1 ଜେବେ କେ ଗରୁକି ମେଣ୍ଡା ଚରି ନେଇ ମାରି କାଇଲେ କି ବିକ୍ଲେ, ତେବେ ସେ ଗଟେକ୍ ଗରୁ ବାଦୁଲେ ପାଞ୍ଚ୍ ମୁଣ୍ଡ୍ ଗରୁ ଦେଇସି,ଆରି ଗଟେକ୍ ମେଣ୍ଡା ବାଦୁଲେ ଚାରି ମୁଣ୍ଡ୍ ମେଣ୍ଡା ଦେଇସି । 2 ଆରି ଚର୍ ଜଦି ଚରି କରି ଦାରାପଡ୍ଲେ, ଆରି ତାକେ ମାରୁମାରୁ ମାରିଦେଲେ, ତାକେ ମାରି ମରାଇଲା ଦସ୍ ନ ଲାଗେ । 3 ମାତର୍ ସାକାଲ୍ ପାଇ ବେଲ୍ ଉଦ୍ଲାପଚେ ମାରି ମରାଇଲେ, ତେବେ ସେ ମାରି ମରାଇଲା ଦସି ପାଇସି, ଆରି ଚର୍ ଚରି ରଇଲା ଜିନିସ୍ ଦେବାକେ ପଡ୍ସି, ଜଦି ତାର୍ ଲଗେ କାଇଟା ନଇଲେ ସେ ନିଜେ ବିକିଅଇ ଦେଇସି । 4 ଜଦି ଗରୁକି ଗଦଅକି ମେଣ୍ଡା ଚର୍ଲାଟା ଜିବନ୍ଟା ରଇଲେ, ତେବେ ସେ ତେଇର୍ ଦୁଇ ବାଗ୍ ଦେବାକେ ପଡ୍ସି । 5 ଆରି କେ ଜଦି ବିନ୍ ଲକର୍ ବାଡେ କି ପଦାଇ ଗରୁ ପୁରାଇଲେ, କି ଚାଡିଦେଲେ କି ବିନ୍ ଲକର୍ ପଦାଇ ପୁରି କାଇଲେ, ସେ କାଇଲା ବାଦୁଲେ ନିଜର୍ ଜମିଅନି ନିମାନ୍ ତାସ୍ ଆରି ଅଙ୍ଗୁର୍ ମାଲେ ନିମାନ୍ ପଲ୍ ବାଉଡାଇବାକେ ପଡ୍ସି ।
6 ଜଦି କେ ବନେ ଜଇ ଲାଗାଇଲା, ଆରି ସେ ଜଇ ଅଲ୍ଗା ଲକର୍ ତାସ୍ ପଦାଇ ନସ୍ଟ ଅଇଲେ, ସେ ଜଇ ଲାଗାଉ ପଦାର୍ ମୁଲିଅ ଦେବାକେ ପଡ୍ସି । 7 ଜଦି କେ ନିଜର୍ ବନ୍ଦୁବାନ୍ଦବ୍କେ ଡାବୁ କି ବଲ୍ ଜିନିସ୍ ସଙ୍ଗଇ ରଇବାକେ ଦେଇରଇସି, ସେଟା ଜଦି କେ ଚରି କରି ନେଲେ ଆରି ସେ ଚର୍ ଦାରା ପଡ୍ଲେ, ତେବେ ସେ ଦୁଇ ବାଗ୍ ଦେବାକେ ପଡ୍ସି । 8 ଜେବେ ଚର୍ ଦାରା ନ ପଡ୍ଲେ, ସେ ଗରର୍ ମୁନୁସ୍, ସାଇ ପଡିସାର୍ ଜିନିସ୍କେ ଆତ୍ ଦେଇ ଆଚେ କି ନାଇ, ସେଟା ବେଟୁ କି ନାଇ ବଲି ପର୍ମେସରର୍ ମୁଆଟେ ଟିଆ ଅଇବାକେ ଅଇସି ।
