1 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ସୁନ୍, ମୁଇ ତକେ ପାର ରାଜାର୍ ଲଗେ ମାପ୍ରୁ ପାରା ବାଚିଆଚି ଆରି ତର୍ ବାଇ ଆରନ୍ ତର୍ ବବିସତ୍ବକ୍ତା ଅଇସି । 2 ମୁଇ ତକେ ଜାଇ ଜାଇ କାତା ଆଦେସ୍ ଦେବି, ସେଟା ସବୁ କଇସୁ, ଆରି ତମର୍ ବାଇ ଆରଣ ଇସ୍ରାଏଲ୍ ଦେସର୍ ଲକ୍କେ ମିସର୍ ଦେସ୍ ଅନି ଚାଡାଇବାକେ ପାର ରାଜାକେ କଇସି । 3 ଆରି ପାର ରାଜାର୍ ମନ୍କେ ଆମେ ଡାଟ୍ କରି ଦେବି ଆରି ମିସର୍ ଦେସେ ଆମର୍ ଚିନ୍ ଆରି କାବା ଅଇଜିବା କାମ୍ କର୍ବି । 4 ଅଇଲେ ମିସା ପାରରାଜା ତମର୍ କାତାକେ ନ ସୁନେ, ସେଟାର୍ପାଇଁ ମିସର୍ ଦେସ୍ ଉପ୍ରେ ବଡ ଡଣ୍ଡ୍ କରି ଆମର୍ ସନିଅକେ ଆରି ଇସ୍ରାଏଲର୍ ଲକ୍ମନ୍କେ ବାର୍କରାଇ ଆନ୍ବି । 5 ଆରି, ମିସରର୍ ବିରଦେ ନିଜର୍ ଆତ୍ ଲାମାଇ କରି ସେମନର୍ ବିତ୍ରେ ଅନି ଇସ୍ରାଏଲର୍ ଲକ୍ମନ୍କେ ବାର୍କରାଇ ଆନ୍ବି, ସେଡ୍କିବେଲେ ଜାନ୍ବାଇ ଜେ ମୁଇ ସବୁବେଲର୍ ମାପ୍ରୁ । 6 ତାରପଚେ ସବୁବେଲର୍ ମାପ୍ରୁର୍ ଆଦେସ୍ ଇସାବେ ମସା ଆରି ଆରଣ ସେ ପାରା କାମ୍ କଲାଇ ।
7 ପାରର୍ ସଙ୍ଗେ କାତାବାର୍ତା ଅଇଲା ବେଲେ ମସାକେ ଅସେ ବରସ୍ ଆରି ଆରଣକେ ତେଆଅସି ବରସ୍ ଅଇ ରଇଲା ।
8 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ ଆରି ଆରଣକେ କଇଲା, 9 ତମେ ନିଜର୍ ପାଇ କାଇଆଲେ ଚିନ୍ ଦେକାଆ ବଲି ପାର ରାଜା ତମ୍କେ କଇସି, ତମେ ଆରଣକେ କଇସା, ତର୍ ଡାଙ୍ଗ୍ ନେଇକରି ପାର ରାଜାର୍ ମୁଆଟେ ପିଙ୍ଗ୍, ତାର୍ପଚେ ସେ ଡାଙ୍ଗ୍ ସାଁପ୍ ଅଇଜାଇସି । 10 ତାର୍ପଚେ ମସା ଆରି ଆରଣ ପାରରାଜାର୍ ଲଗେଜାଇ ସବୁବେଲର୍ ମାପ୍ରୁର୍ କାତା ଇସାବ୍ରେ କାମ୍ କଲାଇ; ଆରି ଆରଣ, ପାରରାଜା ଆରି ତାକର୍ ଗତିଦାଙ୍ଗ୍ଡା ମନର୍ ମୁଆଟେ ତାର୍ ଡାଙ୍ଗ୍ ପିଙ୍ଗି ଦେଲାକେ, ସେଟା ସାଁପ୍ ପାସ୍ଲି ଗାଲା । 