1 ଇସ୍ରାଏଲର୍ ଲକ୍ ମିସର୍ ଦେସେ ଅନି ବାରଇ ଦୁଇ ମାସ୍ ପନ୍ଦର୍ ଦିନ୍ ଅଇଲା, ସରତେ ଲକ୍ ଜାଇ ଏଲିମ୍ ଆରି ସିନୟର ମଜାର୍ ସିନ୍ ନାଅର୍ ବନେ କେଟ୍ଲାଇ । 2 ସେଡ୍କିବେଲେ ଇସ୍ରାଏଲର୍ ସବୁ ଲକ୍ମନ୍ ମରୁବାଲି ଅନି ମସାର୍ ଆରି ଆରଣର୍ ବିରୁଦେ ଉଟ୍ଲାଇ । 3 ଆରି ଇସ୍ରାଇଲର୍ ଲକ୍ମନ୍ ସେମନ୍କେ କଇଲାଇ, ମିସର୍ ଦେସେ ପର୍ମେସର୍ ଆମ୍କେ ମାରିଦେଲେ ବଲ୍ଅଇତା, ଆମ୍କେ କାଇବାକେ ଦେ ଆମେ ବୁକେ ଆଚୁ, ଆମେ କାଇବାକେ କାଇଟା ନାଇ, ମିସର୍ ଦେସେ ରଇଲାବେଲେ ଜାଇଟା ମନ୍କଲେ ସେଟା କାଇତେ ରଇଲୁ ମାଚ୍ ମାଉଁସ୍, ମାତର୍ ଆମ୍କେ ସବୁକେ ଏ ମରୁବୁଏଁ ବୁକେ ମରାଇ ମାର୍ବାକେ ଆନ୍ଲା ଆଚେ । 4 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଦେକା, ଆମେ ତମର୍ ପାଇ ବାଦ୍ଲେ ଅନି କାଇବାଟା ଦେବୁ, ମାତର୍ ଲକ୍ମନ୍ ଜାଇ ଦିନ୍କର୍ ପାଇ ଦିନ୍କେ ଆନି କାଇବାଇ, ଆରି ମର୍ ଆଦେସ୍ ଇସାବ୍ରେ ରଇବାଇ କି ନାଇ, ସେନ୍କେ ଏ ପରିକିଆ କରୁ । 5 ଚଅ ଦିନେ ଜନ୍ଟା ବେଟି ଆନି ରଇବାଇ ସେଟା ରାନ୍ଦ୍ଲେ ସେଟା ସବୁଦିନର୍ ତେଇ ଅନ୍ ସେଟା ଦୁଇ ଗୁନ୍ ଅଇସି । 6 ପର୍ତୁମର୍ ମସା ଆରି ଆରନ୍ ଇସ୍ରାଏଲର୍ ଲକ୍କେ କଇଲାଇ, ଜନ୍ କି ସବୁବେଲର୍ ମାପ୍ରୁ ତମ୍କେ ମିସର୍ ଦେସେ ଅନି ବାର୍ କରାଇ ଆନ୍ଲା ଆଚେ ଏ ବିସଇରେ ତମେ ସଞ୍ଜ୍ ବେଲାଇ ଜାନି ପାରାସ୍ । 7 ଆରି କାଲିକେ ସାକାଲ୍ ପାଇଲେ ସବୁବେଲର୍ ମାପ୍ରୁର୍ ମଇମା ଦେକ୍ସା, କାଇକେବଇଲେ ତମର୍ ଆଉଲି ସବୁବେଲର୍ ମାପ୍ରୁ ସୁନ୍ଲା ଆଚେ, ଆମେ କେ ଜେ ତମେ ଆମମ୍କେ ବିରଦ୍ କଲାସ୍ନି ? 