1 ସେଡ୍କିବେଲେ ସବୁବେଲର୍ ମାପ୍ରୁ ମସାକେ କଇଲା, ମୁଇ ପାର ରାଜାକେ ଜେନ୍ତି କର୍ବି, ତମେ ଏବେ ଦେକ୍ସା; କାଇକେବଇଲେ ବେସି ବପୁ ଦେକାଇଲେ ସରି, ସେ ଲକ୍ମନ୍କେ ଚାଡି ଦେଇସି, ଆରି ବେସି ବପୁ ଦେକାଇଲେ, ନିଜର୍ ଦେସେ ଅନି ସେମନ୍କେ କେଦି ଦେଇସି।
2 ପର୍ମେସର୍ ମସାର୍ ସଙ୍ଗ୍ କାତା ବାରତା ଅଇ କରି ଆରିତରେକ୍ କଇଲା, ଆମେ ଜିଅବା ସବୁବେଲର୍ ମାପ୍ରୁ; 3 ଆମେ ଅବ୍ରାମ୍, ଇସାକ୍ ଆରି ଜାକୁବର୍ ସବୁର୍ଟାନୁ ବପୁର୍ ପର୍ମେସର୍ ବଲିକରି ଦରସନ୍ ଦେଇ ରଇଲୁ, ମାତର୍ ଆମର୍ ଜିଅବା ନାଉଁରେ ସେମନ୍କେ ପରିଚିଇ ଦେଇ ନ ରଇଲି । 4 ଆରି କିଣାନ୍ ଦେସେ, ଜନ୍ତେଇକି ସେମନ୍ ରଇଲାଇ, ସେ ଦେସ୍ ମିସା ଦେବାକେ ସେମନ୍କେ ନିଅମ୍ କରି କାତା ଦେଇ ରଇଲି । 5 ଏବେ ମିସର୍ଦେସର୍ ଲକ୍ମନ୍ ଜନ୍ ଲକ୍ମନ୍କେ ଗତିଦାଙ୍ଗ୍ଡା ରକି ଆଚାସ୍, ସେ ଇସ୍ରାଏଲର୍ ଲକ୍ମନ୍ କାନ୍ଦ୍ବାଟା ସୁନିକରି ମୁଇ ଏବେ ସେ ନିଅମ୍ କରି ରଇବା କାତାକେ ଏତାଇଲିନି । 6 ସେଟାର୍ପାଇଁ ଇସ୍ରାଏଲର୍ ଲକ୍ମନ୍ କେ କୁଆ, ଆମେ ସବୁବେଲର୍ ମାପ୍ରୁ, ମିସ୍ରିଅ ଲକ୍ମନର୍ କାମ୍ କର୍ବା ତେଇଅନି ଆରି ସେମନ୍ ଗତିଦାଙ୍ଗ୍ଡା ଦାରଲା ତେଇଅନି ମୁକ୍ଲାଇବୁ, ଆରି ତାକର୍ ଉପରେ ବଡ୍ ବଡ୍ ଡଣ୍ଡ୍ ତେଇଅନି ତମ୍କେ ଉଦାର୍ କର୍ବୁ । 7 ଆମେ ତମ୍କେ ନିଜର୍ଲକ୍ ବଲିକରି ବାବ୍ବୁ ଆରି ତମର୍ ପର୍ମେସର୍ ଅଇବୁ; ମିସରିଅ ମନର୍ କାମ୍ କରାଇବା ତେଇଅନି ଉଦାର୍ କର୍ବା ଲକ୍ ଆମେ, ସବୁବେଲର୍ ମାପ୍ରୁ ଆମେ, ସେଟା ତମେ ଜାନ୍ସା। 8 ଆମେ ଅବ୍ରାମ୍, ଇସାକ୍ ଆରି ଜାକୁବକେ ଜନ୍ ଦେସ୍ ଦେବାକେ ଆତ୍ଟେକି ରଇଲି, ସେ ଦେସେ ତମ୍କେ ଦେବି; ଆରି ସେ ଦେସ୍ ତମ୍କେ ଅଦିକାର୍ କର୍ବାକେ ଦେବି; ଆମେ ଆକା ସବୁବେଲର୍ ମାପ୍ରୁ । 9 ତାର୍ପଚେ ମସା ଇସ୍ରାଏଲର୍ ଲକ୍ମନ୍କେ ସେ ଅନୁସାରେ କଇଲା, ମାତର୍ ସେ କଇଲା କାତା ସେମନ୍କେ ଦୁକ୍ ଆରି ଦାସ୍ କାମ୍ କର୍ତେ ରଇଲାଇ ସେଟାର୍ ପାଇଁ ସେମନ୍ ବାକିଅକେ ମାନତ୍ ନାଇ ।
