1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, , 2 ତମେ ଇସ୍ରାଏଲର୍ ଲକର୍ ତେଇ ଅନି ସବୁବେଲର୍ ମାପ୍ରୁ ପାଇ ଚାନ୍ଦା ଟୁଲି ଆଇବାକେ କଅ, ଜେ ମନ୍ କର୍ସି ତାର୍ ଲଗେଅନି ଚାନ୍ଦା ଆଦାଇ କରା । 3 ଜନ୍ଟା କି ସୁନା, ରୁପା ଆରି ପିତଲ୍; 4 ଆରି ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗର୍ ପଚିଆ; ଦବ୍ଲା ରଙ୍ଗର୍ ସୁତାପଚିଆ, ଚେଲିର୍ ବାଲ୍, 5 ଆରି ରଙ୍ଗୁଆ ମେଣ୍ଡା ଚାମ୍ ଆରି କଉଁଲା ଚାମ୍ ଆକାସିଆ ପାଟା, 6 ସରାଇ ଚିକନ୍, ଅବିସେକ୍ କର୍ବାକେ ଚିକନ୍ ଆରି ବାସ୍ନା ଦୁପ୍ନି ଆରି ବାସ୍ନା ଦିନ୍ସୁ , 7 ଆରି ଏପଦ୍, ବୁକେ ବାନ୍ଦିଅଇବାକେ ଗରୁ ବସ୍ତର୍ ବେସି ମୁଲିଅର୍ ପାକ୍ନା, ଏ ସବୁ ପୁରୁସ୍କାର୍ ସେମନର୍ ତେଇଅନି ପାଇବୁ। 8 ସେମନ୍ ଆମର୍ ପାଇ ଗଟେକ୍ ସୁକଲ୍ ବେଦି ତିଆର୍ କରତ୍; ମୁଇ ତାକର୍ ଲଗେ ବାସା ଅଇବି । 9 ସମାଗମ୍ ତୁମ୍ ଆରି ତେଇ ରଇବା ଗିନାର୍ କେମ୍ତି ରଇବାର୍, ମୁଇ ଜେନ୍ତାର୍ ନମୁନା ଦେବି ସେମ୍ତାର୍ ବାନ୍ଦବାକେ ତମ୍କେ ଦେକାଇ ଦେବି, ସେ ଇସାବେ ତମେ ସବୁ କାମ୍ କର୍ସା । 10 ଆରି ,ସେମନ୍ ଆତେକ୍ ଅଦ୍ ଲମା ଆରି ଆତେକ୍ ଅଦ୍ ଅସାର୍ ଆରି ଆତେକ୍ ଅଦ୍ ଉଚା ଆକାସିଆ ପାଟା ସଙ୍ଗେ ଗଟେକ୍ ସିନ୍ଦୁକ୍ ପେଟିଆ ତିଆର୍ କର୍ବାଇ ।
11 ତାର୍ପଚେ ତମେ ସୁକଲ୍ ସୁନା ସଙ୍ଗେ ସେଟା ଚାପାଇସା; ତାର୍ ବିତର୍ ବାଟେ ଆରି ବାଇଲେ ମିସା ଚାପାଇସା, ଆରି, ତାର୍ ଚାରିବେଟ୍ତି ସୁନାର୍ ଅଣ୍ଟି ତିଆର୍ କର୍ସା । 12 ତାର୍ପଚେ ବିତ୍ରେ ଆରି ବାଇରେ ନିକ ସୁନା ସଙ୍ଗ୍ ଡସାଇସା ଆରି ପେଡିର୍ ଚାରିବେଟ୍ତି ସୁନା ସଙ୍ଗେ ଅଟି ବାନ୍ଦ୍ସା, ତାର୍ପଚେ ଗଟେକ୍ ବାଟେ ଦୁଇଟା କଡା ଆରି ଗଟେବାଟେ ଦୁଇଟା କଡା ରଇସି । 13 ଆକାସିଆ ଗଚ୍କେ ଦୁଇଟା କାଣା ତିଆର୍ କରି ସୁନାର୍ ପାତିଆ ଦେଇସା । 