1 ତାର୍ପଚେ ପର୍ମେସର୍ ମସାର୍ ସାତ୍ରା ମିଦିନିଅର୍ ପୁଜାରି ଜିତ୍ର ସୁନ୍ଲା କେନ୍ତାରି ମସାକେ ଦାରି କାବା ଅଇଜିବା କାମ୍ କରି ମିସର୍ ଦେସେ ଅନି ଇସ୍ରାଏଲ୍ ଦେସର୍ ଲକ୍କେ ବାର୍କରାଇ ଆନ୍ଲାଟା । 2 ତାର୍ପଚେ ମସାର୍ ସାତ୍ରା ପୁଜାରି ଜିତ୍ରର୍ ଗରେ ଆସି ରଇଲା, ତାର୍ ମାଇଜି ସିପ୍ରାକେ ଆରି ତାର୍ ଦୁଇଟା ପିଲାକେ ଦାରି ମସାର୍ ଲଗେ ଗାଲା । 3 ସେ ଦୁଇଟା ପିଲାମନର୍ ବିତ୍ରେଅନି ଗଟେକ୍ ପିଲାର୍ ନାଅ ଗେର୍ସମ୍, କାଇକେ ବଇଲେ ସେ କଇଲା, ମୁଇ ପର୍ଦେସି ଅଇ ବାସା ଅଇଆଚି । 4 ଆରି ଗଟେକ୍ ଲକର୍ ନାଅ ଇଲିଏସର୍, କାଇକେ ବଇଲେ ମସା କଇଲା, ମର୍ ବାବାର୍ ପର୍ମେସର୍ ସାଇଜ କରି ପାର ରାଜାର୍ କାଣ୍ଡାତେଇ ଅନି ଉଦାର୍ କରି ଆଚେ । 5 ତାର୍ପଚେ ମସାର୍ ସାତ୍ରାସାତ୍ରି ଜିତ୍ର, ମସାର୍ ଦୁଇଟା ପିଲାକେ ଆରି ତାର୍ ମାଇଜିକେ ମରୁବାଲି ପାଟାର୍ ପର୍ମେସରର୍ ଡଙ୍ଗର୍ ଲଗେ ମସା ବାସା ଅଇ ରଇଲା ତେଇ ଆଇଲାଇ । 6 ଆରି ସେ ମସାକେ କଇ ବାକେ ପାଟାଇଲା, ମୁଇ ତର୍ ସାତ୍ରା ଜିତ୍ର ଆରି ତର୍ ମାଇଜିକେ ଆରି ତର୍ ଦୁଇଟା ପିଲାମନ୍କେ ଦାରି ତର୍ ଲଗେ ଆସିଆଚୁ । 7 ସେଡ୍କିବେଲେ ମସା ନିଜର୍ ସାତ୍ରା ସଙ୍ଗ୍ ବେଟ୍ ଅଇଇବାକେ ବାଇରେ ଜାଇ ତାକେ ଜୁଆର୍ କଲା ଆରି ଚୁମ୍ଲା, ଆରି ଗଟେଲକ୍ ଆରି ଗଟେଲକର୍ ସଙ୍ଗ୍ ନିମାନ୍ କାତାବାର୍ତା ପାଚତତର୍ଲା ପଚେ ସେମନ୍ ଅଇକୁଡିଆ ବିତ୍ରେ ପୁର୍ଲାଇ। 8 ଆରି ମସା ତାର୍ ସାତ୍ରାକେ ବର୍ନନା କରି କଇଲା, ସବୁବେଲର୍ ମାପ୍ରୁ ଇସ୍ରାଏଲର୍ ଲକ୍କେ, ପାର ରାଜା ଆରି ମିସରର୍ ଲକ୍କେ କେନ୍ତି ଡଣ୍ଡ୍ ଦେଲା ଆରି ଇଣ୍ଡ୍ବା ଟାନେ ଅନି ଆରି ଦୁକ୍ କସ୍ଟ ତେଇ ଅନି ସବୁବେଲର୍ ମାପ୍ରୁ ଉଦାର୍ କରି ଆନ୍ଲା । 