8 ଆର୍ତରେକ୍ ମସା କଇଲା,ସଞ୍ଜ୍ବେଲେ ସବୁବେଲର୍ ମାପ୍ରୁ ତମ୍କେ କାଇବାକେ ମାଉସ୍ ଦେଇସି ଆରି ସାକ୍ଲିଆ କାଇବାକେ ପେଟ ବର୍ତି ରୁଟି ଦେଇସି, ସବୁବେଲର୍ ମାପ୍ରୁ ବିର୍ଦେ ତମର୍ ଆଉଲି ସେ ସୁନ୍ଲା ଆଚେ, ଆମେମନ୍ କେ ଜେ? ତମେ ବାବ୍ଲାସ୍ନି ଆମର୍ ଉପ୍ରେ ଆଉଲି ଅଇଲାସ୍ନି ମାତର୍ ସବୁବେଲର୍ ମାପୁରୁର୍ ବିରୁଦେ ଆଉଲି ଅଇଲାସ୍ନି । 9 ମସା ଆରଣକେ କଇଲା, ଇସ୍ରାଏଲର୍ ଲକ୍କେ କୁଆ ସବୁବେଲର୍ ମାପ୍ରୁର୍ ଲଗେ ପାର୍ତନା କରି ଡାକ୍ତେ ରଅତ୍, ସେ ତୁମ୍ର ଆଉଲି ସୁନି ଆଚେ । 10 ତାର୍ପାଚେ ଆରଣ୍ ଇସ୍ରାଏଲର୍ ଲକ୍କେ କଇବା ବେଲେ, ସେମନ୍ ମରୁବାଲିପଟା ବାଟେ ମୁକଲାଇ ସେଡ୍କିବେଲେ ମେଗ୍ତେଇ ଅନି ସବୁବେଲର୍ ମାପ୍ରୁ ଉଜଲ୍ ଅଇ ଦେକାଇ ଅଇଲା । 11 ଆରି ସବୁବେଲର୍ ମାପ୍ରୁ ମସାକେ କଇଲା, 12 ମୁଇ ଇସ୍ରାଏଲ୍ ଲକର୍ ଆଉଲି ସୁନ୍ଲି, ତୁଇ ସେମନ୍କେ କଅ,ତମେ ସଞ୍ଜ୍ବେଲାଇ ମାଉସ୍ କାଇସା ଆରି ସାକ୍ଲିଆ ବୁକ୍ ଚାଡ୍ବାକେ କାଦି କାଇସା, ସେଡ୍କିବେଲେ ଜାନି ପାର୍ସା ଜେ ମୁଇସବୁବେଲର୍ ମାପ୍ରୁ । 13 ସଞ୍ଜ୍ବେଲାଇ ଗୁଣ୍ଡ୍ରି ଚଡଇମନ୍ ଆସି ଚାନି ଉପରେ ବର୍ତି ଅଇଲାଇ, ଆରି ସାକାଲ୍ ପାଇବାକେ ଚାନି ଉପ୍ରେ କାକର୍ ପାକାଇଲା । 14 ଆରି କାକର୍ ଉଡି ଗାଲାକେ ମାଟି ଉପରେ ପାତଲ୍ଅଇ ଗୁଲାଗୁଲା ଚେଲ୍କା ଅଦ୍ରି ରବାଟା ଦେକ୍ଲାଇ । 15 ତାର୍ପଚେ ସେଟା ଦେକି ଇସ୍ରାଏଲର୍ ଲକ୍ କାବ ଅଇଜାଇ କାତା ଅଇଲାଇ ଏଟା କାଇଟା? କାଇକେବଇଲେ ସେ ବିସଇରେ ସେମନ୍ ନାଜାନି ରଇଲାଇ, ସେଡ୍କିବେଲେ ମସା ସେମନ୍କେ କଇଲା,ଏଟା ସବୁବେଲର୍ ମାପ୍ରୁ ତମ୍କେ କାଦି ଦେଲା ଆଚେ । 16 ସବୁବେଲର୍ ମାପ୍ରୁ ଆଦେସ୍ ଦେଲାଆଚେ, ତମେ କାଇ ପାର୍ବା ଏତ୍କି ଲାକା ନେଇସା, ଆରି ତମର୍ ଗରେ ଜେତ୍କି ଲକ୍ ଆଚତ୍ ଗଟେ ଲକ୍କେ ଦୁଇ ଲିଟର୍ ଅମର୍ ଲେକାର୍ ନେଇସା ।
