1 ତମେ ଦୁପ୍ ଲାଗାଇବାକେ ଆକାସିଆ ପାଟା ସଙ୍ଗେ ଗଟେକ୍ ବେଦି ତିଆର୍ କରା 2 ସେଟା ଗଟେ ଆତ୍ ଲମ୍, ଗଟେ ଆତ୍ ଅସାର୍, ଦୁଇ ଆତ୍ ଉଚା ଅଇ ଚାର୍ କନିଆ କରି ସିଙ୍ଗ୍ ପାରା ଟେକ୍ସା । 3 ତାର୍ ଉପ୍ରେ, ଚାରିବେଟ୍ତି ଆରି ମୁଣ୍ଡର୍ ସିଙ୍ଗେ କେଟ୍ତେ ନିର୍ମଲ୍ ସୁନା ଲାଗାଇସା, ଆରି ଚାରିବେଟ୍ତି ଅନି ସୁନାର୍ ଅଟି ବାନ୍ଦ୍ସା । 4 ଆରି ବେଦିର୍ ତଲେ ଦୁଇ କନର୍ ଦୁଇ ପାଲିକେ ସୁନାର୍ ଦୁଇ ଦୁଇଟା କଡୁ କର୍ସା, ଆରି ବଇବାକେ କନାର୍ କାଣା କର୍ସା । 5 ସେଟା ଆକାସିଆ କନା ତିଆର୍ କର୍ସା ଆରି ସୁନା ଡସାଇସା । 6 ଆରି ଆମେ ଜନ୍ ଜାଗାଇ ତମର୍ ସଙ୍ଗେ ମିସ୍ବାକେ ଅଇସି ସେ ଜାଗାଇ ସାକି ପେଡି ତେଇର୍ ଉପର୍ ବାଗର୍ ଡାବାଇ ଅଇଲା ମୁଆଁଟେ ସାକି ପେଡିର୍ ମୁଆଁଟର୍ ଦବ୍ଲା ବସ୍ତର୍ ଉପ୍ରେ ଉତ୍ରାଇସା । 7 ଆରଣ ତାର୍ ଉପ୍ରେ ବାସ୍ନା ଦେଲା ସବୁଦିନ୍ ସାକାଲିଆ ଜାଇ ସପାସୁତ୍ରା କରି ବାସ୍ନା ଦୁପ୍ ଲାଗାଇସି । 8 ଆରି ସଞ୍ଜ୍ବେଲାଇ ଆରଣ ସରାଇ ବତି ଡସାଇଲାବଲେ ଦୁପ୍ ପଡାଇସି, ସେଟା ତମର୍ ଆନିଦାଦିମନର୍ ସବୁବେଲର୍ ତାର୍ପଚେ ତମର୍ ପିଡିପିଡି ମାପ୍ରୁର୍ ମୁଆଟେ ଦୁପର୍ ଦୁଆ ସୁବ୍ ଅଇସି । 9 ତମେ ତାର୍ ଉପ୍ରେ ଇତର୍ ଦୁପ୍ କି ଅମ୍ଦୁପ୍ କି ଅମ୍ ବଲି କି ମେଣ୍ଡା ନ ପୁଜାସ୍ କି ତାର୍ଉପ୍ରେ ଡୁକ୍ବା ଜିନିସ୍ ରକୁଆ ନାଇ । 10 ଆରି ଆରଣ ବରସ୍କେ ତରେକ୍ ସିଙ୍ଗର୍ ଉପ୍ରେ ପାପ୍ କେମା ମାଙ୍ଗ୍ସି, ଆରି ତମର୍ ଆନିଦାଦିମନର୍ ଇସାବେ ପାପେଅନି ସୁକଲ୍ ଅଇବାକେ ବରସ୍ କେ ତରେକ୍ ବଲି ଦେଇସି, ସେ ବେଦି ସବୁବେଲର୍ ମାପ୍ରୁର୍ ନାଅଁରେ ସୁକଲ୍ ବେଦି ଅଇସି ।
11 ଆରି ସବୁବେଲର୍ ମାପ୍ରୁ ମସାକେ କଇଲା, 12 ଜେଡ୍କିବେଲେ ତମେ ଇସ୍ରାଏଲର୍ ଲକ୍କେ ଏଜ୍ସା, ସେଡ୍କିବେଲେ ସର୍ତେ ଲକ୍ ନିଜର୍ ଜିବନ୍ ବଚାଇବାକେ ସବୁବେଲର୍ ମାପ୍ରୁର୍ ଲଗେ ସର୍ପି ଅଇଲେ, ସେମନ୍କେ ଏଜ୍ବାବେଲେ ମରନ୍ ନ ଆସେ । 