1 ତାର୍ପଚେ ମସା ପରମେସର୍କେ କଇଲା, ଦେକ୍, ସେମନ୍ ମକେ ବିସ୍ବାସ୍ ନ କରତ୍ ଆରି ମୁଇ କଇଲା କାତା ନ ମାନତ୍; ମାତର୍ ସେମନ୍ କଇବାଇ ସବୁବେଲର୍ ମାପ୍ରୁ ତକେ ଦର୍ସନ୍ ଦେଏ ନାଇ? 2 ସେଡକିବେଲେ ସବୁବେଲର୍ ମାପ୍ରୁ ମସାକେ କଇଲା, ତର୍ ଆତେ କାଇଟା ଆଚେ? ସେ କଇଲା ଡାଙ୍ଗ୍ ଆଚେ । 3 ତାର୍ପଚେ ପରମେସର୍ କଇଲା, ଡାଙ୍ଗ୍କେ ତଲେ ଚାଡ୍, ତେବେ ସେ ତଲେ ଚାଡି ଦେଲା, ଚାଡ୍ଲାକେ ସେ ଡାଙ୍ଗ୍ ସାଁପ୍ ପାସ୍ଲି ଗାଲା; ତାର୍ପଚେ ମସା ତାର୍ ଲଗେଅନି ପାଲାଇଲା 4 ସେଡ୍କିବେଲେ ସବୁବେଲର୍ ମାପ୍ରୁ ମସାକେ କଇଲା, ସେମନର୍ ଆନିଦାଦିମନର୍ ମାପ୍ରୁ ପର୍ମେସର୍, କଇବାକେ ଗାଲେ, ଅବ୍ରାମର୍ ପର୍ମେସର୍, ଇସାକର୍ ପର୍ମେସର୍, ଆରି ଜାକୁବର୍ ପର୍ମେସର୍, ଜେ ତମ୍କେ ଦର୍ସନ୍ ଦେଇଆଚେ, ଏଟା ଜେନ୍ତିକି ସେମନ୍ ବିସ୍ବାସ୍ କର୍ବାଇ, 5 ସେଟାର୍ପାଇଁ ତୁଇ ଆତ୍ ଲାମାଇ କରି ସାପର୍ ଲେଞ୍ଜେ ଦାର୍, ତାର୍ପଚେ ମସା ଆତ୍ଲାମାଇ କରି ଦିରେ ଦାର୍ଲା, ଦାରୁଦାରୁ ସେ ସାପ୍ ଡାଙ୍ଗ୍ ପାସ୍ଲି ଗାଲା, ସେ ଜାନ୍ଲା ଜେ ଅବ୍ରାଆମ୍, ଇସାକ୍ ଆରି ଜାକୁବର୍ ପର୍ମେସର୍ । 6 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ ଆରି କଇଲା, ତର୍ ଆତ୍ ପୁଲ୍ ବୁକେ ଚିଇଅ। ସେ ପୁଲ୍ ବୁକେ ଚିଇଅଇଲା ଆରି ବେଟି ଦେକ୍ଲା, ଆତ୍ ଚାର୍ ପାରା ଅଇଜାଇ କରି କୁସ୍ଟ ରଗ ପାରା ଅଇଲା । 7 ତାର୍ପଚେ ସେ କଇଲା, ତର୍ ଆତ୍ ଆରିତରେକ୍ ପୁଲ୍ ବୁକେ ଦାର୍; ସେମନ୍ ଜଦି ତର୍ କାତାକେ ନ ମାନତ୍, 8 ଆରି ପର୍ତୁମର୍ ଚିନ୍କେ ମନ୍ଦିଆନ୍ ନ ଦେଅତ୍ ବଇଲେ, ଆରି ଗଟେକ୍ ତର୍ କାତାକେ ନାମ୍ବାଇ। ତାର୍ପଚେ ସେ ଆରିତରେକ୍ ନିଜର୍ ଆତ୍ ପୁଲ୍ବୁକେ ଚିଇକରି ବେଟ୍ଲା, ଦେକା, ସେଟା ସତ୍ରେ ମାଉଁସ୍ ଅଇଲା । 9 ଏ ଦୁଇଟା ଚିନ୍କେ ଦେକି କରି ଜଦି ସେମନ୍ ବିସ୍ବାସ୍ ନ କରତ୍ କି ମନ୍ଦିଆନ୍ ନ ଦେଅତ୍ ବଇଲେ, ତମେ ଗାଡେ ଜାଇକରି ପାନି ଆନି ସୁକ୍ଲା ବୁଏଁ ଡାଲ୍; ସେ ପାନି ଡାଲ୍ଲେ ବନି ପାସ୍ଲି ଜାଇସି ।
