1 ତାରପାଚେ ବସ୍ଚଲେଲ୍ ଆକାସିଆ ପାଟା ସଙ୍ଗେ ଦୁଇଆତ୍ ଅଦା ଲମ୍, ଆତେକ୍ ଅଦ୍ ଅସାର୍, ଆରି ଆତେକ୍ ଅଦ୍ ଉଚାର୍ ଗଟେକ୍ ପେଡି ତିଆର୍ କଲା 2 ଆରି ତାର୍ ବିତ୍ରେ ନିର୍ମଲ୍ ସୁନା ସଙ୍ଗେ ଡସାଇ ତାର୍ ଚାରିବେଟ୍ତି ସୁନାର୍ କୁଡ୍ କଲାଇ । 3 ଆରି ତାର୍ ଚାରି କନର୍ ପାଇ ଚାର୍ଟା ସୁନାର୍ କଡୁ ତିଆର୍ କଲାଇ, ତାର୍ ଗଟେକ୍ ତାଡେ ଅନି ଦୁଇଟା, ଆରିଗଟେକ୍ ତାଡେ ଦୁଇଟା ପାକାଇଲାଇ । 4 ଆରି ସେ ଆକାସିଆ ଗଚ୍କେ କନା ତିଆର୍ କରି ସୁନା ଡସାଇଲାଇ । 5 ପେଡି ବଇବାକେ ପେଡିତେଇ ଲାଗାଇଲା କଡୁ ତେଇ କନା ଚିଙ୍ଗ୍ଲାଇ ପୁରାଇଲାଇ । 6 ନିର୍ମଲ୍ ସୁନା ସଙ୍ଗେ ଡାବାଇ ଦୁଇ ଆତ୍ ଅଦା ଲମ୍, ଆତେକ୍ ଅଦ୍ ଅସାରର୍, ଗଟେକ୍ ପାପ୍ ଡାବ୍ବାକେ ଡାବ୍ନା ତିଆର୍ କଲାଇ । 7 ଆରି ମୁଟ୍ଲା ସଙ୍ଗେ ସୁନାର୍ ଦୁଇଟା ଦୁତ୍ ତିଆର୍ କରି, ଆରି ପାପର୍ ଡାବ୍ନାର୍ ଦୁଇ ମୁଣ୍ଡେ ବସାଇଲାଇ । 8 ଏ ମୁଣ୍ଡେ ଗଟେକ୍ ସେ ମୁଣ୍ଡେ ଗଟେକ୍ ଦୁଇଟା ଦୁତ୍ ପାପ୍ ଡାବ୍ଲା ଡାବ୍ନା ତିଆର୍ କରି ଡାବ୍ନାର୍ ଦୁଇ ମୁଣ୍ଡେ ବସାଇଲାଇ । 9 ଦୁତ୍ମନର୍ ଡେନା ଟେକି ଅଇ ଡାବ୍ନାକେ ଡାବି ଅଇ ରଇଲା, ଆରି ତାକର୍ ଟଣ୍ଡ୍ ଜଡି ଅଇଲା ପାରା ରଇଲା, ମାତର୍ ମୁଆଟ୍ ବାଟେ କିରୁବ୍ ମନର୍ ମୁ ରଇଲା ।
10 ବସ୍ଚଲେଲ୍ ଆକାସିଆ ପାଟା ସଙ୍ଗେ ଦୁଇଆତ୍ ଲମ୍, ଆତେକ୍ ଅସାର୍ ଆରି ଆତେକ୍ ଅଦ୍ ଅସାର୍ ଗଟେକ୍ ଟେବୁଲ୍ ତିଆର୍ କଲାଇ । 11 ଆରି ସେଟାକେ ନିର୍ମଲ୍ ସୁନା ସଙ୍ଗେ ଡାବାଇଲା, ଆରି ତାର୍ ଚାରିବେଟ୍ତି ସୁନାର୍ କାନ୍ତି ତିଆର୍ କଲା । 12 ଆରି ତାର୍ ଚାର୍ବେଟ୍ତି ଚାରି ଆଙ୍ଗୁଲର୍ କୁଣ୍ଡି ତିଆର୍ କଲା ଆରି କୁଣ୍ଡିର୍ ଚାରିବେଟ୍ତି ସୁନାର୍ କାନ୍ତି ତିଆର୍ କଲା । 13 ଆରି ସୁନାର୍ ଚାର୍ଟା କଡୁ ତିଆର୍ କରି ଚାରିକନେ ଡସାଇଲାଇ । 14 ସେ କଡୁତେଇ କନା ପୁରାଇ ଟେବୁଲ୍ ବଇବାକେ ପାଟାର୍ ପାଲିକେ କାଣା ରଇଲା । 15 ଆରି ସେ ଟେବୁଲ୍ ବଇବାକେ ଆକାସିଆ କନା ତିଆର୍ କରି ସୁନା ଡସାଇ ରଇଲାଇ । 16 ଆରି ସେ ଟେବୁଲ୍ ଉପ୍ରେ ତାଲା, ଗିନା, ଚଟୁ, ପାନି ଡୁମ୍ବାକେ ମୁତା ନିର୍ମଲ୍ ସୁନାର୍ଟା ସଙ୍ଗେ ତିଆର୍ କଲାଇ ।