14 ପେଡି ବଇବାକେ ପେଡିର୍ ଦୁଇପାଲିର୍ କଡୁ ତେଇ କନା ଚିଙ୍ଗ୍ଲାଇସା । 15 ସେ କନା ପେଡିର୍ କଡୁ ତେଇସେ ଲାଗି ରଇସି, ବେଟ୍ବାର୍ ନାଇ । 16 ଆରି ଆମେ ଜନ୍ ଲେକ୍ଲା ସାକି ପଟା ଦେବୁ ସେଟା ସେ ସାକି ପେଡି ବିତ୍ରେ ସଙ୍ଗ୍ଇସା ।
17 ତାର୍ପଚେ ତମେ ତେଇ ଡାବ୍ବାକେ ସୁକଲ୍ ସୁନାର୍ ପାପ୍ ଡାବ୍ନା ତିଆର୍ କର୍ସା; ଦୁଇ ଆତ୍ ଲମ ଆରି ଗଟେ ଆତ୍ ଅସାର୍ । 18 ସୁନାର୍ ଦୁଇଟା ଦୁତ୍ ତିଆର୍ କରା, ସେଟାକେ ମୁଟ୍ଲା ଲଗେ ମାରି ମାରି ବନାଇ, ପାପ୍ ଡାବ୍ନାର୍ ଦୁଇ ମୁଣ୍ଡେ ଲାଗାଇସା 19 ଗଟେକ୍ ଦୁତ୍ ଗଟେକ୍ ମୁଣ୍ଡେ ଆରି ସେ ମୁଣ୍ଡେ ଆରି ଗଟେକ୍ କିରୁବ୍ ଲାଗାଇସା ; 20 ଆରି ଦୁତ୍ ଦୁଇଟା ମିଆମୁଇ ଅଇ ଡେନା ଉପ୍ରେ କରି ପାପ୍ ଡାବ୍ନାକେ ଡାବି ରଇସି, ଆରି କିରୁବ୍ମନର୍ ମୁ ପାପ୍ ଡାବ୍ନା ବାଟେ ରଇସି । 21 ତମେ ଜନ୍ କିରୁବ୍ ଲାଗ୍ଲା ଡାବ୍ନା ଉଗାଡି ସାକି ପେଡି ଉପ୍ରେ ସଙ୍ଗଇସା ତେଇ ମୁଇ ଲେକ୍ଲା ପୁସ୍ତକ୍ ଦେବି ବିତ୍ରେ ସଙ୍ଗଇସା । 22 ଆରି ମୁଇ ଆସି ତମ୍କେ ସେ ଜାଗାଇମିସ୍ବି, ଆରି ପାପ୍ ଡାବ୍ନା ଉପ୍ରେ ଅଇ, ଆରି, ସାକି ପେଡି ଲଗେ ଇବା ଦୁଇଟା ଦୁତ୍ ବିତ୍ରେ ଅନି ତମର୍ ଲଗେ କାତା ଅଇବି ଅରି ଇସ୍ରାଏଲର୍ ସର୍ତେ ଆମର୍ ଆଦେସ୍ ତମ୍କେ ଜାନାଇବି ।
23 ତାର୍ପଚେ ତମେ ଆକାସିଆ ପାଟା ସଙ୍ଗ୍ ଗଟେକ୍ ଟେବୁଲ୍ ତିଆର୍ କରା, ଦୁଇଆତ୍ ଲମ୍, ଗଟେଆତ୍ ଅସାର୍, ଦୁଇଆତ୍ ଅଦା ଉଚା । 24 ନିକ ସୁନା ସଙ୍ଗ୍ ଗୁଡିଆଇସା ଆରି ତାର୍ ଚାରିବେଡ୍ତି ସୁନାର୍ କାନ୍ତି ରଇସି। 25 ତାର୍ ଚାରିବେଟ୍ତି ଚାରି ଆଙ୍ଗୁଲର୍ ଗଟେକ୍ ବେସ୍ଟନ୍ ତିଆର୍ କର୍ସା, ସେ ବେସ୍ଟନର୍ ଚାରିବେଟ୍ତି ସୁନାର୍ କାନ୍ତି ଉଟାଇସା । 26 ଆରି ସୁନାର୍ ଚାର୍ଟା କଡୁ ତିଆର୍ କରି ଚାରି କନେ ଚାର୍ଟା ଗଡ୍ପାକେ ଲାଗାଇସା । 