1 ମସା ଡଙ୍ଗ୍ରେ ଅନି ଦାପ୍ରେ ଉତ୍ରି ଆସେ ନାଇକେ ଲକ୍ମନ୍ ଆରଣର୍ ଲଗେ ଜାଇ ଟୁଲ୍ ଅଇ କଇଲାଇ, ଉଟ୍ ଜୁ ଆମର୍ ପାଇଗଟେକ୍ ଦେବ୍ତା ତିଆର୍ କର୍, କାଇକେବଇଲେ ଜନ୍ ଲକ୍ ଆମ୍କେ ମିସର୍ ଦେସେ ଅନି ବାର୍କରାଇ ଆନ୍ଲା, ସେ ମସା କାଇ ବିପଦ୍ ଅଇଲା, ସେଟା ଆମେ ନାଜାନୁ । 2 ତାର୍ପଚେ ଆରଣ ସେମନ୍କେ କଇଲା, ତେବେ ତମର୍ ମାଇଜିମନର୍, ଟକିମନର୍ ଆରି ପିଲାମନର୍ ନାକର୍ କାନର୍ ସୁନା ବେଟି ଆନା । 3 ତାର୍ପଚେ ସର୍ତେ ଲକ୍ ନିଜର୍ ନିଜର୍ କାନର୍ ନାକର ସୁନା ବେଟି ଆରଣର୍ ଲଗେ ଆନ୍ଲାଇ । 4 ସେ ତାକର୍ ଆତେ ଅନି ମାଙ୍ଗିନେଇ ବାଡଇମନର୍ ଲଗେ ଚଞ୍ଚ୍ ତିଆର୍ କରି ଗଟେକ୍ ସୁନାର୍ ବାଚି ତିଆର୍ କଲା, ଆରି ଲକ୍ମନ୍ କଇଲାଇ, ଏ ଇସ୍ରାଏଲର୍ ଲକ୍ ଜନ୍ ଦେବ୍ତା ତମ୍କେ ମିସର୍ ଦେସେ ଅନି ବାର୍କରାଇ ଆନ୍ଲା, ସେ ଏଟା ।
5 ତାର୍ପଚେ ଆରଣ ସେଟା ଦେକି ତାର୍ ମୁଆଟେ ଗଟେକ୍ ବେଦି ତିଆର୍ କଲା, ଆରି କଇଲା, କାଲିକେ ସବୁବେଲର୍ ମାପ୍ରୁର୍ ନାଅଁରେ ପରବ୍ ଅଇସି । 6 ଆରିଗଟେ ଦିନ୍ ସାକ୍ଲିଆ ଲକ୍ମନ୍ ଉଟି ଅମ୍ ବଲି କଲାଇ ଆରି ମଙ୍ଗ୍ଲର୍ ବଲି ଆନ୍ଲାଇ, ତାର୍ପଚେ ଲକ୍ମନ୍ କାଆପିଆ କରି; ନିଜର୍ କାରାପ୍ କାମ୍ କର୍ବାକେ ଦାର୍ଲାଇ।
7 ସେଡ୍କିବେଲେ ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ଦାପ୍ରେ ତଲେ ଜା, କାଇକେବଇଲେ ତମର୍ ଜନ୍ ଲକ୍ମନ୍କେ ମିସର୍ ଦେସେ ଅନି ବାର୍କରାଇ ଆନ୍ଲୁସ୍, ସେମନ୍ ବେସି କାରାପ୍ କାମ୍ କର୍ବାକେ ଦାର୍ଲାଇ । 8 ଆମେ ସେମନ୍କେ ଜନ୍ ବାଟେ ଜିବାକେ ଆଦେସ୍ ଦେଇ ରଇଲୁ, ସେମନ୍ ସେ ବାଟେ ଅନି ବାଉଡି ଦେଲାଇ, ସେମନ୍ ତାକର୍ ପାଇ ଚାଞ୍ଚ୍ ସଙ୍ଗେ ଗଟେକ୍ ସୁନାର୍ ବାଚି ତିଆର୍ କରି ପୁଜା କଲାଇନି, ଆରି ବଲି କରି କଇଲାଇନି, ଏ ଇସ୍ରାଏଲର୍ ଲକ୍ ଜନ୍ ଦେବ୍ତା ତମ୍କେ ମିସର୍ ଦେସ ଅନି ବାର୍କରାଇ ଆନ୍ଲା, ସେ ଏଟା । 