1 ସବୁବେଲର୍ ମାପ୍ରୁ ମସାକେ ଏ କାତା କଇଲା, 2 ଦେକା ଜିଉଦା ବଁସର୍ ଉରର୍ ନାତି ଉରିର୍ ପିଲା ବସ୍ଚଲେଲ୍କେ ନାଅ ଦାରି ଡାକ୍ଲୁଆଚୁ, 3 ଆରି କାରିଗର୍ କାମ୍ ଜନ୍ଟା କି,ସୁନା, ରୁପା ଆରି ପିତଲ୍ଟା ବନାଇସି, ଆରି ଗଚ୍କେ ପୁତ୍ଲା ବନାଇବାଟା ଆରି କଚ୍ନା ମଣି କାଟ୍ବାଟା , 4 ସର୍ତେ ରକାମର୍ ପାକ୍ନା କାମ୍ କର୍ବାକେ 5 ସେ ସର୍ତେ ରକାମର୍ ବୁଦି, ଗିଆନ୍ ଆରି ବେଦି ରଇବା ବେସି ମୁଲିଅର୍ ପାକ୍ନା ଆରି ପର୍ମେସରର୍ ଆତ୍ମା ସଙ୍ଗେ ଆସିର୍ବାଦ୍ କଲିନି । 6 ଆରି ଦେକ୍, ଦାନ୍ ବଁସେ ଜନମ୍ ଅଇଲା ଅଇସାମକରର୍ ପିଲା ଅଅଲିଆକେ ତାର୍ ସଙ୍ଗାରି ଅଇବାକେ ବାଚ୍ଲୁ, ଆରି ସର୍ତେ ବୁଦି ଲକ୍ମନ୍କେ ବୁଦି ଦେଲୁ, ସେଟାର୍ପାଇଁ ତମ୍କେ ଜନ୍ ବସତୁ ତିଆର୍ କର୍ବାକେ ଆଦେସ୍ ଦେଲି, ସେଟା ସେମନ୍ ତିଆର୍ କର୍ବାଇ । 7 ଜନ୍ଟା କି ସମାଗମ୍ ତୁମ୍, ସାକି ପେଡି, ଆରି ଉପ୍ରର୍ ପାପ୍ ଡାବ୍ନା ଆରି ତୁମର୍ ସର୍ତେ ଜିନିସ୍, 8 ଆରି ଟେବୁଲ୍, ଗିନାତାଲା, ନିମାନ୍ ସୁନାର୍ ଦିପ୍ରକା, ତେଇର୍ ସବୁ କଣ୍ଡି, ଆରି ଦୁପ୍ବେଦି , 9 ଆରି ଅମ୍ ବେଦି, ତେଇର୍ ସର୍ତେ ଜିନିସ୍, ଆରି ଦଇବା ମୁତା ଆରି ବସ୍ବା ଜିନିସ୍, 10 ଆରି, ନିମାନ୍ ବସ୍ତର୍, ଜାଜକ୍ କାମ୍ କର୍ବାକେ ଆରଣର୍ ଜାଜକ୍ ସୁକଲ୍ ବସ୍ତର୍ ଆରି ତାର୍ ପିଲାମନର୍ ବସ୍ତର୍, 11 ଆରି ଅବିସେକ୍ କର୍ବା ଚିକନ୍, ଆରି ସୁକଲ୍ ଜାଗାର୍ ପାଇ ବାସ୍ନା ଦୁପ୍, ଏଟା ସର୍ତେ ତମ୍କେ ଆଦେସ୍ ଦେଇ ଆଚୁ, ଏ ଇସାବେ ସବୁ କର୍ସା ।
12 ସବୁବେଲର୍ ମାପ୍ରୁ ମସାକେ କଇଲା , 13 ତୁଇ ଇସ୍ରାଏଲର୍ ଲକ୍ମନ୍କେ ଏ କାତା କଅ, ଆମର୍ ବିସ୍ରାମ୍ ଦିନ୍ ମାନ୍ବାକେ ଅଇସି ; କାଇକେବଇଲେ ତମର୍ ସବୁବେଲର୍ ସୁକଲ୍ ମାପ୍ରୁ,ଏଟା ତମେ ଜାନି ପାରାସ୍ ଜେ, ଏଟାର୍ପାଇ ତମର୍ ଆଇବା ପିଡିର୍ ମର୍ ସଙ୍ଗେ ମିସ୍ବା ଚିନ୍ ଅଇସି। 14 ଏଟାର୍ ପାଇ ତମେ ବିସ୍ରାମ୍ ଦିନ୍କେ ମାନ୍ସା,କାଇକେବଇଲେ ତମର୍ ପାଇ ସେ ଦିନର୍ ପାଇ ସୁକଲ୍ ଅଇଆଚେ,ଜେ ଜଦି ଏ ଦିନ୍କେ ଅସୁକଲ୍ କର୍ସି ,ସେ ନ ପିଟ୍ତେ ମର୍ସି ; ଆରି ଜନ୍ ଲକ୍ ସେ ଦିନେ କାମ୍ କର୍ସି ,ସେ ସର୍ତେ ଲକର୍ତେଇ ଅନି ବିନେ ଅଇସି । 15 ଚଅ ଦିନ୍ ଜାକ କାମ୍ କର୍ସା ,ମାତର୍ ସାତ୍ ଦିନେ ସବୁବେଲର୍ ମାପ୍ରୁର୍ ନାଉଁରେ ବଡ୍ ସୁକଲ୍ ବିସ୍ରାମ୍ ଦିନ୍ ଅଇସି ; ସେ ବିସ୍ରାମ୍ ଦିନେ ଜେ କାମ୍ କର୍ସି ,ସେ ନ ପିଟ୍ତେ ମର୍ସି । 16 ଏଟାର୍ପାଇ ଇସ୍ରାଏଲ୍ ପିଲାମନ୍ ସାରାସାରି ଜାକ ତାକର୍ ପିଡିପିଡି ଜାକ ବିସ୍ରାମ୍ ଦିନର୍ ନିଅମ୍ ନାମ୍ବାଇ । 17 ଏଟା ମର୍ ଆରି ଇସ୍ରାଏଲର୍ ଲକ୍ମନର୍ ସଙ୍ଗେ ଗଟେକ୍ ସବୁଦିନ୍ ରଇବା ଚିନ୍ ଅଇସି, କାଇକେବଇଲେ ସବୁବେଲର୍ ମାପ୍ରୁ ଚଅ ଦିନ୍ ଜାକ ଆକାସ୍ ଆରି ପୁର୍ତିବି ତିଆର୍ କରି ସାତ୍ ଦିନେ ପୁଣ୍ଡି ବିସ୍ରାମ୍ ନେଲା । 18 ଆରି ସେ ସିନଇ ଡଙ୍ଗ୍ରେ ମସା ସଙ୍ଗେ କାତା ଅଇ ସାରି ସାକି ପାରା ଦୁଇଟା ପାକ୍ନା, ଆରି ପର୍ମେସରର୍ ଆଙ୍ଗ୍ଟି ସଙ୍ଗେ ପାକ୍ନାଇ ଲେକ୍ଲା ଦୁଇଟା ନିଅମ୍ ସାକି ଲେକ୍ଲା ଆରି ଦେଲାଇ।