1 ତାର୍ପଚେ ଇସ୍ରାଏଲ୍ ଲକ୍ମନ୍ ସବୁଲକ୍ ସିନ୍ ମରୁବାଲି ବୁଏଁ ଅନି ଜାଇକରି ସବୁବେଲର୍ ମାପ୍ରୁର୍ ଆଦେସ୍ ଅନୁସାରେ, ସେମନ୍ ରପିଦିମ୍ ଅନେ ଚାଉଁନି କରି ରେଲା, ମାତ୍ର ସେଟି ପିଇବାକେ ପାନି ନ୍ରେଲା। 2 ଏଟାର୍ ପାଇ ମସାକେ ଲକ୍ମନ୍ ଆଉଲି ଅଇ କଇଲାଇ,ଆମ୍କେ ପାନି ଦେ ଆମେ ପାନି କାଇବୁ,ତାର୍ପଚେ ମସା କଇଲା,ତମେ ମର୍ ସଙ୍ଗ୍ କାଇକେ ଆଉଲି ଅଇଲାସ୍ନି ?କାଇକେ ସବୁବେଲର୍ ମାପ୍ରୁକେ ପରିକା କଲାସ୍ନି ?
3 ସେଡ୍କିବେଲେ ସେ ଜାଗାଇ ପାନି ମିଲେନାଇ ସସ୍ଲାଗ୍ତେ ରଇଲାକେ ମସାକେ ଆଉଲି ଅଇ କଇଲାଇ, ତୁଇ ଏ ମରୁବାଲି ପଟାଇ ଆମ୍କେ ଆମର୍ ପିଲାଟକିକେ, ଗରୁବାଚିକେ ମାର୍ବାକେ କାଇକେ ମିସର୍ ଦେସେ ଅନି ବାର୍କରାଇ ଆନ୍ 4 ମସା ସବୁବେଲର୍ ମାପ୍ରୁକେ ପାର୍ତନା କରି କଇଲା, ମୁଇ ଏଲକର୍ ପାଇ କାଇଟା କର୍ବି ? ଲକ୍ମନ୍ତା ମକେ ପାକ୍ନା ବେଟି ମାର୍ବାକେ ଉଟ୍ଲାଇନି ? 5 ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ଜନ୍ ଡାଙ୍ଗ୍ ସଙ୍ଗ୍ ଗାଡର୍ ପାନିକେ ଚିଆଇ ରଇଲୁସ୍, ସେ ଡାଙ୍ଗ୍ଦାରି ଇସ୍ରାଏଲର୍ କେତେ ନେତାମନର୍ ସଙ୍ଗ୍ ଆଗେ ଆଗେ ଜାଆ । 6 ଦେକ୍,ଅରେବ୍ ଡଙ୍ଗରର୍ ଗଟେକ୍ ପାକ୍ନା ଲଗେ ମୁଇ ଟିଆ ଅଇବି, ଏଟାର୍ପାଇ ମସାକେ ଲକ୍ମନ୍ ଆଉଲି ଅଇ କଇଲାଇ, ଆମ୍କେ ପାନି ଦେ ଆମେ ପାନି କାଇବୁ, ତାର୍ପଚେ ମସା କଇଲା,ତମେ ମର୍ ସ କାଇକେ ଆଉଲି ଅଇଲାସ୍ନି ? ଟିଆ ଅ ଆରି ସେ ପାକ୍ନାକେ ତର୍ ଆତର୍ ଡାଙ୍ଗ୍ ଚିଆଇଦେସ୍ ତେଇ ଅନି ପାନି ବାରଇସି,ଲକ୍ ମ ସାର୍ଦା ଅଇ ପାନିକାଇବାଇ,ମସା ଇସ୍ରାଏଲର୍ ନେତାମନର୍ ମୁଆଟେ ମାପୁରୁର୍ ଆଦେସ୍ ଇସାବେ କଲା । 7 ଆରି ସେ ଜାଗାଇ ଇସ୍ରାଏଲ୍ ଲକର୍ ଆଉଲିର୍ ଲାଗି ଆରି ସବୁବେଲର୍ ମାପ୍ରୁ ଆଚେ କି ନାଇ ବଲି ସବୁବେଲର୍ ମାପ୍ରୁ କେ ପରିକା କର୍ଲାଇ, ସେଟାରପାଇ ବଲି ସେ ଜଗାର୍ ନାଉଁ ମସା ଆରି ମିରିବା ଦେଲା ।
