1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ଜାଆ ଆରି ମସାକେ କଅ,ଏବିରିଅ ଲକ୍ମନର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଏ କାତା କଇଲା ଆଚେ, ଆମର୍ ଲକ୍ମନ୍କେ ପୁଜା କର୍ବାକେ ଚାଡି ଦେସ୍
2 ମାତର୍ ଜଦି ଆମର୍ ଲକ୍ମନ୍କେ ନ ଚାଡ୍ଲେ ଏବେ ମିସା ତର୍ ଉପରେ ଡଣ୍ଡ୍ ଆଇସି । 3 ତେବେ ଦେକ୍, ତମର୍ ଗରେ ରଇଲା ଗଡା, ଗରୁ, ଉଁଟ୍, ଗଦ ଆରି ଚେଲିମେଣ୍ଡା ସରତେ ମାପ୍ରୁ ତାର୍ ଆତେ ସର୍ତେ ଆଚେ, ଜଦି ସେ ଇଚା କଲେ ଡଣ୍ଡ୍ ଆଇସି । 4 ମାତର୍ ସବୁବେଲର୍ ମାପ୍ରୁ ଇସ୍ରାଏଲ୍ ଦେସର୍ ଲକର୍ ଆରି ମିସର୍ ଦେସର୍ ଲକର୍ ପସୁ ବେଗଲାଇ ଦେଇସି ଆରି ଇସ୍ରାଏଲର୍ ପସୁକେ ନ ମରାଏ 5 ସବୁବେଲର୍ ମାପ୍ରୁ ବେଲା ଦେକି କରି କଇସି, କାଲିକେ ସବୁବେଲର୍ ମାପ୍ରୁ ମିସର୍ ଦେସେ ଏକାମ୍ ଆଇସି । 6 ମାତର୍ ଆରି ଗଟେକ୍ ଦିନେ ସବୁବେଲର୍ ମାପ୍ରୁ ସେନ୍ତାରି କଲାକେ ମିସର୍ ଦେସର୍ ପସୁ ମଲାଇ, ମାତର୍ ଇସ୍ରାଏଲ୍ ଦେସର୍ କାଇଟା ଗଟେକ୍ ମରତ୍ ନାଇ । 7 ତର୍ପଚେ ପାରରାଜା ଲକକେ ପାଟାଇ ଦେକ୍ଲା, ଜେ ଇସ୍ରାଏଲ୍ ଲକର୍ କାଇଟା ଗଟେକ୍ ମରତ୍ ନାଇ । ଅଇଲେ ମିସା ପାର ରାଜା ଆଟ୍ ଅଇଲା ଆରି ସେ ଲକ୍ମନ୍କେ ଜିବାକେ ଦେଏନାଇ ।
8 ଆରି ସବୁବେଲର୍ ମାପ୍ରୁ ମସାକେ ଆରି ଆରଣକେ କଇଲା, ତମର୍ ଆତେ ମାଟିରୁଣ୍ଡାଇ ଆତ୍ ମୁଟା କରି ଦାରା ଆରି ମସା ପାର ରାଜାର୍ ତେଇ ଜାଇ ଆକାସ୍ତେଇ ବିଚିଦେସ୍ । 9 ତାର୍ପଚେ ସାନ୍ ସାନ୍ ଦୁଲି ଅଇ ସାରା ମିସର୍ ଦେସର୍ ପସୁ ଆରି ଲକ୍ମନର୍ ଉପ୍ରେ ବିଚି ଅଇଲେ ବାଲମନି ଅଇଲା । 10 ତେବେ ସେମନ୍ ମସା ଆରି ଆରନ୍ ଆତେ ମାଟି ରୁଣ୍ଡାଇ କରି ପାର ରାଜାର୍ ମୁଆଟେ ଜାଇ ଆକାସ୍ ଉପ୍ରେ ବିଚି ଦେଲା, ଦୁଲି ଲକ୍ମନର୍ ଆରି ପସୁମନର୍ ଉପରେ ଅଦର୍ଲାକେ ବଡ୍ ବଡ୍ ବାଲମନି ଅଇଲା । 