9 ସର୍ତେ ରକାମର୍ ଦରମ୍ ବିସଇରେ, ଜନ୍ଟାକି ଗରୁ କି ଗଦ କି ମେଣ୍ଡା, କି ବସ୍ତର୍ ଜାଇଟା ମିସା ଆଜ୍ଲା ବିସଇରେ ଜଦି ଜାନାଇସି, " ଏଟା ସେ ଆଜ୍ଲା ଜିନିସ୍," ଦେବେ ଦୁଇ ଲକର୍ କାତା ମିସା ପର୍ମେସରର୍ ଲଗେ ଜାନାଇବାଇ; ତାର୍ପଚେ ପର୍ମେସର୍ ଜାକେ ଦସି କର୍ସି, ସେ ଲକ୍ ଆର୍ ଗଟେକ୍ ଲକ୍କେ ଦୁଇ ବାଗ୍ । 10 ଜଦି କାର୍ ବନ୍ଦୁବାନ୍ଦବ୍ ଗଦ,ଗରୁ ମେଣ୍ଡା କି କାଇ ମିସା ପସୁ ବାନ୍ଦ୍ବାକେ ଦେଇ ରଇସି ଆରି ସେ ପସୁ କେ ନ ଦେକ୍ତେ ମରି ଗାଲେ କି ଆଜି ଗାଲେ , 11 ତେବେ ସେ ମକେ ଦେଇ ରଇଲା, ଜିନିସ୍କେ ମୁଇ ମାରି କାଇନାଇ, କି ବିକି ନାଇ, ବଲିକରି ସବୁବେଲର୍ ମାପ୍ରୁର୍ ଲଗେ ଦୁଇ ଲକ୍ ଜାକ ସାକି ଦେବାଇ, ମାତର୍ ପସୁର୍ ମାଲିକ୍ କାଇଟା ନ ଦେଏ 12 ଜଦି ତାର୍ ଲଗେଅନି ଚରି ଅଇଲାଆଚେ, ତେବେ ସେ ମାଲିକ୍କେ ତାର୍ ମୁଲିଅ ଦେବାକେ ଅଇସି। 13 ଜଦି ସେ ପସୁର୍ ମାରି ଗାଲା ଆରି ସେ ମଲାଟା ସେଟି ଆନି ସାକି ଦେଇସି, ତେବେ ସେ ମାଲିକ୍ ମୁଲିଅ ଦେବାକେ ନ ଦେଏ। 14 ଆରି କେ ନିଜର୍ ସାଇର୍ ପସୁ ମାଗି ନେଇ ରଇସି, ଆରି ପସୁକେ ଦୁରବ୍ଲ କି ମରି ଗାଲେ, ତାର୍ ମୁଲିଅ ନ ପିଟ୍ତେ ଦେବାକେ ଅଇସି। 15 ମାତର୍ ଜେବେ ସେ ମାଲିକ୍ ତେଇ ରଇଲେ, ତାର୍ ମୁଲିଅ ଦେବାକେ ନ ପଡେ; ଜଦି ସେଟା ମାଗି ଆନ୍ଲାଟା ଅଇସି, ତେବେ ସେଟା ବଡା ଅଇସି ଆରି ସମାଜର୍ ରିତିନିତି ଇସାବେ ଆଇସି।
16 ଜଦି କେ ଡିଣ୍ଡା ଟକିକେ ପୁସ୍ଲାଇ ତାର୍ ସଙ୍ଗ୍ ବେସିଆ କାମ୍ କଲେ, ସେ ଟକିର୍ ମୁଲିଅ ଦେଇ ବିବା ଅଇସି । 17 ଜେବେ ଟକିର୍ ବାବା ବିବା କରିଦେବାକେ ନିଚ୍ଲେ, ତେବେ ଟକିର୍ ନିଅମ୍ ଅନୁସାରେ ତାର୍ ମୁଲିଅ ଇସାବେ ରୁପା ଟାଙ୍ଗା ଦେବାକେ ପଡ୍ସି । 18 ତମେ ଡାଇନି ମାଇଜିକେ ଜିଆବାକେ ଦେବାର୍ ନାଇ । 19 ଜେ ଜଦି ପସୁ ସଙ୍ଗ୍ ବେସିଆ କାମ୍ କଲେ ସେ ନ ପିଟ୍ତେ ମର୍ସି । 20 କେ ଜଦି ସବୁବେଲର୍ ମାପ୍ରୁକେ ଚାଡି ବିନ୍ ଦେବ୍ତାକେ ପୁଜା କର୍ସି, ସେ ବିନସ୍ଟ ଅଇସି ।
