1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, 2 ଇସ୍ରାଏଲ୍ ଦେସର୍ ଲକ୍ ବିତ୍ରେ ଅନି ଅଅ କି ପସୁର୍ ଅଅ, ପର୍ତୁମ୍ ଜନମ୍ ଅଇଲାଟା ମର୍ ନାଉଁରେ ଆନି ସର୍ପି ଦେଇସା, ସେଟା ମର୍ଟା ।
3 ତାର୍ପଚେ ମସା ଲକ୍ମନ୍କେ କଇଲା, ତମେ ଏ ଦିନେ ମନେ ସଙ୍ଗାଆ , ତମେ ମିସର୍ ଦେସେ ଗତି ଦାଙ୍ଗ୍ଡା ଅଇ ରଇଲାସ୍, ମାତର୍ ସବୁବେଲର୍ ମାପ୍ରୁ ତାର୍ ବପୁ ସଙ୍ଗ୍ ମିସର୍ ଦେସେ ଅନି ବାର୍କରାଇ ଆନ୍ଲା, ସେଟାର୍ପାଇଁ ତମେ ତାଡି ମିସି ରଇଲା ରୁଟି ନ କାଆସ୍ । 4 ତମେ ଆବିବ୍ ମାସର୍ ଏ ଦିନେ ମିସର୍ ଦେସେ ଅନି ବାରଇଲାସ୍ । 5 ଆରି କିଣାନ୍, ଇତିଅ, ଇମରିଅ, ଇଦିଅ ଆରି ଜିବୁସିଅ ଲକ୍ମନର୍ ଆନିଦାଦିମନର୍ ଲଗେ ଜନ୍ ଦେସ୍ ଦେବାକେ ସବୁବେଲର୍ ମାପ୍ରୁ କାତା ଦେଇ ରଇଲା, ସେ ଉର୍ବର୍ ଜମି , ଜେଡେବଲ୍ ତମ୍କେ ତେଇ ଆନ୍ସି, ତମେ ସେ ମାସର୍ ସେ ଦିନେ କାମ୍ ସିଦ୍ ଅଇସି । 6 ସାତ୍ ଦିନ୍ ଜାକ ତାଡି ନ ମିସ୍ଲା ରୁଟି କାଇସା ଆରି ସାତ୍ ଦିନ୍ ଜାକ ସବୁବେଲର୍ ମାପ୍ରୁର୍ ନାଅଁରେ ପରବ୍ କର୍ସା । 7 ଆରି ସେ ସାତ୍ଦିନ୍ ଜାକ ତାଡି ନ ମିସ୍ଲା ରୁଟି କାଇସା, ଆରି ତାଡି ମିସ୍ଲା ରୁଟି ନ କାଆସ୍, ଦେସ୍ଜାକ ତାଡିରୁଟି ଦେକାଇ ନ ଅଏ । 8 ଆରି ସେ ଦିନେ ତମର୍ ପିଲାକେ ଜାନାଇସା ମିସର୍ ଦେସେ ଅନି ବାର୍କରାଇ ଆନ୍ବାବେଲେ ସବୁବେଲର୍ ମାପ୍ରୁ ଜାଇ ଜାଇ କାବାଅଇଜିବା କାମ୍ କଲା, ସେ ଦିନେ ତମର୍ ପିଲାମନ୍କେ ଏତାଇବାକେ ଜାନାଇସା । 9 ଆରି, ସବୁବେଲର୍ ମାପ୍ରୁର୍ ନିଅମ୍ ଜେନ୍ତାର୍ କି ତମର୍ ଟଣ୍ଡେ ରଇସି, ସେଟାର୍ ପାଇ ଏଟା ଚିନ୍ ପାରା ଅଇସି ଆରି ଆତେ ଆରି ଏତାଆ, ଆଁକି ମନର୍ ଲଗେ ରଇସା, ଜେନ୍ତାର୍ କି ସବୁବେଲର୍ ମାପ୍ରୁ ବପୁ ସଙ୍ଗ୍ ମିସର୍ ଦେସେ ଅନି ବାର୍ କରାଇ ଆନ୍ଲା । 10 ଏନ୍ତାରି ସବୁ ବରସେ ସମାନ୍ ବେଲାଇ ନିଅମ୍ ପାଲନ୍ କର୍ସା । 11 ସବୁବେଲର୍ ମାପ୍ରୁ ତମର୍ ଆନିଦାଦିମନ୍କେ ଜନ୍ ପର୍ମାନ୍ କରି ଆଚେ, ସେ ଇସାବେ କିଣାନ୍ ଦେସ୍ ତମ୍କେ ଦେଇସି । 12 ସେଡ୍କି ବେଲେ ତମର୍ ପର୍ତୁମ୍ ଜନମ୍ ଅଇଲା ପିଲା ଆରି ପସୁର୍ ପର୍ତୁମ୍ ଜନମ୍ କଲା ସବୁବେଲର୍ ମାପ୍ରୁର୍ ନାଅଁରେ ସର୍ପି ଦେଇସା, ସେଟା ସର୍ତେ ସବୁବେଲର୍ ମାପ୍ରୁର୍ଟା । 