9 କାଇକେବଇଲେ ସବୁବେଲର୍ ମାପ୍ରୁ ଇସ୍ରାଏଲର୍ ଲକ୍କେ କେନ୍ତି ମିସର୍ ଦେସେ ଅନି ଉଦାର୍ କରି ଆନ୍ଲା ଆଚେ, ସେଟା ମସାର୍ ସାତ୍ରା ଜିତ୍ର ଜାନି ବେସି ସାର୍ଦା ଅଇଲା, । 10 ମସାର୍ ସାତ୍ରା ଜିତ୍ର କଇଲା, ଜନ୍ ସବୁବେଲର୍ ମାପ୍ରୁ ଇସ୍ରାଏଲର୍ ଲକ୍କେ ପାର ରାଜା ଆରି ମିସରର୍ ଲକ୍ର ଆରି ତାକର୍ ଆତେ ଅନି ଉଦାର୍ କରି ଆଚେ ତାକେ ଜୁଆର୍ । 11 ସବୁବେଲର୍ ମାପ୍ରୁ ସର୍ତେ ଦେବ୍ତାମନର୍ ତେଇଅନି ଅଦିକ୍ ମଆନ୍, ଏଟା ମୁଇ ଏବେ ଜାନ୍ଲିନି । ଅ ସେମନ୍ ଜନ୍ ବିସଇରେ ସେମନର୍ ବିରଦ୍ରେ ଗରବ୍ କରି ରଇଲା, ସେ ବିସଇରେ ସେ ମଆନ୍ । 12 ତାର୍ପଚେ ମସାର୍ ସାତ୍ରା ଜିତ୍ର ସବୁବେଲର୍ ମାପ୍ରୁର୍ ନାଅଁରେ ଅମ୍ ଆରି ନଇବେଦି ବଲିଦେଲା, ଆରି ଆରନ୍ ଆରି ଇସ୍ରାଏଲର୍ ସର୍ତେ ନେତାମନ୍ ଆସି ମସାର୍ ସାତ୍ରା ସଙ୍ଗ୍ ପର୍ମେସରର୍ ମୁଆଟେ ବସ୍ଲାଇ ।
13 ତାର୍ ଆରିଗଟେକ୍ ଦିନ୍ ମସା ଲକ୍ମନ୍କେ ସାସନ୍ କର୍ବାକେ ବସ୍ଲା, ସର୍ତେ ଲକ୍ ତାର୍ ମୁଆଟେ ଟିଆ ଅଇ ରଇଲାଇ । 14 ସେଡ୍କିବେଲେ ମସା ଲକ୍ମନ୍କେ ଜାଇ ଜାଇଟା କଲା, ସେଟା ଦେକି ମସାର୍ ସାତ୍ରା କଇଲା, ତୁଇ ଏ ଲକ୍ମନର୍ ଉପ୍ରେ କାଇଟା କଲୁସ୍ନି? ତୁଇ ଗଟେକ୍ ଲକ୍ ବସି ଆଚୁସ୍ ଏ ଲକ୍ମନ୍ ତର୍ ଚାରିବେଟ୍ତି ଟିଆ ଅଇ ଆଚତ୍ ? 15 ତାର୍ପଚେ ମସା ତାର୍ ସାତ୍ରାକେ କଇଲା, ଲକ୍ମନ୍ ପର୍ମେସରର୍ ସାସନ୍ ଜାନ୍ବାକେ ମର୍ ଲଗେ ଆଇଲାଇନି । 16 ଆରି ସେମନ୍ କାଇଟା ଅଲପ୍ ଲାଗା ଲାଗି ଅଇଲେ ମର୍ ଲଗେ ପାଲାଇ ଆଇବାଇ, ମୁଇ ସେମନର୍ କେ ନିକ ତାର୍ ଉପ୍ରେ ବିଚାର୍ କର୍ବି, ଆରି ପର୍ମେସରର୍ ବିଦି ଆରି ନିଅମ୍ ସିକିଆ ଦେବି ।
