1 ସବୁବେଲର୍ ମାପ୍ରୁ ପର୍ମେସର୍ ମସାକେ କଇଲା, ତୁଇ ଆରଣ, ନାଦବ୍, ଅବିଉ ଆରି ଇସ୍ରାଏଲର୍ ନେତାମନର୍ ସତୁରି ଲକ୍ ଉତ୍ରି ଆସି କଣ୍ଡେକ୍ ଦୁରିକେ ରଇ ମର୍ ଆରାଦନା କରା । 2 ମସା ଗଟେକ୍ ଲକ୍ ସବୁବେଲର୍ ମାପ୍ରୁର୍ ଲଗେ ଆଇସି, ଆରି କେ ମିସା ନ ଆସତ୍ କି ତାର୍ ସଙ୍ଗ୍ ଚଗି ନ ଆସତ୍ ।
3 ସେଡ୍କିବେଲେ ମସା ସାସନ୍ କାରିଆ ମନ୍କେ ଆରି ସର୍ତେ ଲକ୍କେ ସବୁବେଲର୍ ମାପ୍ରୁ କଇରଇବା କାତା କଇଲା, ସେ ଲକ୍ମନ୍ ମସାର୍ କାତା ସୁନି କଇଲାଇ, ସବୁବେଲର୍ ମାପ୍ରୁ ଜାଇଟା କଇଲା ଆଚେ, ଆମେ ସେଟା ମାନ୍ବୁ । 4 ତାର୍ପଚେ ମସା ସବୁବେଲର୍ ମାପ୍ରୁ କଇଲା କାତା ଲେକ୍ଲା ଆରି ସାକ୍ଲିଆ ଉଟି ଜାଇ ଗଟେକ୍ ଡଙ୍ଗର୍ ତଲେ ଜଗିଅବେଦି ତିଆର୍ କଲା, ଆରି ଇସ୍ରାଏଲର୍ ବାର୍ଟା କୁଟୁମର୍ ପାଇ ବାର୍ଟା ବେଦି ତିଆର୍ କଲା । 5 ଆରି ଇସ୍ରାଏଲର୍ ବେଣ୍ଡିଆ ପିଲାମନ୍କେ ପାଟାଇଲା, ସେମନ୍ ସବୁବେଲର୍ ମାପ୍ରୁର୍ ନାଉଁରେ ଅମ୍ ବଲି ଆରି ମଙ୍ଗ୍ଲର୍ ବଲିର୍ ପସୁମନ୍କେ ନେଇ ବଲି କଲାଇ । 6 ତାର୍ପଚେ ମସା ପୁଜ୍ଲା ବନି ନେଇ ଅଲପ୍ କଣ୍ଡିତେଇ ସଙ୍ଗ୍ଇରଇଲା ଆରି ବାକି ବେଦିତେଇ ଚିଚ୍ଲା । 7 ଆରି ନିଅମ୍ ପୁସ୍ତକ୍ ନେଇ ଲକ୍ମନ୍ର୍ ଲଗେ ପଡି ସୁନାଇଲା, ତାର୍ପଚେ ଲକ୍ମନ୍ କଇଲାଇ, ସବୁବେଲର୍ ମାପ୍ରୁ ଜାଇ ଜାଇଟା କଇଲା ଆଚେ, ଆମେ ମାନ୍ବୁ ଆରି ସୁନ୍ବୁ ।
8 ସେଡ୍କିବେଲେ କଣ୍ଡିତେଇ ରଇଲା ବନି ମସା ନେଇ ଚିଚିକରି କଇଲା, ଦେକା, ସବୁବେଲର୍ ମାପ୍ରୁ ତାର୍ ବାକିଅ ଇସାବେ ଜନ୍ ନିଅମ୍ କରିଆଚେ, ସେ ନିଅମର୍ ବନି ଏଟା । 