11 ତାର୍ପଚେ ପାରରାଜାର୍ ନିଜର୍ ପଣ୍ଡିତ୍ମନ୍କେ ଆରି ଗୁନିଆଁମନ୍କେ ଡାକିକରି କଇଲା, ତେଇ ମିସର୍ ଦେସର୍ ମତର୍ ପଡୁମନ୍ ମିସା ସେମନର୍ ମାଆଁରେ ସେରକାମ୍ କଲାଇ । 12 ଆରି, ସେମନ୍ ସବୁଲକ୍ ନିଜର୍ ନିଜର୍ ଡାଙ୍ଗମନ୍ ତଲେ ପିଙ୍ଗିଦେଲାକେ, ସେ ସବୁଜାକ ଡାଙ୍ଗ୍ ସାପ୍ ପାସଲ୍ଲାଇ, ମାତର୍ ଆରଣର୍ ସାଁପ୍ ସେମନର୍ ସବୁଜାକ ସାଁପ୍କେ ଗିଲିଦେଲା । 13 ତାର୍ପଚେ ସବୁବେଲର୍ ମାପ୍ରୁର୍ ବାକିଅ ଅନୁସାରେ ପାର ରାଜାର୍ ମନ୍କେ ଆଁଟ୍କଲା, ଆରି ସେ ସେମନର୍ କାତାକେ ମନ୍ଦିଆନ୍ ଦେଏନାଇଁ ।
14 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ପାର ରାଜାର୍ ମନ୍ ବେସି ଆଁଟ୍ ଅଇଲା, ସେଟାର୍ପାଇଁ ସେ ଲକ୍ମନ୍କେ ଜିବାକେ ମାନା କଲାନି । 15 ସେଟାର୍ପାଇଁ ତମେ ସାକାଲ୍ ସାକାଲ୍ ପାର ରାଜାର୍ ଲଗେ ଜାଆ; ଦେକା, ସେ ନିଲିଆ ଗାଡ୍ ବାଟେ ଜାଇ ରଇସି, ତମେ ଗାଡ୍ କଣ୍ଡି ଟିଆଅଇ ରୁଆ, ଆରି ଜନ୍ ଡାଙ୍ଗ୍ ସାଁପ୍ ଅଇରଇଲା ସେ ଡାଙ୍ଗ୍କେ ମିସା ଦାରି ଜାଇ ରୁଆ । 16 ଆରି ତମେ ପାର ରାଜାକେ କୁଆ, ଏବିରିଅ ମନର୍ ସବୁବେଲର୍ ମାପ୍ରୁ ପରମେସର୍ ମକେ ତମର୍ ଲଗେ କଇପାଟାଇଲା, ତମେ ଆମର୍ ଲକମନକେ ମରୁବାଲି ବୁଏଁ ସେବା କର୍ବାକେ ଚାଡି ଦେସ୍, ମାତର୍ ଦେକ୍, ତୁଇ ଏବ୍କେ ଜାକ ଆମର୍ କାତାକେ ମନ୍ଦିଆନ୍ ଦେଉସ୍ ନାଇ । 17 ସବୁବେଲର୍ ମାପ୍ରୁ ଏ ରକାମ୍ କଇଲାନି, ଆମେ ଜେ ସବୁବେଲର୍ ମାପ୍ରୁ, ଏଟାକେ ତମେ ମନେ ରକିରୁଆ; ଦେକ୍ ଆମେ ଦାର୍ଲା ଆତର୍ ଡାଙ୍ଗ୍କେ ଗାଡ୍ର ପାନିକେ ଚିଆଇ ଦେବୁ ବଇଲେ ପାନି ବନି ପାସ୍ଲି ଜାଇସି । 