17 ଏନ୍ତାରି ଇସ୍ରାଏଲର୍ ଲକ୍ ଗରେ ଜେତେକି ଲକ୍ରଇଲାଇ ସେତ୍କି ଲକର୍ ପାଇ ନେଲାଇ । 18 ସେମନ୍ ରୁଣ୍ଡାଇନେଇ ଅମର୍ ଲଗେ ସଙ୍ଗଇଲାଇ ଜେ, ଲଚେକ୍ ନେଇ ରଇଲା, ତାର୍ଟା ଉବ୍ରେ ନାଇ ଆରି ଜେ ଉନା ନେଇ ରଇଲା, ତାର୍ଟା ମିସା ଉନା ଅଏନାଇ, ଏନ୍ତାରି ସେମନ୍ କାଇ ପାର୍ବା ଏତ୍କି ଲାକା ରୁଣ୍ଡାଇ ନେଲାଇ । 19 ମସା ସେମନ୍କେ କଇଲା ତମେ କେ ମିସା ସାକାଲ୍ ପାଇବା ଜାକ ସଙ୍ଗଇ ରୁଆ ନାଇ । 20 ଏଲେମିସା ମସାର୍ କାତା କେତେକ୍ ଲକ୍ ନ ସୁନି ସାକାଲ୍ ପାଇବା ଜାକ ସଙ୍ଗଇ ରଇଲାଇ, ମାତର୍ ସେଟା କୁଇଜାଇ କିଡା ଅଇ ଗାଲାଇ, ଏଟା ସୁନି ମସା ରିସା ଅଇଗାଲା । 21 ଏନ୍ତାରି ସାକାଲିଆ ସେମନ୍ କାଇ ପାର୍ବା ଏତ୍କି ଲାକାର୍ ରୁଣ୍ଡାଇ ଆନି ରଇଲାଇ, ମାତର୍ ଦିନ୍ବେଲାଇ ବେସି କାରାଅଇଲାକେ ସେଟା ତର୍ଲି ଗାଲା । 22 ଆଟର୍ ଚଅ ଦିନେ ଦୁଇ ଗୁନ୍ ରୁଣ୍ଡାଇଲାଇ, ଗଟେ ଲକ୍କେ ଦୁଇ ଅମର୍ ଲାକାର୍, ତାର୍ପଚେ ମୁକିଅ ଗଟେ ଲକ୍ ଆସି ମସାକେ ଜାନାଇଲା । 23 ସେଡ୍କିବେଲେ ମସା ସେମନ୍କେ କଇଲା, ସବୁବେଲର୍ ମାପ୍ରୁ ଏ କାତା କଇଆଚେ, କାଲିକେ ମାପ୍ରୁର୍ ଉଦେସ୍ରେ ସୁକଲ୍ ବିସ୍ରାମ୍ ଦିନ୍ ଅଇସି, ତମେ ଜାଇଟା ବାଜ୍ବାର୍ ଆଚେ, ସେଟା ବାଜା; ଜାଇଟା ପାଗ୍ କର୍ବା ସେଟା ପାଗ୍ କରାତ୍, କାଲିକେ ରୁଣ୍ଡାଇବାକେ ନ ଜାଆସ୍ । ସେଟାର୍ପାଇଁ ଜବର୍ ଲାକାର୍ ନେଇ ସିଜାଇ ସଙ୍ଗଇ ରଇସା । 24 ତର୍ପଚେ ସେମନ୍ ମସାର୍ କଇବା ଆଦେସ୍ ଇସାବେ ସାକାଲ୍ ପାଇବା ଜାକ ସଙ୍ଗଇ ରଇଲାଇ, ସେଟା କୁଇ ଗନ୍ଦେ ନାଇ କି କିଡା ଅଅତ୍ ନାଇ । 25 ମସା ସେମନ୍କେ କଇଲା, ଆଜି ତମେ ସେଟା କାଆ, କାଇକେବଇଲେ ଆଜି ସବୁବେଲର୍ ମାପ୍ରୁର୍ ବିସ୍ରାମ୍ ଦିନ୍, ଆଜି ତମ୍କେ ନ ମିଲେ । 