17 ତାର୍ପଚେ ମସାର୍ ସାତ୍ରା କଇଲା, ତର୍ ଏ କାମ୍ କଲୁସ୍ନି ଏଟା ବଲ୍ ନାଇ । 18 ତୁଇ ଆରି ତର୍ ସର୍ତେ ଲକ୍ ତାକି ଜାଇସା, କାଇକେବଇଲେ ତୁଇ କର୍ବା କାମ୍ ବେସି କସ୍ଟ, ଏଟା ତୁଇ ଗଟେକ୍ ଲକ୍ ପୁରା ପୁରୁନ୍ କରି ନାପାରୁସ୍ । 19 ସେଟାର୍ପାଇଁ, ମୁଇ କଇବା କାତା ଦାର୍, ମୁଇ ତକେ ଆଦେସ୍ ଦେଲିନି ସବୁବେଲର୍ ମାପ୍ରୁ ତର୍ ସଙ୍ଗ୍ ରଅ, ସେମନର୍ ଲଗେ ଲକ୍ ମନର୍ ସଙ୍ଗ୍ ରଇ ତାକର୍ କାତା ପର୍ମେସର୍କେ ଜାନାଅ । 20 ତୁଇ ସେ ମନ୍କେ ସିକିଆ ଦେସ୍ ତାକର୍ ବିଦି ଆରି ନିଅମ୍ ଇସାବେ, ସେମନ୍ କେନ୍ତି ନିମାନ୍ ବାଟେ ଚାଲାବୁଲା ଅଇବାଇ ଆରି କେନ୍ତି କାମ୍ ଦାମ୍ କର୍ବାଇ । 21 ଆରି ତୁଇ ଏ ଲକ୍ମନର୍ ବିତ୍ରେ ଅନି, ଏନ୍ତାର୍ ଲକ୍କେ ବାଚ୍ ଜେ କି କାମ୍କରି ପାର୍ସି, ଆରି ପର୍ମେସର୍କେ ଡର୍ବାଇ, ଆରି ମିଚ୍ମାୟା କାତାକେ ଗିନ୍ କର୍ବା ଲକ୍, ସେମନର୍ ଉପ୍ରେ ଅଜାର୍ ଅଜାର୍, ସଅ ସଅ, ପଚାସ୍ ପଚାସ୍ ଆରି ଦସ୍ଦସ୍ କରି ବାଚ୍ । 22 ସେମନ୍ ସବୁବେଲେ ଲକ୍ମନର୍ ଉପ୍ରେ ସାସନ୍ କରତ୍, ଆରି ଜଦି କାଇଟା ବଡ୍ ବିସଇ ଅଇରଇଲେ ତର୍ ଲଗେ ଆନ୍ବାଇ, ଆରି ସାନ୍ କାମ୍ ଅଇଲେ ସେମନ୍ ନିଜେ ବିଚାର୍ କର୍ବାଇ, ଏନ୍ତାର୍ କଲେ ତର୍ କାମ୍ ତକେ ଉସାସ୍ ଲାଗ୍ସି, ଆରି ସେମନ୍ ତରଲ୍ଗେ ମିସି କର୍ବାଇ । 23 ଜଦି ତୁଇ ଏନ୍ତାରି ମନ୍କଲେ ପର୍ମେସର୍ ସେନ୍ତାର୍ କର୍ବାକେ ଆଦେସ୍ ଦେଇସି, ତେବେ ତୁଇ କାମ୍ କରି ପାରୁସ୍, ଆରି ଏ ଲକ୍ମନ୍ ସାର୍ଦା ସଙ୍ଗ୍ ତାକର୍ ଜାଗା ଲଗେ ଜିବାଇ । 24 ତାର୍ପଚେ ମସା ତାର୍ ସାତ୍ରାର୍ କାତା ସୁନି ତାର୍ ବାକିଅ ଇସାବେ କାମ୍ କଲା । 25 ଆରି ମସା ଇସ୍ରାଇଲର୍ ଦେସ୍ ବିତ୍ରେ ଅନି ବୁଦିମାନ୍ ଲକ୍କେ ମୁକିଅ ଲକ୍ମନ୍କେ ବାଚି କାକେ ଅଜାର୍, କାକେ ସଏ କାକେ ପଚାସ୍ ଆରି ଦସ୍ ଲକ୍ କରି ବାଚ୍ଲା । 26 ତାର୍ପଚେ ସମାନ୍ ବେଲାଇ ସେମନ୍ ବିଚାର୍ କଲାଇ, ସାନ୍ ସାନ୍ କାମ୍ ସେଲକ୍ ନିଜେ ବିଚାର୍ କଲାଇ, ବଡ୍ କାମ୍ ମସାର୍ ଲଗେ ଆନ୍ଲାଇ ।
27 ତାର୍ପଚେ ମସା ତାର୍ ସାତ୍ରାକେ ନିଜର୍ ଗଡେ ବାଉଡି ଜିବାକେ ଚାଡ୍ଲା ।