9 ସବୁବେଲର୍ ମାପ୍ରୁ ମସାକେ କଇଲା, ମୁଇ ସେ ଲକ୍ମନ୍କେ ଦେକ୍ଲିନି; ଦେକ୍, ସେମନ୍ ବେସି ଅମାନିଆ ଲକ୍ । 10 ସେଟାର୍ପାଇଁ ତୁଇ ମର୍ତେଇ ଅନି ଗୁଚି ଜା, ମର୍ ରିସା ସେମନ୍କେ ଦେକାଇବି, ଆରି ମରାଇବି, ମୁଇ ତକେ ବଡ୍ କୁଟୁମ୍ କର୍ବି । 11 ତାର୍ପଚେ ମସା ସବୁବେଲର୍ ମାପ୍ରୁ ପର୍ମେସର୍କେ ଗୁଆରି କରି କଇଲା,ଏ ସବୁବେଲର୍ ମାପ୍ରୁ ତୁଇ ତର୍ ନିଜର୍ ଲକ୍ମନ୍କେ ତର୍ ବପୁ ଆରି ସଗତ୍ ସଙ୍ଗେ ମିସର୍ ଦେସେ ଅନି ବାର୍କରାଇ ଆନ୍ଲୁସ୍, ସେମନ୍କେ କାଇକେ ରିସା ଅଇଲୁସ୍ନି ? 12 ସେ ପର୍ବତ୍ ଲଗର୍ ଜାଗା ଲଗେ ସେମନ୍କେ ମରାଇ କରି ପୁର୍ତିବି ତେଇ ଚୁର୍ଚୁରା କର୍ବାକେ, ନସ୍ଟ କର୍ବାକେ ଆନ୍ଲୁସ୍, ଏମ୍ତି କାତା ମିସରର୍ ଲକ୍ମନ୍ କାତାନି କାକେ କଇବାଇ? ତମେ ନିଜର୍ ରିସା ଅନି ବାଉଡି ଆସା, ଆରି ତୁଇ ରିସା ଉତ୍ରା ଆରି ନିଜର୍ ଲକ୍କେ ବିନସ୍ଟ କର୍ ନାଇ । 13 ତର୍ ଦାଙ୍ଗ୍ଡା ଅବ୍ରାଆମ୍, ଇସାକ୍ ଆରି ଇସ୍ରାଏଲର୍ ଲକ୍କେ ଏତାଅ, ତୁଇ ନିଜେ ସପତ୍ କରି କଇଆଚୁସ୍, ଆମେ ବାଦଲର୍ ତାରାପାରା ତମର୍ ବଁସ୍କେ ବଡାଇବି ଆରି କେତେଟା ଦେସର୍ ନାଅ କଇଆଚୁସ୍, ସେ ଦେସ୍ ତମ୍କେ ଦେବି, ସବୁଦିନ୍ ଜାକ ତମେ ବାସା ଅଇସା । 14 ସେଡ୍କିବେଲେ ସବୁବେଲର୍ ମାପ୍ରୁ ତାର୍ ଲକ୍ମନ୍କେ ରିସା ଅଇରଇଲା ଆରି ରିସା ଉତ୍ରାଇଦେଲା । 15 ତର୍ପଚେ ମସା ମୁଉଁ ଉତ୍ରାଇ ସାକି ପାରା ଲେକ୍ଲା, ଦୁଇଟା ପାକ୍ନାର୍ ପାଟା ଦାରି ଉତ୍ରି ଆଇଲା; ସେ ପାକ୍ନାଇ ଦୁଇ ତାଡେ ଅନି ଲେକା ଅଇ ରଇଲା । 16 ସେ ପାକ୍ନା ପାଟା ପର୍ମେସର୍ ନିଜେ ବନାଇ ରଇଲା, ତେଇ ଲେକ୍ଲାଟା ପର୍ମେସରର୍ ଲେକା ରଇଲା ।
17 ତାର୍ପଚେ ଲକ୍ମନ୍ ଆଉଲି ଅଇ ଡେଗଇତେ ରଇଲାଇ, ସେଟା ସୁନି ଜିଅସିଅ ମସାକେ କଇଲା, କୁଡିଆଇ ଅନି ଜୁଇଦ୍ ସବଦ୍ ଆଇଲାନି ।
