1 ତାର୍ପଚେ ସବୁବେଲର୍ ମାପ୍ରୁ ଏ କାତା କଇଲା, ଜନ୍ଟା କି- 2 ଜେ ତମ୍କେ ମିସର୍ ଦେସେ ଗତିଦାଙ୍ଗ୍ଡା ଅଇ ରଇଲା ଲକ୍କେ ବାର୍କରାଇ ଆନ୍ଲା, ତମର୍ ସେ ସବୁବେଲର୍ ମାପ୍ରୁ ପର୍ମେସର୍, ମୁଇ ।
3 ତମର୍ ଲଗେ ମକେ ଚାଡି ଦେଲେ ଆରି କନ୍ ଦେବ୍ତା ନ ଅଅତ୍ । 4 ତମେ ନିଜର୍ ନିଜର୍ ପାଇ କାଇ ଦବ୍ତା ମୁର୍ତି ମିସା ତିଆର୍ ନ କରାସ୍; ସରଗ୍ ଉପ୍ରେ କି ଦର୍ତନି ତଲେ କି ଦର୍ତନିର୍ ପାନି ବିତରେ ରଇବା ମିସା କାଇ ବସ୍ତୁର୍ ମୁର୍ତି ତିଆର୍ କରା ନାଇ । 5 ତମେ ସେମନ୍କେ ଜୁଆର୍ କରା ନାଇ, କି ସେମନ୍କେ ପୁଜା କରା ନାଇ; କାଇକେବଇଲେ ଆମେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ନିଜର୍ ମଇଁମାର୍ ଜଗିଅ ପର୍ମେସର୍, ଜନ୍ ଲକ୍ ଆମ୍କେ ଗିନ୍ କର୍ବାଇ ,ମୁଇ ତାକର୍ ତିନ୍ କି ଚାର୍ ବଁସ୍ ଜାକ ତାକର୍ ବଁସର୍ ପିଲା ଉପ୍ରେ ତାକ୍ର ବଁସ୍ ଅପରାଦର୍ ଡଣ୍ଡ୍ ପାଇବାଇ । 6 ମାତର୍ ଜେ ଆମ୍କେ ଆଲାଦ୍ କର୍ସି, ଆରି ଆମର୍ ଆଦେସ୍ ମାନିକରି ରଇସି, ତାକେ ଅଜାର୍ ପୁରୁସ୍ ଜାକ ଦୟା କର୍ବି । 7 ତମେ ତମର୍ ସବୁବେଲର୍ ମାପ୍ରୁର୍ ନାଅକେ ମିଚ୍ ବାବ୍ରେ ନିଆ ନାଇ, କାଇକେବଇଲେ ଜେ ତାର୍ ନାଅକେ ମିଚ୍ ବାବ୍ରେ ନେଇସି, ସବୁବେଲର୍ ମାପ୍ରୁ ତାକେ ଦସି ନ କରି ଚାଡେନାଇ। 8 ବିସ୍ରାମ୍ ଦିନ୍କେ ସୁକଲ୍ ଦିନ୍ ବଲି ମାନ୍ବାକେ ଏତାଆ । 9 ଚଅ ଦିନ୍ ନିଜର୍ ନିଜର୍ ସବୁ କାମ୍ ଦାମ୍ କର୍ସା । 10 ମାତର୍ ସାତ୍ଦିନେ ସବୁବେଲର୍ ମାପ୍ରୁ ପର୍ମେସରର୍ ବିସ୍ରାମ୍ ଦିନ୍ ଅଇସି, ଆରି ସେ ଦିନେ ତମର୍ ପିଲାଟକି କି, ତମର୍ ଗତିଦାଙ୍ଗ୍ଡି କି ଦାଙ୍ଗ୍ଡା ଆରି ତମର୍ ଗରୁବାଚି, ଗଦ କି ବିନ୍ଦେସର୍ ଲକ୍ମିସା ତମର୍ ଗରେ କାଇ କାମ୍ ନ କରାସ୍ । 11 କାଇକେବଇଲେ ସବୁବେଲର୍ ମାପ୍ରୁ ଚଅ ଦିନ୍କେ ଆକାସ୍ ଆରି ପୁର୍ତିବି ଆରି ସମ୍ଦୁର୍ ଆରି ତାର୍ ବିତ୍ରେ ରଇବା ସବୁ ଜିନିସ୍ ତିଆର୍ କରି ସାତ୍ ଦିନେ ବିସ୍ରାମ୍ କଲା, ଆରି ସେଦିନ୍କେ ସୁକଲ୍ କରି ଆସିର୍ବାଦ୍ କରି ଆଚେ । 12 ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା । 13 ତମେ କାକେ ମରାଆ ନାଇ । 