1 ତାର୍ପଚେ ମସା ଇସ୍ରାଏଲର୍ ସର୍ତେ ଲକ୍ମନ୍କେ ସବୁ ମଣ୍ଡ୍ଲିକେ ଡାକି କଇଲା, ସବୁବେଲର୍ ମାପ୍ରୁ ତମ୍କେ ଏଇ ସର୍ତେ ବାକିଅ ମାନ୍ବାକେ ଆଦେସ୍ ଦେଲାଆଚେ । 2 ଚଅ ଦିନ୍ କାମ୍ କର୍ସା, ମାତର୍ ସାତ୍ ଦିନେ ତମର୍ ପାଇ ସୁକଲ୍ ଦିନ୍ ଅଇସି, ସେଟା ସବୁବେର୍ ମାପ୍ରୁର୍ ନାଉଁରେ ବଡ୍ ବିସ୍ରାମ୍ ଦିନ୍ ଅଇସି, କେ ଜଦି ସେ ଦିନେ କାମ୍ କର୍ସା, ତାର୍ ମରମ୍ ଅଇସି । 3 ତମେ ବିସ୍ରାମ୍ ଦିନେ ତମର୍ ରାନ୍ଦ୍ବା ଗରେ ଜଇ ନ ଲାଗାଆସ୍ ।
4 ମସା ଇସ୍ରାଏଲର୍ ଲକ୍କେ ଡାକି ଆରି ତରେକ୍ କଇଲା, ସବୁବେଲର୍ ମାପ୍ରୁ ଗଟେକ୍ ଆଦେସ୍ ଦେଲାଆଚେ । 5 ତମେ ସବୁବେଲର୍ ମାପ୍ରୁର୍ ନାଅଁରେ ତମର୍ ଲଗେ ଅନି ଚାନ୍ଦା ଉଟାଆ, କେ ଜଦି ନିଜର୍ ମନ୍ ଆଚେ, ସେ ସବୁବେଲର୍ ମାପ୍ରୁର୍ ନାଅଁରେ ରୁପା, ସୁନା, ପିତଲ୍, 6 ଆରି ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା ଆରି ଚେଲିର୍ ବାଲ୍, 7 ଆରି ନିଲିଆ ରଙ୍ଗର୍ ମେଣ୍ଡାର୍ ବାଲ୍, ପିଲା ମେଣ୍ଡାର୍ ଚାମ୍ ଆରି ଆକାସିଆ ପାଟା , 8 ଆରି ସରାଇ ବତି ଡସାଇବା ଚିକନ୍, ଆରି ଅବିସେକ୍ କର୍ବା ଚିକନ୍ ଆରି ବାସ୍ନା ଦୁପ୍, 9 ଆରି ଏପଦ୍, ବୁକୁପଟା ତିଆର୍ କର୍ବାକେ ଗରୁ ଚୁନ୍ ଆରି ଡସାଇବାକେ ମଣି, ଏଟା ସର୍ତେ ସବୁବେଲର୍ ମାପ୍ରୁର୍ ନାଅଁରେ ଦାନ୍ ଆନ୍ସା ।
10 ଆରି ତମର୍ ମାନ୍ଦାଇ ଅନି କେତେ ବୁଦିମାନ୍ଲକ୍ କାମ୍ କର୍ବାକେ, ସେମନ୍ ସବୁବେଲର୍ ମାପ୍ରୁ କାଇଟା ଆଦେସ୍ ଦେଲେ, ସେଟା ତିଆର୍ କର୍ସା । 11 ଜନ୍ଟା କି ସମାଗମ୍ ତୁମ୍, ତେଇର୍ ତୁମ୍, ଚାତ୍, ଆକୁଡା, ପାଟା, ଗାଡା, କୁଟ୍ ଆରି କୁଟି, 12 ଆରି ପେଡି, ବଇବା କନା, ପାପ୍ ଡାବ୍ନା, ଆରି ଅଚାଇବା ବସ୍ତର୍, 13 ଆରି ଟେବୁଲ୍, ତେଇର୍ ବଇବା କନା, ସବୁ କଣ୍ଡି ଗିନା, ଆରି ଦର୍ସନିଅ ରୁଟି, 14 ଆରି ଦିପ୍ ଲାଗାଇବା କୁଟ୍, ସଙ୍ଗଇବା ଗାମ୍ଲା, ସରା, ଆରି