13 ଜେ ଜଦି ଏଜ୍ବା ତେଇ ମିସି ଆଇସି, ସେ ସୁକଲ୍ ଜାଗାଇ ଦେବା ଇସାବେ ଅଦା ସକଲ୍ ଦେଇସି କଡେଟା ଗେରାରେ ଗଟେକ୍ ସେକଲ୍ ଅଇସି, ସେ ଅଦା ସେକଲ୍ ସବୁବେଲର୍ ମାପ୍ରୁକେ ଦାନ୍ ଦେବାଟା ଅଇସି । 14 ଜେ ଜଦି ଏଜ୍ବାତେଇ ଆଇସି ଆରି କଡେ ବରସ୍ ତେଇ ଅନି ଅଦିକ୍ ଅଇରଇସି, ସେ ସବୁବେଲର୍ ମାପ୍ରୁକେ ଏ ଦାନ୍ ଦେଇସି । 15 ତମେ ନିଜର୍ ନିଜର୍ ଜିବନ୍ ଜିଆଇବାକେ କେମା ମାଗି ସବୁବେଲର୍ ମାପ୍ରୁକେ ଦାନ୍ ଦେବାବେଲେ ସାଉକାର୍ ଲକ୍ ମିସା ଅଦା ସେକଲ୍ ତେଇ ଅନି ଜବର୍ ନ ଦିଆସ୍, କି ଦୁକିସୁକି ଲକ୍ ଉନା ନ ଦିଆସ୍ । 16 ଆରି ତମେ ଇସ୍ରାଏଲ୍ ଲକ୍ମନର୍ ତେଇ ଅନି ସେ କେମା ମାଗ୍ବାକେ ଦେଲା ରୁପା ଡାବୁ ନେଇ ସମାଗମ୍ ତମୁ ଲଗେ ଲାଗାଇସା, ସେଟା ତମର୍ ଜିବନ୍ ଜିଆଇବାକେ ଇସ୍ରାଏଲ୍ ପିଲାମନର୍ ଏତାଇବାକେ ସବୁବେଲର୍ ମାପ୍ରୁର୍ ମୁଆଟେ ରଇସା ।
17 ସବୁବେଲର୍ ମାପ୍ରୁ ମସାକେ କଇଲା, 18 ତମେ ଦଇବାକେ ପିତଲର୍ କୁଣ୍ଡି ଅଇ ପିତଲର୍ କୁଣ୍ଡି ସରା ତିଆର୍ କରି ସବା ଗରର୍ ବେଦିର୍ ମଜାଇ ସଙ୍ଗଇ ପାନି ରକୁଆ । 19 ତେଇ ଆରଣ ଆରି ତାର୍ ପିଲାମନ୍ ଆତ୍ ଗଡ୍ ଦଇବାଇ । 20 ସବୁବଲର୍ ମାପ୍ରୁର୍ ନାଅଁରେ ସେବା କର୍ବାକେ ଗର୍ ବିତ୍ରେ ପୁର୍ବାବେଲ ନ ମରତ୍, ସେଟାର୍ପାଇଁ ଆତ୍ ଗଡ୍ ଦଇ ବିତ୍ରେ ପୁର୍ବାଇ । 21 ସେଟାର୍ପାଇଁ ସେମନ୍ ନିଜର୍ ନିଜର୍ ଆତ୍ ଗଡ୍ ଦଇବାଇ,ଏ ବିଦି ତାକର୍ ବଁସର୍ ପିଡି ଜାକ ନାମ୍ବାଇ ।
22 ଆରି ସବୁବେଲର୍ ମାପ୍ରୁ ମସାକେ କଇଲା, 23 ତମେ ସୁକଲ୍ ଜାଗାଇ ନେବାକେ ପାଞ୍ଚ୍ ସଅ ନିଜେ ତିଆର୍ କଲା, ବାସ୍ନା ଚିକନ୍ ଆରି ତାର୍ ଅଦା, ଦୁଇ ସଅ ପଚାସ୍ ଡାଲ୍ଚିନି ଆରି ଦୁଇ ସଅ ପଚାସ୍ ବାସ୍ନା ଦୁପ୍ କାଡି । 24 ପାଞ୍ଚ୍ ସଅ ସେକଲ୍ ଗୁଡ୍ ଆରି ଗଟେକ୍ ଇନ୍ ଜିତ୍ ଚିକନ୍ ଜମାଇସା । 25 ଏ ସର୍ତେ ଜାକ ଅବିସେକ୍ କର୍ବାକେ ସୁକଲ୍ ଚିକନ୍, ଆରି, ବାସ୍ନା ଚିକନର୍ କାମ୍ ଅନୁସାରେ ତେଲ୍ ଜମାଇସା, ସେଟା ଅବିସେକ୍ କର୍ବା ଚିକନ୍ ଅଇସି । 