1 ସେଡ୍କିବେଲେ ମସା ଆରି ଇସ୍ରାଏଲର୍ ଲକ୍ମନର୍ ସବୁବେଲର୍ ମାପ୍ରୁର୍ ନାଅଁରେ ଗିତ୍ ଏ ଗାଇଲାଇ, ସେଟା ଅଇଲାନି, ଆମେ ସବୁବେଲର୍ ମାପ୍ରୁର୍ ନାଅଁରେ ଗିତ୍ ଗାଉଁ, କାଇକେବଇଲେ ସେ ବେସି ମଆନ୍ କାମ୍ କଲାଆଚେ, ଆରି ଗଡାମନ୍କେ ଆରି ଗଡା ଚାଲାଉ ମନ୍କେ ସମ୍ଦୁର୍ ତେଇ ବୁଡାଇ ମରାଇ ଆଚେ 2 ସବୁବେଲର୍ ମାପ୍ରୁ ଆମର୍ ବପୁ ଆରି ଗିତ୍, ଆରି ସେ ଆମର୍ ମୁକ୍ତି କର୍ବା ଲକ୍ ଅଇଆଚେ, ସେ ଆମର୍ ପର୍ମେସର୍, ଆମେ ତାର୍ ଉପାସନା କରୁ ଆରି ତାର୍ ଗଉରବ୍ କରୁ, କାଇକେ ବଇଲେ ସେ ଆମର୍ ଆନିଦାଦି ମନର୍ ପର୍ମେସର୍ । 3 ସବୁବେଲର୍ ମାପ୍ରୁ ଜୁଇଦ୍ କର୍ବା ବିର, ତାର୍ ନାଅ ସବୁବେଲର୍ ମରୁ । 4 ସେ ପାର ରାଜାର୍ ରତ୍ ଆରି ସନିଅମନ୍କେ ସମ୍ଦୁର୍ ପାନିତେଇ ବୁଡାଇ ଦେଲା, ଆରି ତାକର୍ ବର୍ଚା ଆରି ବିର ମନ୍କେ ସୁପ୍ ସାଗର୍ ତେଇ ମରି ଗାଲାଇ । 5 ଡେଙ୍ଗ୍ ପାନି ସେ ମନ୍କେ ଡାବି ଅଇଲା ଆରି ପାକ୍ନା ପାରା ସେମନ୍ ବୁଡି ଗାଲାଇ। 6 ଏ ସବୁବେଲର୍ ମାପ୍ରୁ ତମର୍ ଉଜା ଆତର୍ ବପୁ ସଙ୍ଗ୍ ମଇମା ଅ, ଏ ସବୁବେଲର୍ ମାପ୍ରୁ ତମର୍ ଉଜା ଆତ୍ ସଙ୍ଗ୍ ବିରଦି ଲକ୍କେ ଗୁଣ୍ଡ୍ କରି ଦେସ୍ । 7 ତୁଇ ଉପରେ ଅନି ମଇମା ଅଇ ବିରଦ୍ ଲକ୍କେ ମାରି ନିପାତ୍ କର୍, ଆରି ତୁଇ ଜଇ ଲାଗ୍ଲା ପାରା ରିସା ଅଇ ପୁଆଲ୍ ପାରା ସେମନ୍କେ ପଡାଇ ଦେସ୍ । 8 ତମର୍ ନାକର୍ ପୁଣ୍ଡାର୍ ପବନ୍ ଲାଗି ପାନି ଗଟେକ୍ ଲଗେ ଟୁଲ୍ ଅଇଲା; ଆରି ମୁଣ୍ଡା ବାନ୍ଦ୍ଲା ପାରା ଟିଆ ଅଇଲା ଆରି ସମ୍ଦୁର୍ ମଜା ଗାଡେ ଡେଙ୍ଗ୍ ଅଇଗାଲା । 9 ବିରଦି ଲକ୍ କଇଲା, ଆମେ ସେମନର୍ ପଚ୍ପଚ୍ କେଦି ସେମନ୍କେ ଦାରୁ ଆରି ଆମେ ଚରାଇଲା ଦନ୍ ସଁପତି ଚାଡାଇ ନେଉଁ, ସେମନର୍ ଉପ୍ରେ ଜେତେକ୍ ଲାଲ୍ସା ପୁରୁନ୍ ଅଇଲା, ଆରି ସେମନ୍କେ କାଣ୍ଡା ସଙ୍ଗ୍ ମାରି ମରାଇଲେ ଆମର୍ ଆତେ ସେମନ୍କେ ମରାଇସି । 