1 ତାର୍ପଚେ ମସା ଆରି ଆରଣ ଜାଇକରି ପାର ରାଜାକେ କଇଲାଇ, ଇସ୍ରାଏଲ୍ ଲକ୍ର ସବୁବେଲର୍ ମାପ୍ରୁ ପରମେସର୍ କଇଲାନି, ମରୁବାଲି ଜାଗା ତେଇ ଜାଇ ମର୍ ନାଉଁରେ ପରବ୍ ମାନ୍ବାକେ ଚାଡି ଦେସ୍ । 2 ତାର୍ପଚେ ପାର ରାଜା କଇଲା, ସବୁବେଲର୍ ମାପ୍ରୁ କେ ଜେ? ତାକେତ ଆମେ ଚିନୁ ନାଇ କି ତାର୍ କାତା ମାନି ଆମେ ଇସ୍ରାଏଲର୍ ଲକ୍କେ ଜିବାକେ ଚାଡି ଦେବୁ କି ? ନାଇ ଆମେ ନ ଚାଡୁ । 3 ସେମନ୍ କଇଲାଇ, ଏବ୍ରିଅ ମନର୍ ପରମେସର୍ ଆମ୍କେ ଦର୍ସନ୍ ଦେଲା ଆଚେ; ଆମେ ଜୁଆର୍ କରି କଇଲୁନି, ସବୁବେଲର୍ ମାପ୍ରୁର୍ ନାଅଁରେ ବଲି ଦେବାକେ ତିନ୍ ଦିନର୍ ବାଟ୍କେ ଜିବାକେ ଦିଆ, ନଇଲେ ସେ ଆମ୍କେ ମର୍ଡି କୁରାଇସି ନଇଲେ କାଣ୍ଡା ସଙ୍ଗେ ମାର୍ସି । 4 ତାର୍ପଚେ ମିସରର୍ ରାଜା ସେ ମନ୍କେ କଇଲା, ଏ ମସା ଆରି ଆରନ୍, ତମେ କାଇକେ କାମ୍ କର୍ବା ଲକ୍ ମନ୍କେ କାମେ ଅନି ବନ୍ଦ୍ କଲାସ୍ନି ? ତମେ ତମର୍ ନିଜର୍ ନିଜର୍ କାମ୍ କର୍ବାକେ ଜାଆ। 5 ପାର ରାଜା ଆର୍ ତରେକ୍ କଇଲା, ଦେକା,ଏ ଦେସେ ଆକର୍ ଲକ୍ମନ୍ ବେସି ଆଚତ୍, ଆରି ତମେ ସେମନ୍କେ କାମ୍ କର୍ବାକେ ମନା କଲାସ୍ନି। 6 ଆରି ସେ ଦିନ୍ ପାର ରାଜା ମିସରର୍ କାମ୍ କରାଇବା ଲକ୍ମନ୍କେ ଆରି ମୁକିଆ ମନ୍କେ ଏ କାତା କଇଲା, 7 ଇଟା ଜିକ୍ବାକେ ତମେ ଆରି ଆଗ୍ତୁର୍ ପାରା ପିଆଲ୍ ଦିଆସ୍ ନାଇ, ସେମନ୍ ନିଜେ ଜାଇକରି ପିଆଲ୍ କଜି ଆନତ୍। 8 ଆରି ସେମନ୍ ଆଗ୍ତୁ ଜେତ୍କି ଇଟା ଜିକ୍ତେ ରଇଲାଇ ସେତ୍କି ଇଟା ଜିକ୍ବାର୍ ଆଚେ, ଜେନ୍ତାର୍ କି ଗଟେକ୍ ମିସା ଉନା ନ ଅଇବାର୍ ଆଚେ । କାମ୍କର୍ବାକେ ସେମନ୍ ବେସି ଅଲ୍ସୁଆ; ଆରି ସେମନ୍ ଆମେ ପର୍ମେସର୍ ଲଗେ ବଲି ଦେବାକେ ଜିବବାର୍ ଆଚେ ବଲିକରି ତର୍କେ ତର୍ କଇଲାଇନି; 9 ସେଟାର୍ପାଇଁ ଏମନ୍ କାମ୍ କର୍ବାତେଇ ଆକା ମାତି ଜାଇ ରଇଲେ; ଏମନ୍ ଆରି ମିଚ୍କାତା କଇକରି ଏନେତେନେ ଜିବୁ ବଲିକରି ନ ଏତାଅତ୍ । 10 ତାର୍ପଚେ କାମ୍ ଦେକାରକା କରୁମନ୍ ମୁକିଆ ଲକ୍ମନ୍ ବାଇରେ ଜାଇ ଲକ୍ମନ୍କେ କଇଲାଇ, ପାର ରାଜା ଏ କାତା କଇଲା, ଆମେ ତମକେଆରି ପିଆଲ୍ ନ ଦେଉଁ । 11 ତମେ କନ୍ତେଇ ଅନି ମିସା ପିଆଲ୍ କଜିଲଡିକରି ଆନା; ମାତର୍ ତମର୍ କାମ୍ ଉନା ନ ଅଇବାର୍ ଆଚେ। 12 ତାର୍ପଚେ ଲକ୍ମନ୍କେ ପିଆଲ୍ ବାଦୁଲେ ପିଆଲ୍ ନାଡା କଜ୍ବାକେ ମିସର୍ ଦେସର୍ ଚାରି ବେଟ୍ତି ଚିନ୍ବିନ୍ ଅଇଗାଲାଇ । 13 ଏଲେ ମିସା ମୁକିଆ ସାସନ୍ କରୁମନ୍ ତାନ୍ଦ୍ରା କରି କଇଲାଇ, ପିଆଲ୍ ଦେଇତେ ରଇଲାବେଲେ ତମେ ଜେନ୍ତାର୍ କାମ୍ କରତେ ରଇଲାସ୍, ସେନ୍ତାର୍ ସେ ଏବେ ମିସା କାମ୍ କର୍ସା ଆରି ଜନ୍ ଦିନର୍ କାମ୍ ସେ ଦିନେସେ ସାରାଇସା । 14 ଆରି ପାର ରାଜାର୍ ମୁକିଆମନ୍ ଇସ୍ରାଏଲର୍ ଲଗେ ଅନି ବାଚି ରଇଲା ମୁକିଆମନ୍କେ ଡାକି କରି ମାରି ମାରି କଇଲାଇ, ଆଜିକାଲି କାଇକେ ତମେ ଜେତ୍କି ଇଟା ଜିକ୍ବାଟା ସେତ୍କି ଇଟା ଜିକି ନାପାର୍ ଲାସ୍ନି ? 15 ତାର୍ପଚେ ଇସ୍ରାଏଲ୍ ଅନି ବାଚି ଅଇ ରଇବା ମୁକିଆ ଲକ୍ମନ୍ କାନ୍ଦି କାନ୍ଦି କରି ଆସି ପାର ରାଜାକେ କଇଲାଇ, ତମେ କାଇକେ ତମର୍ ନିଜର୍ ଗତି ଦାଙ୍ଗ୍ଡା ମନର୍ ସଙ୍ଗେ ମିସିକରି ଏ ରକାମ୍ ଦଣ୍ଡ୍ ଦେଲାସ୍ନି?