10 ତାର୍ପଚେ ମସା ସବୁବେଲର୍ ମାପ୍ରୁକେ କଇଲା, ଏ ମାପ୍ରୁ, ମକେ ତେଇ ପାଟାଉନାଇ, ମୁଇ ନିମାନ୍ ସଙ୍ଗ୍ କାତା କଇ ନାପାରି, କଇଲା ବେଲେ ମର୍ ଟଣ୍ଡ୍ ଲାଗି ଜାଇସି । 11 ତାର୍ପଚେ ସବୁବେଲର୍ ମାପ୍ରୁ କଇଲା, ଲକ୍ମନର୍ ଟଣ୍ଡ୍ କେ ତିଆର୍ କଲା ଆଚେ? ଆରି ଲକ୍ମନର୍ ଆଁକି, କାନ୍, ନାକ୍ ଆରି ଟଣ୍ଡ୍ । ଆମେ ସବୁବେଲର୍ ମାପ୍ରୁ ତିଆର୍ ନ କରୁକି? 12 ଏବେ ତୁଇ ଜାଆ, ତମର୍ ତଣ୍ଡ୍କେ ସାଇଜ କରି ନିମାନ୍ କାତା କଇବାଟା ମୁଇ ସିକାଇବି ।
13 ତାର୍ପଚେ ମସା କଇଲା, ନାଇ ମାପ୍ରୁ, ମୁଇ ଆତ୍ ଜଡିକରି ବାବୁଜିଆ କଲିନି, ଜନ୍ଲକ୍ ନିମାନ୍ ସଙ୍ଗେ କାତା କଇ ପାର୍ସି ବଇଲେ ତାକେ ପାଟାଆ ।
14 ସେଟାର୍ପାଇଁ ପର୍ମେସର୍ ମସାକେ ରିସା ଅଇ ଗାଲା, ତେବେ ସେ କଇଲା, ଲେବିଅ ଆରି ଆରଣ କାଇ ତମର୍ ବାଇ ନଏଁ କି? ଆମେ ଜାନି ଆଚୁ, ସେ ବଲ୍ ଲକ୍ । ଆରି ଦେକ୍, ସେ ତକେ ମିସ୍ବାକେ ଆଇଲାନି; ଆରି ସେ ତକେ ଦେକିକରି ସାର୍ଦା ଅଇସି । 15 ତୁଇ ତାକେ କଇସୁ ଆରି ତାର୍ ଟଣ୍ଡେଅନି ବାକିଅ ଦେବି; ଆରି, ଆମେ ତମର୍ ଟଣ୍ଡର୍ ଆରି ତାର୍ ଟଣ୍ଡର୍ ସଅବର୍ତି ଅଇ ତମ୍କେ କାଇବଲିକରି କଇବାଟା, ମୁଇ ସିକାଇବି । 16 ଆରନ୍ ଲକ୍ମନର୍ ବିତ୍ରେ ଗଟେକ୍ ବଡ ଲକ୍ ଅଇସି; ସେ ତର୍ ଟଣ୍ଡ୍ପାରା ଅଇସି ଆରି ତୁଇ ମାପ୍ରୁର୍ ପାରା ଅଇ କାତା କଇସୁ । 17 ଆରି ତର୍ ଆତେ ରଇଲା ଡାଙ୍ଗ୍ ଦାରିକରି ଜାଆ, ସେ ଡାଙ୍ଗ୍ ସଙ୍ଗେ କାବା ଅଇବା ସବୁ ଚିନ୍ମନ୍ ଦେକାଇସୁ ।
18 ମସା ତାର୍ ସାତ୍ରା ଜିତ୍ରର୍ ଲଗେ ଲେଉଟି ଜାଇ କରି କଇଲା, ମୁଇ ବାବୁଜିଆ କଲିନି, ମିସର୍ ଦେସେ ଜାଇ ମର୍ ବାଇମନ୍ ଜିଇ ଆଚତ୍ କି କେନ୍ତାର୍ ଦେକି ଆଇବି । ତାଉଁକେ ଦେକ୍ବାର୍ ଜିବାକେ ଆଲେ ମକେ ପାଟାଆ। ତାର୍ପଚେ ଜିତ୍ର ମସାକେ କଇଲା, ନିମାନ୍ ସଙ୍ଗେ ଜା ଏଁ, ବଲିକରି କଇଲା। 19 ସବୁବେଲର୍ ମାପ୍ରୁ ମିଦିଅନ୍ ଲଗେ ମସାକେ କଇଲା, ତୁଇ ମିସର୍ ଦେସେ ବାଉଡି ଜାଆ କାଇକେବଇଲେ, ତକେ ମାର୍ବାକେ ଜନ୍ ଲକ୍ମନ୍ ପାଁଚ୍ତେ ରଇଲାଇ ସେ ଲକ୍ମନ୍ ମରି ଗାଲାଇବେ । 20 ମସାକେ ପର୍ମେସର୍ ଦେଇ ରଇବା ଡାଙ୍ଗ୍ ଆରି ତାର୍ ମାଇଜି ପିଲା ମନ୍କେ ସବୁକେ ଗଦ ଉପରେ ବସାଇ କରି ମିସର୍ ଦେସେ ବାଉଡି ଗାଲା ।
