1 ଆରି ତମେ ଏ ସବୁ ନିଅମ୍ ସବୁଲକ୍କେ ସୁନାଇସା। ଜନ୍ଟା କି- 2 ତମେ ଜଦି ଏବ୍ରିଅ ଲକ୍କେ ଦାଙ୍ଗ୍ଡା ଦାର୍ବାକେ ଗେନ୍ସା ବଇଲେ, ଚଅ ବରସ୍ ଜାକ ତମର୍ କାମ୍ କର୍ସି ଆରି ସାତ୍ ବରସ୍ କେ ସେ ଚୁଚାଇସେ ବାରଇ ଜାଇସି । 3 ଜଦି ଗଟେକ୍ ଲକ୍ ଦାଙ୍ଗ୍ଡା ଅଇ ଆସି ରଇଲେ, ସେ ଗଟେ ଲକ୍ ଜାଇସି, ଜଦି ବିବା ଅଇ ମାଇଜି ମନସ୍ ଆସି ରଇଲେ, ମାଇଜି ମନସ୍ ଜାକ ବାରଇ ଜିବାଇ । 4 ଜଦି ତାର୍ ସାଉକାର୍ ତାକେ ମାଇଜି ଆନିଦେଇ ରଇଲେ ଆରି ପିଲାଟକି ଅଇ ରଇଲେ, ତାର୍ ମାଇଜି ଆରି ପିଲାଟକି ସାଉକାର୍ ଗରେ ରଇବାଇ, ସେ ଗଟେକ୍ ଲକ୍ ବାରଇ ଜାଇସି । 5 ମାତର୍ ଜେବେ ସେ କଇସି, ମର୍ ମାଲିକ୍କେ ଆରି ମର୍ ମାଇଜିକେ ଆରି ମର୍ ପିଲାଟକିକେ ଆଲାଦ୍ କଲିନି, ବଇଲେ ଚାଡି ଜାଇ ନାପାରି ଏମ୍ତି ଜଦି ସେ କଇଲେ, ଡାଟ୍ କରି କଇସି, 6 ତେବେ ତାର୍ ସାଉକାର୍ ତାକେ ପର୍ମେସରର୍ ଲଗେ ନେଇସି, ଆରି ଗର୍ ବିତ୍ରେ ପୁରାଇ କାପାଟ୍ ଡାବି ମାପ୍ରୁର୍ ନାଅଁରେ ବିନ୍ଦ୍ନା ସଙ୍ଗ୍ କାନ୍ କାଣା କରି ଚିନ୍ କର୍ସି, ଆରି ସେ ସବୁବେଲର୍ ପାଇ ତାର୍ ଲଗେ ରଇ ସେବା କର୍ସି । 7 ଆରି ଜଦି କେ ନିଜର୍ ଟକିକେ ଗତିଦାଙ୍ଗ୍ଡି ଇସାବେ ବିକ୍ଲେ, ସେ ଦାଙ୍ଗ୍ଡା ମନର୍ ପାରା ବାରଇ ନାପାରେ । 8 ତାର୍ ସାଉକାର୍ ତାକେ ଦାଙ୍ଗ୍ଡି କରି ସଙ୍ଗଇସି, ଜଦି ଦାଙ୍ଗ୍ଡି ତାକେ ମନ୍ ନ କଲେ, ବାର୍ କରାଇ ଦେଇ ପାର୍ସି, ମାତର୍ ସେ ନାଡାଇ କରି ବିନ୍ ଦେସର୍ ଲକ୍କେ ବିକି ନାପାରେ । 9 ଜଦି ଜେବେ ତାର୍ ସାଉକାର୍ ନିଜର୍ ପିଲାର୍ପାଇ ବିବା କର୍ବାକେ ଟିକ୍ କର୍ସି, ତେବେ ତାକେ ନିଜର୍ ଟକି ବିବା ଅଇବା ନିଅମ୍ ଇସାବେ ବିବା କରି ଦେଇସି । 10 ଜଦି ଗଟେକ୍ ମୁନୁସ୍ ସଅତା ମାଇଜିକେ ବିବାକଲେ, ତେବେ ସେ ତାର୍ ପର୍ତୁମ୍ ମାଇଜିର୍ କାଦି ବସ୍ତର୍ ଆରି ମାଇଜିର୍ କାମ୍ ଜେତ୍କି ଆଚେ ତାର୍ ପାଇ ସେ ମୁନୁସ୍କେ ସବୁ କର୍ବାକେ ଅଇସି। 11 ଜଦି ଜେବେ ସେ ଏ ତିନ୍ଟା କାମ୍ କରି ନାପାରେ, ତେବେ ସାଉକାର୍ ସେ ଦାଙ୍ଗ୍ଡିକେ ଚୁଚାଇସେ ତେଇ ଅନି ବାର୍କରାଇ ଦେଇସି ।