11 ଏ ବାଲ୍ମନିର୍ ଲାଗି ଗୁନିଆଁମନ୍ ମିସା ମସାର୍ ମୁଆଟେ ଆସି ଟିଆ ଅଇ ନାପାର୍ଲାଇ, କାଇକେବଇଲେ ଦିସାରିମନ୍କେ ଆରି ମିସର୍ ଦେସର୍ ସରତେ ଲକକେ ଗାଗଡ୍ ବରତି ବାଲ୍ମନି ଉଟିରଇଲା। 12 ଅଇଲେମିସା ପାର ରାଜା ମନ୍ ଆଟ୍ କଲା, ମସାକେ କଇ ରଇବା ସବୁବେଲର୍ ମାପ୍ରୁ ବାକିଅ ଇସାବେ ଇସ୍ରାଏଲ୍ ଦେସର୍ ଲକ୍ମନ୍କେ ଚାଡେ ନାଇ ।
13 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତମେ ସାକାଲ୍ ସାକାଲ୍ ଜାଇ ପାର ରାଜାକେ ବେଟ୍ଅଇ ଏକାତା କୁଆ, ଜେ ଏବ୍ରିଅ ଲକ୍ମନର୍ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲାନି, ଆମର୍ ଲକ୍ମନ୍କେ ଚାଡି ଦେସ୍ ଆମର୍ ସେବା କର୍ବାକେ । 14 ନଇଲେ ଏ ତର୍ ଆମେ ତର୍ ମନ୍ ବିରଦେ ଆରି ଦାଙ୍ଗଡାମନ୍କେ ଆରି ତର୍ ଲକମନର୍ ଉପ୍ରେ ସବୁ ରକାମର୍ ଡଣ୍ଡ୍ ଆଇସି, ଜେ ସାରା ପୁରତିବି ଆମର୍ ପାରା ପର୍ମେସର୍ ନାଇ ଏଟା ତୁଇ ଜାନୁସ୍ । 15 କାଇକେ ବଇଲେ ଏବେ ଚାଇଲେ, ମୁଇ ଆତ୍ଟେକି କରି ମର୍ଡି ଦେଇ ତର୍ ଦାଙ୍ଗଡା ଆରି ତର୍ ଲକକେ ଡଣ୍ଡ୍ ଦେଇ ମାରି ଦେଇତିବେ ଆରି ତୁଇ ମିସା ପୁର୍ତିବି ଲଗେ ବାସା ଅଇ ନ ରଇତୁସ୍ । 16 ମାତର୍ ଆମେ ତମ୍କେ ଆମର୍ ଡାକ୍ପୁଟା ଦେକାଇବୁ ଆରି ସାରା ପୁର୍ତିବିର୍ ଲକ୍ ଆମର୍ କିର୍ତନ୍ କର୍ବାଇ, ତାର୍ପଚେ ଜାନ୍ବାଇ ଜେ ସତ୍ ମାପ୍ରୁ ଗଟେକ୍ ଆଚେ । 17 ଅଇଲେ ମିସା ଆମର୍ ଲକ୍ମନ୍କେ ନ ଚାଡି ତାକର୍ ଉପରେ ଗର୍ବ୍ କଲୁସ୍ନି । 18 ଦେକା, ଆମେ କାଲିକେ ଏ ବେଲାଇ ମିସର୍ ଦେସେ କାରା ପାକନା ମାରାଇବି, ସବୁ ଜାକ ଦୁଲିସାତ୍ ଅଇଜାଇସି, ଏନ୍ତାର୍ କେବେ ମିସା ଅଇ ନ ରଏ । 