14 ତମେ ବେସିଆ କାମ୍ କରା ନାଇ, 15 ତମେ ଚରି କାମ୍ କରାନାଇ । 16 ତମେ ତମର୍ ଗର୍ପାଲିର୍ ଲକ୍ର ବିରୁଦେ ମିଚ୍ ସାକି ଦିଆସ୍ ନାଇ । 17 ତମେ ତମର୍ ସାଇପଡିସାର୍ ଗର୍କେ ଲବ୍ କରା ନାଇ, ତମେ ନିଜର୍ ସାଇପଡିସାର୍ ମାଇଜିକେ କି ଦାସ୍, କି ଦାସିକେ, କି ତାର୍ ଗରୁ, କି ଗଦ, କି ତମର୍ ସାଇପଡିସାର୍ କାଇ ବସ୍ତୁ କେ ଲବ୍ ଉଆ ନାଇ।
18 ସେଡ୍କିବେଲେ ସବୁଲକ୍ ବାଦଲ୍ ଗଡ୍ଗଡି ଆରି ବିଜ୍ଲି ଜଟ୍କି ଆରି ତୁରି ସବଦ୍ ଆରି ଦୁଆଁଅଇବାଟା ଡଙ୍ଗର୍ ଉପ୍ରେ ଦେକି ସର୍ତେ ଲକ୍ ଡରି ଦୁରିକେ ଟିଆଅଇଲାଇ । 19 ଆରି ସେମନ୍ ମସାକେ କଇଲାଇ, ତୁଇ ଆମର୍ ସଙ୍ଗ୍ କାତା କଅ, ଆମେ ସୁନ୍ବୁ, ମାତର୍ ପର୍ମେସର୍ ଆମର୍ ସଙ୍ଗ୍ କାତା ନ ଅଅ, ନଇଲେ ଆମେ ମର୍ବୁ ।
20 ତାର୍ପଚେ ମସା ଲକ୍ମନ୍କେ କଇଲା, ଡରାନାଇ, କାଇକେବଇଲେ ତମର୍ ପରିକିଆ କର୍ବାକେ ଆରି ତମେ ଜେନ୍ତାର୍ ପାପ୍ ନ କରାସ୍, ସେଟାର୍ପାଇଁ ତମ୍କେ ଡର୍ ଆକିକେ ଦେକାଇବାକେ ପର୍ମେସର୍ ଆଇଲାଆଚେ । 21 ସେଟାର୍ପାଇଁ ଲକ୍ମନ୍ ଦୁରିକେ ଟିଆଅଇ ରଇଲାଇ, ମାତର୍ ଜନ୍ତେଇ ପର୍ମେସର୍ ରଇଲା, ସେ ବିତ୍ରେ ବେସି ଆନ୍ଦାର୍ ରଇଲା ତେଇ ମସା ପୁର୍ଲା ।
22 ତାର୍ପଚେ ପର୍ମେସର୍ ମସାକେ କଇଲା, ଇସ୍ରାଏଲର୍ ଲକ୍କେ ଏକାତା କଅ, ଆମେ ଆକାସ୍ ଉପ୍ରେ ଅନି ତମ୍କେ କାତା କଇଲାଟା ତମେ ଦେକ୍ଲାସ୍ 23 ସେଟାର୍ପାଇଁ ତମେ ଆମର୍ ପାରା ଆରି କାର୍ଟା ମିସା ମୁର୍ତି ତିଆର୍ ନ କରା; ଆରି ନିଜର୍ ନିଜର୍ ପାଇ ରୁପା କି ସୁନାର୍ କାଇ ମିସା ଦେବ୍ତାର୍ ମୁର୍ତି ତିଆର୍ ନ କରାସ୍ । 24 ତମେ ଆମର୍ ପାଇ ଗଟେକ୍ ବେଦି ତିଆର୍ କର୍ସା, ତେଇ ତମେ ଅମ୍ବଲି ଆରି ମଙ୍ଗ୍ଲର୍ ପସୁ ପୁଜା କର୍ସା, ଜନ୍ ଜାଗାଇ ମୁଇ ମର୍ ନାଉଁ ଏତାଇବାକେ କଇବି, ସେ ସବୁ ଜାଗାଇ ଲଗେ ମୁଇ ତମ୍ର ଲଗେ ଆସି ତମ୍କେ ଆସିର୍ବାଦ୍ କର୍ବି । 25 ଜେବେ ତମେ ପାକ୍ନା ସଙ୍ଗ୍ ବେଦି କର୍ବୁ ବଲ୍ସା, ପାକ୍ନା ସଙ୍ଗ୍ କରାନାଇ, ତାରପାଚେ ବାନାଇବା ପାକ୍ନା ଲଗେ କରାନାଇ, କାଇକେବଇଲେ କାଣ୍ଡା ଗୁଚାଇଲେ ଅସୁକଲ୍ ଅଇସି । 26 ତମେ ବେଦି ତେଇ ଆଇବାବେଲେ ପାଉଚ୍ ତେଇକେ ଆସା ନାଇ , କାଇକେବ୍ଲେ ତୁମ୍ର ଡୁମ୍ଣ୍ଡା ସଙ୍ଗ୍ ନଜା।