26 ସଟା ତମେ ନେଇ ସମାଗ୍ମ ତମୁ, ଆରି ସାକି ପେଡି, 27 ଆରି ଟେବୁଲ୍, ବଲି କର୍ବା ଗିନା ତାଲା, ଦିପ୍ରକା ଆରି ତେଇ ବଲି କର୍ବା ଗିନାତାଲି 28 ଆରି ଦୁପ୍ ବେଦି, ଆରି ତେଇର୍ ବଲି କର୍ବା ଗିନାତାଲା, ଆତ୍ ଗଡ୍ ଦଇବା କୁଣ୍ଡି, ଆରି ତୁଆଲ୍ ଅଲାଇବା ଆକୁଡା କେ ଅବିସେକ୍ କର୍ସା । 29 ଏ ସର୍ତେ ଜିନିସ୍କେ ସୁକଲ୍ କର୍ସା, ସେଟା ବଡ୍ ସୁକଲ୍ ଅଇସି, ଜନଟାକକେକି ସେ ଚିଇସି ସେଟା ସୁକଲ୍ ଅଇସି । 30 ଆରି ଆରଣକେ ଆରି ତାର୍ ପିଲାମନ୍କେ ମର୍ ଜାଜକ୍ କାମ୍ କର୍ବାକେ ଅବିସେକ୍ କରି ସୁକଲ୍ କରା । 31 ଆରି ଇସ୍ରାଏଲର୍ ଲକ୍କେ କଇସା, ତମର୍ ଆଇବା ପିଡିର୍ ପାଇ ଏଟାମର୍ ଅବିସେକ୍ କର୍ବା ସୁକଲ୍ ଚିକନ୍ ଅଇସି । 32 ଲକର୍ ଗାଗ୍ଡେ ଡାଲା ନଇ, ଆରି ଜେତ୍କି ମିସାଇ ଚିକନ୍ କରି ଆଚାସ୍, ସେତ୍କି ସେ ମିସାଇ କର୍ସା ଆରି ଅଦିକ୍ ନ ମିସାଆସ୍, ସେଟା ତମର୍ ପାଇ ସୁକଲ୍ ଅଇସି । 33 କେ ଜଦି ସେ ରକାମର୍ଟା ତିଆର୍ କର୍ସି, ଆରି ବିନ୍ ଲକର୍ ଗାଗ୍ଡେ ଲାଗାଇବାକେ ଦେଇସି, ସେ ମାପ୍ରୁର୍ ଲଗେ ଅନି ବାରଇ ଅଲ୍ଗା ଜାଇସି ।
34 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତୁମେ ନିଜର୍ ପାକେ ବାସ୍ନା ଜିନିସ୍, ଜେନ୍ତାର୍କି ତମେ ଗୁଗ୍ଗୁଲ୍, ନକି, କୁନ୍ଦୁରୁ ଆରି ନିର୍ମଲ୍ ଲବାନ୍ ଏଟା ସର୍ତେ ସମାନ୍ ବାବ୍ରେ ବାସ୍ନାଟା ଜମାଇସା । 35 ଆରି, ସେଟା ସଙ୍ଗେ ବାସ୍ନା ଚିକନ୍ ତାର୍ କର୍ସା ଆରି ନୁନ୍ ମିସାଇ ଗଟେକ୍ ସୁକଲ୍ ବାସ୍ନା ଦୁପ୍ ତିଆର୍ କର୍ସା । 36 ସେଟା କଣ୍ଡେକ୍ ଗୁଣ୍ଡ କରି ଜନ୍ ସମାଗମ୍ ତୁମ୍ ମୁଇ ତମର୍ ସଙ୍ଗେ ମିସ୍ବି, ସେ ଜାଗାର୍ ସାକି ପେଡି ମୁଆଟେ ସଙ୍ଗଇସା; ସେଟା ତମର୍ ପାଇ ବଡ୍ ସୁକଲ୍ ଅଇସି । 37 ଆରି ତମେ ଜନ୍ ବାସ୍ନା ଜିନିସ୍ ତିଆର୍ କର୍ସା ,ତେଇ ମିସ୍ବା ଜିନିସ୍ ନିଜର୍ ଇସାବେ ମିସାଆ ନାଇ, ସେଟା ତମର୍ ପାଇ ସବୁବେଲର୍ ମାପ୍ରୁର୍ ନାଅଁରେ ସୁକଲ୍ଅ । 38 କେ ଜଦି ମର୍ ଗିନ୍ ଇସାବେ ନ ମିସ୍ବା ବାସ୍ନା ଦୁପ୍ ତିଆର୍ କର୍ସି, ସେ ମର୍ ଲଗେଅନି ବାରଇ ଜାଇସି ।