18 ମସା କଇଲା,ଏଟା ଜୁଇଦର୍ ସବଦ୍ ନଏ କି, ଜିତ୍ଲା ସବଦ୍ ନଏ, ମାତର୍ ଡେଗଇ ଆଉଲି ଅଇବା ସବଦ୍ ମୁଇ ସୁନ୍ଲିନି । 19 ତାର୍ପଚେ ସେ କୁଡିଆର୍ ଲଗାଲଗି ଅଇବାକେ ସୁନାର୍ବାଚି ଆରି ନାଟ୍ କର୍ବାଟା ଦେକ୍ଲା, ଆରି ମସା ଦେକି ରିସା ଅଇଲା ଆରି ଆତେ ଦାରି ରଇଲା, ନିଅମ୍ ପାକ୍ନା ପାଟାକେ ଡଙ୍ଗର୍ ତଲେ ପିଙ୍ଗ୍ଲା । 20 ଆରି, ସେମନ୍ ପୁତ୍ଲା ତିଆର୍ କରି ରଇଲା ସୁନାର୍ବାଚିକେ ଜଇ ଲଗେ ପଡାଇଲା ଆରି ତାକେ ବେଟି ପାକ୍ନା ତେଇ ଗାର୍ଲା ଆରି ପାନି ମିସାଇ ଇସ୍ରାଇଲର୍ ସର୍ତେ ଲକ୍କେ ଡୁକାଇଲା । 21 ଆରି ମସା ଆରଣକେ କଇଲା, ତକେ ଏ ଲକ୍ମନ୍ କାଇଟା କଲାଇ ଜେ, ତୁଇ ଏ ଲକ୍ମନ୍କେ ଏଡେକ୍ ବଡ୍ ପାପ୍ କରାଇଲୁସ୍ନି ?
22 ତାର୍ପଚେ ଆରଣକେ କଇଲା, ତୁଇ ଜାନିଆଚୁସ୍ ଜେ, ଏ ଲକ୍ମନ୍ ବେସି ଅମାନିଆ ଅଇଲେ ମିସା ସବୁବେଲର୍ ମାପ୍ରୁ ରିସା ନ ଅଏ । 23 ଏ ମନ୍ ମକେ କଇଲାଇ, ଆମ୍କେ ବାଟ୍ ଦାରି ଇଣ୍ଡ୍ବାକେ ଗଟେକ୍ ଦେବ୍ତା ତିଆର୍ କରି ଦେ, ଜନ୍ଲକ୍ ମିସର୍ ଦେସେଅନି ବାର୍କରାଇ ଆନ୍ଲା, ସେ ମସାକେ କାଇଟା ଅଇଲା ଆମ୍କେ ଜାନା ନାଇ । 24 ତାର୍ପଚେ ମୁଇ ସେମନ୍କେ କଇଲି, ତମର୍ଲଗେ ଜାର୍ଜାର୍ ଲଗେ ସୁନାଆଚେ ଆନା, ସେମନ୍ ସୁନା ବେଟିଆନି ମକେ ଦେଲାଇ, ମୁଇ ନେଇ ଜଇଲଗେ ପିଙ୍ଗ୍ଲିକେ ତେଇଅନି ସୁନାର୍ବାଚି ତିଆର୍ ଅଇ ବାରଇଲା ।
25 ଆରି ମସା ଲକ୍ମନ୍କେ ନିଜର୍ ଇଚାରେ କର୍ବାଟା ଦେକ୍ଲା, କାଇକେବଇଲେ ଆରଣ ଲକ୍ମନ୍କେ ଏନ୍ତାର୍ ବକୁଆ କରି ରଇଲା, ଜେ ତାକର୍ ବିରଦି ଆଇଲେ ମିସା ବକୁଆ ଅଇବାଟା ନ ଚାଡତ୍ । 26 ତାର୍ପଚେ ମସା କୁଡିଆ ମୁଆଟେ ଟିଆ ଅଇ କଇଲା, ସବୁବେଲର୍ ମାପ୍ରୁର୍ କତି କେ ଅଇସି? ସେ ମର୍ ଲଗେ ଆସା; ସେଡ୍କିବେଲେ ଲେବିଅ ବଁସର୍ ଲକ୍ ତାର୍ ଲଗେ ଜାଇଟିଆ ଅଇଲାଇ । 