8 ସେବେଲାଇ ଅମାଲେକ୍ ଆସି ରପିଦିମ୍ ତେଇ ଇସ୍ରାଏଲ୍ ଲକ୍ର ସଙ୍ଗ୍ ଜୁଦ୍ କଲାଇ । 9 ତାର୍ପଚେ ମସା ଜିଅସୁଅକେ କଇଲା, ତୁଇ ଏ ଲକ୍ର୍ ବିତ୍ରେ ଅନି ବପୁ ଲକ୍କେ ବାଚି ଅମାଲେକିଅ ବିରଦେ ଜୁଦ୍ କର୍ବାକେ ଜାଆ, କାଲିକେ ମୁଇ ମର୍ ଆତେ ରଇଲା ପର୍ମେସରର୍ ଡାଙ୍ଗ୍ଦାରି ଡଙ୍ଗର୍ ମୁଣ୍ଡେ ଜାଇ ଟିଆ ଅଇ ରଇବି । 10 ଜିଅସୁଅ ମସା କଇବା ଇସାବେ ଅମାଲେକିଅର୍ ବିରୁଦେ ଜୁଦ୍ କଲାଇ, ମସା ଆଦେସ୍ ଅନୁସାରେ ଆରନ୍ ଆରି ଉର୍ ଡଙ୍ଗର୍ ତେଇ ଜାଇ ଟିଆ ଅଇ ରଇଲାଇ । 11 ସେଡ୍କିବେଲେ ମସାର୍ ଆତେ ରଇଲାଡାଙ୍ଗ୍ ଉପ୍ରେ ଟେକ୍ଲାକେ ଇସ୍ରାଏଲର୍ ଲକ୍ ଜିତ୍ଲାଇ ଆରି ଜେଡେବଲ୍ ଡାଙ୍ଗ୍ ଉତ୍ରାଇ ଦେଲାକେ ଅମାଲେକିଅ ଜିତ୍ଲାଇ । 12 ମାତର୍ ମସାର୍ ଆତ୍ ଦୁକ୍ଲାକେ ତଲେ ଉତ୍ରାଇ ଦେଲା,ଏଟାର୍ ପାଇ ଗଟେକ୍ ପାକ୍ନା ଟେକି ନେଇ ମସାକେ ବସାଇ ଆରନ୍ ଆରି ଉର୍ ଦୁଇବାଟେ ଦାରି ମସାର୍ ଆତ୍କେ ଟେକି ରଇଲାଇ, ବେଲ୍ବସ୍ବା ଜାକ ତାର୍ ଆତ୍ ତିର୍ ରଇଲା। 13 ସେଡ୍କିବେଲେ ଜିଅସୁଅ ଅମାଲେକିଅର୍ ଚିଡ୍ତେ ଲକ୍କେ କାଣ୍ଡା ସଙ୍ଗ୍ ମାରି ଆରାଇଲା ।
14 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା,ଏ କାତା ଏତାଇବାକେ ଗଟେକ୍ ବଇଟାନେ ଲେକି ସଙ୍ଗଇ ରଅ ଆରି ଜିଅସୁଅର୍ ଲଗେ ଜାଇ ପଡିକରି ସୁନାଆ, ମୁଇ ଆକାସ୍ ତଲେ ଅନି ଅମାଲେକିଅର୍ ବଁସ୍ ବୁଡାଇ ଦେବି । 15 ତାର୍ପଚେ ମସା ଗଟେକ୍ ବେଦି ତିଆର୍ କରି ତାର୍ ନାଉଁ ଜିଅବା ନିସି ସଙ୍ଗଇଲା । 16 ଆରି, ସବୁବେଲର୍ ମାପ୍ରୁର୍ ପତ୍କାଇ ଆତ୍ ଦେଇ କଇଲା, ଅମାଲେକର୍ ବଁସ୍ ବୁଡାଇବା ଜାକ ସବୁବେଲର୍ ମାପ୍ରୁ ସଙ୍ଗ୍ ଜୁଦ୍ ଚାଲ୍ତେ ରଇସି ।