12 ଜଦି ଜେବେ କେ କାକେ ମାରୁମାରୁ ମାରିଦେଲେ, ସେ ମିସା ନ ପିଟ୍ତେ ମର୍ସି 13 ଜଦି ଜେବେ ଗଟେ ଲକ୍ କାକେ ମାର୍ବାକେ ଇଚା ନ କରେ, ଆରି ପର୍ମେସରର୍ ଇଚା ଇସାବେ ସେ ମର୍ଲେ, ସେ କନ୍ ଜାଗାଇ ଜାଇସି, ସେଟା ପର୍ମେସର୍ ବିଚାର୍ କର୍ସି 14 ମାତର୍ ଜେବେ ନିଜର୍ ଗର୍ ପାଲିର୍ ଲକ୍କେ ଚାଲାକି କରି ମାର୍ବାକେ ଚେସ୍ଟା କର୍ସି, ତେବେ ତାକେ ମାର୍ବାକେ ପର୍ମେସରର୍ ବେଦି ଲଗେ ଆନା ।
15 ଜେ କି ନିଜର୍ ବାବାକେ କି ମାଆକେ ମାର୍ଲେ, ସେ ନ ପିଟ୍ତେ ମର୍ସି । 16 ଆରି କେ ଲକ୍କେ ଚରି କରି ବିକ୍ଲେ, ଆରି ତାର୍ ଅଦିକାରେ ପାଇଲେ ତେବେ ସେ ନ ପିଟ୍ତେ ମରନର୍ ଡଣ୍ଡ୍ ପାଇସି ।
17 ଜଦି କେ ନିଜର୍ ବାବା କି ମାଆକେ ଅବିସାପ୍ ଦେଇସି, ତେବେ ସେ ନ ପିଟ୍ତେ ମରନର୍ ଡଣ୍ଡ୍ ପାଇସି । 18 ଆରି ଲକ୍ମନ୍ ଲାଗା ଲାଗି ଅଉଅଉ କାକେ ପାକ୍ନା ସଙ୍ଗ୍ କି ଆତ୍ ସଙ୍ଗ୍ମାରି ଦେଲେ ଆରି ସେ ନ ମରି ଟାଟି ତେଇ ଡୁଲି ରଇଲେ, 19 ଆରି ଡାଙ୍ଗ୍ ଦାରି ବୁଲ୍ତେ ରଇଲେ,ସେଟା ଦସ୍ ନ ଅଏ, ସେ ତାକେ ଦୁକା ଦାର୍ଲାର୍ ଅସପତର୍ ପାଇ କର୍ଚ ଦେବାକେ ପଡ୍ସି ।
20 ଆରି ଜଦି କେ ନିଜର୍ ଗତିଦାଙ୍ଗ୍ଡାକେ କି ଦାସିକେ ଡାଙ୍ଗ୍ସଙ୍ଗେ ମାର୍ଲେ, ସେ ଡାଙ୍ଗର୍ ଦୁକାର୍ ଲାଗି ଜଦି ଦାପ୍ରେ ମର୍ସି ବଇଲେ, ସେ ସତ୍ସେ ମରନ୍ ଡଣ୍ଡ୍ପାଇସି। 21 ସେ ଜଦି ଦିନେକ୍ କି ଦୁଇ ଦିନ୍ ଜିଇ ରଇଲେ ତାକେ ଡଣ୍ଡ୍ ନ ମିଲେ, କାଇକେବଇଲେ ସେ ତାର୍ ଦନ୍ ପାରା ।
22 ଆରି ଜଦି ମୁନୁସ୍ ପିଲା ଲାଗା ଲାଗି ଅଇଲାବେଲେ ଗାଗ୍ଡେ ରଇଲା ମାଇଜିକେ ମାରିଦେଲେ, ଆରି ତାକେ କାଇଟା ନ ଅଇ, ଆରି ପଚେ କାଇ ନ ଅଇ ଜେବେ ସେ ସୁତକ୍ ଅଇସି, ତେବେ ତାର୍ ମୁନୁସ୍ ଜାଇଟା ଦାବି କଲେ, ସେଟା ତାର୍ ଡଣ୍ଡ୍ ଇସାବେ ଦେବାକେ ପଡ୍ସି । 23 ଜଦି ସେ କାଇଆଲେ ଅସୁବିଦା ଅଇଲେ, ଜିବନ୍ ବାଦୁଲେ ଜିବନ୍, 24 ଆକିର୍ ବାଦୁଲେ ଆଁକି, ଦାନ୍ତର ବାଦୁଲେ ଦାନ୍ତ୍, ଆତର୍ ବାଦୁଲେ ଆତ୍, ଗଡର୍ ବାଦୁଲେ ଗଡ୍, 25 ଜଇ ବାଦୁଲେ ଜଇ, ଗାଉକେ ବାଦୁଲେ ଗାଉ, ମାଡ୍ ବାଦୁଲେ ମାଡ୍ ଡଣ୍ଡ୍ ଅଇସି। 