17 ଆରି ସେ ନିର୍ମଲ୍ ସୁନା ସଙ୍ଗେ ଦିପ୍ ଲାଗାଇବାଟା ତିଆର୍ କଲାଇ, ସେଟା ଗଣ୍ଡିକେ ଆରି କେନ୍ଦାକେ ସୁନାର୍ ମୁଟ୍ଲା ତିଆର୍ କଲା ଆରି ତେଇର୍ପୁର୍ ବାଗ୍, କଲିକା ଆରି ପୁଲ୍ ତେଇ ପାରା ତିଆର୍ କଲାଇ ଆରି ଡସାଇଲାଇ । 18 ସେ ଦିପ୍ ଲାଗାଇବାତେଇ ଅନି ଗଟେକ୍ ତାଡେ ଅନି ତିନ୍ଟା ସାକା, ଆରି ଆରିଗଟେକ୍ ତାଡେ ଅନି ତିନ୍ଟା ସାକା,ଏନ୍ତାର୍ ଚଅଟା ସାକା ତେଇ ଅନି ବାରଇଲା । 19 ଗଟେକ୍ କେନ୍ଦା ବାଦାମ୍ ପୁଲ୍ ପାରା ତିନ୍ଟା ଗୁଲାଟା ଡୁଣ୍ଡି ଆରି ପୁଲ୍, ଆରିଗଟେକ୍ ତାଡେ ତିନ୍ଟା ଗୁଲାଟା ଡୁଣ୍ଡି ଆରି ପୁଲ୍, ଏନ୍ତାରି ଚଅଟା ସାକାଇ ରଇଲା । 20 ମାତର୍ ଦିପ୍ ଲାଗାଇବା ତେଇ ବାଦାମ୍ ପୁଲ୍ ପାରା ଚାର୍ଟା ଗୁଲାଟା ଡୁଣ୍ଡି ଆରି ପୁଲ୍ ରଇଲା । 21 ଆରି ତେଇ ଅନି ଜନ୍ ଚଅଟା ସାକା ବାରଇଲା, ସେ ଇସାବେ ଗଟେକ୍ ସାକାତଲେ ଗଟେକ୍ ଡୁଣ୍ଡି ଆରି ଗଟେକ୍ କେନ୍ଦା ଆରି ଗଟେକ୍ ଡୁଣ୍ଡି ରଇଲା । 22 ଏ ଡୁଣ୍ଡି ଆରି ସାକା ମିସି ଗଟେକ୍ ଅଇଲା, ସେଟା ନିର୍ମଲ୍ ସୁନା ସଙ୍ଗେ ଡସାଇଲାଇ ଆରି ଗଟେକ୍ ମୁଟ୍ଲା ମାର୍ଲା କାମ୍ ପାରା ଅଇଲା । 23 ଆରି ସେଟାର୍ପାଇଁ ସାତ୍ଟା ଦିପ୍, ଚିମ୍ଟା ଆରି ଅର୍କି ନିର୍ମଲ୍ ସୁନା ସଙ୍ଗେ ତିଆର୍ କଲାଇ । 24 ସେ ତିରିସ୍ ପାଞ୍ଚ୍ କେଜି ନିର୍ମଲ୍ ସୁନା ସଙ୍ଗେ ତେଇ ଲାଗ୍ବା ସର୍ତେ ଜିନିସ୍ ନିର୍ମଲ୍ ସୁନା ସଙ୍ଗେ ତିଆର୍ କଲାଇ ।
25 ଆକାସିଆ ପାଟା ସଙ୍ଗେ ଗଟେ ଆତ୍ ଲମ୍ ଆରି ଗଟେଆତ୍ ଅସାର୍ ଆରି ଦୁଇ ଆତ୍ ଉଚାର୍ ଚାରି କନିଆର୍ ଦୁପ୍ ବେଦି ତିଆର୍ କଲାଇ, ଆରି ସିଙ୍ଗ୍ ପାରା ଚାର୍ଟା ତିଆର୍ କଲାଇ । 26 ଆରି ତାର୍ ବୁଡେ ଆରି ଚାରିବେଟ୍ତି ଆରି ସିଙ୍ଗ୍ ପାରା ରଇଲା ଚାର୍ଟାକେ, ନିର୍ମଲ୍ ସୁନା ସଙ୍ଗେ ଡସାଇଲାଇ, ସେଟା ଚାରିବେଟ୍ତି ସୁନାର୍ କାନ୍ତି କଲାଇ । 27 ଆରି କନା ପୁରାଇ ବଇବାକେ ଦୁଇ ପାଲିକେ ଦୁଇଟା ସୁନାର୍ କଡୁ ତିଆର୍ କଲାଇ । 28 ଆରି ଆକାସିଆ ଗଚ୍ ସଙ୍ଗେ କନା ତିଆର୍ କରି ସୁନା ଡସାଇଲାଇ ।
29 ତାର୍ପଚେ ସେମନ୍ ଅବିସେକ୍ କର୍ବା ସୁକଲ୍ ଚିକନ୍ ଆରି ବାସ୍ନାର୍ ଦୁପ୍ କାମ୍ କର୍ବାକେ ସୁଗନ୍ଦି ଜିନିସ୍ ନେଇ ସୁଗନ୍ଦି ଜିନିସ୍ ତିଆର୍ କଲାଇ।