13 ଆରି ସେ ମେଣ୍ଡା ପିଲାର୍ ଲାଗି ପର୍ତୁମ୍ ଜନମ୍ ଅଇଲା ଗଦକେ ମୁକ୍ଲାଇସା; ଜଦି ନ ମୁକ୍ଲାଇଲାସ୍, ଜିଇବାଇ, ସେଟା ନ କଲେ ତାର୍ ଗାଲା ବାଙ୍ଗାଇ ଦେଇସା, ମାତର୍ ତମର୍ ଲକ୍ମନର୍ ପର୍ତୁମ୍ ଜନମ୍ ଅଇବା ସର୍ତେ ପିଲାକେ ଉଦାର୍ କର୍ସା । 14 ଜଦି ଆଇବା ଦିନ୍ ମନ୍କେ ତମର୍ ପିଲାଟକି ପାଚାର୍ଲେ କଇସା, ଆମେ ମିସର୍ ଦେସେ ଗତି ଦାଙ୍ଗ୍ଡା ଅଇ ରଇଲୁକେ ସବୁବେଲର୍ ମାପ୍ରୁ ତାର୍ ବପୁ ସଗତ୍ ସଙ୍ଗ୍ ଆମ୍କେ ବାର୍ କରାଇ ଆନ୍ଲା । 15 ସେଡ୍କିବେଲେ ପାର ରାଜା ଆମ୍କେ ନ ଚାଡତେ ରଇଲାକେ, ସବୁବେଲର୍ ମାପ୍ରୁ ମିସରିଅ ଲକର୍ ଆରି ପାର ରାଜାର୍ ପର୍ତୁମ୍ ପିଲା ଆରି ପସୁର୍ ପର୍ତୁମ୍ ପାକାଇଲା ପିଲାକେ ମରାଇଲା, ସେଟାର୍ପାଇଁ ପର୍ତୁମ୍ ପିଲା ଆରି ପସୁର୍ ପର୍ତୁମ୍ ପକାଇଲାଟା ସର୍ପି ଦେବାକେ ଅଇସି, ସେ ପର୍ତୁମ୍ ପିଲା ସର୍ତେ ଲକ୍କେ ଉଦାର୍ କର୍ସି । 16 ଏଟା ଚିନ୍ ପାରା ତମର୍ ଆତେ ଆରି କାପାଲେ ତୁଆଲ୍ ପାରା ତମର୍ ଆଁକି ରୁଦୟ୍ ଜାଗା ଲଗେ ରଇସି, ତେବେ ସବୁବେଲର୍ ମାପ୍ରୁ ମିସର୍ ଦେସେ ଅନି ତାର୍ ବପୁ ଦେକାଇ ବାର୍ କରାଇ ଆନ୍ଲା ।
17 ତାର୍ପଚେ ପାରରାଜା ଲକ୍ମନ୍କେ ଚାଡି ଦେଲା ପଚେ, ପଲେସ୍ଟିଅ ଦେସେ କେଟ୍ବାକେ ଲଗେ ରଇଲା ମାତର୍ ପର୍ମେସର୍ ସେ ବାଟେ ଜିବାକେ ପାଟାଏ ନାଇ, କାଇକେବଇଲେ ପର୍ମେସର୍ କଇଲା, ଏ ବାଟେ ଗାଲେ ମାରା ମାରି ଅଇବାଟା ଦେକ୍ଲେ ଆର୍ତରେକ୍ ବାଉଡି ମିସର୍ ଦେସେ ଉଟି ଜିବାଇ । 18 ସେଟାର୍ପାଇଁ ପର୍ମେସର୍ ସେମନ୍କେ ବାଙ୍କ୍ ଟେଙ୍କ୍ ବାଟ୍ ବୁଲାଇ ସୁପ୍ ସାଗର୍ ବାଟେ ଇଣ୍ଡାଇଲା ଆରି ଇସ୍ରାଇଲର୍ ଲକ୍ ସେ ବାଟେ ତିଆର୍ ଅଇ ମିସର୍ ଦେସେ ଅନି ବାରଇ ଇଣ୍ଡ୍ଲାଇ ।
19 ଆରି ମସା ଜସେପ୍ର ଆଡ୍ ଦାରି ଆଇଲା, କାଇକେବଇଲେ ଇସ୍ରାଇଲର୍ ଲକ୍ମନ୍କେ ଡାଣ୍ଟ୍ ସଙ୍ଗେ ପର୍ମାନ୍ କରାଇ କରି କଇ ରଇଲା, ପର୍ମେସର୍ ଗଟେକ୍ ଦିନ୍ ମିସର୍ ଦେସେ ଅନି ବାର୍ କରାଇ ନେଇସି, ସେଡ୍କିବେଲେ ମର୍ ଆଡ୍ ଦାରି ଜାଇସା
20 ତାର୍ପଚେ ଇସ୍ରାଏଲର୍ ଲକ୍ ସୁକ୍ତ ତେଇ ଅନି ଇଣ୍ଡ୍ବାର୍ ଆରାମ୍ କରି ଗଟେକ୍ ଡଙ୍ଗର୍ ପାଲିର୍ ଏତେମ୍ ବଲବା ଗାଏଁ କୁଡିଆ କଲାଇ । 21 ତେଇଅନି ସେମନ୍ ଜେନ୍ତାର୍ କି ରାତି ଦିନ୍ ଇଣ୍ଡି ପାରତ୍, ଏଟାର୍ ପାଇ ସବୁବେଲର୍ ମାପ୍ରୁ ଦିନ୍ ବେଲା ଇଣ୍ଡ୍ବାକେ ମେଗୁଆ ପାଗ୍ ଆରି ରାତିଆ ଇଣ୍ଡ୍ବାକେ ଜଇ ଅଲାପାରା ଉଜଲ୍ ଅଇ ଆଗତୁ ଆଗ୍ତୁ ଗାଲା । 22 ସବୁବେଲର୍ ମାପ୍ରୁ ସେ ଲକ୍ମନର୍ ତେଇଅନି ଦିନ୍ ବେଲା ମେଗୁଆ ପାଗ୍ ଆରି ରାତିଆର୍ ଜଇ ଉଜଲ୍ ଗୁଚାଏ ନାଇ ।