ଦିପ୍ ଲାଗାଇବା ଚିକନ୍, 15 ଆରି ଦୁପ୍ ବେଦି, ତେଇର୍ ବଇବା କନା, ଅବିସେକ୍ କର୍ବା ଚିକନ୍, ବାସ୍ନା ଦୁପ୍ ଆରି ତୁମ୍ ବାଟର୍ ଡାବ୍ବା ପାର୍ଦା, 16 ଆରି ଅମ୍ ବେଦି, ପତଲ୍ ସିକ୍ଲି, ବଇବା କନା, ଗାମ୍ଲା ଆରି ପାନି ସଙ୍ଗଇବା କୁଣ୍ଡି, 17 ବାନ୍ଦ୍ବା ପର୍ଦା, ତେଇର୍ କୁଟ୍, କୁଟି,ଆରି ବାଟେ ଅଲାଇବା ପର୍ଦା, 18 ଆରି ତୁମ୍ର କୁଟି, ପର୍ଦାର୍ କୁଟି ଆରି ଦୁଇଟାର୍ ଡର୍, 19 ଆରି ସୁକଲ୍ ଜାଗାଇ ପୁରି ସେବା କର୍ବା କେ ନିକ ବସ୍ତର୍, କଇବାକେ ଗାଲେ ଆରଣ ଜାଜକ୍ କାମ୍ କର୍ବାକେ ସୁକଲ୍ ବସ୍ତର୍ ଆରି ତାର୍ ପିଲାମନର୍ ଜାଜକ୍ ବସ୍ତର୍ ତିଆର୍ କର୍ସା ।
20 ତାର୍ପଚେ ମସାର୍ ଲଗେ ଅନି ସର୍ତେ ଇସ୍ରାଏଲର୍ ଲକ୍ ଗାଲାଇ । 21 ଆରି ଜାର୍ ମନେ ଜାଇଟା ମନ୍ କଲାଇ, ଜାକେ ଜନ୍ଟା ଇଚା କଲାଇ, ସେଟା ସବୁବେଲର୍ ମାପ୍ରୁର୍ ସମାଗମ୍ ତୁମ୍ ତିଆର୍ କର୍ବାକେ ଆରି ତୁମ୍ ସବୁ କାମ୍ ପାଇ ଆରି ସୁକଲ୍ ବସ୍ତର୍ ପାଇ ମାପ୍ରୁର୍ ଲଗେ ଦାନ୍ ଆନ୍ଲାଇ । 22 ମୁନୁସ୍ ପିଲା ଆରି ମାଇଜି ଟକି ସର୍ତେ ଲକ୍ ନିଜର୍ ମନ୍ କରି ସବୁବେଲର୍ ମାପ୍ରୁର୍ ତୁମ୍ ବନାଇବାକେ, ପିନ୍ଦ୍ଲା କାନେ ଡଣ୍ଡି, ନାଗୁଲ୍ ଆରି ଆଙ୍ଗ୍ଟିର୍ ସୁନାର୍ ମୁଦି, ଗାଲାର୍ ମାଲି ଆନ୍ଲାଇ, ସବୁଲକ୍ ସବୁବେଲର୍ ମାପ୍ରୁର୍ ଉଦେସେ ସୁନା ଦାନ୍ ଦେଲାଇ । 23 ଆରି ଜାର୍ ଲଗେ ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲାସୁତା ଆରି ରଙ୍ଗୁଆ ମେଣ୍ଡାର୍ ବାଲ୍, ପିଲା ମେଣ୍ଡାର୍ ବାଲ୍ ସେମନ୍ ସର୍ତେ ରଇଲାଟା ଆନ୍ଲାଇ । 24 ଆରି ଜାର୍ ଲଗେ ରୁପାର୍ଟା କି ପିତଲର୍ଟା ରଇଲା ମାପ୍ରୁର୍ ଲଗେ ଦାନ୍ ଦେବାକେ ଆନ୍ଲା, ଆରି ସେବା କାମ୍ ପାଇ ଆକାସିଆ ପାଟା ରଇଲା, ସେ ସବୁବେଲର୍ ମାପ୍ରୁର୍ ଲଗେ ଦାନ୍ କର୍ବାକେ ଆନ୍ଲା । 