19 ସେଟାର୍ପାଇଁ ଏବେ ଲକ୍ ପାଟାଇ ପଦାଇ ରଇବା ପସୁ ମନ୍କେ କେଦି ଆନା, କାଇକେବଇଲେ ଜନ୍ଲକ୍ କି ପସୁ ଜଦି ଗରେ ନ ରଇ ବାଇରେ ରଇବାଇ, ସେ କାରାପାକ୍ନା ମାଡ୍କେ ମରିଜିବାଇ । 20 ଏ କାତା ସୁନି ପାର ରାଜାର୍ କେତେଟା ଦାଙ୍ଗଡାମନ୍ ମାପ୍ରୁର୍ ବାକିଅ ସୁନ୍ତେ ରଇଲା ଲକ୍ ଜାଇ ତାକର୍ ଦାଙ୍ଗଡା ମନ୍କେ ଡାକ୍ଲା ଆରି ପସୁମନ୍କେ କେଦି ଗରେ ଆନ୍ଲା । 21 ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁର୍ ବାକିଅ ସୁନତ୍ ନାଇ ତାକର୍ ଦାଙ୍ଗଡାମନ୍ ଆରି ପସୁ ମନ୍କେ ପାଦାଇ ଚାଡିଦେଲାଇ। 22 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତର୍ ଡାଙ୍ଗ୍ ବାଦଲ୍ ଉପରେ ଟେକ୍ ଆରି ମିସର୍ ଦେସ୍ର ଲକ୍ମନର୍ ଆରି ଦାଙ୍ଗଡାମନର୍ ଆରି ପସୁମନର୍ ଉପରେ କାରା ପାକ୍ନା ଅଦର୍ସି । 23 ତାର୍ପଚେ ମସାର୍ ଆତେ ରଇଲା ଡାଙ୍ଗ୍ ବାଦଲ୍ ବାଟେ ମୁର୍ଚି ଟେକ୍ଲାକେ, ସବୁବେଲର୍ ମାପ୍ରୁ ବାଦଲେ ଅନି ଗଡ୍ ଗଡି ମାରି କାରାପାକନା ଅଦର୍ଲା ଆରି ମାଟି ତେଇ ବିଜଲି ମାରଲା, ଏନ୍ତାର୍ ସବୁବେଲର୍ ମାପ୍ରୁ ମିସର୍ ଦେସେ କାରାପାକନା ମାରାଇଲା । 24 ତାର୍ପଚେ କାରାପାକ୍ନା ଅଦର୍ଲା, କାରାପାକ୍ନା ସଙ୍ଗେ ସଙ୍ଗେ ଗଡ୍ ଗଡି ଆଇଲା, ଏନ୍ତାତାରି ମିସର୍ ଦେସେ ନାନା ଅବସ୍ତା କଲା, ପର୍ତୁମ୍ ଅନି ଏନ୍ତାରି କେବେ ଅଇ ନ ରଇଲା । 25 ତାରପଚେ ସବୁ ମିସର୍ ଦେସର୍ ପଦାଇ ବାଟାଇ ରଇଲା ଲକ୍ ଆରି ପସୁ କାରାପାକ୍ନା ପାଇବାମାଡକେ ମଲାଇ, ଆରି ପଦାଇବାଟାଇ କରି ରଇଲା ଚାସ୍ବାସ୍ ନସଟ ଅଇଗାଲା, ପାଦାଇ ରଇଲା ଗଚ୍ମନ୍ ସରତେ ନସ୍ଲା । 26 ଆରି ଇସ୍ରାଏଲ୍ ଗସନ୍ ଦେସର୍ ଗରଦୁଆର୍ କି ପସୁ ଆରି ପଦାବାଟାର୍ ଚାସ୍ କାଇଟା ନସଟ ଅଏନାଇ ।