10 ମାତର୍ ତମେ ନାକର୍ ପବନ୍ ସଙ୍ଗ୍ ପୁକି ଦେଇ ସମ୍ଦୁର୍ ସେମନ୍କେ ଡାବି ଦେଲା, ଆରି ସିସା ପାରା ପାନି ବିତରେ ବୁଡି ଗାଲାଇ । 11 ଏ ସବୁବେଲର୍ ମାପ୍ରୁ, ଦେବ୍ତାମନର୍ ବିତରେ ତମର୍ ପାରା କେ ଆଚେ? ତମର୍ ପାରା ସୁକଲ୍ ମଇମା, ଆରି କାବା ଅଇ ଜିବା କାମ୍ କର୍ବାଟା କେ ? 12 ତମେ ନିଜର୍ ଉଜା ଆତ୍ ଲାମାଇଲାକେ, ପୁର୍ତିବି ସେ ମନ୍କେ ଗିଲ୍ଲା । 13 ତମେ ନିଜର୍ ଦୟା ଦେକାଇ ଲକ୍ ମନ୍କେ ଉଦାର୍ କରି ଇଣ୍ଡାଇଲୁସ୍ନି, ତମେ ନିଜର୍ ଡାକ୍ପୁଟା ସଙ୍ଗ୍ ବାଟ୍ କାଡାଇ ତମର୍ ସୁକଲ୍ ଜାଗାଇ ନେଲୁସ୍ନି । 14 ସାରା ଦେସର୍ ଲକ୍ ସୁନି ଡରି ଜାଇ ଗଜ୍ଗଜି ଗାଲାଇ, ଆରି ପଲେସ୍ଟିଅ ମନର୍ ଦୁକ୍ ସେମନ୍କେ ସେ ଡାବି ଅଇଲାନି । 15 ସେଡ୍କିବେଲେ ଇଦମର୍ ରାଜାମନ୍ ଡରି ଗାଲାଇ, ମଆବର୍ ବପୁ ଲକ୍ମନ୍କେ ବାନ୍ଦିଦେଲାକେ କିଣାନ୍ ଦେସର୍ ବାସାଅଇ ରଇଲାଲକ୍ ଗଜ୍ ଗଜି ଗାଲାଇ । 16 ଦୁକ୍ ଆରି କସ୍ଟ ସେମନର୍ ଉପ୍ରେ ପଡ୍ଲାନି, ସେଟାର୍ ପାଇଁ ଏ ସବୁବେଲର୍ ମାପ୍ରୁ ତର୍ ଲକ୍ ଆରି ଗେନ୍ଲା ଦାଙ୍ଗ୍ଡାମନ୍ ଜାଅତ୍ ନାଇ, କାଇକେବଇଲେ ତର୍ ବପୁ ଆରି ବପୁ ଲାଗି ସେମନ୍ ପାକ୍ନା ପାରା ଡାଣ୍ଟ୍ ଅଇ ଆଚତ୍ । 17 ଏ ସବୁବେଲର୍ ମାପ୍ରୁ, ତମେ ନିଜର ଲକ୍ମନ୍ ବାସା କର୍ବାକେ ଜନ୍ ଜାଗା ତିଆର୍ କରି ଆଚୁସ୍, ସବୁବେଲର୍ ମାପ୍ରୁ ଜନ୍ ଦରମ୍ ଲକ୍ମନ୍କେ ତିଆର୍ କରି ଆଚୁସ୍, ସେମନ୍କେ ଆନି ନିଜର୍ ଅଦିକାର୍ ଜାଗାଇ ବାସା କର୍ । 18 ସବୁବେଲର୍ ମାପ୍ରୁ ଜୁଗ୍ ସାର୍ବା ଜାକ ସାସନ୍ କର୍ସି ।
19 କାଇକେବଇଲେ ପାର ରାଜାର୍ ସନିଅମନ୍କେ ଗଡା ଆରି ରତ୍ ଚାଲାଉ ମନ୍କେ ସମ୍ଦୁର୍ ପାନି ବୁଡାଇ ମରାଇ ଆଚେ ଆରି ଇସ୍ରାଏଲର୍ ଲକ୍କେ ସୁକ୍ଲା ମାଟିତେଇ ଇଣ୍ଡିଗାଲାଇ ଆଚତ୍ । 20 ତାର୍ପଚେ ଆରନ୍ର ବଇନି ବବିସତ୍କାତା କଇତେ ରଇବା ମାଇଜି ମରିଅମ୍ ଦାରା ନେଲା ଆରି ତାର୍ ପଚ୍ ପଚ୍ ବିନ୍ ମାଇଜିମନ୍ ମିସା ଦାରା ନେଇ ନାଟ୍ କରି କରି ବାରଇ ଗାଲାଇ । 