26 ଆରି କେ ନିଜର୍ ଗତି ଦାଙ୍ଗଡା କି ଦାଙ୍ଗ୍ଡି କେ ଆଁକିତେଇ ଡାଙ୍ଗ୍ ପାଇଦେଲେ, ଆରି ତାର୍ ଆଁକି ଜଦି ପୁଟି ଗାଲେ, ତେବେ ତାର୍ ଆକିର୍ ବାଦୁଲେ ସେମନ୍କେ ଚାଡି ଦେଇସି । 27 ଆରି ଦାଙ୍ଗ୍ଡା କି ଦାଙ୍ଗ୍ଡିର୍ ମାରି କରି ଦାନ୍ତ୍ ବାଙ୍ଗି ଗାଲେ, ତେବେ ତାର୍ ଦାନ୍ତ୍ର ବାଦୁଲେ ସେମନ୍କେ ଚାଡି ଦେଇସି ।
28 ଆରି, ଗରୁ କନ୍ ମୁନୁସ୍ କି ମାଇଜିକେ ଡୁସମ୍ଲେ, ଆରି ସେ ଲକ୍ ମରିଗାଲେ, ସେ ଗରୁକେ ମାରି ମରାଇବାର୍ ଆରି ତାର୍ ମାଉସ୍କେ କାଇବାର୍ ନାଇ, ମାତର୍ ଗରୁର୍ ମାଲିକ୍କେ ମୁକ୍ତି ନ ମିଲେ । 29 ମାତର୍ ସେ ଗରୁ ଲକ୍ମନ୍କେ ମାରି ବୁଲାନି ବଲି ଜାନି ନ ବାନ୍ଦ୍ଲେ, ଆରି ସେ ଗରୁ ମୁନୁସ୍କେ କି ମାଇଜିକେ ଡୁସମ୍ସି ଆରି ମରାଇ ଦେଲେ, ତେବେ ସେ ଗରୁକେ ପାକ୍ନା ସଙ୍ଗ୍ ମାରି ମରାଇବାର୍ ଆରି ମାଲିକ୍କେ ମିସା ମରନ୍ ଡଣ୍ଡ୍ ଅଇସି । 30 ଜଦି ତାର୍ ଜିବନର୍ ଲାଗି କାଇଟା ମାଗ୍ଲେ,ତାର୍ ଜିବନର୍ ମୁଲିଅ ଜୁନ୍ଟା ଦେବାକେ ଅଇସି, ସେଟା ଦେବାକେ ପଡ୍ସି । 31 ଗରୁ ପିଲାକେ କି ଟକିକେ ଡୁସମ୍ଲେ ଏ ନିଅମ୍ ଇସାବେ ଡଣ୍ଡ୍ ପାଇସି । 32 ଗରୁ ଜେବେ କାର୍ ଗତି ଦାଙ୍ଗ୍ଡାକେ କି ଦାଙ୍ଗ୍ଡିକେ ଡୁସମ୍ଲେ, ତେବେ ଗରୁ ମାଲିକ୍ ଦାଙ୍ଗ୍ଡାର୍ ସାଉକାର୍କେ ତିରିସ୍ ସେକଲ୍ ରୁପା ଟାଙ୍କା ଦେଇସି, ଆରି ସେ ଗରୁକେ ପାକ୍ନା ମାରି ମରାଇବାଇ । 33 ଆରି କେ ଜଦି କୁଉଁ କୁନି ଚାଡି କଦେଇ ରଇସି ଡାବି ନ ରଇଲେ, ଆରି ସେ କୁଏଁ ଗରୁକି ଗଦ ଅଦର୍ଲେ, 34 ସେ କୁଉଁ ସାଉକାର୍ ତାର୍ ମଲା ଗରୁର୍ ମୁଲିଅ ରୁପା ଟାଙ୍ଗା ଦେଇସି ଆରି ମଲା ଗରୁ ତାର୍ଟା ଅଇସି । 35 ଆରି ଜଦି ଗଟେକ୍ ଲକର୍ ଗରୁ ବିନ୍ ଲକର୍ ଗରୁକେ ଡୁସମ୍ଲେ ଆରି ଗଟେ ମରାଇଲେ, ତେବେ ସେ ଜିଇ ରଇଲା ଗରୁକେ ବିକି ଦୁଇ ବାଟା କର୍ବାଇ ଆରି ମଲା ଗରୁକେ ମିସା ଦୁଇ ବାଟା କର୍ବାଇ । 36 ମାତର୍ ଗରୁ ଡୁସ୍ମି ବୁଲ୍ବାଟା ଜାନି ତାର୍ ମାଲିକ୍ ନ ବାନ୍ଦି ମେଲା ଚାଡି ରଇଲେ, ଗରୁ ବାଦୁଲେ ତାର୍ ଗରୁ ଦେଇସି ମାତର୍ ମଲା ଗରୁ ତାର୍ଟା ଅଇସି ।