18 ଆରି ଗାଡେ ରଇଲା ମାଚ୍ମନ୍ ସର୍ତେଜାକ ମରିଜିବାଇ ଆରି ଗାଡ୍ ଗନ୍ଦି ଜାଇସି; ତାର୍ପଚେ ମିସରର୍ ଲକ୍ମନ୍ ପାନି କାଇବାକେ ଗିନ୍ କର୍ବାଇ । 19 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ଆରଣକେ ଏ କାତା କଅ, ତର୍ ଡାଙ୍ଗ୍ ଦାରି ମିସର୍ ଦେସେ ରଇଲା ଗାଡ୍, ବନ୍ଦ୍, ନାଲ୍, ଜଲା ନାଅ ଦାରି ପାନି ତେଇ ଚିଆଇ ଦେସ୍, ତେବର୍ପାଇ ସବୁତେଇର୍ ପାନି ବନି ଅଇଜାଇସି; ଆରି ମିସର୍ଦେସର୍ ସବୁଜାକ କାଟର୍ ଆଣ୍ଡିର୍ ଆରି ପାକ୍ନା ଆଣ୍ଡିତେଇ ରଇବା ପାନି ମିସା ବନି ପାସ୍ଲି ଜାଇସି । 20 ତାର୍ପଚେ ମସା ଆରି ଆରଣ ସବୁବେଲର୍ ମାପ୍ରୁର୍ କାତା ଇସାବେ ସେ ରକାମ୍ କଲାଇ; ସେ ଡାଙ୍ଗ୍ ନେଇକରି ପାରରାଜାର୍ ଆରି ତାର୍ ଗତିଦାଙ୍ଗ୍ଡା ମନର୍ ମୁଆଁଟେ ଗାଡର୍ ପାନିକେ ଚିଆଇ ଦେଲାଇ; ତାର୍ପଚେ ଗାଡର୍ ସବୁଜାକ ପାନି ବନି ପାସ୍ଲି ଗାଲା। 21 ଗାଡେ ରଇଲା ସରତେ ମାଚ୍, ବେଙ୍ଗ୍, କାକଡା, କିଡାକୁଡି ମରିଗାଲାଇ କେ, ଗାଡ୍ ଗନ୍ଦି ଗାଲା, ତାର୍ପଚେ ମିସର୍ ଦେସର୍ ଲକ୍ମନ୍ ଗାଡର୍ ପାନିକେ କାଇନାପାର୍ଲାଇ, କାଇକେବଇଲେ ମିସର୍ ଦେସର୍ ସର୍ତେ ଜାକ ପାନି ବନି ପାସ୍ଲିଗାଲା । 22 ସେଡକିବେଲେ ମିସରର୍ ଦିସାରିମନ୍ ମିସା ନିଜର୍ ଜଲ୍କାରେ ସେରକାମ୍ କଲାଇ, ତାର୍ପଚେ ସବୁବେଲର୍ ମାପ୍ରୁର୍ ବାକିଅ ଇସାବ୍ରେ ପାର ରାଜାର୍ ମନ୍ ଡାଟ୍ ଅଇଲା ଆରି ସେମନର୍ କାତାକେ ମନ୍ଦିଆନ୍ ଦେଏ ନାଇନି । 23 ତାର୍ପଚେ ପାର ରାଜା ମୁଁ କେ ବୁଲାଇକରି ଗରେ ଗାଲା, ଏ କାତାକେ ମନ୍ଦେଏ ନାଇ । 24 ଆରି ମିସରର୍ ସରତେ ଲକ୍କେ ଗାଡର୍ ପାନି କାଇନାପାରି, କାଇବା ପାନିର୍ପାଇ ଗୁଲାଇ ଗାଡ୍ ଚାରିବେଡ୍ତି କାଲ୍ କଲାଇ। 25 ସବୁବେଲର୍ ମାପ୍ରୁ ଗାଡର୍ ପାନିକେ ନସ୍ଟକରି ସମାନ୍ ସାତ୍ ଦିନ୍ କେଟିଗାଲା।