୍ନ୍ ନିଲିଆ କର୍ସା । 32 ତେଇ ଏପଦ୍ ପଚିଆର୍ ମଜାଇ ମୁଣ୍ଡ୍ ପୁରାଇବାକେ ଗଟେକ୍ କାଣା ଚାଡିରଇସା, ଆରି ମୁଣ୍ଡ୍ ବର୍ବା କାଣାର୍ ଟାନୁ ଚାରିବେଟ୍ତି ସିଲାଇ ଅଇ ରଇସି, ଜେନ୍ତାର୍ କି ଚିରି ନ ଅଏ । 33 ଆରି ତମେ ଏପଦ୍ ପଚିଆର୍ ତଲର୍ ଅଟିର୍ ଚାରିବେଟ୍ତି ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗର୍ ଡାଲିମ୍ ପଲର୍ ଚିନ୍ କର୍ସା, ଆରି ମଜାଇମଜାଇ ସୁନାର୍ ଗଣ୍ଟି ପାକାଇ ରଇସା । 34 ପଚିଆ ଅଟିର୍ ଚାରିବେଟ୍ତି ଗଟେକ୍ ସୁନାର୍ ଗଣ୍ଟି ଆରି ଗଟେକ୍ ଡାଲିମ୍ ପଲ୍, ଗଟେକ୍ ସୁନାର୍ ଗଣ୍ଟି ଆରି ଗଟେକ୍ ଡାଲିମ୍ ପଲ୍ କର୍ସା । 35 ସେଟା ଆରଣ ପୁଜା କର୍ବା ବେଲେ ପିନ୍ଦ୍ସି, କାଇକେବଇଲେ ଜେଡ୍ବେଲେ ସବୁବେଲର୍ ମାପ୍ରୁର୍ ସୁକଲ୍ ଗର୍ ବିତ୍ରେ ପୁଜା କର୍ବାକେ ପୁର୍ସି, ସେଡ୍କିବେଲେ ପୁଜାକରି ଇଣ୍ଡିଆଇବା ସବଦ୍ ସୁନ୍ବାଇ ଜେ ସେ ମରେ ନାଇ ।
36 ଆରି ତମେ ନିର୍ମଲ୍ ସୁନା ସଙ୍ଗେ ଗଟେକ୍ ପଟି ତିଆର୍ କର୍ସା, ଆରି ତାର୍ ଉପ୍ରେ ସବୁବେଲର୍ ମାପ୍ରୁର୍ ନାଉଁରେ ସୁକଲ୍ ବଲି ଲେକା । 37 ଆରି ପଗ୍ଡି ମୁଆଟ୍ ବାଟେ ତେଇ ରକବା ପାଇ ନିଲିଆ ସୁତା ସଙ୍ଗେ ପଗ୍ଡି ମୁଆଟ୍ ବାନ୍ଦ୍ସା । 38 ସେଟା ଆରଣର୍ କାପାଲ୍ ଉପ୍ରେ ରଇସି, ତାର୍ପଚେ ସୁକଲ୍ ଜିନିସର୍ ଅପ୍ରାଦ୍ ଅଇଲେ ଜେନ୍ତାର୍ କି ଇସ୍ରାଏଲର୍ ଲକର୍ ନିଜର୍ ସୁକଲ୍ ଜିନିସର୍ ଅପ୍ରାଦ୍ ଆରଣର୍ ଉପ୍ରେ ପଡ୍ସି, ଆରି ସବୁବେଲର୍ ପାଇ ଆରଣର୍ ମୁଣ୍ଡେ ରଇସି । 39 ତମେ ଲାଲ୍ଚି ବସ୍ତର୍କେ ସୁକଲ୍ ପଚିଆ ସଙ୍ଗେ ସିଲାଇସା ଆରି ପଗ୍ଡି ଟେରିକଟ୍ ପଚିଆ ସଙ୍ଗେ ବାନ୍ଦ୍ସା, ଆରି ଆଟାବେଡା ବାନ୍ଦବାଟା କାବ୍ରାଚିତ୍ରା ରଙ୍ଗ୍ର ଚିନା କର୍ସା । 40 ଆରି ଆରଣର୍ ପିଲାମନର୍ ପାଇ ମିସା ଲାଲ୍ଚି ଚକା ଆରି ଆଁଟାଇ ବାନ୍ଦିଅଇବାଟା ତିଆର୍ କର୍ସା, ଆରି ସେମନ୍ ସବାଇ ସନ୍ମାନର୍ ପାଇ ତିଆର୍ ଅଇବାଇ 41 ଆରି ତମର୍ ବାଇ ଆରଣକେ ଆରି ତାର୍ ପିଲାମନ୍କେ ସେଟା ପିନ୍ଦାଇ, ସେମନ୍କେ ଅବିସେକ୍ କରାଇ ବାଚି କରି ଆରି ସୁକଲ୍ କରି ସେମନ୍ ଆମର୍ ଜାଜକ୍ କାମ୍ କର୍ବାଇ । 42 ତମେ ସେମନ୍କେ ଗାଗଡ୍କେ ଡାବାଇବାକେ ଆଟାଇଅନି ମାଣ୍ଡିଜାକ ଦବ୍ଲା ଚେଡି ପିନ୍ଦ୍ବାଇ । 43 ଆରି ଜେଡେବଲ୍ ଆରଣ ଆରି ତାର୍ ପିଲାମନ୍ ସୁକଲ୍ ଗର୍ ବିତ୍ରେ ପୁର୍ବାଇ ନଇଲେ ବେଦି ଲଗେ ଜିବାଇ ସେଡ୍କିବେଲେ ସେମନ୍ ଅପ୍ରାଦ୍ ଅଇ ନ ମରତ୍, ସେଟାର୍ପାଇଁ ଏ ବସ୍ତର୍ ପିନ୍ଦି କରି ଜିବାଇ ,ଏଟା ଆରଣ ଆରି ତାର୍ ନାତିନୁତର୍ ଜାକ ବିଦି ଆଇନ୍ ପାଲନ୍ କର୍ବାଇ ।