1 ତମେ ଦସ୍ଟା ପାର୍ଦା ଗର୍ ତିଆର୍ କର୍ସା; ସେ ପାର୍ଦା ମନର୍ ରଙ୍ଗ୍ ଦବ୍ଲା, ବାଇଗନ୍ ରଙ୍ଗ୍, ନିଲିଆରଙ୍ଗ୍ ଆରି ସିନ୍ଦୁର୍ ରଙ୍ଗ୍ ତେଇର୍ ପାକ୍ନା ଦୁତ୍ମନର୍ ରୁପ୍ ପାରା ରଇସି । 2 ଗଟେ ଗଟେ ବାକ୍ରା କଡେଆଟ୍ ଆତ୍ ଲମ୍ତି, ଚାରିଆତ୍ ଅସାର୍, ଏନ୍ତାରି ସର୍ତେ ପାର୍ଦା ସମାନ୍ ରଇସି । 3 ପାଞ୍ଚ୍ଟା ପାର୍ଦା ଗଟେକ୍ ତେଇ ମିସି ରଇସି, ଆରି ପାଞ୍ଚ୍ଟା ପାର୍ଦା ଆରି ଗଟେବାଟେ ଅନି ଜଡିଅଇ ରଇସି । 4 ପର୍ତୁମ୍ ଦୁଇବାଟର୍ ପାର୍ଦା ଜଡି ମଜାର୍ କାଣାଇ ନିଲିଆ ରଙ୍ଗର ପାନ୍ଦ୍ ଅଡି ରଇସା ଆରି ଦୁଇଟା ଜାଗାଇ ଜଡି ଅଇ ରଇବାଇ ପାର୍ଦା ସେମ୍ନ୍ତି ଆକା ଜଡି ଅଇ ରଇସି। 5 ଆରି ପର୍ତୁମର୍ ପଚାସ୍ଟା ପାର୍ଦା କାଣାଇ ପଚାସ୍ଟା ପାନ୍ଦ୍ ଅଡି ରଇସା, ଆରିଗଟେକ୍ କାଣାଇ ପଚାସ୍ଟା ପାନ୍ଦ୍ ଅଡ୍ସା, ଦୁଇଟା ପାନ୍ଦ୍ ଦୁଇବାଟେ ମୁଆମୁଇ କରି ଅଡ୍ସା । 6 ଆରି ପଚାସ୍ଟା ଆକୁଡା ତିଆର୍ କରି ସେ ବାକ୍ରାଇ ଅନି ଆରିଗଟେକ୍ ବାକ୍ରାକେ ମିସାଇସା, ସେଟା ଗଟେକ୍ ବାକ୍ରା ଅଇସି ।
7 ସେ ତୁମ୍ ମନ୍କେ ଡାବ୍ବାକେ ଏଗାର୍ଟା ମେଣ୍ଡା ଚାଲର୍ ପର୍ଦା କର୍ସା । 8 ଗଟେ ଗଟେ ପାରଦା ତିରିସ୍ ଆତ୍ ଲମ୍ ଆରି ଚାରି ଆତ୍ ଅସାର୍, ଏନ୍ତାରି ଏଗାର୍ଟା ଜାକ ରଇସି । 9 ପାଞ୍ଚଟା ବାକ୍ରା ମିସିମିସି ଜଡି ଅଇ ରଇସି, ଆରି ଚଅଟା ବିନେ ରଇସି,ଏ ବିତ୍ରେ ଅନି ଚଅ ନମର୍ ପାର୍ଦା ଗରର୍ ମୁଆଟେ ମଡି ଅଇ ପାର୍ଦା ରଇସି । 10 ଦୁଇବାଟେ ଅନି ମିସ୍ଲା ମଜାର୍ କାଣାଇ ଗଟେବାଟେ ଅନି ପଚାସ୍ଟା ପାନ୍ଦ୍, ଆରି ଗଟେବାଟେ ଅନି ପଚାସ୍ଟା ପାନ୍ଦ୍ ଅଡ୍ସା 11 ଆରି ପଚାସ୍ଟା ପିତଲ୍ ଆକୁଡା କରି ସେ ପାନ୍ଦେ ଚିଙ୍ଗଲାଇ ଜଡ୍ସା, ସେଟା ଗଟେକ୍ ତୁମ୍ ଅଇସି । 12 ସେ ତୁମ୍ ପାର୍ଦା ଗରର୍ ସାରାସାରି ବାକ୍ରାର୍ ପଚେ ରଇସି । 13 ତୁମ୍ ବାକ୍ରାର୍ ଲମ୍ ପର୍ଦା ଏତାଡେ ଆତେକ୍ ସେତାଡେ ଆତେକ୍ ରଇସି, ଆରି ଜନ୍ଟା ଉବ୍ରି ରଇସି ସେଟା ଏପାଲିକେ ସେପାଲିକେ ଡାକ୍ବାକେ ଜୁଲ୍ତେ ରଇସି ।