25 ବୁଦି ରଇଲା ମାଇଜିମନ୍ ନିଜର୍ ଆତେ ସୁତା କାଟି କେ ନିଲିଆ ରଙ୍ଗର୍ଟା, ବାଇଗନ୍ ରଙ୍ଗର୍ଟା, ସିନ୍ଦୁର୍ ରଙ୍ଗର୍ଟା ଆରି ସୁକଲ୍ ଦବ୍ଲା ସୁତା ଆନ୍ଲାଇ । 26 ଆରି, ଜନ୍ ମାଇଜି ମନ୍କେ ବୁଦି ରଇଲା, ସେମନ୍ ଚେଲି ପିଲାର୍ ବାଲ୍ କାଟି ସୁତା ତିଆର୍ କରି ଆନ୍ଲାଇ । 27 ଆରି ମୁକିଅ ଲକ୍ମନ୍ ଏପଦ୍ ଆରି ବୁକୁପଟାର୍ ପାଇ ଗରୁ ଚୁନ୍ ଆରି ଡସାଇବାକେ ମଣି ଆନ୍ଲାଇ । 28 ଆରି ଦିପ୍, ଆରି ଅବିସେକ୍ କର୍ବାକେ ଚିକନ୍, ଆରି ବାସ୍ନା ଦୁପ୍ ଆରି ବାସ୍ନା ଚିକନ୍ ଆନ୍ଲାଇ । 29 ଇସ୍ରାଏଲର୍ ପିଲାମ୍ନ ନିଜର୍ ଇଚା ଅନି ସବୁବେଲର୍ ମାପ୍ରୁର୍ ପାଇ ଉପଆର୍ ଆନ୍ଲାଇ, ସବୁବେଲର୍ ମାପ୍ରୁର୍ ମସାକେ ଜାଇ ଜାଇଟା ଆଦେସ୍ ଦେଇ କଇ ରଇଲା ତେଇର୍ ସବୁ କାମ୍ କର୍ବାକେ, ମୁନୁସ୍ ପିଲାକେ ଆରି ମାଇଜି ମନ୍କେ ଜାକେ ଜାକେ ମନ୍ ରଇଲା, ସେ ଇସାବେ ସର୍ତେ ଲକ୍ ଉପଆର୍ ଆନ୍ଲାଇ ।
30 ତାର୍ପଚେ ମସା ଇସ୍ରାଏଲର୍ ଲକ୍କେ ଆରି ଡାକି କଇଲା, ଦେକା, ସବୁବେଲର୍ ମାପ୍ରୁ ଜିଉଦା ବଁସର୍ ଉରର୍ ନାତି ଉରରି ପିଲା ବସ୍ଚଲେଲ୍କେ ନାଅ ଦାରି ଡାକିଆଚେ । 31 ଆରି ତାକେ ବୁଦି, ଗିଆନ୍, ସିକିଆ ଆରି କାମ୍ କର୍ବା ଦାଇତ୍ କେ ପର୍ମେସର୍ ଆତ୍ମା ଦେଲା । 32 ଚିତ୍ର ବନାଇବାଟା, ସୁନା, ରୁପା, ପିତଲ୍ଟା ଆରି ବନାଇବାଟା, 33 ଆରି ମଣି କାଟ୍ବା କରତ୍, ଆରି ସବୁ ରକାମର୍ ଗଚ୍କେ ବେଦି ପୁତ୍ଲା କର୍ବାଟା, ଏ ସବୁ ବନାଇବା କାମ୍ କର୍ବାକେ ସବୁବେଲର୍ ମାପ୍ରୁ ତାକେ ବୁଦି ଦେଲା ଆଚେ । 34 ଆରି ସିକିଆ ଦେବାକେ ଦାନ୍ ବଁସର୍ ଅଇସାମକର୍ ପିଲା ଅଅଲିଆବର୍ ମନେ ବୁଦି ଦେଲାଇ । 35 ଆରି ପାକ୍ନା ଗଦ୍ବା ଆରି ପୁତ୍ଲା କାମ୍ କର୍ବାକେ, ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗ୍ ଆରି ସୁକଲ୍ ଦବ୍ଲା ସୁତା କାମ୍ କର୍ବାକେ, ଆରି ସବୁ ସିଲାଇ କାମ୍ କର୍ବାକେ, ଆରି ସବୁ ଆତର୍ କାମ୍ ଆରି ବାନା ତିଆର୍ କର୍ବାକେ ସେମନର୍ ମନ୍କେ ଗିଆନ୍ ଦେଲା ।