21 ତମେ ବିନ୍ ଦେସର୍ ଲକ୍କେ ଅନିଆଇ କରାନାଇ, ଆରି କାରାପ୍ ବେବାର୍ କରାନାଇ, କାଇକେବଇଲେ ତମେ ମିସର୍ ଦେସେ ବିଦେସି ଅଇରଇଲାସ୍ । 22 ତମେ କେବେ ରାଣ୍ଡିମାଇଜିକେ କି ଟୁରାଟୁରି ପିଲାଟକିକେ ଦୁକ୍ ଦିଆସ୍ ନାଇ । 23 ତମେ ଜଦି ସେ ମନ୍କେ ଦୁକ୍ ଦେଲେ, ଆରି ସେମନ୍ କାନ୍ଦିକରି ଆମ୍କେ ଡାକ୍ବାଇ, ତେବେ ଆମେ ତାକର୍ ଡାକ୍ ସୁନ୍ବୁ । 24 ଆରି ଆମେ ବେସି ରିସା ଅଇ କାଣ୍ଡା ସଙ୍ଗ୍ ମାରି ମରାଇବୁ, ତେବେ ତମର୍ ମାଇଜି ମନ୍ ରାଣ୍ଡି ଅଇବାଇ ଆରି ପିଲାଟକି ଟୁରାଟୁରି ଅଇବାଇ ।
25 ତମେ କେବେ ମର୍ ଲକ୍ମନର୍ ବିତ୍ରେ ଦୁକିଦରିଦର୍ ଲକକେ ରୁନ୍ ଦେଲେ, ସେମନ୍କେ ସାଉକାର୍ ଦେକାଇ ଉଆନାଇ, ଆରି ତମ୍କେ ସୁଦ୍ ଡାବୁ ମାଙ୍ଗା ନାଇ । 26 ଜଦି ତମର୍ ବନ୍ଦୁବାନ୍ଦବର୍ ଲୁଗାପଚିଆ ବାନ୍ଦା ଦାରି ରଇଲେ, ବେଲ୍ ନ ବସ୍ତେ ବାଉଡାଇ ଦିଆସ୍ । 27 କାଇକେବଇଲେ ତାକେ ଗଟେକ୍ ସେ ଗାଗ୍ଡେ ପିନ୍ଦ୍ବା ଲୁଗା, ସେ କାଇ ତେଇ ସଇସି? ସେଡ୍କିବେଲେ ସେ ଆମର୍ ଲଗେ ଗୁଆରି କର୍ସି, ଆମେ ତାର୍ ଗୁଆରି ସୁନ୍ବୁ, କାଇକେବଇଲେ ଆମେ ଦୟା ଲକ୍ ।
28 ତମେ ପର୍ମେସର୍କେ ଅମାନିଅ କରା ନାଇ, ଆରି ତାର୍ ମୁକିଅ କାମ୍ କର୍ବା ଲକ୍କେ ମିସା ଅବିସାପ୍ ଦିଆସ୍ ନାଇ ।
29 ତମେ ତମର୍ ପର୍ତୁମ୍ ଚାସ୍ କଲା ତାସର୍ ପଲ୍ ଆରି ଅଙ୍ଗୁର୍ ପଲ୍ ଦେବାକେ ଜିଲମ୍ କରାନାଇ, ତମେ ତମର୍ ପର୍ତୁମ୍ ଜନମ୍ ଅଇଲା ପିଲାକେ ମକେ ଦାନ୍ ଦେଇସା । 30 ଆରି ଗରୁ କି ମେଣ୍ଡା ପାକାଇଲେ ମିସା ସେନ୍ତାର୍ କର୍ସା, ସାତ୍ ଦିନ୍ ଜାକ ତାର୍ ମାଆର୍ ଲଗେ ରଇସି, ଆରି ଆଟ୍ ଦିନ୍ ଅଇଲେ ମର୍ ଲଗେ ଆନ୍ସା । 31 ଆରି ତମେ ଆମର୍ ପାଇ ସୁକଲ୍ ଲକ୍ ଅଇସା, ସେଟାର୍ପାଇଁ ବନ୍ ପସୁ ପଦାଇ କର୍ତା କଲା ମାଉସ୍ ନ କାଆସ୍, ସେଟା କୁକୁର୍ ମନ୍କେ ପିଙ୍ଗି ଦେଇସା ।