14 ତାର୍ପାଚେ ବନି ରଙ୍ଗର୍ ମେଣ୍ଡାର୍ ଚାମ୍ ତୁମ୍ର ଚାଉନି କର୍ସା, ଆରି ସିସୁ ଚାମର୍ ଚାଉନି କର୍ସା, ଆରି ମେଣ୍ଡା ପିଲାର୍ ଚାମ୍ ସଙ୍ଗେ ଗଟେ ଚାଉନି କରା।
15 ତାର୍ପାଚେ ତୁମେ ତୁମ୍ ପାଇ ଆକାସିଆ ପାଟା ସଙ୍ଗେ କାପାଟ୍ ତିଆର୍ କର୍ସା । 16 ଗଟେକ୍ ଗଟେକ୍ ପାଟା ଦସ୍ଆତ୍ ଲମ୍ ଆରି ଆତେକ୍ ଅଦ୍ ଅସାର୍ ରଇସି । 17 ସେ ପାଟାକେ ଦୁଇଟା ଲାକା ଗଡ୍ ତିଆର୍ କର୍ସା, ଏନ୍ତାରି ସର୍ତେ ପାଟାକେ କର୍ସା । 18 ଆରି ତୁମ୍ ପାଇ ଜନ୍ କାପାଟ୍ କର୍ସା, ସେଟା ଦକିନ୍ ଦିଗର୍ ଦକିନ୍ ବାଟେ କଡେଟା ପାଟା ରଇସି । 19 ସେ କଡେଟା ପାଟାତଲେ ଚାଲିସ୍ଟା ରୁପାର୍ କୁଟି ମାର୍ସା, ଗଟେ ପାଟାତଲେ ଦୁଇଟା ଗଡ୍ ଦୁଇଟା କୁଟି, ଏନ୍ତାରି ବିନ୍ ପାଟାତଲେ ମିସା ଦୁଇଟା ଗଡ୍ ଆରି ଦୁଇଟା କୁଟି ମାର୍ସା । 20 ଆରି ତୁମ୍ ବିନ୍ ବାଟେ ମିସା ଉତର୍ ଦିଗେ ଅନି କଡେଟା ପାଟା ରଇସି । 21 ଗଟେକ୍ ପାଟା ତଲେ ଦୁଇଟା କୁଟି, ଆରିଗଟେକ୍ ପାଟା ତଲେ ଦୁଇଟା କୁଟି ମାର୍ସା, ଏନ୍ତାରି ଚାଲିସ୍ଟା ରୁପାର୍ କୁଟି ମାର୍ସା । 22 ତୁମ୍ ପଚ୍ବାଟର୍ ପଚିମ୍ ଦିଗେ ଚଅଟା ପାଟା ଦର୍କାର୍ । 23 ଆରି ତୁମ୍ ପଚ୍ବାଟର୍ ତାଡେ ଅନି ଦୁଇକନେ ଦୁଇଟା ପାଟା ଦର୍କାର୍ । 24 ଏ କନେ ରଇବା ପାଟାମନ୍ ଜଡି ଅଇ ଉପ୍ରର୍ ଚାଉନି ମୁଣ୍ଡ୍ ଜାକ ରଇସି, ଆରି ଦୁଇ କନେ ରଇବା ଦୁଇଟା ପାଟା ଜାକ ସେମ୍ତାର ଅଇସି। 25 ତାର୍ପାଚେ ତେଇ ଆଟ୍ କଣ୍ଡ୍ ପାଟା ରଇସି ଆରି ସଲ୍ଅ କଣ୍ଡ୍ କୁଟି ଅଇସି, ଗଟେକ୍ ପାଟା ତଲେ ଦୁଇଟା କୁଟି, ଏନ୍ତାରି ଆଟ୍ଟା ପାଟା ତଲେ ସଲ୍ଟା କୁଟି ଦର୍କାର୍ ।