27 ମସା ସେମନ୍କେ କଇଲା, ଇସ୍ରାଏଲର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଗଟେକ୍ କାତା କଇଲାନି, ତମେ ସର୍ତେ ଲକ୍ ନିଜର୍ ନିଜର୍ ଆଁଟାଇ କାଣ୍ଡା ବାନ୍ଦି ଏ କୁଡିଆଇ ଅନି ଆରିଗଟେକ୍ କୁଡିଆଇ ଜାଇ ନିଜର୍ ବାଇକେ ଆରି ସଙ୍ଗାରିକେ ଆରି ସାଇର୍ ନିଜର୍ ଲକ୍କେ ମାରି ମରାଆ । 28 ତାର୍ପଚେ ଲେବି ବଁସର୍ ଲକ୍ ମସା କଇବା ଇସାବେ କଲାଇ, ସେ ଦିନେ ପାକାପାକି ତିନ୍ ଅଜାର୍ ଲକ୍ ମଲାଇ । 29 ଆରି ମସା ସେମନ୍କେ କଇଲା, ସବୁବେଲର୍ ମାପ୍ରୁର୍ ପର୍ମେସରର୍ ନାଅଁରେ ଜାଜକ୍ କାମ୍ କର୍ବାକେ ନିଜର୍ ନିଜର୍ ବାଇମନର୍ ବିରୁଦେ ଟିଆଉଆ ଆଜି ତମ୍କେ ଆସିର୍ବାଦ୍ କର୍ସି ।
30 ଆରିଗଟେ ଦିନ୍ ମସା ଲକ୍ମନ୍କେ କଇଲା, ତମେ ବଡ୍ ପାପ୍ କରି ଆଚାସ୍,ଏବେ ମୁଇ ସବୁବେଲର୍ ମାପ୍ରୁର୍ ଲଗେ ଜିବି, ଅଇସି ବଇଲେ ତମର୍ ପାପର୍ ପାଇ କେମା ମାଗ୍ବି । 31 ମସା ସବୁବେଲର୍ ମାପ୍ରୁର୍ ଲଗେ ବାଉଡି ଜାଇ ଗୁଆରି କରି କଇଲା, ଆଇ, ଆଇ, ଏ ଲକ୍ମନ୍ ନିଜର୍ ନିଜର୍ ପାଇ ସୁନାର୍ ଦେବ୍ତା ତିଆର୍ କରି ବେସି ପାପ୍ କରି ଆଚତ୍ । 32 ମୁଇ ଗୁଆରି କଲିନି ତୁଇ ସେମନର୍ ପାପ୍ କେମା କର୍, ଆରି ଜଦି ସେମନର୍ ପାପ୍ କେମା ନ କଲେ, ତର୍ ପୁସ୍ତକ୍ ଲଗେ ଲେକ୍ଲା ମର୍ ନାଅ କାଟିଦେସ୍
33 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଜନ୍ ଲକ୍ ମର୍ ବିରୁଦେ ପାପ୍ କରି ଆଚତ୍, ମୁଇ ମର୍ ପୁସ୍ତକ୍ ଲଗେ ଅନି ସେମନର୍ ନାଅ କାଟିଦେବି । 34 ଏବେ ଜା, ଆମେ ତମ୍କେ ଜନ୍ ଦେସ୍ ବିସଇରେ କଇଲି, ସେ ଦେସେ ଲକ୍ମନ୍କେ ନେ, ସୁନ୍, ତମର୍ ଆଗ୍ତୁ ମର୍ ଦୁତ୍ ଜାଇସି, ମାତର୍ ମୁଇ ଡଣ୍ଡ୍ଦେବା ଦିନେ ସେମନ୍କେ ପାପ୍ କଲା ଡଣ୍ଡ୍ ଦେବି ।
35 ଆରି ସବୁବେଲର୍ ମାପ୍ରୁ ଲକ୍ମନ୍କେ ମାଆମାରି ପାଟାଇ ମରାଇଲା, କାଇକେବଇଲେ ସେମନ୍ କରି ରଇଲା ପାଇ ଆରଣ ସୁନାର୍ବାଚି କରି ରଇଲାଇ ।