9 ସେଡ୍କିବେଲେ ମସା ଆରଣ, ନାଦବ୍, ଅବିଉ ଆରି ଇସ୍ରାଏଲର୍ ନେତାମନ୍କେ ସତୁରି ଲକ୍କେ ଆନ୍ଲା; ଆରି ସେମନର୍ ଇସ୍ରାଏଲର୍ ପର୍ମେସର୍କେ ଦର୍ସନ୍ କଲାଇ । 10 ଆରି, ତାକର୍ ପାଦ୍ତଲେ ଉଜଲ୍ ଅଇ ନିଲିଆ ମଣି ପାରା ଅଇଲା ଆରି ଆକାସ୍ ପାରା ଦବ୍ ରଇଲା । 11 ଆରି ସେ ଇସ୍ରାଏଲ୍ ମୁକିଅ ଲକର୍ ବିରୁଦେ ଆତ୍ ଉଟାଉ ନାଇ, ମାତର୍ ସେମନ୍ ପର୍ମେସର୍କେ ଦର୍ସନ୍ କଲାଇ, ଆରି କା ପିଇ କଲାଇ ।
12 ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, ତୁଇ ଡଙ୍ଗର୍ ଉପ୍ରେ ଆସି ମର୍ଲଗେ ଟିଆ ଅଇ ରଅ; ଆମେ ଲକ୍ମନର୍ ପାଇ ଜନ୍ ସିକିଆ ଦେବାକେ ଲେକି ଆଚୁ, ସେଟା ନିଅମ୍ ଆରି ଆଦେସ୍ ଲେକ୍ଲା ଦୁଇଟା ପାକ୍ନା ପାଟା ଦେବି । 13 ତାର୍ପଚେ ମସା ଆରି ତାର୍ ସଙ୍ଗାରି ଜିଅସୁୟ ଉଟି, ପର୍ମେସରର୍ ଡଙ୍ଗର୍ ଉପ୍ରେ ଗାଲାଇ । 14 ମସା ନେତାମନ୍କେ କଇଲା, ଆମେ ନ ଆଇବା ଜାକ, ତମେ ଇତିସେ ଜାଗି ରୁଆ, ତମର୍ ସଙ୍ଗ୍ ଆରଣ ଆରି ଉର୍ ରଇବାଇ, ତମର୍ ବିତରେ କାଇଲା ଜଗ୍ଡା ଜାଟି ଅଇଲେ ସେ ଦୁଇ ଲକ୍କେ କୁଆ ।
15 ତାର୍ପଚେ ମସା ଡଙ୍ଗର୍ ଉପ୍ରେ ଚଗ୍ଲା, ଆରି ବାଦଲ୍ ଡଙ୍ଗର୍କେ ଡାବିଦେଲା । 16 ତାର୍ପଚେ ସିନଇ ଡଙ୍ଗର୍ ଉପ୍ରେ ସବୁବେଲର୍ ମାପ୍ରୁର୍ ଉଜଲ୍ ଆଇଲା, ଆରି ଚଅ ଦିନ୍ ଜାକ ଦୁଉରି ଆନ୍ଦାର୍ ପାରା ବାଦଲ୍ ଡଙ୍ଗର୍ କେ ଡାବିଅଇ ରଇଲା, ଆରି ସାତ୍ ଦିନ୍ ଅଇଲାକେ ଦୁଉରି ଆନ୍ଦାର୍ ତେଇଅନି ମସାକେ ଡାକ୍ଲାଇ । 17 ସେଡ୍କିବେଲେ ଇସ୍ରାଏଲ୍ ଲକ୍ର୍ ମୁଆଟେ ପର୍ବତ୍ ଟିପେ ଗାରାସ୍ଲା ଜଇ ପାରା ସବୁବେଲର୍ ମାପ୍ରୁର୍ ତାରାସ୍ ଦେକାଇ ଅଇଲା । 18 ଆରି ମସା ଦୁଉରି ଆନ୍ଦାର୍ ବିତ୍ରେ ପୁରି ଚାଲିସ୍ ଦିନ୍ ଚାଲିସ୍ ରାତି ଡଙ୍ଗର୍ ଉପ୍ରେ ରଇଲା ।