26 ଆରି ଆକାସିଆ ଗଚ୍ ସଙ୍ଗ୍ ଗାଡା ତିଆର୍ କରା, ତୁମ୍ ଲଗର୍ ଗଟେକ୍ ବାଟର୍ କାପାଟେ ପାଞ୍ଚ୍ଟା ଗାଡା, ଆରି ବିନ୍ ବାଟର୍ କାପାଟେ ପଞ୍ଚ୍ଟା ଗାଡା, 27 ଆରି ତୁମ୍ ପଚିମ୍ ଦିଗର୍ ପଚ୍ବାଟର୍ ପାଞ୍ଚ୍ଟା ଗାଡା କର୍ସା । 28 ଆରି ମଜାର୍ କାପାଟର୍ ଗାଡା ଏ ବନ୍ଦେ ଅନି ସେ ପାଟର୍ ବନ୍ଦେ କେଟ୍ବାର୍ ଆଚେ । 29 ଆରି ସର୍ତେ ଜାକ ସୁନାର୍ କାପାଟ୍ ବାନ୍ଦ୍ସା ଆରି ଗାଡା ପାକାଇବା କିଲି ସୁନାର୍ଟା କର୍ସା । 30 ଏ ଡଙ୍ଗର୍ ଉପ୍ରେ ଜନ୍ ନିଅମ୍ ଇସାବେ କର୍ବାକେ କୁଆ ଅଇରଇଲା, ସେ ଇସାବେ କରା ।
31 ଆରି ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ଆରି ସୁକଲ୍ ଦବ୍ଲା ପଚିଆ ଆନ୍ସା, ଆରି ଦୁଇବାଗ୍ ଅଇଲା ବସ୍ତର୍ ତିଆର୍ କର୍ସା, ସେଟା ନିମାନ୍ କାମ୍ କର୍ବା ଦୁତ୍ ମନର୍ ରୁପ୍ ପାରା ପାକ୍ନାତେଇ ତିଆର୍ କର୍ସା । 32 ଆରି ସେଟା ସୁନାସଙ୍ଗ୍ ତିଆର୍ କରି ଆକାସିଆ ଗଚର୍ ଚାର୍ଟା କୁଟ୍ ଉପ୍ରେ କର୍ସା, ଆରି ରୁପାର୍ ଚାର୍ଟା କୁଟି ଉପ୍ରେ ସୁନାର୍ ଆକୁଡା କରି ବସାଇସା । 33 ଲେଦବ୍ ଆକୁଡା ଦବ୍ଲା ପଚିଆ ଅଚାଇ ସେ ଦବ୍ଲା ପଚିଆ ତେଇ ସାକିପୁସ୍ତକ୍ ପେଡି ସଙ୍ଗଇସା; ସେ ଦବ୍ଲା ପଚିଆ ସୁକଲ୍ ଜାଗା ଆରି ବଡ୍ ସୁକଲ୍ ଜାଗାକେ ଦୁଇ ବାଟା କର୍ସି । 34 ଆରି ତମେ ବଡ୍ ସୁକଲ୍ଜାଗାଇ ସାକି ପେଡି ଉପ୍ରେ ପାପ୍ ଡାବ୍ଲା ଡାବ୍ନା ଡାବ୍ସା । 35 ବାଗ୍ କଲାର୍ ପଚିଆ ଉତର୍ ଦିଗେ ବାଇଲେ ଟେବୁଲ୍ ସଙ୍ଗଇସା ଆରି ସେ ଟେବୁଲର୍ ମୁଆଟର୍ ଗରର୍ ଦକିନ୍ ଦିଗେ ଦିପ୍ରକା ସଙ୍ଗଇସା । 36 ତୁମ୍ ଦୁଆରର୍ ପାଇ ଗଟେକ୍ ଦବ୍ଲା ପଚିଆ ତେଇ କାବ୍ରାଚିତ୍ରା ରଙ୍ଗ୍, ଜେନ୍ତାର୍ କି ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍ ଆରି ସିନ୍ଦୁର୍ ରଙ୍ଗ୍ ରଇସି । 37 ଏପାର୍ଦା ପାଇ ସୁନା ଲାଗାଇ କରି ପାଞ୍ଚ୍ଟା ଆକାସିଆ ଗଚ୍କେ କୁଟ୍ ତିଆର୍ କରି, ସୁନାର୍ ଆକୁଡା କରି ତେଇ ପିତଲର୍ ପାଞ୍ଚ୍ଟା କୁଟି କର୍ସା ।