10 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, 11 ତମେ ଜାଇ ମିସର୍ ଦେସର୍ ପାର ରାଜାକେ କୁଆ, ଇସ୍ରାଏଲ୍ ଦେସର୍ ଲକ୍ମନ୍କେ ବାର୍କରାଇ ଦେସ୍ । 12 ତାର୍ପଚେ ମସା ସବୁବେଲର୍ ମାପ୍ରୁର୍ ଲଗେ ଜାଇ କଇଲା, ଦେକ୍, ମୁଇ କଇବା କାତାକେ ଇସ୍ରାଏଲର୍ ଲକ୍ମନ୍ ମାନତ୍ ନାଇ, ତେବେ ନିକ କାତା କଇ ନାଜାନି, ତେବେ ପାର ରାଜା କେନ୍ତି ସୁନ୍ସି? 13 ଏନ୍ତାର୍ ସବୁବେଲର୍ ମାପ୍ରୁ ସଙ୍ଗ୍ ମସା ଆରି ଆରଣ କାତାବାର୍ତା ଅଇଲାଇ, ଆରି ଇସ୍ରାଏଲ୍ ଦେସର୍ ଲକ୍କେ ବାର୍କରାଇ ଆନ୍ବାକେ, ମିସର୍ ରାଜା ପାର ଲଗେ ଆରି ଇସ୍ରାଏଲର୍ ଲକ୍ମର୍ ସଙ୍ଗେ କାତାଅଇ ଆଦେସ୍ ଦେଲା ।
14 ମସା ଆରି ଆରଣ ଏ ବଁସର୍ ମୁକିଅ ଲକ୍ ରଇଲାଇ । ଇସ୍ରାଏଲ୍ ଦେସର୍ ବଡ୍ ପିଲା ରୁବେନର୍ ପିଲା ଅନକ୍ ପଲୁ ଇସ୍ରନ୍ ଆରି କର୍ମି ଏମନ୍ ଅଇଲାଇନି ରୁବେନର୍ ବଁସର୍ । 15 ଆରି, ସିମିଅନର୍ ପିଲା ଜିମୁଏଲ୍, ଜାମିନ୍, ଅଅଦ୍, ଜାକିନ୍, ସଅର୍ ଆରି କିଣାନିଅ ମାଇଜିର୍ ପିଲା ଅଇଲାନି ସଉଲ୍; ଏମନ୍ ସିମିଅନର୍ ବଁସେଅନି । 16 ବଁସ୍କୁଲ୍ ଇସାବ୍ରେ ଲେବିର୍ ପିଲାମନର୍ ନାଅ ଅଇଲାନି ଗେର୍ସନ୍, କଆତ୍ ଆରି ମରାରି; ଲେବିକେ ସଏ ତିରିସ୍ ସାତ୍ ବରସ୍ ଅଇ ରଇଲା । 17 ଆରି ନିଜର୍ ନିଜର୍ ବଁସ୍କୁଲ୍ ଇସାବ୍ରେ ଗେର୍ସନ୍ର୍ ପିଲାମନର୍ ନାଉଁ ଅଇଲାନି ଲିବ୍ନି ଆରି ସିମିଇ। 18 ଆରି କଆତର୍ରର୍ ପିଲା ଅମ୍ରମ୍, ଜିସ୍ଅର୍; ଇବ୍ରନ୍ ଆରି ଉସିଏଲ୍; ସେ କଆତର୍କେ ସଏ ତେତିସ୍ ବରସ୍ ଅଇ ରଇଲା । 