21 ସେଡ୍କିବେଲେ ମରିଅମ୍ ଲକ୍ ମନ୍କେ କଇଲା, ତମେ ସବୁବେଲର୍ ମାପ୍ରୁର୍ ନାଅଁରେ ଗିତ୍ କୁଆ, କାଇକେବଇଲେ ସେ ବେସି ବଡ୍ କାମ୍ କଲାଆଚେ, ସେ ମିସରର୍ ଗଡା, ରତ୍ ଆରି ସନିଅ ମନ୍କେ ସମ୍ଦୁର୍ ପାନିତେଇ ବୁଡାଇ ମରାଇ ଆଚେ ।
22 ତାର୍ପଚେ ମସା ଇସ୍ରାଏଲ୍ ଲକ୍କେ ସୁପ୍ ସାଗର୍ ତେଇ ଅନି ଇଣ୍ଡ୍ଲାଇ, ଆରି ସେ ମନ୍କେ ସୁର୍ ମରୁବାଲି ବୁଏଁ ଇଣ୍ଡ୍ଇଲା, ସେମନ୍ ଇଣ୍ଡ୍ବା ମରୁବାଲି ବୁଏଁ ବାଟେ ତିନ୍ଦିନ୍ ଜାକ କନ୍ନ୍ତେ ମିସା କାଇବାକେ ପାନି ମିଲେ ନାଇ 23 ତାର୍ପଚେ ସେମନ୍ ମାରା ବଲ୍ବା ଜାଗାଇ କେଟ୍ଲାଇ ଆରି ପାନି କାଇବାକେ ଗାଲାଇ ମାତର୍ ତେଇର୍ ପାନି ପିତା ବଲି କାଇ ନାପାର୍ଲାଇ, ସେଟାର୍ପାଇଁ ସେ ଜାଗାର୍ ନାଅଁ ପିତା ବଲି ଡାକ୍ଲାଇ । 24 ସେଡ୍କିବେଲେ ଲକ୍ମନ୍ ମସାକେ ବିରଦ୍ କରି କଇଲାଇ, ଆମେ ଇତି କାଇଟା କାଇବୁ ? 25 ତାର୍ପଚେ ମସା ସବୁବେଲର୍ ମାପ୍ରୁର୍ ତେଇ ପାର୍ତନା କଲାକେ ସବୁବେଲର୍ ମାପ୍ରୁ ତାକେ ଗଟେକ୍ କାଡି ଦେକାଇଲା, ସେ ଡାଙ୍ଗ୍ ନେଇ ପାନିତେଇ ପାକାଇଲାକେ ପାନି ସୁଆଦ୍ ଅଇଲା। ସେ ଜାଗାଇ ସବୁବେଲର୍ ମାପ୍ରୁ ସେମନ୍କେ ନିଅମ୍, ବିଦି ଆରି ଆଦେସ୍ ସମାନ୍ କଲାଇ, ଆରି ସେମନ୍କେ ପରିକା କରି କଇଲା, 26 ତମେ ଜଦି ସବୁବେଲର୍ ମାପ୍ରୁ ପର୍ମେସରର୍ ବାକିଅକେ ମନ୍ଦେଲେ, ଆରି ତାର୍ ବାକିଅକେ ଜାଇଟା ବଲ୍ ସେଟା କଲେ, ଆରି ତାର୍ କାତା ସୁନ୍ଲାଇ ଆରି ତାର୍ ବିଦି ପାଲନ୍ କଲେ, ତେବେ ମିସରିଅ ଲକ୍ମନ୍କେ ଜନ୍ରକାମର୍ ରଗ୍ କରାଇଲୁ, ସେନ୍ତାରି ରଗ୍ ତମ୍କେ ନ ଆସେ, କାଇକେବଇଲେ ମୁଇ ସବୁବେଲର୍ ମାପ୍ରୁ ରଗ୍ ବଲ୍ କର୍ବା ଲକ୍ । 27 ତାର୍ପଚେ ସର୍ତେ ଲକ୍ ଏଲିମ୍ ଜାଗାଇ କେଟ୍ଲାଇ, ତେଇ ବାର୍ଟା ପାନି ଜର୍ନା ରଇଲା ଆରି ସତୁରିଟା କଜ୍ରି ଗଚ୍ ରଇଲା, ସେଟା ଦେକି ସେମନ୍ ତେଇ କୁଡିଆ କରି ବାସା ଅଇଲାଇ ।