21 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଜାଗରତ୍ ସଙ୍ଗେ ରଅ, ତୁଇ ମିସର୍ ଦେସ୍ ବାଉଡି ଗାଲେ ସରି, ମୁଇ ତକେ ଜନ୍ କାବା ଅଇଜିବା କାମ୍ କର୍ବାକେ ଦେଇ ଆଚି, ସେଟା ପାର ରାଜାର୍ ଲଗେ କର୍; ଆମେ ତାର୍ ମନ୍କେ ଡାଟ୍ କର୍ବୁ, ସେନ୍ତାର୍ କଲେ ତର୍ ଲକ୍ମନ୍କେ ନ ଚାଡେ । 22 ଆରି, ତମେ ପାର ରାଜାକେ କଇସା, ସବୁବେଲର୍ ମାପ୍ରୁ କଇଲାନି, ଇସ୍ରାଏଲ୍ ଆମର୍ ପିଲା, ଆମର୍ ବଡ୍ ପିଲା। 23 ଆମେ ତକେ କଇଲୁନି, ଆମର୍ ଲକ୍ମନ୍କେ ସେବା କର୍ବାକେ ତମର୍ ପିଲାକେ ଚାଡି ଦେସ୍; ଜଦି ତମେ ସେମନ୍କେ ନ ଚାଡ୍ଲେ, ଦେକ୍, ଆମେ ତମର୍ ପିଲାକେ, ଆରି ତମର୍ ବଡ୍ ପିଲାକେ ମାର୍ବୁ ।
24 ତାର୍ପଚେ ବାଟ୍ ଇଣ୍ଡ୍ବାବେଲେ ତୁମ୍ ଗରେ ସବୁବେଲର୍ ମାପ୍ରୁ ତାକେ ବେଟ୍ ଅଇ ମାର୍ବାକେ ଚେସ୍ଟା କଲା । 25 ସେଡ୍କିବେଲେ ସିପ୍ରା ଗଟେକ୍ ଜିଗ୍ଜିଗିଆ ଦାର୍ଆ ପାକ୍ନା ବେଟି ଆନି ତାର୍ ପିଲାକେ ସୁନତ୍ କରି ସେଟାକେ ମସାର୍ ଗଡ୍ ତଲେ ସଙ୍ଗ୍ଇ କଇଲା, ତୁଇ ଆକା ମର୍ ବନିର୍ ଲାଗ୍ଲା ମୁନୁସ୍ । 26 ସେଟାର୍ପାଇଁ ପର୍ମେସର୍ ତାକେ ଜିବାକେ ଚାଡି ଦେଲା, ତାର୍ପଚେ ସେ ମାଇଜି କଇଲା, ତୁଇ ଆକା ମର୍ ସୁନତ୍ ଅଇଲା ବନିର୍ ମୁନୁସ୍ । 27 ତାର୍ପଚେ ସବୁବେଲର୍ ମାପ୍ରୁ ଆରଣକେ କଇଲା, ତୁଇ ମସାକେ ମିସ୍ବାକେ ଡଙ୍ଗର୍ ଜାଆ। ସେଟାର୍ପାଇଁ ସେ ପର୍ମେସରର୍ ଡଙ୍ଗ୍ର୍ ଲଗେ ଜାଇ ତାର୍ ସଙ୍ଗେ ମିସ୍ଲା ଆରି ପାଟାଲି କରି ଚୁମ୍ଲା । 28 ସେଡ୍କିବେଲେ ପର୍ମେସର୍ ମସାକେ କଇରଇବା କାତା ଆରି ଚିନ୍ ମନ୍ ଆରଣକେ ଜାନାଇଲା। 29 ତାର୍ପଚେ ମସା ଆରି ଆରଣ ଜାଇ ଇସ୍ରାଏଲର୍ ନେତାମନ୍କେ ଟୁଲ୍ଲିଆଇଲାଇ । 30 ଆରି ପର୍ମେସର୍ ମସାକେ କଇରଇବା କାତା ଆରନ୍ ଇସ୍ରାଏଲର୍ ସବୁ ଲକ୍କେ କଇଲା ଆରି, ଲକ୍ମନର୍ ମୁଆଟେ ସେ ସବୁଜାକ ଚିନ୍ମନର୍ ବିସଇରେ ଜାନାଇଲା । 31 ତାର୍ପଚେ ଲକ୍ମନ୍ ବିସ୍ବାସ୍ କଲାଇ, ଆରି ସବୁବେଲର୍ ମାପ୍ରୁକେ ଇସ୍ରାଏଲର୍ ଜତନ୍ ନେଲା ଆରି ସର୍ତେ ଲକ୍ମନର୍ ଦୁକ୍ ଜାନ୍ଲାଇ, ସେମନ୍ ପର୍ମେସର୍କେ ମୁଣ୍ଡ୍ ଲୁଆଁଇ କରି ଉପାସନା କଲାଇ।