19 ମରାରିର୍ ପିଲା ମଅଲି ଆରି ମୁସି; ଏ ଲକର୍ କୁଟୁମ୍ ଇସାବେ ଲେବିର୍ ବଁସର୍ ଲକ୍ । 20 ଆରି ଅମ୍ରାମ୍ ନିଜର୍ ଆତା ଜକେବଦକେ ବିବା ଅଇଲା; ସେ ତାର୍ ପେଟେ ଅନି ଆରନ୍ ଆରି ମସା ଜନମ୍ ଅଇଲାଇ, ଅମ୍ରମ୍ ସଏ ତିରିସ୍ ସାତ୍ ବରସ୍ ଅଇରଇଲା । 21 ଜିସ୍ଅରର୍ ପିଲା କରଅ, ନେପଗ୍ ଆରି ସିକ୍ରି । 22 ଆରି ଉସିଏଲର୍ ପିଲା ମିସାଏଲ୍, ଆରି ଇଲିସାପନ୍ ଆରି ସିତ୍ରି । 23 ଆରଣ ଅମିନାଦବର୍ ଟକି ନଅସନର୍ ବଇନି ଇଲିସେବାକେ ବିବା ଅଇଲା, ସେମନ୍ ମିଲାମିସା ଅଇ ନାଦବ୍, ଅବିଉ, ଆରି ଇଲିଆସର୍ ଆରି ଇତାମର୍ ଜନମ୍ ଅଇଲାଇ । 24 ଆରି, କରଅର୍ ପିଲା ଅସିର୍, ଇଲିକାନା ଆରି ଅବିଆସପ୍ ଏ ଲକ୍ କରଅର୍ ବଁସ୍ । 25 ଆରି ଆରନର ପିଲା ଇଲିଆସର୍ ପୁଟିଏଲର୍ ଟକିକେ ବିବା ଅଇଲା, ସେମନ୍ ମିଲାମିସା ଅଇ ପିନଅସ୍କେ ଜନମ୍ କଲା, ଏମନ୍ ଲେବିମନର୍ ବଁସ୍ ଲଗେ ସେମନର୍ ମିସ୍ଲାଇ । 26 ଏମନ୍ ଆକା ମସା ଆରି ଆରଣ କେ ସବୁବେଲର୍ ମାପ୍ରୁ କଇଲା, ତମେ ଇସ୍ରାଇଲର୍ ଏ ସର୍ତେ ଲକ୍କେ ମିସର୍ ଦେସେ ଅନି କିଣାନ୍ ଦେସେ ବାର୍କରାଇ ଆନା । 27 ମିସର୍ ଲଗେ ଅନି ଇସ୍ରାଏଲର୍ ଲକ୍ମନ୍କେ ବାର୍କରାଇ ନେବାକେ ମିସରର୍ ପାର ରାଜା ସଙ୍ଗ୍ କାତାବାର୍ତା କର୍ତେ ରଇଲା ଲକ୍ ଅଇଲାଇନି, ମସା ଆରି ଆରନ୍ ।
28 ଜନ୍ ଦିନେ ସବୁବେଲର୍ ମାପ୍ରୁ ମିସର୍ ଦେସେ ମସା ସଙ୍ଗେ କାତା ବାର୍ତା କଲା, 29 ସେ ଦିନେ ସବୁବେଲର୍ ମାପ୍ରୁ ମସାକେ ଏ କାତା କଇଲା, ଆମେ ସବୁବେଲର୍ ମାପ୍ରୁ ଆମେ ତକେ ଜାଇ ଜାଇଟା କଇବୁ ସେଟା ସବୁ ମିସରର୍ ରାଜା ପାରକେ କଅ । 30 ତାର୍ପଚେ ମସା ସବୁବେଲର୍ ମାପ୍ରୁର୍ ଲଗେ କଇଲା, ମୁଇ ନିମାନ୍ କାତା କଇ ନାଜାନ୍ଲା ଲକ୍, ମର୍ କାତାକେ ପାର ରାଜା କେନ୍ତି ସୁନ୍ସି ?