26 ତମେ ଚଅ ଦିନ୍ ଜାକ ରୁଣ୍ଡାଇ ଆନି ପାରାସ୍, ମାତର୍ ସାତ୍ ଦିନେ ବିସ୍ରାମ୍ ଦିନ୍ ଅଇସି, ସେ ଦିନେ କାଇଟା ନ ମିଲେ । 27 ଅଇଲେମିସା କେତେ ଲକ୍ ବିସ୍ରାମ୍ ଦିନେ ରୁଣ୍ଡାଇବାକେ ଗାଲାଇ , ମାତର୍ କାଇଟା ମିଲେ ନାଇ । 28 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତମେ ଆମର୍ ଆଦେସ୍ ଆରି ବାକିଅ ମାନ୍ବାକେ କେତେ ଦିନ୍ ଲାଗ୍ସି । 29 ଦେକା, ସବୁବେଲର୍ ମାପ୍ରୁ ସାତ୍ ଦିନେ ବିସ୍ରାମ୍ ଦିନ୍ ଦେଲାର୍ ପାଇ ଚଅ ଦିନେ ଦୁଇ ଗୁନ୍ କାଦି ଦେଲା, ସାତ୍ ଦିନେ ବାଇରେ ନ ଜାଇ କରି ନିଜର୍ ନିଜର୍ ଗରେ ରୁଆ । 30 ତେବର୍ପାଇ ସାତ୍ ନମର୍ ଦିନେ ବିସ୍ରାମ୍ ନେଲାଇ ।
31 ଇସ୍ରାଏଲ୍ ବଁସର୍ ଲକ୍ ସେ କାଦିର୍ ନାଅ ମାନା ଦେଲାଇ, ସେଟା ଦନିଆ ପାରା ସୁକଲ୍ ରଇଲା, ଆରି ମୁଚିକନ୍ ମିସାଇଲା ରୁଟିପାରା ସୁଆଦ୍ ରଇଲା । 32 ମସା କଇଲା, ସବୁବେଲର୍ ମାପ୍ରୁ ଏ ଆଦେସ୍ ଦେଲା ଆଚେ, ତମ୍କେ ମିସର୍ ଦେସେ ଅନି ବାର୍ କରାଇ ଆନ୍ବାବେଲେ ମରୁବାଲି ପଟାଇ ମାନା କାଦି କୁଆଇ ରଇଲା, ଏଟା ତମର୍ ନାତିନୁତର୍ ଜାନ୍ବାଇ। ସେଟାର୍ପାଇଁ ଗଟେଲିଟର୍ ମାନା ରକା । 33 ସେଡ୍କିବେଲେ ମସା ଆରଣକେ କଇଲା, ଗଟେକ୍ ପାତ୍ଲି ତେଇ ମାନା ବର୍ତି କରି ସବୁବେଲର୍ ମାପ୍ରୁର୍ ଲଗେ ସଙ୍ଗଅ, ସେଟା ତମର୍ ମୁନୁସ୍ ପିଲାର୍ ନିତି ଇସାବେ ସଙ୍ଗଇ ଅଇସି । 34 ତେବେ ଆରଣ ମସାର୍ କଇବା ଇସାବେ ସବୁବେଲର୍ ମାପ୍ରୁର୍ ଆଦେସ୍ ଅନୁସାରେ ସାକି ପଡି ଲଗେ ମାନା ନେଇ ସଙ୍ଗଇଲାଇ । 35 ଇସ୍ରାଇଲର୍ ଲକ୍ମନ୍ ବସା ଅଇବା ଦେସେ ନ କେଟ୍ବା ଜାକ ସେ ମାନା କାଦି କାଇଲାଇ ଆରି କିଣାନ୍ ଦେସର୍ ସନ୍ଦି ନ କେଟ୍ବା ଜାକ ସେମନ୍ ସେଟା କାଇଲାଇ । 36 ଏକ ମାନ୍ ଏପାର୍ ଦସ୍ମାଉଁସ୍ ।