27 ତାର୍ପଚେ ପାର ରାଜା ଲକ୍ ପାଟାଇ ମସାକେ ଆରି ଆରଣକେ ଡାକାଇ କଇଲା, ଏତର୍ ଆମେ ପାପ୍ କଲୁ, ତମର୍ ସବୁବେଲର୍ ମାପ୍ରୁ ଦରମ୍, ମାତର୍ ଆମେ ଆକା ଦସ୍ କଲୁ । 28 ସବୁବେଲର୍ ମାପ୍ରୁର୍ ଲଗେ ପାରତନା କରା କାଇକେବଇଲେ, ପର୍ମେସର୍ ବେସି ଗଡ୍ଗଡି କରି କାରାପାକ୍ନା ଅଦ୍ରାଇଲାଇ, ଆମେ ତମ୍କେ ଦାପ୍ରେ ଚାଡି ଦେବୁ ଲେଟ୍ନ ନକରୁ। 29 ସେଡ୍କିବେଲେ ମସା ରାଜାକେ କଇଲା, ମୁଇ ନଅଁରେ ଅନି ବାରଇ ଜାଇ ପାର୍ତନା କରବି, ଗଡ୍ଗଡି ନ ଗଡ୍ଗଡି ଆରି କାରାପାକନା ନ ଅଦରେ, ତେବେ ତୁଇ ଜାନି ପାରସୁ ଜେ ଏ ପୁରତିବି ସବୁବେଲର୍ ମାପ୍ରୁର୍ଟା ଏଟା ତମେ ଜାନି ପାରାସ୍। 30 ମାତର୍ ମୁଇ ଜାନି ,ତୁଇ ଆରି ତର୍ ଦଙ୍ଗଡାମନ୍ ଏବେ ମିସା ସବୁବେଲର୍ ମାପ୍ରୁକେ ଡରାସ୍ ନାଇ । 31 ସେ ବେଲାଇ ପେସି ଆରି ଗଅମ୍ ସର୍ତେ ନସ୍ଟ ଅଇଲା, କାଇକେ ବଇଲେ, ଗଅମ୍ ମୁପୁଟି ବାଲେଙ୍ଗା ଅଇରଇଲା ଆରି ବିଗସ୍ଲା ପୁଲ୍ ପୁଟ୍ବାର୍ ଆରାମ୍ ଅଇରଇଲା । 32 ମାତର୍ ଗଅମ୍ ଆରି ଜନା ସାନ୍ ସାନ୍ ରଇଲାକେ ନସେ ନାଇ । 33 ତାର୍ପଚେ ମସା ପାର ରାଜାର୍ ଲଗେ ଅନି ନଅଁରର୍ ବାଇଲେ ଜାଇ ସବୁବେଲର୍ ମାପ୍ରୁ ମୁଆଟେ ନିଜର୍ ଆତ୍ ଟେକ୍ଲାକେ ଗଡ୍ଗଡି ଆରି କାରାପାକ୍ନା ବନ୍ଦ୍ ଅଇଲା, ବୁଏଁ ଆରି ପାନି ଅଦ୍ରେ ନାଇ । 34 ସେଡ୍କିବେଲେ ଗଡ୍ଗଡି, କାରାପାକ୍ନା ଆରି ପାନି ମାରେ ନାଇକେ, ପାର ରାଜା ଆରିତରେକ୍ ପାପ୍ କଲା ଆରି ତାର୍ ଦାଙ୍ଗ୍ଡାମନ୍ ନିଜର୍ ନିଜର୍ ମନ୍କେ ଡାଟ୍ କଲାଇ । 35 ତାର୍ପଚେ ପାର ରାଜାର୍ ମନ୍ ଡାଟ୍ ଅଇ କଇଲା ଆରି ସବୁବେଲର୍ ମାପ୍ରୁର୍ ବାକିଅ ଇସାବେ ମସାର୍ କାତା ନ ସୁନି ଇସ୍ରାଏଲ୍ ଦେସର୍ ଲକ୍କେ ଚାଡତ୍ ନାଇ ।