27 ଟେବୁଲ୍ କନାପୁରାଇ ବଇବାକେ ବେସ୍ଟନର୍ ଲଗେ କଡୁ ପାକାଇରଇସା । 28 ସେ ଟେବୁଲ୍ ବଇବାକେ ଆକାସିଆ କନା ତିଆର୍ କରି ତାର୍ ଉପ୍ରେ ସୁନା ଡସାଇରଇସା। 29 ତାଲା, ଚଟୁ, ଗିନା, ଅର୍କି ଡାଲ୍ବାକେ ଗଟେ ନକି ତିଆର୍ କର୍ସା, ସେଟ ସବୁ ନିକ ସୁନା ସଙ୍ଗେ ତିଆର୍ କର୍ସା । 30 ତମେ ସେ ଟେବୁଲ୍ ଉପ୍ରେ ସବୁବେଲର୍ ମାପ୍ରୁର୍ ପାଇ ସୁକଲ୍ ରୁଟି ସଙ୍ଗଇସା ।
31 ଆରି ତମେ ନିର୍ମଲ୍ ସୁନା ସଙ୍ଗେ ଗଟେକ୍ ଦିପ୍ରକା ତିଆର୍ କର୍ସା, ଆରି ଆତ୍ ସଙ୍ଗ ମୁଟ୍ଲା ମାରି କରି ସେଟା ଗଣ୍ଡି, ସାକା, ତିଆର୍ କର୍, ଆରି ସେଟା ବାଙ୍କା ରଇସି ପୁଲ୍ ପାରା ତିଆର୍ କର୍ସା । 32 ଆରି ସେଟା ଚଅଟା ସାକା ରଇସି,ଏ ବାଟେ ତିନ୍ଟା ସେବାଟେ ତିନ୍ଟା । 33 ଗଟେ ଗଟେ ସାକାତେଇ ତିନ୍ ତିନ୍ଟା ବାଦାମ୍ ପୁଲ୍ ପାରା ସରା ସଙ୍ଗଇବାଟା ତିଆର୍ କର୍ସା, ଏନ୍ତାରି ଚଅଟା ସାକା ତିଆର୍ କର୍ସା । 34 ମାତର୍ ଦିପ୍ରକା ବାଦାମ୍ପୁଲ୍ ପାରା ଚାର୍ଟା ଦାର୍ ରଇସି ଆରି ଗଟିର୍ପୁଲ୍ ପାରା ରଇସି । 35 ଆରି ସେ ଦିପ୍ରକା ଜନ୍ ଚଅଟା ସାକା ରଇସି, ତେଇର୍ ଗଟେ ସାକା ତଲେ ଗଟେକ୍ ଗଟି, ଦୁଇଟା ସାକାର୍ ତଲେ ଗଟେକ୍ ଗଟି ଆରି ଗଟେକ୍ ସାକା ତଲେ ଗଟେକ୍ ଗଟି ରଇସି । 36 ନିର୍ମଲ୍ ସୁନା ସଙ୍ଗେ ପାଦ୍, ଗଟେକ୍ ସୁନାର୍ ମୁଟ୍ଲା ତିଆର୍ କର୍ସା । 37 ଆରି ତେଇରି ପାଇ ସାତ୍ଟା ସରା ତିଆର୍ କର୍ସା, ତାର୍ପଚେ ଲକ୍ମନ୍ ସେ ସରାର୍ ସଲିତାଇ ଜଇ ଡସାଇସି, ସେଟା ଲାଗି ଉଜଲ୍ ଅଇସି ଆରି ସେଟା ଆଗେ ଉଜଲ୍ ଅଇସି । 38 ନିର୍ମଲ୍ ସୁନା ସଙ୍ଗେ ଚିମ୍ଟା ଆରି ଅର୍କି ତିଆର୍ କର୍ସା । 39 ଏ ଦିପ୍ରକା ଆରି ସର୍ତେ ଜିନିସ୍ ତିରିସ୍ ପାଞ୍ଚ୍ କେଜି ନିକ ସୁନା ସଙ୍ଗେ ତିଆର୍ କରା । 40 ଜାଗର୍ତା ରୁଆ ଡଙ୍ଗର୍ ଉପ୍ରେ ଜନ୍ ଜନ୍ କାତା କଇଆଚି ସେ ଇସାବେ ସର୍ତେ କରା ।