16 ତମର୍ ଗତି ଦାଙ୍ଗ୍ଡାମନ୍ ତ ପିଆଲ୍ ମିସା ଦେଅତ୍ ନାଇ, ଅଇଲେ ମିସା ସେମନ୍ କଇଲାଇନି ଇଟାଜିକା ବଲିକରି; ଆରିଦେକା, ତମର୍ ଗତି ଦାଙ୍ଗଡାମନ୍ ମାଡ୍ଗଲ୍ ଅଇକରି ମିସା, ଅଲ୍ଗା ଲକ୍ମନ୍କେ ଦସ୍ ଦେଲାଇନି। 17 ତାର୍ପଚେ ସେ କଇଲା, ତମେ ବେସି ବାଡୁଟାମନ୍, ସେଟାର୍ ପାଇ କଇଲାସ୍ନି ସବୁବେଲର୍ ମାପ୍ରୁକେ ବଲି ଦେବାକେ ଆମେ ଜିବୁ ବଲିକରି । 18 ଏବେ ଜାଆ ଆରି, କାମ୍ କରା, ତମ୍କେ ଆରି ପିଆଲ୍ ନ ଦେଇନି, ଏଲେମିସା ତମେ ଜେତ୍କି ଇଟା ଜିକ୍ବା କାତା ସେତ୍କି ଜିକିକରି ଇସାବ୍ ଦେବାକେ ପଡ୍ସି। 19 ତମେ ଦିନ୍କେ ଜେତ୍କି ଇଟା ଜିକ୍ବା କାତା ସେତ୍କି ଜିକା, ଆରି ଗଟେକ୍ ମିସା ଉନା ଜିକା ନାଇ; ଏ କାତାକେ ନେଇକରି ଇସ୍ରାଏଲର୍ ମୁକିଆ ଲକ୍ମନ୍ ଦେକ୍ଲାଇ ଜେ, ସେମନ୍ ବେସି କସ୍ଟ ପାଇଲାଇନି । 20 ତାର୍ପଚେ ସେମନ୍ ପାର ରାଜାର୍ ଲଗେ ଜିବା ବେଲେ ମସା ଆରି ଆରଣକେ ବାଟେ ବେଟ୍ ଅଇଲାଇ, ଜେନ୍ତିକି ସେମନ୍ କେଡେବେଲେ ଆଇବାଇ ବଲିକରି ବାଟେ ଜାଗି ରଇଲାଇ। 21 ତେବେ ସେମନ୍କେ କଇଲାଇ, "ସବୁବେଲର୍ ମାପ୍ରୁ ତମର୍ ଉପରେ ଦୟା ଦେକାଇ ବିଚାର୍ କର୍ସି; କାଇକେବଇଲେ ତମେ ପାର ରାଜା ଆରି ତାର୍ ଦାଙ୍ଗଡାମନର୍ ସଙ୍ଗେ ମିସିକରି ଆମ୍କେ ଗିନ୍କରି ମାରା ବଲିକରି ସେମନର୍ ଆତେ କାଣ୍ଡା ଦେଲାସ୍।"
22 ତାର୍ପଚେ ମସା ସବୁବେଲର୍ ମାପ୍ରୁର୍ ଲଗେଜାଇ କଇଲା, ଏ ସବୁବେଲର୍ ମାପ୍ରୁ ତୁଇ ଏ ଲକ୍ମନ୍କେ କାଇକେ କରାପ୍ କଲୁସ୍ନି? ଆରି ତମେ ମକେ କାଇକେ ପଟାଇଲାସ୍ ? 23 ମାତର୍ ମୁଇ ଜନ୍ ଇସାବେ ତମର୍ ନାଅଁରେ ପାର ରାଜାକେ କାତା କଇବାକେ ଆଇଲି, ସେ ଇସାବେ ଏ ଲକ୍ମନ୍କେ ଅଇରାନ୍ କଲିନି, ଆରି, ତୁଇ ନିଜର୍ ଲକ୍ମନର୍ପାଇ କାଇ ମିସା ଉଦାର୍ କାମ୍ କରୁସ୍ ନାଇ ।